ଇଲେକ୍ଟୋରାଲ ବଣ୍ଡ୍‌: ସରକାର ସତ ମାନିଲେ

ନୀତୀନ ସେଠୀ

ରାଜନୈତିକ ଦଳଗୁଡ଼ିକୁ ପାଣ୍ଠି ଯୋଗାଣରେ ସ୍ବଚ୍ଛତା ରକ୍ଷା କରାଗଲେ ପରେ ରାଜନୈତିକ ଆକ୍ରୋଶର ଶିକାର ହେବାକୁ ପଡ଼ିପାରେ ବୋଲି ଆଶଙ୍କା କରି ଦାତାମାନେ ଗୋପନୀୟତାଯୁକ୍ତ ଇଲେକ୍ଟୋରାଲ ବଣ୍ଡ୍‌ ପାଇଁ ଦାବି କରିଆସୁଥିଲେ ବୋଲି ମୋଦି ସରକାର ବାରମ୍ବାର କହି ଆସୁଥିଲେ। କିନ୍ତୁ ଏକ ଆର୍‌ଟିଆଇ ଆବେଦନ ମାଧ୍ୟମରେ ମିଳିଥିବା ତଥ୍ୟରୁ ଏହା ମିଛ ବୋଲି ଜଣାପଡ଼ିଛି।
୨୦୧୭ରେ ତତ୍କାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ଯେତେବେଳେ ଇଲେକ୍ଟୋରାଲ ବଣ୍ଡ୍‌ ଉନ୍ମୋଚନ କଲେ, ଯାହାଦ୍ୱାରା ବେନାମୀ ସଂସ୍ଥାଗୁଡ଼ିକ ରାଜନୈତିକ ଦଳଗୁଡ଼ିକୁ ପାଣ୍ଠି ଯୋଗାଇପାରିବେ, ସେତେବେଳେ ସେ କହିଥିଲେ ଯେ, ଦାତାମାନେ ଚେକ୍‌ ମାଧ୍ୟମରେ ବା ଅନ୍ୟ କୌଣସି ସ୍ବଚ୍ଛ ମାଧ୍ୟମରେ ଟଙ୍କା ଦେବାକୁ ଚାହୁଁ ନାହାନ୍ତି। କାରଣ ଏହାଦ୍ୱାରା ତାଙ୍କ ପରିଚୟ ଜଣାପଡ଼ିଯିବ ଏବଂ ସେଥିପାଇଁ ପରେ ଦୁଷ୍ପରିଣାମ ଭୋଗିବାକୁ ପଡ଼ିପାରେ। ସେବେଠାରୁ ଶାସକ ଭାରତୀୟ ଜନତା ପାର୍ଟି (ଭାଜପା) ଦାତାଙ୍କ ନାମ ଗୋପନ ରଖିବା ସପକ୍ଷରେ ଦାବି କରି ଆସୁଥିଲା। ଗୁରୁବାର କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ ଏକ ଖବରଦାତା ସମ୍ମିଳନୀରେ ସେହି ଯୁକ୍ତି ଉତ୍ଥାପନ କରି କହିଥିଲେ ଯେ, ଦାତାମାନେ ସେମାନଙ୍କ ନାମ ଗୋପନ ରଖିବାକୁ ଚାହୁଁଛନ୍ତି।
ଜେଟ୍‌ଲୀଙ୍କ ବଜେଟ ଭାଷଣର ତିନିବର୍ଷ ଭିତରେ ବେନାମୀ ଦାତାମାନେ ୬,୧୦୮.୪୭ କୋଟି ଟଙ୍କା ରାଜନୈତିକ ଦଳଗୁଡ଼ିକୁ ଦାନ କରିଛନ୍ତି। ବର୍ତ୍ତମାନ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସ୍ବୀକାର କରାଯାଇଛି ଯେ, କୌଣସି ଦାତା ରାଜନୈତିକ ପାଣ୍ଠି ଯୋଗାଣ ଲାଗି ଏକ ଅସ୍ବଚ୍ଛ ବ୍ୟବସ୍ଥା ପ୍ରବର୍ତ୍ତନ କରିବାକୁ ସରକାରଙ୍କୁ କହିନାହାନ୍ତି। ଭେଙ୍କଟେଶ ନାୟକଙ୍କ ଦ୍ୱାରା ଆଗତ ଏକ ଆର୍‌ଟିଆଇ ଆବେଦନର ଉତ୍ତର ଦେଇ ମନ୍ତ୍ରଣାଳୟ ସ୍ବୀକାର କରିଛି ଯେ, ଏପରି ଅସ୍ବଚ୍ଛ ବ୍ୟବସ୍ଥା ପ୍ରବର୍ତ୍ତନ ପାଇଁ କୌଣସି ଦାତା କୌଣସି ରିପ୍ରେଜେଣ୍ଟେନ ବା ପିଟିଶନ ଦାଖଲ କରି ନ ଥିଲେ ବା କୌଣସି ଚିଠି ଦେଇ ନ ଥିଲେ। ନଭେମ୍ବର ୪ ତାରିଖରେ ଉକ୍ତ ଆର୍‌ଟିଆଇ ଆବେଦନର ଉତ୍ତର ଦେଇ ଅଣ୍ଡର ସେକ୍ରେଟାରୀ ଶୋଭା ବାସିଲ କହିଛନ୍ତି ଯେ, ଆନୁଷ୍ଠାନିକ ଭାବେ ଦାତାଙ୍କ ପକ୍ଷରୁ ଏପରି କୌଣସି ଦାବି ଉତ୍ଥାପନ କରାଯାଇ ନ ଥିଲା। ତେବେ ମନ୍ତ୍ରଣାଳୟ ସ୍ବଇଚ୍ଛାରେ ଉତ୍ତର ଦେଇ ନ ଥିଲା ବରଂ ଉତ୍ତର ଦେବାକୁ ବାଧ୍ୟ ହୋଇଥିଲା। ଜୁଲାଇ ୨୦୧୭ରେ ନାୟକ ଉକ୍ତ ଆବେଦନ କରିଥିଲେ। ଆଇନ ଅନୁସାରେ ୩୦ ଦିନ ଭିତରେ ମନ୍ତ୍ରଣାଳୟ ତା’ର ଉତ୍ତର ଦେବା କଥା। କିନ୍ତୁ ମାସେ କାଳ ମନ୍ତ୍ରଣାଳୟ ଉତ୍ତର ନ ଦେଇ ଚୁପ୍‌ ରହିଲା। ଯେତେବେଳେ ନାୟକ ଏହି ବିଳମ୍ବ ବିରୋଧରେ ଅପିଲ କଲେ, ସେତେବେଳେ ମନ୍ତ୍ରଣାଳୟ ଅଧିକ ବିଳମ୍ବ କରିବା ପାଇଁ ଅନ୍ୟ କୌଶଳ ଅବଲମ୍ବନ କଲା। ନାୟକଙ୍କ ଆବେଦନ ଗୋଟିଏ ବିଭାଗରୁ ଅନ୍ୟ ବିଭାଗକୁ ପାଞ୍ଚମାସ ଧରି ବୁଲିଲା। ନାୟକ ଶେଷରେ ଜାନୁୟାରୀ ୨୦୧୮ରେ କେନ୍ଦ୍ରୀୟ ସୂଚନା ଆୟୋଗଙ୍କ ଦ୍ୱାରସ୍ଥ ହେଲେ। ଆୟୋଗ ମନ୍ତ୍ରଣାଳୟକୁ ତୁରନ୍ତ ଉତ୍ତର ଦେବାକୁ ଆଦେଶ ଦେଲେ। ଶେଷରେ ନାୟକ ତାଙ୍କ ଆବେଦନର ଉତ୍ତର ପାଇବା ଲାଗି ଆହୁରି ବର୍ଷେ ୧୦ ମାସ ସମୟ ଲାଗିଲା ଏବଂ କୌଣସି ଦାତା ଗୋପନୀୟ ଇଲେକ୍ଟୋରାଲ ବଣ୍ଡ୍‌ ଲାଗି ଅନୁରୋଧ କରି ନ ଥିଲେ ବୋଲି ମନ୍ତ୍ରଣାଳୟ ଉତ୍ତର ଦେଲା। ସୁତରାଂ ଇଲେକ୍ଟୋରାଲ ବଣ୍ଡ୍‌କୁ ଯୁକ୍ତିଯୁକ୍ତ ଦର୍ଶାଇବା ପାଇଁ ଜେଟ୍‌ଲୀ ପାର୍ଲାମେଣ୍ଟରେ ମିଛ କହିଥିଲେ।
ନିର୍ବାଚନୀ ପାଣ୍ଠି ଯୋଗାଣରେ ସ୍ବଚ୍ଛତା ରକ୍ଷା ପାଇଁ ସରକାର ଇଲେକ୍ଟୋରାଲ ବଣ୍ଡ୍‌ ବ୍ୟବସ୍ଥାର ପ୍ରଚଳନ କରିଛନ୍ତି ବୋଲି ଭାଜପା ଯାହା କହିଆସୁଥିଲା, ତାହା ସ୍ବଚ୍ଛତା କର୍ମୀ କମୋଡୋର ଲୋକୋଶ ବାତ୍ରାଙ୍କ ଦ୍ୱାରା ଆର୍‌ଟିଆଇ ଆବେଦନ ମାଧ୍ୟମରେ ପ୍ରାପ୍ତ ଦଲିଲ ତଥା ନାୟକଙ୍କ ଦ୍ୱାରା ପ୍ରାପ୍ତ ଉତ୍ତରରୁ ଜଣାପଡ଼ିଛି।
୨୦୧୩ରେ ସିଆଇସି ସମସ୍ତ ରାଜନୈତିକ ଦଳକୁ ଆର୍‌ଟିଆଇ ଆଇନ ଅଧୀନକୁ ଆଣିବା ପାଇଁ ଆଦେଶ ଦେଇଥିଲେ। ତାହା ଯଦି ସବୁ ଦଳ ଗ୍ରହଣ କରିଥାନ୍ତେ ତା’ହେଲେ ରାଜନୈତିକ ପାଣ୍ଠି ଯୋଗାଣରେ ସ୍ବଚ୍ଛତା ରକ୍ଷା ହୋଇଥାନ୍ତା ବୋଲି ବାତ୍ରା କହିଛନ୍ତି। ବର୍ତ୍ତମାନ ରାଜନୈତିକ ପାଣ୍ଠି ଯୋଗାଣରେ ସ୍ବଚ୍ଛତା ରକ୍ଷା ଲାଗି ଅର୍ଥମନ୍ତ୍ରୀଙ୍କ ପ୍ରସ୍ତାବରେ କେତେ ସ୍ବଚ୍ଛତା ରହିଛି, ତାହା ସ୍ପଷ୍ଟ ହୋଇଯାଇଛି ବୋଲି ସେ କହିଛନ୍ତି।
ବାତ୍ରାଙ୍କ ଆର୍‌ଟିଆଇ ଆବେଦନ ମାଧ୍ୟମରେ ପ୍ରାପ୍ତ ଦଲିଲରୁ ଜଣାପଡ଼ିଛି କିପରି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ), ନିର୍ବାଚନ କମିଶନ (ଇସି) ଏବଂ କେତେକ ରାଜନୈତିକ ଦଳ ଇଲେକ୍ଟୋରାଲ ବଣ୍ଡ୍‌କୁ ବିରୋଧ କରୁଥିଲେ। ଦଲିଲଗୁଡ଼ିକରୁ ଜଣାପଡ଼ିଛି କିପରି ମୋଦି ସରକାର ବଣ୍ଡ୍‌ ସମ୍ପର୍କରେ ପାର୍ଲାମେଣ୍ଟରେ ମିଛ କହିଛନ୍ତି ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଇଲେକ୍ଟୋରାଲ ବଣ୍ଡ୍‌ ବିକ୍ରି ପାଇଁ ଅସମୟରେ ସ୍ବତନ୍ତ୍ର ୱିଣ୍ଡୋ ଖୋଲିବା ପାଇଁ ଅର୍ଥ ମନ୍ତ୍ରଣାଳୟକୁ କହିଥିଲା ଏବଂ ଅର୍ଥ ମନ୍ତ୍ରଣାଳୟ ମିଆଦୋତ୍ତୀର୍ଣ୍ଣ ବଣ୍ଡ୍‌କୁ ଅନୁମତି ଦେଇ ନିଜ ନିୟମକୁ ଭାଙ୍ଗିଥିଲା। ଏହିସବୁ କାରସାଦି ଧରାପଡ଼ିବା ପରେ ଅନେକ ପ୍ରଶ୍ନ ମନକୁ ଆସୁଛି। ଅର୍ଥ ମନ୍ତ୍ରଣାଳୟର କେଉଁ ବିଭାଗ ମୁଣ୍ଡରେ କିପରି ଇଲେକ୍ଟୋରାଲ ବଣ୍ଡ୍‌ର ଚିନ୍ତାଧାରା ପଶିଥିଲା? ଇଲେକ୍ଟୋରାଲ ବଣ୍ଡ୍‌କୁ କାର୍ଯ୍ୟକାରୀ କରିବା ପାଇଁ ବିଭିନ୍ନ ଆଇନର ସଂଶୋଧନ ଲାଗି ଆଇନ ମନ୍ତ୍ରଣାଳୟ ସହ ପରାମର୍ଶ କରାଯାଇଥିଲା କି? ଇଲେକ୍ଟୋରାଲ ବଣ୍ଡ୍‌କୁ ବିରୋଧ କରି ନିର୍ବାଚନ କମିଶନ ଯେଉଁ ଚିଠି ଦେଇଥିଲା ବର୍ଷାଧିକ କାଳ ଧରି ସରକାର ତା’ର ଉତ୍ତର ଦେଇ ନ ଥିବାରୁ ନିର୍ବାଚନ କମିଶନ ସେ ସମ୍ପର୍କରେ ସରକାରଙ୍କୁ ପୁନଃସ୍ମରଣ କରାଇଲା ନାହିଁ କାହିଁକି ଓ କାହିଁକି ଚୁପ୍‌ ରହିଲା? ସରକାର ନିର୍ବାଚନ କମିଶନ୍‌ର ଚିଠିର ଉତ୍ତର ନ ଦେଇ ତାକୁ ଚାପିଦେଇଥିଲେ କାହିଁକି? (ସୌଜନ୍ୟ: ହଫିଙ୍ଗ୍‌ଟନ ପୋଷ୍ଟ)
moruoak00@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଆକାଶ କଇଁଆ ଚିଲିକା ମାଛ

ଆଧୁନିକ ସମାଜ ବିପର୍ଯ୍ୟୟର ବିବିଧ କାରଣ ଥିଲା ବେଳେ ନିଶାଗ୍ରସ୍ତ ସମାଜ ଏକ ପ୍ରମୁଖ କାରଣ। ନିଶା ଘର ଉଜାଡୁଛି, ଅକର୍ମଣ୍ୟ କରୁଛି, ଜୀବନ ମଧ୍ୟ ନେଉଛି।…

ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବିଜେ

ଶ୍ରୀଜଗନ୍ନାଥଙ୍କର ପହଣ୍ଡି ବିଜେ ଉପରେ ଆଲୋଚନା କରିବା ପୂର୍ବରୁ ଆମକୁ ପ୍ରଥମେ ବୁଝିବାକୁ ହେବ ଯେ, ପହଣ୍ଡି ବିଜେ କ’ଣ? ଅତି ସରଳଭାଷାରେ ବୁଝାଇ କହିଲେ ଜଣାଯିବ…

ଗଣତନ୍ତ୍ର ବିରୋଧୀ ଭାବନା

ବିଂଶ ଶତାବ୍ଦୀର ରାଜନୈତିକ ବିପର୍ଯ୍ୟୟଗୁଡ଼ିକରୁ ମିଳିଥିବା ଏକ ପ୍ରମୁଖ ଶିକ୍ଷା ଆପାତତଃ ବିରୋଧାଭାସପୂର୍ଣ୍ଣ ମନେହୁଏ। ତାହା ହେଉଛି, ଯେଉଁମାନେ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଚତୁରତାର ସହ ବ୍ୟବହାର କରି…

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri