ଆଜିର ଅର୍ଥନୀତି/ ଭୁଲ୍‌ ନିଷ୍ପତ୍ତି

ଜୁଲାଇ ୫ ତାରିଖର କେନ୍ଦ୍ର ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ସୁନା ଉପରେ ଆମଦାନୀ ଶୁଳ୍କ ୨.୫ ପ୍ରତିଶତ ବୃଦ୍ଧି କରିଛନ୍ତି। ଏହାର ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ଅଧିକ ସୁନା କିଣିବାରୁ ନିରୁତ୍ସାହିତ କରିବା। ଭାରତ ହେଉଛି ବିଶ୍ୱର ସର୍ବବୃହତ୍‌ ସୁନା ଆମଦାନିକାରୀ। ଏହା ବର୍ଷକୁ ହାରାହାରି ୬୫୦ ଟନ୍‌ ସୁନା ଆମଦାନି କରିଥାଏ। ତେବେ ସୁନା ପ୍ରତି ଆମର ଏତେ ଆକର୍ଷଣ ମୂଳରେ କେବଳ ସାଂସ୍କୃତିକ କାରଣ ନାହିଁ ବା ପର୍ଯ୍ୟାପ୍ତ ସୁନାର ମାଲିକ ହୋଇ ଗହଣାରେ ନିଜକୁ ସଜେଇ ଦେଖେଇହେବାର ପ୍ରଲୋଭନ ନାହିଁ। ଭାରତୀୟମାନଙ୍କ ସୁନା ପ୍ରତି ମୋହ ଏକ ପ୍ରକାର ମାନସିକ ରୋଗ ପରି। ଭାରତ ବ୍ୟାପକ ପରିମାଣର ସୁନା ଅମାଦାନି କରିବାର ଆଉ ଏକ କାରଣ ହେଉଛି ଭାରତରେ ବହୁ କମ୍‌ ପରିମାଣର ସୁନା ଉତ୍ପାଦନ ହୁଏ। ହଜାର ହଜାର ବର୍ଷ ଭିତରେ ପୃଥିବୀର ବହୁ ପରିମାଣର ସୁନା ଭାରତକୁ ଆସିଛି। ବିଦେଶୀମାନେ ଆମ ଦେଶରୁ ଏହାର ବହୁଳାଂଶ ଲୁଣ୍ଠନ କରି ନେଇଛନ୍ତି। ବର୍ତ୍ତମାନ ଆମ ପାଖରେ ଯାହା କିଛି ବି ସୁନା ଅଛି, ତାହା ବାହାର ଦେଶରୁ ଆସୁଛି। ବର୍ତ୍ତମାନ ଆମଦାନୀ ଶୁଳ୍କ ବୃଦ୍ଧି କରାଯିବା ଯୋଗୁ ସୁନା ମୂଲ୍ୟରେ କିଛିଟା ବୃଦ୍ଧି ଘଟିଛି। ବର୍ତ୍ତମାନ ଘରୋଇ ବଜାରରେ ୧୦ ଗ୍ରାମ୍‌ ସୁନାର ମୂଲ୍ୟ ପ୍ରାୟ ୩୫,୦୦୦ ଟଙ୍କା। ତେବେ ଦାମ୍‌ ବଢ଼ିଗଲା ବୋଲି କ’ଣ ଭାରତୀୟମାନେ ସୁନା କିଣିବା ବନ୍ଦ କରିଦେବେ? ବାସ୍ତବରେ କେବେ ନୁହେଁ।
ଭାରତୀୟମାନଙ୍କର ସୁନା ଏତେ ପ୍ରିୟ ହେବାର ଗଭୀରତର କାରଣ ଏହାର ସାଂସ୍କୃତିକ ଚେତନା ଭିତରେ ରହିଛି। ଜାତି, ବର୍ଣ୍ଣ, ଧର୍ମ, ମତ, ଗୋଷ୍ଠୀ, ସମ୍ପ୍ରଦାୟ ନିର୍ବିଶେଷରେ ଭାରତୀୟମାନେ ସୁନା କିଣନ୍ତି। କୌଣସି ପର୍ବପର୍ବାଣି ହେଉ ବା ପାରିବାରିକ ଉତ୍ସବ ଅବସରରେ ସୁନା ଗହଣା କିଣିବା, ପିନ୍ଧିବା ଓ ପ୍ରଦର୍ଶନ କରିବାର ଏକ ନିଆରା ଆକର୍ଷଣ ଥାଏ।
ଭାରତୀୟ ପରିବାରଗୁଡ଼ିକ ପାଖରେ ବିଶ୍ୱର ମୋଟ ସୁନା ଭଣ୍ଡାରର ପ୍ରାୟ ୧୧ ପ୍ରତିଶତ ଅଛି ବୋଲି ବିଶ୍ୱାସ କରାଯାଏ, ଯାହା ପ୍ରାୟ ୨୪,୦୦୦ ଟନ୍‌ ଓଜନର ଓ ପାଖାପାଖି ୧ ଟ୍ରିଲିୟନ (ଲକ୍ଷ କୋଟି) ଡଲାର ମୂଲ୍ୟର ହେବ। ଏଥି ସହ ଭାରତର ମନ୍ଦିରଗୁଡ଼ିକରେ ମହଜୁଦ ଥିବା ସୁନାକୁ ମିଶାନ୍ତୁ, ଯାହା ୪୦୦୦ ଟନରୁ ଅଧିକ ହେବ। ଭାରତୀୟ ରିଜର୍ଭ ବ୍ୟାଙ୍କ ପାଖରେ ୬୧୫ ଟନ୍‌ ସୁନା ଗଚ୍ଛିତ ଅଛି। ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ପାଖରେ ୮,୧୩୩ ଟନରୁ ଅଧିକ ସୁନା ମହଜୁଦ ଅଛି, ଯାହା ବିଶ୍ୱର ଅନ୍ୟ ପ୍ରତ୍ୟେକ ଦେଶ ମହଜୁଦ ରଖିଥିବା ସୁନାର ପରିମାଣଠାରୁ ଅଧିକ। ଏହି ତାଲିକାରେ ଆମ ଦେଶର ସ୍ଥାନ ୧୦ ନମ୍ବରରେ ରହିଛି। ବିଶ୍ୱର ସୁନା ସମାଲୋଚକ ଓ କେତେକ ପାଶ୍ଚାତ୍ୟ ଅର୍ଥନୀତିଜ୍ଞଙ୍କ ମତରେ ସୁନାରେ ଅର୍ଥ ନିବେଶ କରିବା ମୂଲ୍ୟହୀନ କାରଣ ଏଥିରୁ କିଛି ସୁଧ ମିଳି ନ ଥାଏ। ସେମାନେ ଚାହାନ୍ତି ଟିକସ ବୃଦ୍ଧି ସମେତ ଯେକୌଣସି ଉପାୟରେ ସୁନାରେ ନିବେଶ ହାର କମାଇବାକୁ। ତେବେ ଏକଥା ସତ ଯେ, ସୁନାରେ ଟଙ୍କା ନିବେଶ କଲେ ସେଥିରୁ କିଛି ସୁଧ ମିଳେ ନାହିଁ ଓ ସେହି ଟଙ୍କା ଅବରୁଦ୍ଧ ହୋଇ ରହିଯାଏ। ଅର୍ଥନୀତିରେ ଏହା ସଚଳ ହୁଏ ନାହିଁ, ଯେପରି ବ୍ୟାଙ୍କରେ ଟଙ୍କା ଜମା କଲେ ହୁଏ। ତଥାପି ସୁନାର କିଣାବିକା ଦ୍ୱାରା ଅର୍ଥନୀତିକୁ ଲାଭ ମିଳେ। ରତ୍ନପଥର ଓ ଗହଣା ଶିଳ୍ପ ଲକ୍ଷ ଲକ୍ଷ ଗହଣା କାରିଗର ଓ ବେପାରୀଙ୍କୁ ନିଯୁକ୍ତି ଦିଏ, ଯେଉଁମାନେ ଏହା ଉପରେ ନିର୍ଭର କରି ବଞ୍ଚନ୍ତି। ଦେଶକୁ ଆମଦାନି କରାଯାଉଥିବା ସୁନାର ଏକ ବୃହତ୍‌ ଅଂଶରେ ମୂଲ୍ୟଯୁକ୍ତ ହୋଇ ତାହା ପୁଣି ବିଦେଶକୁ ରପ୍ତାନି ହୁଏ। ସାରା ବିଶ୍ୱରେ ଅର୍ଥନୈତିକ ଅନିଶ୍ଚିତତାକୁ ରୋକିବାରେ ସୁନାକୁ ଏକ ବାଡ଼ ଭାବେ ବିବେଚନା କରାଯାଏ। ଭାରତୀୟ ପରିବାରଗୁଡ଼ିକ ଏହା ଭଲଭାବେ ବୁଝିଛନ୍ତି। ତେଣୁ ସରକାର ସୁନା ଉପରେ ଆମଦାନୀ ଶୁଳ୍କ ବୃଦ୍ଧି କରିବା ଏକ ଉତ୍ତମ ଚିନ୍ତାଧାରା ନୁହେଁ। ଆମଦାନୀ ଶୁଳ୍କ ବୃଦ୍ଧି ଯୋଗୁ ଘରୋଇ ବଜାରରେ ସୁନାର ମୂଲ୍ୟ ବୃଦ୍ଧି ପାଇଥିଲେ ମଧ୍ୟ ଚାଇନା-ଆମେରିକା ବାଣିଜ୍ୟ ଯୁଦ୍ଧ ଯୋଗୁ ସୁନାର ଅନ୍ତର୍ଜାତୀୟ ମୂଲ୍ୟ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି କାରଣ ସୁନା ହିଁ ଅର୍ଥନୈତିକ ଅସ୍ଥିରତାରୁ ମୁକ୍ତି ଦେଇପାରିବ ବୋଲି ଲୋକେ ବିଶ୍ୱାସ କରୁଛନ୍ତି। ସୁନାର ଆମଦାନି ହ୍ରାସ କରିବା ଲାଗି ସରକାର ଚେଷ୍ଟା କରିବା ଯେ ଅନୁଚିତ, ତା’ର ଆଉ ଏକ ଗୁରୁତ୍ୱପୂର୍ଣ୍ଣ କାରଣ ହେଉଛି ଅନ୍ତର୍ଜାତୀୟ ବଜାର ତୁଳନାରେ ଘରୋଇ ବଜାରରେ ସୁନାର ମୂଲ୍ୟ ବୃଦ୍ଧି ପାଇଲେ ସୁନାର କଳାବଜାର ବୃଦ୍ଧି ପାଇବ, ଯାହା ଅଣ୍ଡର୍‌ଓ୍ବାର୍ଲ୍‌ଡ ଦ୍ୱାରା ନିୟନ୍ତ୍ରିତ ହେବ। ଏକ ସର୍ବେକ୍ଷଣ ଅନୁସାରେ ଏହି ବେଆଇନ କାରବାର ଆଇନାନୁମୋଦିତ କାରବାରର ପ୍ରାୟ ୨୦ ପ୍ରତିଶତ। ଆମଦାନୀ ଶୁଳ୍କ ବୃଦ୍ଧି ମାଧ୍ୟମରେ ସରକାର ଆପଣାଉଥିବା ସଂରକ୍ଷଣବାଦ (Protectionism) ଭଲ ଅପେକ୍ଷା ସ୍ଥାନୀୟ ଶିଳ୍ପର ଅଧିକ କ୍ଷତିସାଧନ କରିବ। ତେଣୁ ସରକାର ଏ ପ୍ରକାର ସଂରକ୍ଷଣବାଦ ତ୍ୟାଗ କରିବା ଉଚିତ, କାରଣ ଏହା ଏକ ଭୁଲ୍‌ ନିଷ୍ପତ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କେରଳର ଗିରିଜା କୁମାରୀ ମଧୁ ସ୍ନାୟବିକ ସମସ୍ୟା ଓ ମାନସିକ ଅନଗ୍ରସର ପିଲାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି। ସେ ରହୁଛନ୍ତି ଆଲପୁଝା ଜିଲା ଥାମାରାକୁଲାମ୍‌ରେ। ଗିରିଜା…

ରଜପର୍ବ

ରଜପର୍ବ ପ୍ରତି ବର୍ଷ ଜ୍ୟେଷ୍ଠ ମାସରେ ପଡ଼ିଥାଏ। ସୃତି ଅଛି ବସୁଧା ମା’ ବର୍ଷକରେ ଥରେ ରଜସ୍ବଳା ହୁଏ। ଆମ ପରମ୍ପରା ସଂସ୍କୃତିର ଏହା ଏକ ଅଙ୍ଗ,…

ଆସନ୍ତାକାଲି କିଏ ଦେଖିଛି

ଗତ କିଛିବର୍ଷ ହେବ ଶାସକଶ୍ରେଣୀ ତରଫରରୁ ପ୍ରତି ମୁହୂର୍ତ୍ତରେ ପ୍ରଚାର କରାଯାଉଛି ଯେ ୨୦୪୭ରେ ଭାରତ ବିକଶିତ ରାଷ୍ଟ୍ର ଏବଂ ୨୦୩୬ରେ ଓଡ଼ିଶା ବିକଶିତ ରାଜ୍ୟ ହେବ।…

ସମ୍ଭାବ୍ୟ ଶାନ୍ତି

ଶେଷରେ ଇରାନ ସହ ଆମେରିକା-ଇସ୍ରାଏଲର ଯୁଦ୍ଧ ମଧ୍ୟରେ ସବୁଠାରୁ ବଡ଼ ପ୍ରତୀକ୍ଷିତ କୂଟନୈତିକ ସଫଳତା ମିଳିଛି, ଯେଉଁଥିରେ ଆମେରିକା ଏବଂ ଇରାନ ସେମାନଙ୍କ ଅସ୍ତ୍ରବିରତିକୁ ୬୦ ଦିନ…

ଏଇ ଭାରତରେ

ସବୁଜ ଶକ୍ତି ଜୀବନର ଆଧାର ବୋଲି ଉପଲବ୍ଧି କରିଛନ୍ତି ବ୍ୟାଙ୍କର ରାଜଶ୍ରୀ ନାମ୍ବିୟାର। ସେ ଇକୋଫାଇ ଷ୍ଟାର୍ଟଅପ୍‌ର ସହପ୍ରତିଷ୍ଠାତା ଭାବେ ଦୁଇ କିମ୍ବା ତିନି ଚକିଆ ବିଦ୍ୟୁତ୍‌ଚାଳିତ…

ତଥ୍ୟର କୋଳାହଳରେ କାହାଣୀ

ଜିର ସମୟକୁ ଯଦି ‘ଡାଟା’ ବା ‘ତଥ୍ୟ’ର ଯୁଗ ବୋଲି କୁହାଯାଏ, ତାହା ଭୁଲ ହେବ ନାହିଁ। ପ୍ରତି ମୁହୂର୍ତ୍ତରେ ଯେତେ ତଥ୍ୟ ସୃଷ୍ଟି ହେଉଛି, ସବୁକୁ…

ଉତ୍ତରଦାୟିତ୍ୱକୁ ଉପେକ୍ଷା

ସବୁଠି ଆଲୋଚନା ହେଉଛି ମଣିଷ ନିକଟରେ ନୈତିକ ମୂଲ୍ୟବୋଧ ଆଉ ଦେଖିବାକୁ ମିଳୁନାହିଁ। କିନ୍ତୁ ବିଚିତ୍ର କଥା ହେଉଛି ନୈତିକତା ସପକ୍ଷରେ ସଭିଏଁ କହୁଛନ୍ତିି, କେହି ଜଣେ…

ଫାଇଲ ଗାଏବ

ଓଡ଼ିଶାରେ ଗତ ସପ୍ତାହର ଏକ ଖବର ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହେବା କଥା। ଦୁଇଟି ଘଟଣା ଖୋଦ୍‌ ସରକାରଙ୍କ ଦ୍ୱାରା ଲୋକଲୋଚନକୁ ଅଣାଗଲା। ରାଜ୍ୟ ସରକାରଙ୍କ ଗୃହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri