Posted inଜାତୀୟ

ତେଜୁଛି ସିଏଏ ବିରୋଧୀ ଆନ୍ଦୋଳନ

ନୂଆଦିଲ୍ଲୀ/କୋଲକାତା/ ଓ୍ବାଶିଂଟନ,୨୮ା୧: ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧରେ ଆନ୍ଦୋଳନ ଥମିବାର ନାଁ ନେଉନାହିଁ। ଗୋଟିଏ ପରେ ଗୋଟିଏ ରାଜ୍ୟ ବିଧାନସଭାରେ ସିଏଏ ବିରୋଧୀ ସଂକଳ୍ପନାମା ଗୃହୀତ ହେବାରେ ଲାଗିଛି। କେରଳ, ପଞ୍ଜାବ, ରାଜସ୍ଥାନ ପରେ ସୋମବାର ପଶ୍ଚିମବଙ୍ଗ ବିଧାନସଭାରେ ସଂକଳ୍ପନାମା ଗୃହୀତ ହୋଇଛି। ସିଏଏ ସହିତ ଏନ୍‌ପିଆର୍‌ ଏବଂ ପ୍ରସ୍ତାବିତ ଏନ୍‌ଆର୍‌ସି ଜଡ଼ିତ ରହିଥିବାରୁ ତାହାର ପ୍ରତ୍ୟାହାର ପାଇଁ ଦାବି ହୋଇଛି। ସିଏଏ ଦେଶର ସମ୍ବିଧାନ ଓ ମାନବିକତା ବିରୋଧୀ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିବା ସହ ସରକାର ଏହାକୁ ରଦ୍ଦ କରନ୍ତୁ ବୋଲି ଦାବି କରିଛନ୍ତି। ରାଜ୍ୟ ବିଧାନସଭାରେ ସରକାରଙ୍କ ତରଫରୁ ଅଣାଯାଇଥିବା ସଂକଳ୍ପନାମାକୁ ବିରୋଧୀ ଦଳ କଂଗ୍ରେସ ଏବଂ ସିପିଏମ୍‌ ନେତୃତ୍ୱାଧୀନ ବାମ ସାମ୍ମୁଖ୍ୟ ସମର୍ଥନ ଜଣାଇଛି। ଗତବର୍ଷ ସେପ୍ଟେମ୍ବରରେ ପଶ୍ଚିମବଙ୍ଗ ବିଧାନସଭା ଏନ୍‌ଆର୍‌ସି ବିରୋଧରେ ସଂକଳ୍ପନାମା ଗୃହୀତ କରାଇଥିଲା।
ସିଏଏକୁ କେବଳ ବିରୋଧୀ ରାଜନୈତିକ ଦଳଗୁଡ଼ିକ ବିରୋଧ କରୁନାହାନ୍ତି, ବିଭିନ୍ନ ସଂଗଠନ ଏହାର ପ୍ରତିବାଦ କରୁଛନ୍ତି। ମାସେରୁ ଊର୍ଦ୍ଧ୍ୱ ସମୟ ଧରି ଏହି ବିକ୍ଷୋଭ ଲାଗି ରହିଥିବାବେଳେ ବିଭିନ୍ନ ସ୍ଥାନରେ ହିଂସାତ୍ମକ ରୂପ ନେଇଥିଲା। ଏବେ ଏହି ପ୍ରସଙ୍ଗ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚତ୍ଲାଣି। ୟୁରୋପୀୟ ପାର୍ଲାମେଣ୍ଟରେ ସିଏଏ ଏବଂ କଶ୍ମୀର ପ୍ରସଙ୍ଗକୁ ନେଇ ୬ଟି ପ୍ରସ୍ତାବ ଅଣାଯାଇଛି। ୟୁରୋପୀୟ ସଂଘ (ଇୟୁ) ପାର୍ଲାମେଣ୍ଟର ମୋଟ ୭୫୧ ସଦସ୍ୟଙ୍କ ମଧ୍ୟରୁ ୬୨୬ ଜଣ ସିଏଏ ଏବଂ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ବିରୋଧରେ ୬ଟି ସଂକଳ୍ପନାମା ଆଣିଛନ୍ତି। କେତେକ ପ୍ରସ୍ତାବରେ ଆସାମରେ ଲାଗୁ ହୋଇଥିବା ଏନ୍‌ଆର୍‌ସିକୁ ମଧ୍ୟ ବିରୋଧ କରାଯାଇଛି। ଇୟୁ ପାର୍ଲାମେଣ୍ଟରେ ୨୯ରେ ଏହା ଉପରେ ଆଲୋଚନା ହୋଇ ୩୦ରେ ଭୋଟ ନିଆଯିବ। ମାର୍ଚ୍ଚରେ ଭାରତ-ଇୟୁ ସମିଟ୍‌ରେ ଯୋଗଦେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରସେଲ୍ସ ଗସ୍ତରେ ଯିବାକୁ ଥିବାବେଳେ ଏହା ପୂର୍ବରୁ ଇୟୁ ପାର୍ଲାମେଣ୍ଟରେ ପ୍ରସ୍ତାବ ଅଣାଯିବା ଭାରତ ପାଇଁ ବଡ଼ କୂଟନୈତିକ ଝଟ୍‌କା ହୋଇଛି। ଏହା ଉପରେ ପ୍ରତିକ୍ରିୟା ଦେଇ କେନ୍ଦ୍ର ସରକାର କହିଛନ୍ତି, ସିଏଏ ଭାରତର ସମ୍ପୂର୍ଣ୍ଣ ଆଭ୍ୟନ୍ତରୀଣ ବ୍ୟାପାର। ପାର୍ଲାମେଣ୍ଟର ଉଭୟ ଗୃହରେ ପର୍ଯ୍ୟାପ୍ତ ଆଲୋଚନା ପରେ ଗଣତାନ୍ତ୍ରିକ ଉପାୟରେ ଓ ଉପଯୁକ୍ତ ପ୍ରକ୍ରିୟାରେ ଏହା ଗୃହୀତ ହୋଇଛି। ଇୟୁ ଏହାକୁ ବିରୋଧ କରିବା ଅନୁଚିତ ବୋଲି ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା କହିଛନ୍ତି।
ଆମେରିକାରେ ଭାରତର ୭୧ତମ ସାଧାରଣତନ୍ତ୍ର ଦିବସ ପାଳନ ସହିତ ସିଏଏ ବିରୋଧରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ଶୋଭାଯାତ୍ରା ଆୟୋଜନ ହୋଇଯାଇଛି। ଆମେରିକାର ବିଭିନ୍ନ ସହରରୁ ବହୁସଂଖ୍ୟାରେ ଭାରତୀୟ-ଆମେରିକୀୟମାନେ ଏହି ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ। ତେବେ ସେଠାରେ ଅନ୍ୟ କେତେଜଣ ଭାରତୀୟ-ଆମେରିକୀୟ ସିଏଏକୁ ସମର୍ଥନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌ ରାଇଡ୍‌ରେ ବାହାରିଲେ ’ସ୍ପାଇଡର୍‌ମ୍ୟାନ, ସ୍ପାଇଡର୍‌ ଓମେନ୍‌’, ଗିରଫ କଲା ପୋଲିସ

ନୂଆଦିଲ୍ଲୀ,୨୬।୪: ସୁପରହିଟ୍, ସ୍ପାଇଡରମ୍ୟାନ୍ ଏବଂ ସ୍ପାଇଡର୍-ଓମେନ୍‌ ପୋଷାକ ପିନ୍ଧି ବାଇକ୍‌ ରାଇଡ୍‌ କରୁଥିବା ଜଣେ ଯୁବକ ଏବଂ ଯୁବତୀଙ୍କୁ ପୋଲିସ ଗିରଫ କରିଛି। ଦକ୍ଷିଣ ପଶ୍ଚିମ...

ଆଜି ଗଣତନ୍ତ୍ର ପାଇଁ ବିଜୟର ଦିନ:ମୋଦି

ନୂଆଦିଲ୍ଲୀ,୨୬।୪: ଲୋକ ସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ପ୍ରଚାର ଚାଲିଛି। ତୃତୀୟ ପର୍ଯ୍ୟାୟରେ ବିହାରର ଅରାରିଆରେ ଏକ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି।...

ସନ୍ଦେଶଖାଲି ମାମଲାରେ ସିବିଆଇ ଚଢ଼ାଉ

କୋଲକାତା,୨୬ା୪: କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି (ସିବିଆଇ) ପଶ୍ଚିମବଙ୍ଗର ସନ୍ଦେଶଖାଲି ମାମଲାରେ ଶୁକ୍ରବାର ଅନେକ ସ୍ଥାନରେ ଚଢ଼ାଉ କରିଛି। ଅନୁସନ୍ଧାନକାରୀ ସଂସ୍ଥା ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ...

ନୋଟାକୁ ସର୍ବାଧିକ ଭୋଟ ମିଳିବାରୁ ପୁନର୍ବାର ନିର୍ବାଚନ କରିବାକୁ ଦାବି, ନିର୍ବାଚନ କମିଶନଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬।୪: ଭୋଟ ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଶୁକ୍ରବାର ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ସମୟରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା।...

ସିସୋଡିଆଙ୍କୁ ଝଟ୍‌କା, ମେ’ ୮ ପର୍ଯ୍ୟନ୍ତ ରହିବେ ଜେଲରେ

ନୂଆଦିଲ୍ଲୀ,୨୬।୪: ଦିଲ୍ଲୀ ଏକ୍ସାଇଜ ମାମଲାରେ ହୋଇଥିବା ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ମନୀଷ ସିସୋଡିଆଙ୍କ ନ୍ୟାୟିକ ହେପାଜତକୁ ଆସନ୍ତା ମେ ୮ ପର୍ଯ୍ୟନ୍ତ...

ରାହୁଲଙ୍କୁ ଶାହାଙ୍କ ପ୍ରଶ୍ନ

ନୂଆଦିଲ୍ଲୀ,୨୬।୪: ଲୋକ ସଭା ନିର୍ବାଚନ ପାଇଁ ଚାଲିଥିବା ଦ୍ୱିତୀୟ ପର୍ଯ୍ୟାୟ ମତଦାନ ମଧ୍ୟରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ ଦାବି କରିଛନ୍ତି...

ପୂର୍ବାହ୍ନ ୧୧ଟା ସୁଦ୍ଧା ଏହି ରାଜ୍ୟରେ ହୋଇଛି ସବୁଠୁ ଅଧିକ ମତଦାନ

ନୂଆଦିଲ୍ଲୀ,୨୬ା୪: ଆଜି ଅର୍ଥାତ୍‌ ଏପ୍ରିଲ ୨୬ରେ ଲୋକ ସଭାର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି। ଏହି ପର୍ଯ୍ୟାୟରେ ୧୨୦୦ରୁ ଅଧିକ ପ୍ରାର୍ଥୀ ୧୩ଟି ରାଜ୍ୟର...

ପଶ୍ଚିମବଙ୍ଗରେ ଟିଏମସି ଘୋଟାଲା କରୁଛି: ମୋଦି

କୋଲକାତା,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଶ୍ଚିମବଙ୍ଗର ମାଲଦାଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri