ଅସରାଏ ବର୍ଷାରେ ଜମୁଛି ପାଣି: ରୋଗୀ ହଇରାଣ

ତେଲକୋଇ, ୧୨।୬(ଡି.ଏନ.ଏ.)-କେନ୍ଦୁଝର ଜିଲା ତେଲକୋଇ ବ୍ଲକ ମୁଖ୍ୟାଳୟରେ ଥିବା ସ୍ବାସ୍ଥ୍ୟକେନ୍ଦ୍ର ଆଉଟଡୋର ସାମ୍ନାରେ ପାଣି ଜମୁଛି। ଅସରାଏ ବର୍ଷା ହେଲେ ଏହି ପ୍ରକାର ପରିସ୍ଥିତି ସୃଷ୍ଟି ହେଉଛି। ଆଗକୁ ବର୍ଷା ଦିନ ଆସୁଥିବାରୁ ରୋଗୀମାନେ ହଇରାଣ ହେବା ଆଶଙ୍କା ଦେଖାଦେଇଛି। ତେବେ ସ୍ବାସ୍ଥ୍ୟକେନ୍ଦ୍ର ସାମ୍ନାରେ ରାସ୍ତା ନିର୍ମାଣ ଯୋଗୁଁ ଏପରି ଅବସ୍ଥା ସୃଷ୍ଟି ହୋଇଥିବା ବେଳେ ସ୍ବାସ୍ଥ୍ୟକେନ୍ଦ୍ରର ପାଚେରି ଏବଂ ସ୍ବାସ୍ଥ୍ୟ କେନ୍ଦ୍ର ଭିତର ପଟର ରାସ୍ତା ନିର୍ମାଣ ଯୋଗୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି । ସ୍ବାସ୍ଥ୍ୟକେନ୍ଦ୍ର ସାମ୍ନାରେ ପାଣି ଜମି ରହୁଥିବା ବେଳେ ଉକ୍ତ ପାଣି ନିଷ୍କାସନ ବ୍ୟବସ୍ଥା କରାଯାଇ ନାହିଁ ।
ସ୍ବାସ୍ଥ୍ୟକେନ୍ଦ୍ର ଆଉଟଡୋର ସଲଗ୍ନ ପ୍ରସୂତି ଗୃହ ରହିଛି। ଦୈନିକ ୨ଶହରୁ ଊର୍ଦ୍ଧ୍ୱ ରୋଗୀ ଆସି ଚିକିତ୍ସିତ ହୁଅନ୍ତି । ଏପରିସ୍ଥଳେ ସାମାନ୍ୟ ବର୍ଷାରେ ପାଣି ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଜମି ରହି ଦୁର୍ଗନ୍ଧ ହେବା ଓ ରୋଗୀଙ୍କୁ ବୋହି ଆଉଟଡୋରକୁ ନେବା ଏବେ ସମସ୍ୟା ସୃଷ୍ଟି ହୋଇଛି। ଏ ସମ୍ପର୍କରେ ଡା. ଚନ୍ଦନ କୁମାର ସାମଲଙ୍କୁ ପଚାରିବାରୁ ସେ କହିଲେ ଯେ ପାଣି ଜମୁଥିବା ନେଇ ଜିଲା ଚିକିତ୍ସାଧିକାରୀଙ୍କୁ ଜଣାଇ ଦିଆଯାଇଛି । ଏହା ମଧ୍ୟରେ ଉକ୍ତ ଖାଲୁଆ ଅଞ୍ଚଳକୁ ଉଚ୍ଚା କରାଯାଇ ଡ୍ରେନେଜ ବ୍ୟବସ୍ଥା କରାଯିବା ଯୋଜନା କରାଯାଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାସ ଆରମ୍ଭରୁ ଗ୍ରାହକଙ୍କୁ ଆଉ ଏକ ଝଟକା ଦେଲେ ସରକାର, ବଢିଲା LPG ସିଲିଣ୍ଡର ଦାମ୍‌

ନୂଆଦିଲ୍ଲୀ,୧।୬: ଆଜି, ଜୁନ ୧ ତାରିଖରେ, ସାଧାରଣ ଜନତା ପୁଣି ଥରେ ବଢୁଥିବା ମୁଦ୍ରାସ୍ଫୀତିର ଏକ ବଡ଼ ଆଘାତର ସମ୍ମୁଖୀନ ହୋଇଛନ୍ତି। ଗ୍ୟାସ କମ୍ପାନୀଗୁଡ଼ିକ ପୁଣି ଥରେ…

IPLରେ ଇତିହାସ ରଚିଲା RCB: ଦ୍ୱିତୀୟ ଥର ପାଇଁ ହାତେଇଲା ଟାଇଟଲ

ଅହମଦାବାଦ, ୩୧।୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ରେ ଇତିହାସ ରଚିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି)।…

ବିସ୍ଫୋରକ ଗଚ୍ଛିତ ଥିବା ଗୋଦାମରେ ଭୟଙ୍କର ବିସ୍ଫୋରଣ, ୫୦ରୁ ଅଧିକ ମୃତ

ମିଆଁମାରର ନମଖାମର ଏକ ଗୋଳାବାରୁଦ ଡିପୋରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏଥିରେ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ଅନୁମାନ କରାଯାଉଛି ।…

ବରଗଡ଼ ଆସୁଛନ୍ତି ଓଏସସିପିସିଆର୍‌ ସଭ୍ୟା, ଛତୁଆ କେନ୍ଦ୍ରରେ ତଦନ୍ତ କରିବ ଶିଶୁ ସୁରକ୍ଷା ଆୟୋଗ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ):  ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଓଏସସିପିସିଆର୍‌) ସଭ୍ୟା କଳ୍ପନା ଲେଙ୍କା ସୋମବାର ବରଗଡ଼ ଗସ୍ତରେ ଆସୁଥିବା ସୂଚନା ମିଳିଛି । ସେ…

ରାଜପଥରେ ଲୁଟ୍‌ପାଟ୍‌: ଡ୍ରାଇଭରଙ୍କଠାରୁ ଲୁଟି ବନ୍ଧାହେଲେ ୩ ଅଭିଯୁକ୍ତ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ): ଲୁହାପାତ୍ର(ଆଇରନ୍‌ ଭେସେଲ୍‌) ବୋଝେଇ କରି ଏକ ଗାଡ଼ି ରାୟପୁରରୁ ଅନୁଗୁଳ ଅଭିମୁଖେ ଯାଉଥିଲା । ଶନିବାର ରାତିରେ ୫୩ନମ୍ବର ଜାତୀୟ ରାଜପଥର ବରଗଡ଼ ଗ୍ରାମାଞ୍ଚଳ…

ମମତା ବାନାର୍ଜୀଙ୍କ ବୈଠକରେ ୮୦ରୁ ୬୦ ବିଧାୟକ ଗାୟବ, ଟିଏମସିରେ ହେବକି…..

କୋଲକାତା,୩୧ା୫: ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ଏକ ବଡ଼ ପରାଜୟ ପରେ, ତୃଣମୂଳ କଂଗ୍ରେସ (ଟିଏମସି) ଏକ ନୂତନ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିବା ପରି ମନେ ହେଉଛି…

ହରିଣ ମାରି ମାଂସ କାଟୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ, ଧନୁ ତୀର…

ପାଟଣା/କେନ୍ଦୁଝର,୩୧।୫(ବୀର କିଶୋର ଦାଶ/ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡୋବିଟ ଅଟେଇ ସଂରକ୍ଷିତ ବଣମହୁଲଡିହା ନିକଟରୁ ରବିବାର ସକାଳୁ ଏକ ଅଣ୍ଡିରା ହରିଣକୁ ଶିକାରୀ…

ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ; ଉଠା ଦୋକାନିଙ୍କୁ ସଚେତନ, ଭେଣ୍ଡିଂଜୋନକୁ ଯିବାକୁ ନିବେଦନ କଲେ…..

ଦାରିଙ୍ଗବାଡି,୩୧।୫(ଅରୁଣ ସାହୁ): ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି । ଏହି ରୌଦ୍ର ତାପରୁ ସୁରକ୍ଷିତ ରହିବା ପାଇଁ ରବିବାର ସାପ୍ତାହିକ ହାଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri