ଏଇ ଭାରତରେ

ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଟ୍ରାଫିକ ପୋଲିସ ଅଫିସରଙ୍କ ସାଧାରଣ ଦାୟିତ୍ୱ। ମାତ୍ର ତେଲେଙ୍ଗାନାରେ ଏମିତି ଜଣେ ପୋଲିସ ଅଫିସର ଅଛନ୍ତି ଯିଏ କି ରାସ୍ତା ମରାମତି କରିବା ସହ ଗୀତ ମାଧ୍ୟମରେ କୁସଂସ୍କାର ବିରୋଧରେ ସଚେତନତା ସୃଷ୍ଟି କରୁଛନ୍ତି। ଟ୍ରାଫିକ ଇନ୍ସପେକ୍ଟର ଆଞ୍ଜାପାଲି ନାଗାମାଲ୍ଲୁଙ୍କର ଏଭଳି କାର୍ଯ୍ୟ ଲୋକମାନଙ୍କ ହୃଦୟ ଜିତିପାରିଛି। ସେ ନିଜେ ଗୀତ ଲେଖୁଛନ୍ତି ଓ ଲୋକଗୀତ ସ୍ବରରେ ତାହାକୁ ବୋଲି ଗାଁଗୁଡିକରେ ସଚେତନତା ସୃଷ୍ଟି କରୁଛନ୍ତି। ଆଞ୍ଜାପାଲି ନାଲ୍‌ଗୋଣ୍ଡାରେ ଥିବା ସମୟରେ ଗୁଣିଗାରେଡି ସନ୍ଦେହରେ ଜଣେ ୫୫ ବର୍ଷୀୟା ମହିଳାଙ୍କ ଦେହରେ ନିଆଁ ଲଗାଇ ପାଖ ଗାଁ ଲୋକେ ମାରିଦେବା ପରେ ଏହା ବିରୋଧରେ ସଚେତନତା ଆଣିବା ପାଇଁ ସେ ପ୍ରଥମେ ଗୀତ ବୋଲିବା ଆରମ୍ଭ କରିଥିଲେ। ସଡକ ସୁରକ୍ଷା, ସାଇବର କ୍ରାଇମ୍‌ ଓ ସମାଜର ବିଭିନ୍ନ ସମସ୍ୟା ବିରୋଧରେ ସଚେତନତା ଆଣିବା ପାଇଁ ଆଞ୍ଜାପାଲି ୧୫ଟି ଗୀତ ଓ ୫୦ଟି ଭିଡିଓ ପ୍ରସ୍ତୁତ କରିସାରିଲେଣି। ଟ୍ରାଫିକ ନିୟମ ଉପରେ ଲୋକମାନଙ୍କୁ ବି ସେ ଗୀତ ମାଧ୍ୟମରେ ସଚେତନ କରାଉଛନ୍ତି। ତେଲୁଗୁ, କନ୍ନଡ ଓ ହିନ୍ଦୀରେ ଏହି ଗୀତ ବୋଲୁଛନ୍ତି। ଆଉ ୧୦ଟି ଭାଷାରେ ସେ ଏହାକୁ ପ୍ରସ୍ତୁତ କରିବା ଲାଗି ଲକ୍ଷ୍ୟ ମଧ୍ୟ ରଖିଛନ୍ତି ।
ଏହି ଟ୍ରାଫିକ ଅଫିସର ନିଜେ ରାସ୍ତା ମରାମତି କରୁଛନ୍ତି। ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିମାନଙ୍କୁ ତୁରନ୍ତ ରକ୍ତଦାନ କରି ୮୦ ଜଣଙ୍କ ଜୀବନ ବି ବଞ୍ଚାଇପାରିଛନ୍ତି। ଏହି ସେଲିବ୍ରିଟି ପୋଲିସ ଅଫିସର ତେଲେଙ୍ଗାନାର ‘ପୋଲିସ ଆନ୍ନା’ ଭାବେ ପରିଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଆକାଶ କଇଁଆ ଚିଲିକା ମାଛ

ଆଧୁନିକ ସମାଜ ବିପର୍ଯ୍ୟୟର ବିବିଧ କାରଣ ଥିଲା ବେଳେ ନିଶାଗ୍ରସ୍ତ ସମାଜ ଏକ ପ୍ରମୁଖ କାରଣ। ନିଶା ଘର ଉଜାଡୁଛି, ଅକର୍ମଣ୍ୟ କରୁଛି, ଜୀବନ ମଧ୍ୟ ନେଉଛି।…

ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବିଜେ

ଶ୍ରୀଜଗନ୍ନାଥଙ୍କର ପହଣ୍ଡି ବିଜେ ଉପରେ ଆଲୋଚନା କରିବା ପୂର୍ବରୁ ଆମକୁ ପ୍ରଥମେ ବୁଝିବାକୁ ହେବ ଯେ, ପହଣ୍ଡି ବିଜେ କ’ଣ? ଅତି ସରଳଭାଷାରେ ବୁଝାଇ କହିଲେ ଜଣାଯିବ…

ଗଣତନ୍ତ୍ର ବିରୋଧୀ ଭାବନା

ବିଂଶ ଶତାବ୍ଦୀର ରାଜନୈତିକ ବିପର୍ଯ୍ୟୟଗୁଡ଼ିକରୁ ମିଳିଥିବା ଏକ ପ୍ରମୁଖ ଶିକ୍ଷା ଆପାତତଃ ବିରୋଧାଭାସପୂର୍ଣ୍ଣ ମନେହୁଏ। ତାହା ହେଉଛି, ଯେଉଁମାନେ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଚତୁରତାର ସହ ବ୍ୟବହାର କରି…

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri