ଅଟକାଇବାରୁ ପୋଲିସଙ୍କ ହାତ କାଟିଦେଲେ

ଚଣ୍ଡିଗଡ଼,୧୩ା୪(ପି.ଟି.): କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାରା ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଛି। ଏହି ସମୟରେ ସାଧାରଣ ଯାତାୟାତ ଉପରେ କଟକଣା ଜାରି ହୋଇଛି। ଜରୁରୀ କାର୍ଯ୍ୟ ଥିଲେ ଅନୁମତି ପତ୍ର କିମ୍ବା ପାସ୍‌ ଦେଖାଇ ଛଡ଼ାଯାଉଛି। ଏଭଳି ସ୍ଥିତିରେ ପାସ୍‌ ଦେଖାଇବା ପାଇଁ ଗାଡ଼ି ଅଟକାଇବାରୁ ଶିଖ୍‌ ସମ୍ପ୍ରଦାୟର କେତେଜଣ ଲୋକ ପୋଲିସ ଉପରେ ଆକ୍ରମଣ କରିଛନ୍ତି। ସେମାନେ ଖଣ୍ଡାରେ ଜଣେ ଏଏସ୍‌ଆଇଙ୍କ ହାତ କାଟି ଅଲଗା କରିଦେବା ସହ ଅନ୍ୟ ଦୁଇଜଣଙ୍କୁ ଆହତ କରିଛନ୍ତି। ପଞ୍ଜାବ ପଟିଆଲା ଜିଲାର ସନଉର୍‌ ସହରରେ ଥିବା ଏକ ପରିବା ବଜାରରେ ରବିବାର ସକାଳେ ଏହି ଆକ୍ରମଣ ହୋଇଛି।
ଖସି ପଳାଇଯାଇ ଏକ ଗୁରୁଦ୍ୱାରାରେ ଆଶ୍ରୟ ନେଇଥିବା ଆକ୍ରମଣକାରୀଙ୍କ ସହ ପୋଲିସର ଗୁଳି ବିନିମୟ ହୋଇଥିଲା। ପୋଲିସ ୫ ଆକ୍ରମଣକାରୀଙ୍କ ସମେତ ୮ ଜଣଙ୍କୁ ଗୁରୁଦ୍ୱାରା ଭିତରୁ ଗିରଫ କରିଛି। ସୋସିଆଲ ମିଡିଆରେ ପ୍ରସାରିତ ଭିଡିଓରେ ଏଏସ୍‌ଆଇ ହର୍‌ଜିତ ସିଂ ସହାୟତା ପାଇଁ ଚିତ୍କାର କରୁଥିବାବେଳେ ଜଣେ ଲୋକ କଟାହାତ ତାଙ୍କୁ ଦେଉଥିବା ଦେଖାଯାଇଛି। ପରେ ଏଏସ୍‌ଆଇଙ୍କୁ ମୋଟର ସାଇକେଲରେ ନେଇ ନିକଟସ୍ଥ ରାଜୀନ୍ଦ୍ର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରୁ ତାଙ୍କୁ ଚଣ୍ଡିଗଡ଼ସ୍ଥିତ ପିଜିଆଇଏମ୍‌ଇଆର୍‌କୁ ନିଆଯାଇ ଅସ୍ତ୍ରୋପଚାର କରାଯାଇଛି।
ପଟିଆଲାର ଉକ୍ତ ଅଞ୍ଚଳରେ ଲକ୍‌ଡାଉନ କଟକଣା କଡ଼ାକଡ଼ି ପାଳନ ହେଉଥିବାବେଳେ ଏକ ଏସ୍‌ୟୁଭିରେ ଆସିଥିବା ଶିଖ୍‌ (ନିହାଙ୍ଗ) ସମ୍ପ୍ରଦାୟର କିଛି ଲୋକଙ୍କୁ ପୋଲିସ ଅଟକାଇ କର୍ଫ୍ୟୁ ପାସ୍‌ ଦେଖାଇବାକୁ କହିଥିଲା। ସେମାନେ ଗାଡ଼ିକୁ ବାରିକେଡ୍‌ରେ ମାଡ଼ କରିବା ସହ ପୋଲିସ ଉପରେ ଆକ୍ରମଣ କରିଦେଇଥିଲେ। ଆକ୍ରମଣ କରିସାରିବା ପରେ ସେମାନେ ସେଠାରୁ ୨୫ କିଲୋମିଟର ଦୂର ବାଲବେରା ଗ୍ରାମରେ ଥିବା ଗୁରୁଦ୍ୱାରା ଖିଚରି ସାହିବକୁ ପଳାଇଥିଲେ। ଆଇଜି ଯତୀନ୍ଦ୍ର ସିଂ ଔଲାଖଙ୍କ ନେତୃତ୍ୱରେ ପୋଲିସ ଟିମ୍‌ ଉକ୍ତ ଗୁରୁଦ୍ୱାରାକୁ ଚାରିପଟୁ ଘେରିନେଇ ଚଢ଼ାଉ ଆରମ୍ଭ କରିଥିଲା। ଆକ୍ରମଣକାରୀଙ୍କଠାରୁ ୩ ପିସ୍ତଲ, ପେଟ୍ରୋଲ ବୋମା, ଖଣ୍ଡା, ଏଲ୍‌ପିଜି ସିଲିଣ୍ଡର ଆଦି ଜବତ ହୋଇଛି।
ଡ୍ୟୁଟିରେ ଥିବା ପୋଲିସ ଅଧିକାରୀଙ୍କ ହାତ ହାଣିଦେଇଥିବା ଶିଖ୍‌ ସଦସ୍ୟମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ପାଇଁ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ ଦାବି କରିଛନ୍ତି। ଏଭଳି ଅମାନବୀୟ ଆକ୍ରମଣ ଘଟଣାକୁ ପୁରୀ ତୀବ୍ର ନିନ୍ଦା କରିଛନ୍ତି। ତୁରନ୍ତ ସେମାନଙ୍କୁ ଆଇନର କାଠଗଡ଼ା ମଧ୍ୟକୁ ନେଇ ଦଣ୍ଡବିଧାନ କରାଯିବା ଉଚିତ ବୋଲି କେନ୍ଦ୍ର ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ କହିଛନ୍ତି। ଏଭଳି ଆକ୍ରମଣ ଦୁର୍ଭାଗ୍ୟଜନକ ବୋଲି ପଞ୍ଜାବ ପୋଲିସ ମହାନିର୍ଦ୍ଦେଶକ ଦିନ୍‌କର ଗୁପ୍ତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

ଗୁଡ଼ାରୀ, ୯/୧୦ (ପ୍ରମୋଦ କୁମାର ପତି): ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ଦିନ ସମସ୍ତ ଅଙ୍ଗନବାଡ଼ି କର୍ମୀ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ : ମାମଲା ରୁଜୁ କଲା ପୋଲିସ                     

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ଚାନ୍ଦିନୀ ନାୟକ ଙ୍କ ସ୍ବାମୀ ଟୁନା ନାୟକ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା…

ଦିଗପହଣ୍ଡିରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ: ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ କରାଗଲା ସମ୍ମାନିତ

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମିଶନ ଶକ୍ତି ଭବନ ପରିସରରେ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ ସ୍ତରୀୟ ପୋଷଣ…

କେସିଙ୍ଗା ମହାବିଦ୍ୟାଳୟରେ ସଭାପତି ପଦ ପାଇଁ ୩ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

କେସିଙ୍ଗା, ୯/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ନେଇ ବିଜ୍ଞପ୍ତି…

ପ୍ରଥମ ଥର ପାଇଁ ଋଷିମାଳ ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ

ବ୍ରାହ୍ମଣୀଗାଁ, ୯।୧୦(ମନୋରଞ୍ଜନ ରଣା): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପୁଣିଥରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି କ୍ରମରେ…

ଆମେରିକା କାର୍ଯ୍ୟାନୁଷ୍ଠାନ ଉପରେ ସ୍ପଷ୍ଟୀକରଣ ରଖିଲା ଭାରତ, H-1B ଭିସା ଉପରେ …

ନୂଆଦିଲ୍ଲୀ,୯।୧୦: ଆମେରିକା ସରକାରଙ୍କ ଦ୍ୱାରା କେତେକ ପ୍ରମୁଖ ଟେକ୍ କମ୍ପାନୀକୁ ନିଯୁକ୍ତି-ଭିତ୍ତିକ ଗ୍ରୀନ୍ କାର୍ଡ କାର୍ଯ୍ୟକ୍ରମରୁ ନିଲମ୍ବିତ କରାଯିବା ନିଷ୍ପତ୍ତି ଉପରେ ଭାରତର ବୈଦେଶିକ ମନ୍ତ୍ରାଳୟ (MEA)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?