ଆହତ ହାତୀର ଚିକିତ୍ସା କରୁନି ବନବିଭାଗ

ବନ୍ତଳା, ୧୫ା୬(ଡି.ଏନ.ଏ.)ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ପମ୍ପାସର ରେଞ୍ଜ ଲବଙ୍ଗୀ ବିଟ ଜୋକୁବୁ ନାଳ ନିକଟରେ ଏକ ଅଣ୍ଡିରା ହାତୀ ଆହତ ଅବସ୍ଥାରେ ବୁଲୁଛି। ଏହାର ଶରୀରରେ ଗଭୀର କ୍ଷତ ଥିବା ଦେଖିବାକୁ ମିଳିଛି। ହାତୀଟି ସେହି ଅଞ୍ଚଳରେ ବୁଲୁଥିଲେ ହେଁ ବନ ବିଭାଗ ପକ୍ଷରୁ ଏହାର ଚିକିତ୍ସା କରାଯାଉ ନ ଥିବା ଅଭିଯୋଗ ହୋଇଛି।
ହାତୀଟି ଆହତ ଅବସ୍ଥାରେ ବନ୍ତଳା ରେଞ୍ଜ କନ୍ତମେଘ ଗ୍ରାମ ମଠ ନିକଟରେ ବୁଲୁଥିବାବେଳେ ଏପ୍ରିଲ ୨୧ ତାରିଖରେ ଦେଖିବାକୁ ମିଳିଥିଲା। ବିଭାଗ ପକ୍ଷରୁ ଏହାର ଚିକିତ୍ସା ନ କରାଯାଇ କେବଳ ସାତକୋଶିଆ ଅଭୟାରଣ୍ୟ ଭିତରକୁ ଘଉଡ଼ାଇ ଦିଆଯାଇଥିଲା ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ୩ ଦିନ ପୂର୍ବରୁ ହାତୀଟି ବନ୍ତଳା ରେଞ୍ଜ ବଲଙ୍ଗ ଗାଁ ନିକଟରେ ଥିଲା। ସେହି ସମୟରେ ପ୍ରାଣୀ ବିଭାଗ ଡାକ୍ତର ଏହାର ଚିକିତ୍ସା କରିଥିଲେ। ହାତୀର ଆଗ ଡାହାଣ ଗୋଡ଼ରେ କ୍ଷତ ହେବା ସହ ପଛ ବାମ ଗୋଡ଼ ଫୁଲି ଯାଇଛି। ବାମ ପେଟ ତଳେ ଏକ କ୍ଷତ ରହିଛି। ଆଖି ଦୁଇଟି ମଧ୍ୟ ନଷ୍ଟ ହୋଇଗଲାଣି। ବଲଙ୍ଗ, ତଳସିରା ଓ ଜୋକୁବୁ ଗ୍ରାମବାସୀ ଯାଇ ହାତୀକୁ ପଣସ, ଆମ୍ବ ଆଦି ଖାଇବାକୁ ଦେଉଛନ୍ତି। ହେଲେ ବିଭାଗ ପକ୍ଷରୁ ଠିକ୍‌ ଭାବେ ଏହାର ଚିକିତ୍ସା କରାଯାଉ ନ ଥିବା ଅଭିଯୋଗ ହୋଇଛି। ଏବେ ହାତୀ ପାଖରେ କେତେକ ବନ କର୍ମଚାରୀ ୩ ଦିନ ହେଲା ଜଗି ରହିଛନ୍ତି। ପୂର୍ବରୁ ଯଦି ଏହାର ଠିକ ଚିକିତ୍ସା କରାଯାଇଥାନ୍ତା ତେବେ ହାତୀଟି ସୁସ୍ଥ ହୋଇଯାଇଥାନ୍ତା ବୋଲି ପରିବେଶବିତମାନେ ମତବ୍ୟକ୍ତ କରିଛନ୍ତି।
ଏ ବିଷୟରେ ଅନୁଗୋଳ ଡିଏଫଓ ଭି. କାର୍ତ୍ତିକ କୁହନ୍ତି ହାତୀଟିର ବୟସ ଅଧିକ ହୋଇଗଲାଣି। ଏହା ଶରୀରେ ଥିବା କ୍ଷତ ଗଭୀର ହୋଇଛି। ଟ୍ରାଙ୍କୁଲାଇଜ କରି ଚିକିତ୍ସା କରିବା ହାତୀ ପାଇଁ କ୍ଷତିକାରକ ହେବ। ଡାକ୍ତର ଯାଇ ଚିକିତ୍ସା କରିଛନ୍ତି। ଏ ବିଷୟରେ ସାତକୋଶିଆ ଡିଏଫଓ ପି ରାମସ୍ବାମୀ କୁହନ୍ତି, ଖବର ମିଳିଛି। ହାତୀର ଚିକିତ୍ସା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକଙ୍କ ଆତ୍ମହତ୍ୟାର ୨୪ ଘଣ୍ଟା ପରେ ଓଢ଼ଣିରେ ଝୁଲିପଡ଼ିଲେ ୧୩ ବର୍ଷୀୟା ପ୍ରେମିକା

ଅନୁଗୋଳ,୨୬।୪(ଦିବ୍ୟଶାନ୍ତନୁ ନାଥ): ମାତ୍ର ୧୩ ବର୍ଷ ବୟସରେ ସଂସାର କରିବାକୁ ଘରୁ ଗୋଡ଼ କାଢ଼ିଥିଲେ। ୨୩ ବର୍ଷୀୟ ପ୍ରେମିକଙ୍କ ହାତଧରି ମୁମ୍ୱାଇ ଚାଲିଯାଇଥିଲେ। ହେଲେ ପ୍ରେମିକଙ୍କ ମା’…

ମୋ ପ୍ରେମିକାଙ୍କୁ ଡାକ, ନଚେତ୍‌ ମୁଁ… ପ୍ରେମ ପାଇଁ ଗଛ ଉପରେ ନାବାଳକ

ଅନୁଗୋଳ,୨୩ା୪ (ଜ୍ୟୋତିରଞ୍ଜନ ସାହୁ):ନାବାଳିକା ପ୍ରେମିକାଙ୍କୁ ଦେଖାକରିବାକୁ ନ ଦେଲେ ଆତ୍ମହତ୍ୟା କରିଦେବି। ବେକରେ ଗାମୁଛା ବାନ୍ଧି ଝୁଲିପଡ଼ିବି। ଏକ ଗଛର ୧୦୦ ଫୁଟ୍‌ ଉପରୁ ଜଣେ ନାବାଳକ…

ଗୋଡ଼ ମଧ୍ୟରେ ଲୁଚାଇ ନେଇଗଲେ ୭ ଲକ୍ଷ ଟଙ୍କାର ଶାଢ଼ି, ସିସିଟିଭିରେ କଏଦ ଲୁଟ୍‌ର କୌଶଳ…

ଅନୁଗୋଳ,୧୩।୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଅମଲାପଡ଼ା ଅଞ୍ଚଳରେ ଥିବା ବୟନିକା ଶୋ’ରୁମ୍‌ରୁ ଏକ ବଡ଼ ଧରଣର ଚୋରି ହୋଇଛି। ଗ୍ରାହକ ବେଶରେ ଆସିଥିବା ୭ ଜଣ ମହିଳା…

ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…

ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…

ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଆରମ୍ଭ: ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ

ତାଳଚେର,୩୧।୩(ମନୋଜ ନନ୍ଦ): ମଙ୍ଗଳବାର ଆରମ୍ଭ ହୋଇଛି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ବାର୍ଷିକ ଯାତ୍ରା ଏବଂ ଲୋକ ମହୋତ୍ସବ। ଏନେଇ ଅଞ୍ଚଳ ଚଳଚଞ୍ଚଳ ହୋଇପଡିଛି।…

ମା’ ଅଗ୍ନିରୁପାଙ୍କ ଆବର୍ଭାବ: ଭକ୍ତଙ୍କ ପ୍ରବଳ ଭିଡ଼, ଅଧରାତିରେ ଦେହୁରୀ ଯାଇ…

ତାଳଚେର,୨୩/୩(ମନୋଜ ନନ୍ଦ):ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗ ହିଙ୍ଗୁଳା ମନ୍ଦିର ପଛ ପାଖରେ ପ୍ରାୟ ୨ ସହ ମିଟର ଦୂରରେ ଚଳିତ ବର୍ଷ…

ଡ୍ୟୁଟି ସାରି ଫେରୁଥିଲେ ସୁମନ୍ତ, ଧକ୍କା ଦେଲା ଟ୍ରକ୍‌: ଆଉ ତା’ପରେ…

କଣିହାଁ,୨୩/୩(ନିରୋଜ ପ୍ରଧାନ):ଅନୁଗୋଳ ଜିଲା କଣିହାଁ ବ୍ଲକ ଗୋଡିବନ୍ଧଠାରୁ କଣିହାଁ ଯାଇଥିବା ଜାତୀୟ ରାଜପଥ ୫୩ର ନୂଆଁ ବଲାଙ୍ଗି ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଟ୍ରକ ଚକା…

ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝେଇ ଟ୍ୟାଙ୍କର, ନିଆଁ ଲାଗି ଡ୍ରାଇଭର ଜୀବନ୍ତ ଦଗ୍ଧ

ପାଲଲହଡା,୧୩।୩(ଦିବ୍ୟଜ୍ୟୋତି ଦାଶ): ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା । ଟ୍ୟାଙ୍କର ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର । ବିଳମ୍ବିତ ରାତିରେ ଅନୁଗୁଳ ଜିଲା ଖମାର ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri