ଏଇ ଭାରତରେ

ଜଣେ ଚିତ୍ରକର ନିଜକୁ ମହାକାଶଚାରୀ ବେଶରେ ସଜେଇ ପଥୁରିଆ ସ୍ଥାନରେ ଚାଲି ଚନ୍ଦ୍ରପୃଷ୍ଠରେ ଚାଲିବାର ଭ୍ରମ ସୃଷ୍ଟି କରିଛନ୍ତି ଅନ୍ୟମାନଙ୍କ ମନରେ। ଏପରି ଏକ ଘଟଣା ଘଟିଛି ବେଙ୍ଗାଲୁରୁଠାରେ। ବେଙ୍ଗାଲୁରୁର ଟୁଙ୍ଗାନଗର ମୁଖ୍ୟରାସ୍ତା ପାର୍ଶ୍ୱରେ ପଡେ ଏଭଳି ଅନେକ ପୋଥୋଲ୍ସ (ପଥରରେ ବଡ଼ ବଡ଼ ଗର୍ତ୍ତ)। ତେଣୁ ଏହି ଅଞ୍ଚଳ ସହିତ ସଂଯୋଗକାରୀ ସଡ଼କ ନିର୍ମାଣ କରାଯିବା ଅସମ୍ଭବ। ତେବେ ମହାକାଶଚାରୀ ବେଶରେ ଏହି ବ୍ୟକ୍ତି ମହାଶୂନ୍ୟରେ ଚାଲିବା ସ୍ଥାନୀୟ ଲୋକଙ୍କୁ ସ୍ତବ୍ଧ କରିଛି। ବାଦଲ ନଞ୍ଜୁଦସ୍ବାମୀ ନାମକ ଏହି ଚିତ୍ରକର ଅନେକ ସମୟରେ ନିଜ ଚିତ୍ରକଳା ମାଧ୍ୟମରେ ବିଭିନ୍ନ କ୍ଷେତ୍ରରେ ଦୋଷତ୍ରୁଟି ଦର୍ଶାଇ ସ୍ବର ଉତ୍ତୋଳନ କରିବା ସହିତ ଗଣମାଧ୍ୟମରେ ଚର୍ଚ୍ଚିତ ହୁଅନ୍ତି। ସେ ମହାକାଶଚାରୀ ବେଶରେ ବେଙ୍ଗାଲୁରୁର ଉପରୋକ୍ତ ଅଞ୍ଚଳରେ ଚାଲିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଅଞ୍ଚଳର ପଥର ଓ ବାଲୁକାମୟ ଅଞ୍ଚଳ ଚନ୍ଦ୍ରପୃଷ୍ଠର ଭ୍ରମ ସୃଷ୍ଟି କରିଥିଲା। ଉକ୍ତ ବ୍ୟକ୍ତିଙ୍କର ଭିଡିଓକୁ ପାଖାପାଖି ୨୦୦୦ ବ୍ୟକ୍ତି ଲାଇକ୍‌ କରିବା ସହିତ ଅନେକ ମତାମତ ଦେଇଛନ୍ତି। ଜଣେ ଟୁଇଟର୍‌ରେ ଏହା ଉପରେ ମତ ଦେଇ ଲେଖିଛନ୍ତି, ଆଗ୍ନେୟଗିରିଗୁଡିକ ଏତେ ବଡ଼ ଯେ, ଏଗୁଡିକ ଉପରେ ମହାକାଶଚାରୀମାନଙ୍କୁ ସହଜରେ ତାଲିମ ଦିଆଯାଇ ମୁନ୍‌ ମିଶନ୍‌ ସଫଳତା ପାଇଁ ଯୋଜନା ପ୍ରସ୍ତୁତ କରାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ହଜିଯାଉଛି ଭୋଟବ୍ୟାଙ୍କ

ଦିଲ୍ଲୀର ଯନ୍ତରମନ୍ତରରେ ହୋଇଥିବା ଛାତ୍ର ପ୍ରତିବାଦଜନିତ ଅସ୍ବାଭାବିକତା ବିଷୟ ଦେଶବାସୀଙ୍କ ମନରେ ତାଜା ଥିବା ବେଳେ ଅନୁରୂପ ଘଟଣା ଝାଡ଼ଖଣ୍ଡରେ ଦେଖାଯାଇଛି। ଯନ୍ତରମନ୍ତର ଆନ୍ଦୋଳନକାରୀମାନେ ‘ଚଲୋ ସଂସଦ’…

ହାକିମ ହେଲାଣି ଡାକମୁନ୍‌ସୀ

ଜଣେ ବୃଦ୍ଧ ବାପାଙ୍କ ଜୁଇ ପାଖରେ ତାଙ୍କ ସନ୍ତାନ ବୋଇଲେ ତାଙ୍କ ବିବାହିତ ତିନି ଝିଅ ଉପସ୍ଥିତ ରହିପାରିଲେ ନାହିଁ। ଯଦିବା ଉପସ୍ଥିତ ହେଲେ ଆଭାସୀ ମାଧ୍ୟମରେ।…

ଉଦାର ଗଣତନ୍ତ୍ର ପାଇଁ ଭାବନାର ଗୁରୁତ୍ୱ

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ସମ୍ପ୍ରତି ଜେନ୍‌-ଜି ପିଢ଼ିକୁ ଅତ୍ୟଧିକ ଭାବପ୍ରବଣ ବୋଲି ବର୍ଣ୍ଣନା କରି କହିଥିଲେ ଯେ, ସେମାନେ ପ୍ରାୟତଃ…

ସମ୍ଭାବନାର ଉପପାଦ୍ୟ

ବହୁତ ଦିନ ତଳର କଥା। ଥରେ ହରିଣଟିଏ ବାଣୁଆଠାରୁ ନିଜକୁ ରକ୍ଷା କରିବାକୁ ପ୍ରାଣ ବିକଳରେ ଖୁବ୍‌ ଜୋର୍‌ରେ ଦୌଡୁଥାଏ। ବାଣୁଆ ମଧ୍ୟ ହରିଣକୁ ଶିକାର କରିବାକୁ…

ଏଇ ଭାରତରେ

ବଳ ବୟସ ଥିବାବେଳେ ଜଣେ ଅର୍ଥ ସଞ୍ଚୟ କରେ ବାର୍ଦ୍ଧକ୍ୟରେ ତାହା କାମରେ ଆସିବ ବୋଲି। ହେଲେ ଅନେକ ବ୍ୟକ୍ତି ପରିଣତ ବୟସରେ ସେମାନଙ୍କ ସଞ୍ଚିତ କିମ୍ବା…

ବିଷାକ୍ତ ହସ

ଟ୍ରାଫିକ ଛକର ଲାଲବତୀ ସେଦିନ ବାଧ୍ୟ କରିଥିଲା ଦଣ୍ଡେ ଅଟକିଯିବାକୁ। ଇତ୍ୟବସରରେ ହଠାତ୍‌ ଦୃଷ୍ଟିବଦ୍ଧ ହେଲା ଏକ ବିଷମ ବାକ୍ୟ ଉପରେ, ‘ସୁନ୍ଦରୀ ଝିଅଙ୍କ ହସ, ତମ୍ପ…

ସଚ୍ଚୋଟତା: ଏକ ସ୍ବତଃସ୍ଫୂର୍ତ୍ତ ଅଭିବ୍ୟକ୍ତି

ଆଜିର ଦୁନିଆରେ ଅସାଧୁ ବ୍ୟକ୍ତିଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ସଚ୍ଚୋଟ ବା ସାଧୁ ବ୍ୟକ୍ତିଙ୍କ ସଂଖ୍ୟା କମ୍‌ ହେଲେ ମଧ୍ୟ ସେମାନେ ଅଛନ୍ତି ବୋଲି ସଂସାର ଚାଲିଛି।…

ନଗଦକୁ ଫେର

ନଗଦ ଅର୍ଥ କାରବାର ପୁରୁଣାକାଳିଆ ଦେଣନେଣ ବ୍ୟବସ୍ଥା ବୋଲି ଅଭିହିତ କରି ଭାରତ ସରକାର ଡିଜିଟାଲ ପେମେଣ୍ଟକୁ ତ୍ୱରାନ୍ବିତ କରିବା ଲାଗି ଦଶନ୍ଧି ଧରି ଜନସାଧାରଣଙ୍କୁ ଉତ୍ସାହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri