ଏଇ ଭାରତରେ

ଅଦରକାରୀ ଜିନିଷର ସଦୁପଯୋଗ କରି ଶୌଚାଳୟ ସମସ୍ୟାର ସମାଧାନ କରୁଛନ୍ତି ହାଇଦ୍ରାବାଦର ଅଭିଷେକ ନାଥ। ପୁରୁୁଣା ଶିପ୍‌ କଣ୍ଟେନର ଉପଯୋଗ କରି ସେ ଉନ୍ନତ ଜ୍ଞାନକୌଶଳରେ ୨୦୦ରୁ ଊର୍ଦ୍ଧ୍ୱ ଶୌଚାଳୟ ନିର୍ମାଣ କରିଛନ୍ତି,ଯାହା ପୂତ୍ତିଗନ୍ଧମୟ ପରିବେଶ ଦୂର କରିପାରୁଛି। ଏଥିରେ ସେ ସେନ୍‌ସର ଲଗାଇଛନ୍ତି, ଯାହା ଦୁର୍ଗନ୍ଧ ଆରମ୍ଭ ହେବା କ୍ଷଣି ଜଣାଇ ଦେଉଛି। ପୁରୁଷ, ମହିଳା ଓ ଦିବ୍ୟାଙ୍ଗଙ୍କ ପାଇଁ ଅଲଗା ଅଲଗ ଶୌଚାଳୟ କରାଯାଇଛି। କଣ୍ଟ୍ରୋଲ ରୁମରୁ ଏହାର ସୁପରିଚାଳନା ପାଇଁ ଦିନରାତି ଏକ ଟିମ୍‌ ଲାଗିଛନ୍ତି। କଣ୍ଟେନରର ଓ୍ବାଲ୍‌ରେ ଭର୍ଟିକାଲ ଗାର୍ଡେନରେ ସୁବାସିତ ଫୁଲ ଓ ଆକର୍ଷଣୀୟ ଗଛ ଲଗାଇଛନ୍ତି। ଏହାକୁ ଲୋକମାନେ ମାଗଣାରେ ବ୍ୟବହାର କରୁଛନ୍ତି। ଏଣୁ ଶୌଚାଳୟ ପରିଚାଳନାରେ ଆବଶ୍ୟକ ହେଉଥିବା ପାଣ୍ଠି ଯୋଗାଡ କରିବା ଲାଗି ସେ ସେଥିରେ କାଫେ କରିଛନ୍ତି। ଏଠାରେ ଲୋକମାନଙ୍କ ପାଇଁ ପାନୀୟ ଓ ସ୍ନାକ୍ସ ବ୍ୟବସ୍ଥା ବି କରାଯାଇଛି। ଶିପ କଣ୍ଟେନର୍‌ରେ ନିର୍ମିତ ଶୌଚାଳୟକୁ ସହରର ବିଭିନ୍ନ ସ୍ଥାନରେ ରଖିତ୍ଛନ୍ତି। ଦିନକୁ ୨୦୦ରୁ ୧୫୦୦ ଲୋକ ବ୍ୟବହାର କରୁଛନ୍ତି। ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେଶନ ତାଙ୍କୁ ସ୍ଥାନ ଯୋଗାଇ ଦେବାପରେ ସେ କଣ୍ଟେନରକୁ ସେଠାରେ ସ୍ଥାପନ କରୁଛନ୍ତି। ବସ୍‌ଷ୍ଟାଣ୍ଡ ଓ ଏୟାରପୋର୍ଟ ନିକଟରେ ଏହାକୁ ବେଶି ରଖୁଛନ୍ତି। ଏଥିରୁ ଅନେକରେ ସୌରଶକ୍ତି ବ୍ୟବସ୍ଥା କରାଯାଇଛି। ଲୋକମାନେ ଅନ୍ୟ ପବ୍ଲିକ ଶୌଚାଳୟ ଛାଡ଼ି ଏହାକୁ ବେଶି ବ୍ୟବହାର କରୁଛନ୍ତି ବୋଲି କହନ୍ତି ୪୦ ବର୍ଷୀୟ ଅଭିଷେକ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତୃଣମୂଳସ୍ତରରେ ଜଣେ ସରପଞ୍ଚ ଭାବେ ନିରୁ ଯାଦବ ବ୍ୟାପକ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଛନ୍ତି। ନିରୁ ରାଜସ୍ଥାନର ଲାମ୍ବି ଅହିର ଗ୍ରାମପଞ୍ଚାୟତର ପ୍ରଥମ ମହିଳା ସରପଞ୍ଚ। ସେ…

ବିକାଶ ଦାବିରେ ପିଲାଙ୍କ ଭବିଷ୍ୟତ

ଆଜି ସକାଳୁ ଖବରକାଗଜ ପଢୁ ପଢୁ ଏକ ଶିରୋନାମା ଉପରେ ନଜର ପଡିଲା। ଭଙ୍ଗା ଛାତତଳେ ପ୍ରାଥମିକ ଶିକ୍ଷା। ଖବର ପଢିବା ପରେ ମନ ଭିତରେ ଉଙ୍କି…

ଜାଣି ଅଜଣା

ଆମେ କିଛି ଅନ୍ୟାୟ, ଅନୀତି, ଦୁର୍ନୀତି ସମ୍ପର୍କରେ ବିଭିନ୍ନ ଖବରକାଗଜ କିମ୍ବା ପତ୍ରପତ୍ରିକାରୁ, ଟିଭି ପରଦାରୁ, ସାମାଜିକ ଗଣମାଧ୍ୟମରୁ, ବିଭିନ୍ନ ସଭାସମିତିରୁ ଅବଗତ ହେଉ। କିନ୍ତୁ ଜାଣିବା…

ବାଂଲାଦେଶର ନାଲିଆଖି

ଆସନ୍ତା ସେପ୍ଟେମ୍ବର ୧୨ ଓ ୧୩ ତାରିଖ ଦୁଇ ଦିନ ଧରି ନୂଆଦିଲ୍ଲୀଠାରେ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଛି । ୧୧ ରାଷ୍ଟ୍ର…

ଏଇ ଭାରତରେ

ଭାରତରେ ମଧ୍ୟାହ୍ନଭୋଜନର ପୌଷ୍ଟିକ ଦିଗକୁ ନେଇ ବହୁସମୟରେ ପ୍ରଶ୍ନ ଉଠୁଛି। ଏଥିପାଇଁ ପ୍ରାୟ ସବୁ ସ୍କୁଲରେ ଶିକ୍ଷକମାନେ ଚିନ୍ତାରେ ପଡ଼ୁଛନ୍ତି। ହେଲେ ନାଗାଲାଣ୍ଡ କୋହିମା ଜିଲାର ବିଶ୍ୱେମାର୍‌…

ସୁଖ ପରିଭାଷା

ଡାକ୍ତରୀ ପଢ଼ିବାକୁ ମନା କରିବା ଦ୍ବାରା ମା’ବାପାଙ୍କର ସ୍ବପ୍ନକୁ ଧୂଳିସାତ କରିଦେଇଥିଲେ ମଧ୍ୟ ନିଜ ପସନ୍ଦରେ ଫିଜିକ୍ସ ଅନର୍ସ ରଖି ପଢ଼ିବାର ସୁଯୋଗ ହାସଲ କରିପାରିଥିବାରୁ ବାପୁନ…

ତଳକୁ ଚାହିଁବା ହେଉ

ଭାରତରେ ଗଣତନ୍ତ୍ରର ଅର୍ଥ ଓ ବାସ୍ତବତା ମଧ୍ୟରେ ଥିବା ବ୍ୟବଧାନ ସାଧାରଣ ଜନତାଙ୍କୁ ବିସ୍ମିତ କରିଛି । ମୁଷ୍ଟିମେୟ ଶାସକ ଗୋଷ୍ଠୀ ପାଇଁ ଗଣତନ୍ତ୍ର ଆଜି ପାଲଟିଛି…

ସମ୍ବର ପରିବର୍ତ୍ତେ ଡାଲମା

ଅଗଷ୍ଟ ୧୫ରେ ଭାରତ ତା’ର ୮୦ତମ ସ୍ବାଧୀନତା ଦିବସ ପାଳନ କରିଛି। ପାରମ୍ପରିକ ଭାବେ ନୂଆଦିଲ୍ଲୀର ଐତିହାସିକ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସମ୍ବୋଧିତ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri