ଇଲେକ୍ଟୋରାଲ ବଣ୍ଡ୍‌: ସରକାର ସତ ମାନିଲେ

ନୀତୀନ ସେଠୀ

ରାଜନୈତିକ ଦଳଗୁଡ଼ିକୁ ପାଣ୍ଠି ଯୋଗାଣରେ ସ୍ବଚ୍ଛତା ରକ୍ଷା କରାଗଲେ ପରେ ରାଜନୈତିକ ଆକ୍ରୋଶର ଶିକାର ହେବାକୁ ପଡ଼ିପାରେ ବୋଲି ଆଶଙ୍କା କରି ଦାତାମାନେ ଗୋପନୀୟତାଯୁକ୍ତ ଇଲେକ୍ଟୋରାଲ ବଣ୍ଡ୍‌ ପାଇଁ ଦାବି କରିଆସୁଥିଲେ ବୋଲି ମୋଦି ସରକାର ବାରମ୍ବାର କହି ଆସୁଥିଲେ। କିନ୍ତୁ ଏକ ଆର୍‌ଟିଆଇ ଆବେଦନ ମାଧ୍ୟମରେ ମିଳିଥିବା ତଥ୍ୟରୁ ଏହା ମିଛ ବୋଲି ଜଣାପଡ଼ିଛି।
୨୦୧୭ରେ ତତ୍କାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ଯେତେବେଳେ ଇଲେକ୍ଟୋରାଲ ବଣ୍ଡ୍‌ ଉନ୍ମୋଚନ କଲେ, ଯାହାଦ୍ୱାରା ବେନାମୀ ସଂସ୍ଥାଗୁଡ଼ିକ ରାଜନୈତିକ ଦଳଗୁଡ଼ିକୁ ପାଣ୍ଠି ଯୋଗାଇପାରିବେ, ସେତେବେଳେ ସେ କହିଥିଲେ ଯେ, ଦାତାମାନେ ଚେକ୍‌ ମାଧ୍ୟମରେ ବା ଅନ୍ୟ କୌଣସି ସ୍ବଚ୍ଛ ମାଧ୍ୟମରେ ଟଙ୍କା ଦେବାକୁ ଚାହୁଁ ନାହାନ୍ତି। କାରଣ ଏହାଦ୍ୱାରା ତାଙ୍କ ପରିଚୟ ଜଣାପଡ଼ିଯିବ ଏବଂ ସେଥିପାଇଁ ପରେ ଦୁଷ୍ପରିଣାମ ଭୋଗିବାକୁ ପଡ଼ିପାରେ। ସେବେଠାରୁ ଶାସକ ଭାରତୀୟ ଜନତା ପାର୍ଟି (ଭାଜପା) ଦାତାଙ୍କ ନାମ ଗୋପନ ରଖିବା ସପକ୍ଷରେ ଦାବି କରି ଆସୁଥିଲା। ଗୁରୁବାର କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ ଏକ ଖବରଦାତା ସମ୍ମିଳନୀରେ ସେହି ଯୁକ୍ତି ଉତ୍ଥାପନ କରି କହିଥିଲେ ଯେ, ଦାତାମାନେ ସେମାନଙ୍କ ନାମ ଗୋପନ ରଖିବାକୁ ଚାହୁଁଛନ୍ତି।
ଜେଟ୍‌ଲୀଙ୍କ ବଜେଟ ଭାଷଣର ତିନିବର୍ଷ ଭିତରେ ବେନାମୀ ଦାତାମାନେ ୬,୧୦୮.୪୭ କୋଟି ଟଙ୍କା ରାଜନୈତିକ ଦଳଗୁଡ଼ିକୁ ଦାନ କରିଛନ୍ତି। ବର୍ତ୍ତମାନ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସ୍ବୀକାର କରାଯାଇଛି ଯେ, କୌଣସି ଦାତା ରାଜନୈତିକ ପାଣ୍ଠି ଯୋଗାଣ ଲାଗି ଏକ ଅସ୍ବଚ୍ଛ ବ୍ୟବସ୍ଥା ପ୍ରବର୍ତ୍ତନ କରିବାକୁ ସରକାରଙ୍କୁ କହିନାହାନ୍ତି। ଭେଙ୍କଟେଶ ନାୟକଙ୍କ ଦ୍ୱାରା ଆଗତ ଏକ ଆର୍‌ଟିଆଇ ଆବେଦନର ଉତ୍ତର ଦେଇ ମନ୍ତ୍ରଣାଳୟ ସ୍ବୀକାର କରିଛି ଯେ, ଏପରି ଅସ୍ବଚ୍ଛ ବ୍ୟବସ୍ଥା ପ୍ରବର୍ତ୍ତନ ପାଇଁ କୌଣସି ଦାତା କୌଣସି ରିପ୍ରେଜେଣ୍ଟେନ ବା ପିଟିଶନ ଦାଖଲ କରି ନ ଥିଲେ ବା କୌଣସି ଚିଠି ଦେଇ ନ ଥିଲେ। ନଭେମ୍ବର ୪ ତାରିଖରେ ଉକ୍ତ ଆର୍‌ଟିଆଇ ଆବେଦନର ଉତ୍ତର ଦେଇ ଅଣ୍ଡର ସେକ୍ରେଟାରୀ ଶୋଭା ବାସିଲ କହିଛନ୍ତି ଯେ, ଆନୁଷ୍ଠାନିକ ଭାବେ ଦାତାଙ୍କ ପକ୍ଷରୁ ଏପରି କୌଣସି ଦାବି ଉତ୍ଥାପନ କରାଯାଇ ନ ଥିଲା। ତେବେ ମନ୍ତ୍ରଣାଳୟ ସ୍ବଇଚ୍ଛାରେ ଉତ୍ତର ଦେଇ ନ ଥିଲା ବରଂ ଉତ୍ତର ଦେବାକୁ ବାଧ୍ୟ ହୋଇଥିଲା। ଜୁଲାଇ ୨୦୧୭ରେ ନାୟକ ଉକ୍ତ ଆବେଦନ କରିଥିଲେ। ଆଇନ ଅନୁସାରେ ୩୦ ଦିନ ଭିତରେ ମନ୍ତ୍ରଣାଳୟ ତା’ର ଉତ୍ତର ଦେବା କଥା। କିନ୍ତୁ ମାସେ କାଳ ମନ୍ତ୍ରଣାଳୟ ଉତ୍ତର ନ ଦେଇ ଚୁପ୍‌ ରହିଲା। ଯେତେବେଳେ ନାୟକ ଏହି ବିଳମ୍ବ ବିରୋଧରେ ଅପିଲ କଲେ, ସେତେବେଳେ ମନ୍ତ୍ରଣାଳୟ ଅଧିକ ବିଳମ୍ବ କରିବା ପାଇଁ ଅନ୍ୟ କୌଶଳ ଅବଲମ୍ବନ କଲା। ନାୟକଙ୍କ ଆବେଦନ ଗୋଟିଏ ବିଭାଗରୁ ଅନ୍ୟ ବିଭାଗକୁ ପାଞ୍ଚମାସ ଧରି ବୁଲିଲା। ନାୟକ ଶେଷରେ ଜାନୁୟାରୀ ୨୦୧୮ରେ କେନ୍ଦ୍ରୀୟ ସୂଚନା ଆୟୋଗଙ୍କ ଦ୍ୱାରସ୍ଥ ହେଲେ। ଆୟୋଗ ମନ୍ତ୍ରଣାଳୟକୁ ତୁରନ୍ତ ଉତ୍ତର ଦେବାକୁ ଆଦେଶ ଦେଲେ। ଶେଷରେ ନାୟକ ତାଙ୍କ ଆବେଦନର ଉତ୍ତର ପାଇବା ଲାଗି ଆହୁରି ବର୍ଷେ ୧୦ ମାସ ସମୟ ଲାଗିଲା ଏବଂ କୌଣସି ଦାତା ଗୋପନୀୟ ଇଲେକ୍ଟୋରାଲ ବଣ୍ଡ୍‌ ଲାଗି ଅନୁରୋଧ କରି ନ ଥିଲେ ବୋଲି ମନ୍ତ୍ରଣାଳୟ ଉତ୍ତର ଦେଲା। ସୁତରାଂ ଇଲେକ୍ଟୋରାଲ ବଣ୍ଡ୍‌କୁ ଯୁକ୍ତିଯୁକ୍ତ ଦର୍ଶାଇବା ପାଇଁ ଜେଟ୍‌ଲୀ ପାର୍ଲାମେଣ୍ଟରେ ମିଛ କହିଥିଲେ।
ନିର୍ବାଚନୀ ପାଣ୍ଠି ଯୋଗାଣରେ ସ୍ବଚ୍ଛତା ରକ୍ଷା ପାଇଁ ସରକାର ଇଲେକ୍ଟୋରାଲ ବଣ୍ଡ୍‌ ବ୍ୟବସ୍ଥାର ପ୍ରଚଳନ କରିଛନ୍ତି ବୋଲି ଭାଜପା ଯାହା କହିଆସୁଥିଲା, ତାହା ସ୍ବଚ୍ଛତା କର୍ମୀ କମୋଡୋର ଲୋକୋଶ ବାତ୍ରାଙ୍କ ଦ୍ୱାରା ଆର୍‌ଟିଆଇ ଆବେଦନ ମାଧ୍ୟମରେ ପ୍ରାପ୍ତ ଦଲିଲ ତଥା ନାୟକଙ୍କ ଦ୍ୱାରା ପ୍ରାପ୍ତ ଉତ୍ତରରୁ ଜଣାପଡ଼ିଛି।
୨୦୧୩ରେ ସିଆଇସି ସମସ୍ତ ରାଜନୈତିକ ଦଳକୁ ଆର୍‌ଟିଆଇ ଆଇନ ଅଧୀନକୁ ଆଣିବା ପାଇଁ ଆଦେଶ ଦେଇଥିଲେ। ତାହା ଯଦି ସବୁ ଦଳ ଗ୍ରହଣ କରିଥାନ୍ତେ ତା’ହେଲେ ରାଜନୈତିକ ପାଣ୍ଠି ଯୋଗାଣରେ ସ୍ବଚ୍ଛତା ରକ୍ଷା ହୋଇଥାନ୍ତା ବୋଲି ବାତ୍ରା କହିଛନ୍ତି। ବର୍ତ୍ତମାନ ରାଜନୈତିକ ପାଣ୍ଠି ଯୋଗାଣରେ ସ୍ବଚ୍ଛତା ରକ୍ଷା ଲାଗି ଅର୍ଥମନ୍ତ୍ରୀଙ୍କ ପ୍ରସ୍ତାବରେ କେତେ ସ୍ବଚ୍ଛତା ରହିଛି, ତାହା ସ୍ପଷ୍ଟ ହୋଇଯାଇଛି ବୋଲି ସେ କହିଛନ୍ତି।
ବାତ୍ରାଙ୍କ ଆର୍‌ଟିଆଇ ଆବେଦନ ମାଧ୍ୟମରେ ପ୍ରାପ୍ତ ଦଲିଲରୁ ଜଣାପଡ଼ିଛି କିପରି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ), ନିର୍ବାଚନ କମିଶନ (ଇସି) ଏବଂ କେତେକ ରାଜନୈତିକ ଦଳ ଇଲେକ୍ଟୋରାଲ ବଣ୍ଡ୍‌କୁ ବିରୋଧ କରୁଥିଲେ। ଦଲିଲଗୁଡ଼ିକରୁ ଜଣାପଡ଼ିଛି କିପରି ମୋଦି ସରକାର ବଣ୍ଡ୍‌ ସମ୍ପର୍କରେ ପାର୍ଲାମେଣ୍ଟରେ ମିଛ କହିଛନ୍ତି ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଇଲେକ୍ଟୋରାଲ ବଣ୍ଡ୍‌ ବିକ୍ରି ପାଇଁ ଅସମୟରେ ସ୍ବତନ୍ତ୍ର ୱିଣ୍ଡୋ ଖୋଲିବା ପାଇଁ ଅର୍ଥ ମନ୍ତ୍ରଣାଳୟକୁ କହିଥିଲା ଏବଂ ଅର୍ଥ ମନ୍ତ୍ରଣାଳୟ ମିଆଦୋତ୍ତୀର୍ଣ୍ଣ ବଣ୍ଡ୍‌କୁ ଅନୁମତି ଦେଇ ନିଜ ନିୟମକୁ ଭାଙ୍ଗିଥିଲା। ଏହିସବୁ କାରସାଦି ଧରାପଡ଼ିବା ପରେ ଅନେକ ପ୍ରଶ୍ନ ମନକୁ ଆସୁଛି। ଅର୍ଥ ମନ୍ତ୍ରଣାଳୟର କେଉଁ ବିଭାଗ ମୁଣ୍ଡରେ କିପରି ଇଲେକ୍ଟୋରାଲ ବଣ୍ଡ୍‌ର ଚିନ୍ତାଧାରା ପଶିଥିଲା? ଇଲେକ୍ଟୋରାଲ ବଣ୍ଡ୍‌କୁ କାର୍ଯ୍ୟକାରୀ କରିବା ପାଇଁ ବିଭିନ୍ନ ଆଇନର ସଂଶୋଧନ ଲାଗି ଆଇନ ମନ୍ତ୍ରଣାଳୟ ସହ ପରାମର୍ଶ କରାଯାଇଥିଲା କି? ଇଲେକ୍ଟୋରାଲ ବଣ୍ଡ୍‌କୁ ବିରୋଧ କରି ନିର୍ବାଚନ କମିଶନ ଯେଉଁ ଚିଠି ଦେଇଥିଲା ବର୍ଷାଧିକ କାଳ ଧରି ସରକାର ତା’ର ଉତ୍ତର ଦେଇ ନ ଥିବାରୁ ନିର୍ବାଚନ କମିଶନ ସେ ସମ୍ପର୍କରେ ସରକାରଙ୍କୁ ପୁନଃସ୍ମରଣ କରାଇଲା ନାହିଁ କାହିଁକି ଓ କାହିଁକି ଚୁପ୍‌ ରହିଲା? ସରକାର ନିର୍ବାଚନ କମିଶନ୍‌ର ଚିଠିର ଉତ୍ତର ନ ଦେଇ ତାକୁ ଚାପିଦେଇଥିଲେ କାହିଁକି? (ସୌଜନ୍ୟ: ହଫିଙ୍ଗ୍‌ଟନ ପୋଷ୍ଟ)
moruoak00@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

ଏଇ ଭାରତରେ

ଗୁଆଗଛର ବ୍ୟବସାୟିକ ଦିଗକୁ ଭଲ ଭାବେ ଠାବ କରିଛନ୍ତି କର୍ନାଟକର ସୁରେଶ ଏସ୍‌.ଆର୍‌। ସେ ଓ ତାଙ୍କ ସ୍ତ୍ରୀ ମୈଥିଲି ମିଶି ଗୁଆଗଛରୁ ଏକ ପ୍ରକାର...

ବିଶେଷଣ ଭେଳିକି

ଧ୍ରୁବ ଚରଣ ଘିବେଲା ସତର ପରିଭାଷା ଯଦି ସମାଲୋଚନା, ତେବେ ମିଛର ପରିଭାଷା କ’ଣ ହୋଇପାରେ? ଯାହାଙ୍କ ଭାଷାରେ ସତ ହୁଏ ସମାଲୋଚନା, ସେଇମାନଙ୍କ ତୁଣ୍ଡରେ...

ଓଡ଼ିଆ ଜାତି ଓ ପୋଥି ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ ଆମ ଦେଶରେ କାଗଜ ପ୍ରଚଳନ ପୂର୍ବରୁ ତାଳପତ୍ର ଥିଲା ଏକ ପ୍ରମୁଖ ଲିଖନ ସାମଗ୍ରୀ। ସେତେବେଳେ ଲୌହ ଲେଖନୀ ଦ୍ୱାରା...

ଜୀବନକୁ ପାଣିଛଡ଼ାଇ

ଚଳିତ ମାସ ୧୯ ତାରିଖରେ ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଏକ ଡଙ୍ଗା ବୁଡ଼ିଯିବାରୁ ୮ ଜଣଙ୍କ ପ୍ରାଣହାନି ଘଟିଯାଇଛି। ଛତିଶଗଡ଼ ଅତର୍ଲିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri