ଗଣପତି ଭଟ୍ଟ ପେସାରେ ଜଣେ କୃଷକ। କିନ୍ତୁ ସେ ନିଜସ୍ବ ଜ୍ଞାନକୌଶଳରେ ଏକ ଟ୍ରିସ୍କୁଟର ନିର୍ମାଣ କରିଛନ୍ତି। ଟେକ୍ନିକାଲ କିମ୍ବା ଇଞ୍ଜିନିୟରିଂ ନ ପଢ଼ି ଏଭଳି ମେଶିନ ନିର୍ମାଣ କରି ସେ ଏକ ସ୍ବତନ୍ତ୍ର ପରିଚିତି ପାଇପାରିଛନ୍ତି। ଗଣପତି ରହୁଛନ୍ତି ମାଙ୍ଗାଲୁରରେ। ତାଙ୍କ ଦ୍ୱାରା ନିର୍ମିତ ଟ୍ରି ସ୍କୁଟରଟି ଗଛ ଚଢୁଛି ଓ ଏହା ଉପରେ ବସି ଲୋକେ ଆରାମରେ ଗୁଆ ତୋଳିପାରୁଛନ୍ତି। ଖୁବ୍ କମ୍ ସମୟରେ ଏହା ଗୁଆଗଛର ଶୀର୍ଷରେ ପହଞ୍ଚିପାରୁଛି। ସ୍କୁଟରଟି ନିର୍ମାଣ କରିବା ପରେ ଗୁଆଚାଷୀମାନଙ୍କୁ ଅଧିକ ଶ୍ରମିକଙ୍କ ଉପରେ ନିର୍ଭର କରିବାକୁ ପଡ଼ୁନାହିଁ। ଏହି ମେଶିନରେ ଦିନକୁ ୩୦୦ ଗୁଆଗଛରୁ ଗୁଆ ତୋଳାଯାଇପାରୁଛି। ଜଣେ ଶ୍ରମିକ ୪ଜଣଙ୍କ କାର୍ଯ୍ୟ କରିପାରୁଛି। ଫଳରେ କମ୍ ଶ୍ରମଶକ୍ତିରେ ଅଧିକ ଲାଭ ମିଳୁଛି। ଏହି ମେଶିନରେ ବସିବା ଲାଗି ଏକ ସିଟ୍, ସିଟ୍ବେଲ୍ଟ, ମୋଟର ଏବଂ ଗଛ ଉପରକୁ ଚଢ଼ିବା ଲାଗି ଚକ ଲଗାଯାଇଛି।
ଆସ, ଗଢ଼ିବା ବିଦ୍ୟାଳୟ
କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…
ଆକାଶର ତାରା
ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…
ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା
ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍ ସର୍ଜରି, ଟେଷ୍ଟଟ୍ୟୁବ୍ ବେବି ଏବଂ ବିମାନ…
ସନ୍ତାନ ବତ୍ସଳତା
ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…
ସଭ୍ୟତାର ନୀରବ ନିର୍ମାତା
କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…
ଆଇନର ସଂଶୋଧନ ଓ ଆଧୁନିକୀକରଣ
ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…
ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ
ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ବାରମ୍ବାର କହିଆସୁଛନ୍ତି।…
ଏଇ ଭାରତରେ
ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍ ସରକାରୀସ୍ତରରେ…

