ବିଜେପୁର, ୨୧।୨(ଡି.ଏନ୍.ଏ.)- ମୁନୁଷ୍ ହିଁ ମୁନୁଷ୍ର ଦୁଖ୍, ଦରଦ୍ ବୁଝ୍ସି। ତାହାକେ ନିଜର କରିନେସି। ଇତାକେ କୁହାଯାଏସି ମାନବିକତା। ଏନ୍ତା ଗୁଟେ ଉଦାହରନ୍ ଦେଖ୍ବାକେ ମିଲିଛେ ବରଗଡ଼ ଜିଲା ବିଜେପୁର ବ୍ଲକ ଅଧୀନ ବିଲେଇପାଲିରେ ଥିବାର ପାର୍ବତୀ ଗିରି ବୃଦ୍ଧାଶ୍ରମରେ।
ସୂଚନା ଅନ୍ସାରେ ଇ ବ୍ଲକର ବଡ଼ ବାଉଁଶେନ ପଁଚେତ୍ ଅଧୀନ ଦେହେରୀପାଲି ଗଁାର କକିଆ ଭୁଏ(୭୫) ଆପ୍ନେ ନିତିଆ ଭୁଏକଁର ସଂଗେ ବଡ଼ା ଦୁଖେ ଦିନ୍ ବିତଉଥିଲେ। ହେଲେ ନିତିଆ ଆରପାରକେ ଚାଲିଗଲା ଉତାରୁ କକିଆକୁଁ ତାକର ଲାଗେଲେସରମାନେ ପର କରିଦେଲେ। ଏନ୍ତାଥି ସେ ବଡ଼ା ଗୁଲ୍ଗୁଲା ହେଇ ଗଁା ଗଁା ବୁଲି ଭିଖ୍ ମାଗି ନିଜର ପେଟ୍ ପାଲୁଥିଲେ। ଇ ଦୁରୁଶ୍ ଦେଖି କେତେ ସାମାଜିକ କରମୀ ତାହାକୁ ୩ ବଛର ତଲେ ପାର୍ବତୀ ଗିରି ବୃଦ୍ଧାଶ୍ରମରେ ଥଇଥାନ କରିଥିଲେ। ଗଲା ମାସେ ହେଲା ସେ ଦିହିପା ଖରାପ୍ରୁ ପଡ଼ି ରହିଥିଲେ। ଏନ୍ତାଥି ଗୁରୁବାର ବେଲାକେ ତାକର ମୁର୍ତୁ ହେଇଯାଇଥିଲା। ଇ ଖବର ପାଏଲାରୁ କେତେ ସାମାଜିକ କରମୀ ଆର ବୃଦ୍ଧାଶ୍ରମର ସଦସିଅମାନେ ପୁହୁଁଚିଥିଲେ। ଜିଲା ସାହୁ, ଲାଲ ସାହେବ ବାରିକ, ବିଜେପୁର କଲେଜର ଅଧ୍ୟକ୍ଷ ଡିଲେଶ୍ୱର ପ୍ରଧାନ, ଜଳନ୍ଧର ପଟେଲ ପରମୁଖ୍ ବୁରୁଧ୍କଁର ଶବକେ ଖଁଦ୍ ଦେଇଥିଲେ। ଆଶ୍ରମ ପାସେ ଥିବାର ଗୁଟେ ଖେତ୍ରେ ତାକର ଶବ୍ ସତ୍କାର କରାଯାଇଥିଲା। ଶବ ସତ୍କାର ସମିଆରେ ସୁବାସ ପ୍ରଧାନ, ଜୟପ୍ରକାଶ ଗିରି, ସାରଙ୍ଗ ଗିରି, ସବାର କୁମୁରିଆ, ସପନ କୁମାର ଭୋଇ, ବିକାଶ ସେଠ, ସଫେତ ବାରିକ, ମୁକେତଶ୍ୱର ପ୍ରଧାନ ପରମୁଖ ରହିଥିଲେ।
Posted inଆମ ଜିଲା ଖବର, ବରଗଡ଼ View All
ଦଶହରା ପୂର୍ବରୁ କଫ ସିରପ୍ କାରବାର ଠାବ: ୩୧୫୬ ବୋତଲ କଫ୍ ସିରପ ସହ ଜଣଙ୍କୁ ମାଡ଼ିବସିଲା ପୋଲିସ
ବରଗଡ଼,୬।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ଗ୍ରାମାଞ୍ଚଳ ଥାନା ପୋଲିସ ସୋମବାର ସହର ଉପକଣ୍ଠ ତୋରା-ନାଗେନପାଲି ରାସ୍ତାରେ ବିପୁଳ ପରିମାଣରେ କଫ୍ ସିରପ୍ ଜବତ କରିଛି। କଫ୍ ସିରପ୍ ବୋଝେଇ ଏକ…
ଖୋଲିଲା ମା’ ତାରାତାରିଣୀଙ୍କ ଦାନହୁଣ୍ଡି; ସୁନା-ରୁପା ଅଳଙ୍କାର ସହ ମିଳିଲା…
ପୁରୁଷୋତ୍ତମପୁର,୬।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ଦାନହୁଣ୍ଡି ସୋମବାର ଖୋଲାଯାଇଛି । ମନ୍ଦିର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦ…
SCB ମେଡିକାଲ୍ କ୍ୟାମ୍ପସ୍ରେ ଯୁବକଙ୍କ ହାଇଡ୍ରାମା, ୫୦ ଫୁଟ ପାଣିଟାଙ୍କି ଉପରୁ ଡେଇଁ…
କଟକ,୬।୧୦(ପ୍ରଭୁକଲ୍ୟାଣ ପାଲ୍): କଟକ ବଡ ମେଡିକାଲରେ ଅଘଟଣ। ପାଣି ଟାଙ୍କି ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ। ଦୀର୍ଘ ସମୟଧରି ହାଇଡ୍ରାମା ପରେ ସେ ଟାଙ୍କି…
୫୩ ବର୍ଷ ପରେ ଏକାଠି ହେଲେ ୫ ଶିକ୍ଷକ ବନ୍ଧୁ: ମିଶିକି କଲେ ଏମିତି କାମ
ତାଳଚେର,୬ା୧୦(ମନୋଜ ନନ୍ଦ): ଶିକ୍ଷକତା ଜୀବନର ପ୍ରାରମ୍ଭରେ ପରସ୍ପର ସଂସ୍ପର୍ଶରେ ଆସିଥିଲେ। ତାଲିମ କେନ୍ଦ୍ରରେ ଚିହ୍ନା ପରିଚୟ ପରେ ସେମାନଙ୍କ ଭିତରେ ଗଢ଼ି ଉଠିଥିଲା ବନ୍ଧୁତା। ହେଲେ ସ୍କୁଲକୁ…
ହାଇଜମ୍ପରେ ସ୍ବର୍ଣ୍ଣପଦକ ଜିତିଲେ ରୁକ୍ମିଣୀ: ଛୁଟୁଛି ଶୁଭେଚ୍ଛାର ସୁଅ
ଭଞ୍ଜନଗର,୬।୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାହାଡ଼ାପଦର ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ରୁକ୍ମିଣୀ ବିଷୋୟୀ ରାଜ୍ୟସ୍ତରୀୟ ହାଇଜମ୍ପ ପ୍ରତିଯୋଗିତାରେ ସ୍ବର୍ଣ୍ଣପଦକ…
ହୋଟେଲରୁ ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଜବତ, ପୋଲିସର ତଦନ୍ତ ଜାରି
ଭୁବନେଶ୍ୱର,୫।୧୦(ତ୍ରିନାଥ ମହାନ୍ତି): ଭରତପୁର ଥାନା ଅଧୀନ କଳିଙ୍ଗ ବିହାର ଅଞ୍ଚଳରେ ଥିବା ଏକ ହୋଟେଲ୍ରୁ ଫିଲ୍ମ ନିର୍ଦ୍ଦେଶକ ଏସ୍.କେ. ମୂରଲୀଧରନଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ଖବର…
ଛାତ୍ର ସଂସଦ ନିର୍ବାଚନ ଘୋଷଣା: ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଉତ୍ସବର ମାହୋଲ
ଭବାନୀପାଟଣା, ୫।୧୦ (ଉତ୍ତମ କୁମାର ଦାଶ): ଦୀର୍ଘ ୮ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆନୁଷ୍ଠାନିକ ଘୋଷଣା ହେବା ପରେ…
ମୋବାଇଲ୍ଠାରୁ ଦୂରେଇ ରହିବାକୁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଲେ ସିଦ୍ଧାନ୍ତ ମହାପାତ୍ର
ଦିଗପହଣ୍ଡି, ୫।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଡିଗ୍ରୀ କଲେଜ ପରିସରରେ ସେବା ସଂକଳ୍ପ ଅଭିଯାନ ଆନୁକୂଲ୍ୟରେ ଯୁକ୍ତ ୩ ଛାତ୍ରୀଛାତ୍ରଙ୍କୁ ନେଇ…

