କଥାରେ ଅଛି-‘ଅତିଥି ଦେବୋ ଭବ’, ଅର୍ଥାତ୍‌ ସେମାନେ ଦେବତା ସମାନ। ତେଣୁ ସେମାନେ ଘରକୁ ଆସିଲେ ଭଲଭାବେ କିପରି ଚର୍ଚ୍ଚା କରିବେ ସେ ସମ୍ପର୍କରେ…

କୌଣସି ପର୍ବପର୍ବାଣି ହେଉ ଅବା କେତେକ କାରଣରୁ ବନ୍ଧୁବାନ୍ଧବ ଘରକୁ ଯିବା କିମ୍ବା ସେମାନେ ଆପଣଙ୍କ ଘରକୁ ଆସିବା ଏକ ସାଧାରଣ କଥା। ହେଲେ ଅତିଥିଙ୍କୁ ଠିକ୍‌ ଭାବେ ଟ୍ରିଟ୍‌ କଲେ ତାହା ଆପଣଙ୍କୁ ପ୍ରଶଂସାର ପାତ୍ର କରାଇଥାଏ। କଥାରେ ଅଛି-‘ଅତିଥି ଦେବୋ ଭବ’, ଅର୍ଥାତ୍‌ ସେମାନେ ଦେବତା ସମାନ। ତେଣୁ ସେମାନଙ୍କୁ ଭଲଭାବେ କିପରି ଚର୍ଚ୍ଚା କରିବେ ଏବଂ ସେ ସମୟରେ କେଉଁ ଦିଗ ପ୍ରତି ବିଶେଷ ଦୃଷ୍ଟି ଦିଆଯିବା ଦରକାର ଜାଣନ୍ତୁ ସେ ସମ୍ପର୍କରେ…
କାହା ଘରକୁ ଯିବା ପୂର୍ବରୁ ସୂଚନା ଅବଶ୍ୟ କରନ୍ତୁ
ଆଜିର ସମୟରେ ସମସ୍ତେ ପ୍ରାୟ ନିଜ ନିଜ କାମରେ ବ୍ୟସ୍ତ। ଏମିତି ବିନା ପ୍ରାକ୍‌ ସୂଚନାରେ କାହା ଘରେ ପହଞ୍ଚତ୍ବା କେତେଦୂର ଠିକ୍‌, ତାହା ପ୍ରଥମେ ତର୍ଜମା କରିବା ଦରକାର। ତେଣୁ ଯଦି ଆପଣ କାହା ଘରକୁ ଯାଉଛନ୍ତି ତାଙ୍କୁ ସୂଚିତ କରି ଯାଆନ୍ତୁ। ସବୁବେଳେ ଆଗୁଆ ସୂଚନା ଦେଇ ପହଞ୍ଚନ୍ତୁ। ଫଳରେ ସେମାନେ ଆପଣଙ୍କ ଯିବା ପୂର୍ବରୁ ନିଜକୁ ଫ୍ରି ରଖି ସ୍ବାଗତ ଲାଗି ପ୍ରସ୍ତୁତ ହୋଇପାରିବେ।
ପହଞ୍ଚତ୍ବାର ସମୟ କୁହନ୍ତୁ : ଯାହା ଘରକୁ ଆମନ୍ତ୍ରତି ହୋଇ ଯାଉଛନ୍ତି ତାଙ୍କୁ ଆସିବାର ଉପଯୁକ୍ତ ସମୟ କୁହନ୍ତୁ। ଆମନ୍ତ୍ରିତ କରିଥିବା ବନ୍ଧୁଙ୍କ ମୋବାଇଲ ନମ୍ବର ପାଖରେ ରଖନ୍ତୁ। ଯଦି ଆପଣ କେଉଁଠି ବାଟବାଉଳା ହେଲେ ତେବେ ତାଙ୍କ ସହ ଫୋନ୍‌ରେ ଯୋଗାଯୋଗ ରଖନ୍ତୁ।
ଯାହା ଘରକୁ ଯାଉଛନ୍ତି କିଛି ଗିଫ୍ଟ
ନେଇ ଯା’ନ୍ତୁ
ଖାଲିହାତରେ କାହା ଘରକୁ ଯିବା ଶାଳୀନତାର ପରିଚୟ ଦିଏନା। ଯାହା ଘରକୁ ଯାଉଛନ୍ତି କିଛି ଗିଫ୍ଟ ନେଇ ଯା’ନ୍ତୁ। ଯଦି ତାଙ୍କ ଘରେ ପିଲା ଅଛନ୍ତି, ତେବେ ତାଙ୍କ ଲାଗି ବିସ୍କୁଟ୍‌, ମିକ୍ସଚର, ଯଦି ସମବୟସ୍କ ଘରକୁ ଯାଉଛନ୍ତି ତେବେ ତାଙ୍କ ଲାଗି ଫୁଲତୋଡ଼ା ଏବଂ ଯଦି ସେଠାରେ ବୟସ୍କ ବ୍ୟକ୍ତି ଅଛନ୍ତି ତେବେ ତାଙ୍କ ଲାଗି ଫ୍ରୁଟ୍ସ, ମିଠା ଆଦି ନେଇପାରିବେ। ଉଦାହରଣ ସ୍ବରୂପ ଆପଣଙ୍କୁ ଗୃହ ପ୍ରବେଶ ଲାଗି ଆମନ୍ତ୍ରିତ କରାଯାଇଛି, ତେବେ ସେଥିଲାଗି ଘର ସାଜସଜ୍ଜାର କୌଣସି ଜିନିଷ ତାଙ୍କୁ ଦେଇପାରିବେ। ବିବାହ ବାର୍ଷିକୀ ଥିଲେ ତାଙ୍କ ପସନ୍ଦ ଅନୁଯାୟୀ ପର୍‌ଫ୍ୟୁମ୍‌ ନେଇପାରିବେ କିମ୍ବା ପିଲାର ଜନ୍ମଦିନ ଥିଲେ ତା’ ଲାଗି ଖେଳନା କିମ୍ବା ପାଠ୍ୟପୁସ୍ତକ ମଧ୍ୟ ନେଇପାରିବେ।
କଥାବାର୍ତ୍ତା ହୁଅନ୍ତୁ
କାହା ଘରକୁ ଯାଉଥିଲେ କେବଳ ଦେଖା କରିବାର ଅଛି ବୋଲି ନୁହେଁ, ତାଙ୍କ ସହିତ କଥାବାର୍ତ୍ତା ହୁଅନ୍ତୁ। ଘରେ ଭାବିକି ଯା’ନ୍ତୁ ଯେ କ’ଣ ସେଠାରେ କଥାହେବେ। କିଛି ଏମିତି ବିଷୟ ଚୟନ କରନ୍ତୁ, ଯେଉଁଥିରେ ସମସ୍ତେ ନିଜକୁ ଜଡ଼ିତ ରଖି ସେ ସମୟର ମଜା ନେଇପାରିବେ। ସେଠାରେ ଏପରି ବିଷୟ ଆଲୋଚନା କରନ୍ତୁ ନାହିଁ, ଯାହାଦ୍ୱାରା କଥା ଯୁକ୍ତିତର୍କ ସ୍ତରରେ ପହଞ୍ଚତ୍ବ। ଆପଣଙ୍କର କୌଣସି ଅନୁଭୂତି ସମ୍ପର୍କରେ କିମ୍ବା ଆଉ କେବେ ଭେଟ ହେବ ସେ ବିଷୟରେ କଥାବାର୍ତ୍ତା ହୁଅନ୍ତୁ।
ସମସ୍ତଙ୍କ ସହ ମିଶନ୍ତୁ : ଆପଣ ଅନ୍ୟ ଲୋକଙ୍କ ସହ ପରିଚିତ ହୋଇ ନ ଥିବେ, କିନ୍ତୁ ହେଲେ ବି ସମସ୍ତଙ୍କ ସହ ମିଶି କଥାବାର୍ତ୍ତା ହୁଅନ୍ତୁ। ହୋଇପାରେ ଆପଣ କ’ଣ କଥାହେବେ, ଯାହାଙ୍କୁ କେବେ ଭେଟିନାହାନ୍ତି କି କଥା ହୋଇନାହାନ୍ତି। ସେପରି ସ୍ଥିତିର ଅନ୍ୟ ଲୋକଙ୍କୁ ପ୍ରଥମେ କହିବାର ସୁଯୋଗ ଦିଅନ୍ତୁ, ଆପଣ କେବଳ ଶୁଣନ୍ତୁ। ଧୀରେ ଧୀରେ ସମସ୍ତଙ୍କ ସହ କଥାବାର୍ତ୍ତା କରନ୍ତୁ, ଯାହାଦ୍ୱାରା ନିଜର ବ୍ୟକ୍ତିତ୍ୱ ଆହୁରି ପ୍ରଶଂସିତ ହେବ।
ଫର୍ମାଲ ଡିନର : ଯଦି ଆପଣ ଫର୍ମାଲ ଡିନରରେ ଯାଉଛନ୍ତି ତେବେ ଟେବୁଲ୍‌ ମ୍ୟାନର ଶିଖିବା ବୁଦ୍ଧିମାନର କାମ। କଟଲେରିର ଉପଯୋଗ ଆସୁଥିବା ଅତିଥିଙ୍କ ପାଇଁ ସମ୍ମାନର ପ୍ରତୀକ ହୋଇପାରିବ।
ଧନ୍ୟବାଦ ଅର୍ପଣ କରନ୍ତୁ
ବିଦାୟ ନେବା ପୂର୍ବରୁ ଯିଏ ଆପଣଙ୍କୁ ଆମନ୍ତ୍ରିତ କରିଥା’ନ୍ତି ତାଙ୍କୁ ଧନ୍ୟବାଦ ଜଣାନ୍ତୁ। ତାଙ୍କ ଆତିଥ୍ୟର ମନଖୋଲି ପ୍ରଶଂସା କରନ୍ତୁ। ଘରର ସାଜସଜ୍ଜା, ପୋଷାକ, ପରଷା ହୋଇଥିବା ଖାଦ୍ୟ ଆଦିକୁ ପ୍ରଶଂସା କରିବାକୁ ଭୁଲନ୍ତୁ ନାହିଁ। ଏମିତି କି ଘରର ଡିଜାଇନ୍‌କୁ ମଧ୍ୟ।
ଶେଷରେ….
ଯଦି ସେଠାରେ ଜାଣତରେ ହେଉ ଅବା ଅଜାଣତରେ ଆପଣ କୌଣସି ଭୁଲ କରିଦେଇଛନ୍ତି ତେବେ ସେଥିପାଇଁ ‘ସରି’ କହିବାକୁ ଭୁଲନ୍ତୁ ନାହିଁ। ଅଯଥା ଆଲୋଚନା କରି ନିଜକୁ ସମାଲୋଚିତ କରିବା ଠିକ୍‌ ନୁହେଁ। ଆଚାର ବ୍ୟବହାର, କଥାବାର୍ତ୍ତା ଶୈଳୀରେ ନିଜକୁ ସଚେତନ ରଖନ୍ତୁ।

ଏମାନେ କ’ଣ କରନ୍ତି


ସୂଚିତ କରି ଯାଆନ୍ତୁ :
(ମନ୍ଦାକିନୀ ଦାସ,ଚୌଦ୍ୱାର,କଟକ)
ଆମର ଯଦି କାହା ଘରକୁ ଯିବାର ପ୍ଲାନିଂ ହୁଏ ତାଙ୍କୁ ଆଗରୁ ଏ ବିଷୟରେ ସୂଚନା ଦିଏ। ଫଳରେ ସେମାନେ ଆମ ପାଇଁ ନିର୍ଦ୍ଦିଷ୍ଟ ଦିନ ସମୟ ଦେଇ ପାରିବେ। ଆଜିକାଲି ବିଜି ସିଡ୍ୟୁଲ୍‌ ଭିତରେ ହଠାତ୍‌ କାହାକୁ କିଛି ନ କହି ଘରକୁ ଯିବା ପୂର୍ବରୁ ତାଙ୍କୁ ଏ ନେଇ ଜଣେଇ ଦେବା ଭଲ। ଅର୍ଥାତ୍‌ ଏଥିଲାଗି କାହା ଘରକୁ ଯିବା ପୂର୍ବରୁ ତାଙ୍କୁ ଇନ୍‌ଫରମେଶନ୍‌ ଦେବା ଆବଶ୍ୟକ।
ସମସ୍ତଙ୍କ ସହ ମିଶି କଥାବାର୍ତ୍ତା ହୁଅନ୍ତୁ :
(ସମିତାଞ୍ଜଳି ବେଜ୍‌, କର୍ମଜୀବୀ,ଭାନରପୁର,
ବାରିଗାଁ,କେଉଁଝର)
ଅତିଥି ହୋଇ ଯଦି କାହା ଘରକୁ ଯିବାର ଅଛି ପ୍ରଥମେ ଦେଖନ୍ତୁ ଯେ ଆପଣ କେଉଁ ଅକେଜନ୍‌ ପାଇଁ ନିମନ୍ତ୍ରିତ ହୋଇଛନ୍ତି । ସେହି ଅନୁଯାୟୀ କିଛି ଗିଫ୍ଟ ନେଇ ତାଙ୍କ ଘରକୁ ଯିବା ଆବଶ୍ୟକ। ଘରେ ଯଦି ଛୋଟ ପିଲା ଅଛନ୍ତି ତାଙ୍କ ଲାଗି ଚକୋଲେଟ୍‌ ଏବଂ ବୟସ୍କ ବ୍ୟକ୍ତି ଥିଲେ ତାଙ୍କ ପାଇଁ ଫ୍ରୁଟ୍ସ ନେଇ ଗଲେ ଭଲ। ତାଙ୍କ ଘରେ ପହଁଞ୍ଚତ୍ବା ପରେ ସମସ୍ତଙ୍କ ସହ ମିଶି କଥାବାର୍ତ୍ତା ହୁଅନ୍ତୁ , ଯେପରି ତାଙ୍କୁ ନ ଲାଗୁ ଆପଣ ଅନ୍‌କମ୍ପଟେବୁଲ୍‌ ଫିଲ୍‌ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଟି୨୦ ଜିତିଲା ଭାରତ, ୨-୧ରେ ସିରିଜ୍‌ ଆଗୁଆ

ଇନ୍ଦୋର,୧୧ା୧୦: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୪ ରନରେ…

ଚାଲିଥିଲା ବଡ଼ଧରଣର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

ବଡ଼ ଖୁଲାସା କଲେ ଧର୍ମେନ୍ଦ୍ର; ଭାଜପା ଛାଡ଼ି ଏହି ଦଳରେ ହେବେ ସାମିଲ, ସାମ୍ନାକୁ ଆସିଲା ଫଟୋ

ଲକ୍ଷ୍ନୌ,୧୧।୧୦: ଭାଜପାରୁ ଇସ୍ତଫା ଦେଇଥିବା ଉତ୍ତରପ୍ରଦେଶର ଆଁଓଲା ଲୋକସଭା ଆସନର ପୂର୍ବତନ ଏମପି ଧର୍ମେନ୍ଦ୍ର କଶ୍ୟପ ରବିବାର ଲକ୍ଷ୍ନୌରେ ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?