ଆନ୍ଧ୍ରରୁ ଗାଁମୁହାଁ ଶ୍ରମିକ

ବରଗଡ଼ ଅଫିସ୍‌,୨୭ା୪: କରୋନା (କୋଭିଡ୍‌-୧୯) ଭୂତାଣୁ ସଂକ୍ରମଣକୁ ପ୍ରତିହତ ପାଇଁ ଦେଶବ୍ୟାପୀ ଲକ୍‌ ଡାଉନ୍‌ କଟକଣାକୁ ମାସାଧିକ କାଳ ବିତିଯାଇଛି। ଏଥିପାଇଁ ମୁଖ୍ୟତଃ ଗରିବ, ଅସହାୟଙ୍କଠାରୁ ଆରମ୍ଭ କରି ପ୍ରବାସୀ ଶ୍ରମିକଙ୍କ ସମସ୍ୟା ବହୁଗୁଣିତ ହୋଇ ପଡ଼ିଛି। ରୋଜଗାର ବନ୍ଦ ଥିବାରୁ ଖାଇବାକୁ ମୁଠାଏ ମିଳିବା ସେମାନଙ୍କ ପାଇଁ ମୁସ୍କିଲ ହୋଇ ପଡ଼ିଛି। ସେହିପରି ଗାଡ଼ି, ଟ୍ରେନ ଚଳାଚଳ ବନ୍ଦ ରହିଥିବା ଯୋଗୁ ପ୍ରବାସୀ ଶ୍ରମିକମାନେ ଘରକୁ ମଧ୍ୟ ଫେରି ପାରୁନାହାନ୍ତି । ଏଭଳିସ୍ଥଳେ କିଏ ସାଇକେଲରେ ତ ଆଉ କେହି ଚାଲି ଚାଲି ନିଜ ଗାଁକୁ ଫେରିବା ଭଳି ଘଟଣା ପରିଲକ୍ଷିତ ହୋଇଛି। ଏହି କ୍ରମରେ ସୁଦୂର ଆନ୍ଧ୍ର ପ୍ରଦେଶର ବିଜୟନଗରମରୁ ବରଗଡ଼, ବଲାଙ୍ଗୀର ଏବଂ ରାୟଗଡ଼ର ୪୭ ଜଣ ଶ୍ରମିକ ଚାଲି ଚାଲି ଘରକୁ ଫେରୁଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଏହି ଶ୍ରମିକମାନେ ଗତ କିଛି ମାସ ତଳେ ବିଜୟନଗରମକୁ ଦାଦନ ଖଟିବାକୁ ଯାଇଥିଲେ। ଲକ୍‌ଡାଉନ୍‌ ପରେ ସେମାନଙ୍କ କାମଧନ୍ଦା ବନ୍ଦ ହୋଇ ଯାଇଥିଲା। ସେଠାରେ ସେମାନଙ୍କ ଖାଇବା, ପିଇବାରେ ଅସୁବିଧା ହୋଇଥିଲା। ଅନ୍ୟପଟେ ଗାଡ଼ି ଚଳାଚଳ ବନ୍ଦ ଥିବାରୁ ସେମାନେ ଘରକୁ ଫେରି ପାରୁ ନ ଥିଲେ। ଗତ ତିନିଦିନ ତଳେ ଶ୍ରମିକମାନେ ରେଳପଥ ଦେଇ ଘର ଅଭିମୁଖେ ଚାଲି ଚାଲି ଆସୁଥିଲେ। ବାଟରେ ଆନ୍ଧ୍ରପ୍ରଦେଶର ସୀତାନଗରମ୍‌ ଜିଲା ନିକଟରେ ସେମାନେ ପୋଲିସ ହାବୁଡ଼ରେ ପଡ଼ିଥିଲେ। ଏହାପରେ ପୋଲିସ ଭୟରେ ଶ୍ରମିକମାନେ ସେଠାରେ ଥିବା ଏକ ଜଙ୍ଗଲ ଭିତରକୁ ପଶି ସେଠାରେ ଥିବା ଯୋଗେନପେଟା ମନ୍ଦିର ନିକଟରେ ଆଶ୍ରୟ ନେଇଥିଲେ।
ଘଟଣା ସମ୍ପର୍କରେ ଜଣାପଡିବା ପରେ ବିଜେପୁର ବ୍ଲକ ଯୋଖିପାଲି ଗ୍ରାମର ସାମାଜିକ କର୍ମୀ ଦିବସ କୁମାର ସାହୁ ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ କରିଥିଲେ। ଶ୍ରମିକମାନେ ସେଠାକାର ଲୋକେଶନ ପଠାଇଥିଲେ ଏବଂ ଦିବସ ସୀତାନଗରମ ଏସପି, ତହସିଲଦାର, ଏସଆଇଙ୍କୁ ଯୋଗାଯୋଗ ସହିତ ସେମାନଙ୍କୁ ଉଦ୍ଧାର ବ୍ୟବସ୍ଥା କରିଥିଲେ। ଫଳରେ ପୋଲିସ ସେଠାକୁ ପହଞ୍ଚି ଶ୍ରମିକମାନଙ୍କୁ ଖାଦ୍ୟ ସାମଗ୍ରୀ ଦେଇଥିଲା ଏବଂ ସେମାନେ ଘରକୁ ଫେରିବାକୁ ଚାହିଁବାରୁ ସେମାନଙ୍କୁ ଛାଡ଼ିଥିଲା। ଏହାପରେ ଶ୍ରମିକମାନେ ସେଠାରୁ ଚାଲି ଚାଲି ଘରକୁ ଫେରୁଛନ୍ତି । ତେବେ ରବିବାର ରାତି ୭ଟା ସୁଦ୍ଧା ଶ୍ରମିକମାନେ ରାୟଗଡ଼ା ଜିଲା ପାଖାପାଖି ପହଞ୍ଚି ଥିବାବେଳେ ବସ୍‌ ଯୋଗେ ସେମାନଙ୍କୁ ଘରକୁ ପହଞ୍ଚାଇବା ବ୍ୟବସ୍ଥା କରିବା ପାଇଁ ସାମାଜିକ କର୍ମୀ ଦିବସ ବରଗଡ଼, ବଲାଙ୍ଗୀର ଏବଂ ରାୟଗଡ଼ା ଜିଲାପାଳଙ୍କୁ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଟିଏମ୍ କାର୍ଡ ବଦଳାଇ ଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ଲୁଟ୍; ୯ ଥରରେ ଆକାଉଣ୍ଟରୁ କଟିଲା ଲକ୍ଷେରୁ ଅଧିକ ଟଙ୍କା, ସପିଙ୍ଗ୍ ମଧ୍ୟ…

ବୈଶିଙ୍ଗା,୩।୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡ଼ଦେଉଳିଆ ସ୍ଥିତ ଷ୍ଟେଟ୍ ବ୍ୟାଙ୍କ (SBI) ଏଟିଏମରେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ସହ ଏକ ଚାଞ୍ଚଲ୍ୟକର ଏଟିଏମ…

କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ କ୍ରୀଡ଼ାବିତ୍ ଆକାଶଙ୍କୁ ସମ୍ବର୍ଦ୍ଧନା; ମିଳିଲା ୫୧ ହଜାର ଟଙ୍କାର ପୁରସ୍କାର ରାଶି

ଭବାନୀପାଟଣା, ୩।୭(ଉତ୍ତମ କୁମାର ଦାଶ):  ତୁର୍କୀର ମରସିନ ଠାରେ ଅନୁଷ୍ଠିତ ହୋଇଯାଇଥିବା ସେଲିବ୍ରେଟେଡ୍ ‘ୱାର୍ଲ୍ଡ ଆବିଲିଟି ସ୍ପୋର୍ଟ ୟୁଥ୍ ଗେମ୍ସ- ୨୦୨୬’ ରେ ଚମତ୍କାର ପ୍ରଦର୍ଶନ କରି…

ଗାଁ ନିକଟରୁ ମଦ ଦୋକାନ ସ୍ଥାନାନ୍ତର ଦାବି:ଏକଜୁଟ ହେଲେ ମହିଳା

ପାଟଣା,୩ା୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟ ବଡ଼ ପାଟଣା ପଞ୍ଚାୟତ ସାଧୁପଡ଼ା ଗାଁ ନିକଟରେ ଶୁକ୍ରବାର ନୂତନ କରି ଖୋଲିଥିବା ସରକାରୀ ମଦ…

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ନୂତନ କୁଳପତି ଡ. ଅଜିତ କୁମାର ଶାସନୀ

କୋରାପୁଟ/ସୁନାବେଡ଼ା,୩ା୭(ଅମିତାଭ ବେହେରା/କୃତ୍ତିବାସ ପ୍ରଧାନ)-କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ(ସିୟୁଓ)ର ନୂତନ କୁଳପତି ଭାବେ ଡ. ଅଜିତ କୁମାର ଶାସନୀଙ୍କୁ ନିଯୁକ୍ତ କରାଯାଇଥିବା ଜଣାପଡିଛି। ଭାରତର ରାଷ୍ଟ୍ରପତି…

ମୃତ ଯୁବକଙ୍କ ମିଳିଲା ପରିଚୟ: ସେଲଫି ନେବା ହେଲା କାଳ

କୋକସରା,୩।୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ବ୍ଲକର ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରୀଚଞ୍ଚରାର ଡୋକରୀଦର ଝରଣା ନିକଟରେ ଗୁରୁବାର ଜଣେ ଯୁବକଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ଶୁକ୍ରବାର ସକାଳୁ…

ସମୁଦ୍ର କୂଳ ଲଙ୍ଘିବା ଘଟଣା: ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପୋଡ଼ମପେଟାକୁ ନିଷିଦ୍ଧାଞ୍ଚଳ ଘୋଷଣା

ଗଞ୍ଜାମ/ ଛତ୍ରପୁର,୩।୭ (/ଅନାଥ ତରାଇ/ଦିଲ୍ଲୀପି ସାମଲ/ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକର ପୋଡମପେଟାରେ ସମୁଦ୍ର କୂଳ କ୍ଷୟ ଦିନକୁ ଦିନ ଉଦ୍‌ବେଗଜନକ ରୂପ ନେବାରେ ଲାଗିଛି। ସମୁଦ୍ର ଦ୍ରୁତ…

ଦାଦନ ଖଟି ଯାଇଥିଲେ, ଫେରିଲା ମୃତଦେହ: ତେଲେଙ୍ଗାନାରେ ବିଦ୍ୟୁତ ଆଘାତରେ ଗଜପତିର ଶ୍ରମିକଙ୍କ ମୃତ୍ୟୁ

ପାରଳାଖେମୁଣ୍ଡି,୩।୭(ଗିରିଧାରୀ ପରିଛା): ଗଜପତି ଜିଲାରେ ଦାଦନ ଦୁଃଖର କରୁଣ ଚିତ୍ର ପୁଣି ସାମ୍ନାକୁ ଆସିଛି। ସ୍ଥାନୀୟ ଅଞ୍ଚଳରେ କାମର ଅଭାବ ଯୋଗୁ ଜୀବିକା ଅନ୍ୱେଷଣରେ ବାହାର ରାଜ୍ୟକୁ…

ଡାକ୍ତରଙ୍କ ଆନ୍ଦୋଳନ ଯୋଗୁ ରୋଗୀସେବା ବ୍ୟାହତ: ଦୁର୍ଘଟଣାରେ ଆହତଙ୍କୁ ଚିକିତ୍ସା ନ ମିଳିବାରୁ ବୁର୍ଲା ସ୍ଥାନାନ୍ତର

ବରଗଡ଼,୩।୭(ପ୍ରେମାନନ୍ଦ ଖମାରୀ)- ରାଜ୍ୟରେ ଡାକ୍ତରମାନଙ୍କ ବିଭିନ୍ନ ଦାବିକୁ ନେଇ ଚାଲିଥିବା ଆନ୍ଦୋଳନ ଯୋଗୁ ସାଧାରଣ ସ୍ୱାସ୍ଥ୍ୟସେବା ଗୁରୁତର ଭାବେ ପ୍ରଭାବିତ ହୋଇଛି। ଡାକ୍ତରଖାନା ଗୁଡ଼ିକରେ ରୋଗୀସେବା ତଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri