ଅଟକାଇବାରୁ ପୋଲିସଙ୍କ ହାତ କାଟିଦେଲେ

ଚଣ୍ଡିଗଡ଼,୧୩ା୪(ପି.ଟି.): କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାରା ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଛି। ଏହି ସମୟରେ ସାଧାରଣ ଯାତାୟାତ ଉପରେ କଟକଣା ଜାରି ହୋଇଛି। ଜରୁରୀ କାର୍ଯ୍ୟ ଥିଲେ ଅନୁମତି ପତ୍ର କିମ୍ବା ପାସ୍‌ ଦେଖାଇ ଛଡ଼ାଯାଉଛି। ଏଭଳି ସ୍ଥିତିରେ ପାସ୍‌ ଦେଖାଇବା ପାଇଁ ଗାଡ଼ି ଅଟକାଇବାରୁ ଶିଖ୍‌ ସମ୍ପ୍ରଦାୟର କେତେଜଣ ଲୋକ ପୋଲିସ ଉପରେ ଆକ୍ରମଣ କରିଛନ୍ତି। ସେମାନେ ଖଣ୍ଡାରେ ଜଣେ ଏଏସ୍‌ଆଇଙ୍କ ହାତ କାଟି ଅଲଗା କରିଦେବା ସହ ଅନ୍ୟ ଦୁଇଜଣଙ୍କୁ ଆହତ କରିଛନ୍ତି। ପଞ୍ଜାବ ପଟିଆଲା ଜିଲାର ସନଉର୍‌ ସହରରେ ଥିବା ଏକ ପରିବା ବଜାରରେ ରବିବାର ସକାଳେ ଏହି ଆକ୍ରମଣ ହୋଇଛି।
ଖସି ପଳାଇଯାଇ ଏକ ଗୁରୁଦ୍ୱାରାରେ ଆଶ୍ରୟ ନେଇଥିବା ଆକ୍ରମଣକାରୀଙ୍କ ସହ ପୋଲିସର ଗୁଳି ବିନିମୟ ହୋଇଥିଲା। ପୋଲିସ ୫ ଆକ୍ରମଣକାରୀଙ୍କ ସମେତ ୮ ଜଣଙ୍କୁ ଗୁରୁଦ୍ୱାରା ଭିତରୁ ଗିରଫ କରିଛି। ସୋସିଆଲ ମିଡିଆରେ ପ୍ରସାରିତ ଭିଡିଓରେ ଏଏସ୍‌ଆଇ ହର୍‌ଜିତ ସିଂ ସହାୟତା ପାଇଁ ଚିତ୍କାର କରୁଥିବାବେଳେ ଜଣେ ଲୋକ କଟାହାତ ତାଙ୍କୁ ଦେଉଥିବା ଦେଖାଯାଇଛି। ପରେ ଏଏସ୍‌ଆଇଙ୍କୁ ମୋଟର ସାଇକେଲରେ ନେଇ ନିକଟସ୍ଥ ରାଜୀନ୍ଦ୍ର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରୁ ତାଙ୍କୁ ଚଣ୍ଡିଗଡ଼ସ୍ଥିତ ପିଜିଆଇଏମ୍‌ଇଆର୍‌କୁ ନିଆଯାଇ ଅସ୍ତ୍ରୋପଚାର କରାଯାଇଛି।
ପଟିଆଲାର ଉକ୍ତ ଅଞ୍ଚଳରେ ଲକ୍‌ଡାଉନ କଟକଣା କଡ଼ାକଡ଼ି ପାଳନ ହେଉଥିବାବେଳେ ଏକ ଏସ୍‌ୟୁଭିରେ ଆସିଥିବା ଶିଖ୍‌ (ନିହାଙ୍ଗ) ସମ୍ପ୍ରଦାୟର କିଛି ଲୋକଙ୍କୁ ପୋଲିସ ଅଟକାଇ କର୍ଫ୍ୟୁ ପାସ୍‌ ଦେଖାଇବାକୁ କହିଥିଲା। ସେମାନେ ଗାଡ଼ିକୁ ବାରିକେଡ୍‌ରେ ମାଡ଼ କରିବା ସହ ପୋଲିସ ଉପରେ ଆକ୍ରମଣ କରିଦେଇଥିଲେ। ଆକ୍ରମଣ କରିସାରିବା ପରେ ସେମାନେ ସେଠାରୁ ୨୫ କିଲୋମିଟର ଦୂର ବାଲବେରା ଗ୍ରାମରେ ଥିବା ଗୁରୁଦ୍ୱାରା ଖିଚରି ସାହିବକୁ ପଳାଇଥିଲେ। ଆଇଜି ଯତୀନ୍ଦ୍ର ସିଂ ଔଲାଖଙ୍କ ନେତୃତ୍ୱରେ ପୋଲିସ ଟିମ୍‌ ଉକ୍ତ ଗୁରୁଦ୍ୱାରାକୁ ଚାରିପଟୁ ଘେରିନେଇ ଚଢ଼ାଉ ଆରମ୍ଭ କରିଥିଲା। ଆକ୍ରମଣକାରୀଙ୍କଠାରୁ ୩ ପିସ୍ତଲ, ପେଟ୍ରୋଲ ବୋମା, ଖଣ୍ଡା, ଏଲ୍‌ପିଜି ସିଲିଣ୍ଡର ଆଦି ଜବତ ହୋଇଛି।
ଡ୍ୟୁଟିରେ ଥିବା ପୋଲିସ ଅଧିକାରୀଙ୍କ ହାତ ହାଣିଦେଇଥିବା ଶିଖ୍‌ ସଦସ୍ୟମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ପାଇଁ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ ଦାବି କରିଛନ୍ତି। ଏଭଳି ଅମାନବୀୟ ଆକ୍ରମଣ ଘଟଣାକୁ ପୁରୀ ତୀବ୍ର ନିନ୍ଦା କରିଛନ୍ତି। ତୁରନ୍ତ ସେମାନଙ୍କୁ ଆଇନର କାଠଗଡ଼ା ମଧ୍ୟକୁ ନେଇ ଦଣ୍ଡବିଧାନ କରାଯିବା ଉଚିତ ବୋଲି କେନ୍ଦ୍ର ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ କହିଛନ୍ତି। ଏଭଳି ଆକ୍ରମଣ ଦୁର୍ଭାଗ୍ୟଜନକ ବୋଲି ପଞ୍ଜାବ ପୋଲିସ ମହାନିର୍ଦ୍ଦେଶକ ଦିନ୍‌କର ଗୁପ୍ତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମତଦାନ ପୂର୍ବରୁ ଲୋକଙ୍କୁ ଏମିତି ଅନୁରୋଧ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୬।୪: ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ରେକର୍ଡ ସଂଖ୍ୟାରେ ଭୋଟ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କୁ ଅନୁରୋଧ କରିଛନ୍ତି। ପିଏମ ମୋଦି ସାସିଆଲ ମିଡିଆରେ...

ପ୍ରଦୂଷିତ ଶିପ୍ରାରେ ବୁଡ଼ ପକାଇଲେ କଂଗ୍ରେସ ପ୍ରାର୍ଥୀ

ଉଜ୍ଜୟିନୀ: ଉଜ୍ଜୟିନୀର ଶିପ୍ରା ନଦୀ କ୍ରମାଗତ ଭାବେ ପ୍ରଦୂଷିତ ହୋଇଚାଲିଛି। ନିକଟସ୍ଥ ବିଭିନ୍ନ ଡ୍ରେନର ଜଳ ଏହି ନଦୀରେ ମିଶୁଥିବାରୁ ଏହାର ପ୍ରଦୂଷଣର ମାତ୍ରା ବଢ଼ି...

ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟଙ୍କ ସମ୍ପତ୍ତି ୫ ବର୍ଷରେ ୨୯୮୬% ବଢ଼ିଛି

ନୂଆଦିଲ୍ଲୀ,୨୬ା୪:ବେଙ୍ଗାଲୁରୁ ସାଉଥ୍‌ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟଙ୍କ ସମ୍ପତ୍ତି ୪.୧୦ କୋଟି ଟଙ୍କା ବୋଲି ସେ ନିର୍ବାଚନ...

ଭାରତରେ ୭୨.୪ କୋଟି ଏଆଇ ୟୁଜର୍ସ

ନୂଆଦିଲ୍ଲୀ, ୨୬।୪:ଭାରତରେ ଏବେ କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ବହୁଳ ଭାବେ ବ୍ୟବହାର ହେଉଛି। ଦେଶର ୯୦ ଭାଗ ଇଣ୍ଟରନେଟ ବ୍ୟବହାରକାରୀଙ୍କ ଜୀବନରେ ଏଆଇ ସ୍ପର୍ଶ କରିସାରିଛି। ମାର୍କେଟିଂ...

ମାଧବୀଲତାଙ୍କ ମୋଟ ସମ୍ପତ୍ତି ଜାଣିଲେ ହେବେ ଆଶ୍ଚର୍ଯ୍ୟ

ହାଇଦ୍ରାବାଦ, ୨୬।୪:ତେଲଙ୍ଗାନାର ହାଇଦ୍ରାବାଦ ଲୋକ ସଭା ଆସନରୁ ଭାଜପା ଟିକେଟରେ ପ୍ରାର୍ଥୀ ହୋଇଥିବା କେ. ମାଧବୀଲତାଙ୍କର ୨୨୧ କୋଟି ଟଙ୍କାର ପାରିବାରିକ ସମ୍ପତ୍ତି ରହିଛି। ମାଧବୀ,...

ମୋଦିଙ୍କୁ ନିମନ୍ତ୍ରଣ କଲେ ମେଲୋନି

ନୂଆଦିଲ୍ଲୀ, ୨୬ା୪:ଜୁନ୍‌ରେ ହେବାକୁ ଥିବା ଜି-୭ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଟାଲୀ ପ୍ରଧାନମନ୍ତ୍ରୀ ଜିୟୋର୍ଜିଆ ମେଲୋନି ଟେଲିଫୋନ ଯୋଗେ ଗୁରୁବାର ନିମନ୍ତ୍ରଣ କରିଛନ୍ତି।...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ

ନୂଆଦିଲ୍ଲୀ,୨୬ା୪: ଶୁକ୍ରବାର ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେଉଛି। ଆଜି ସକାଳ ୭ଟାରୁ ୧୩ ଲୋକ ସଭା ଏବଂ ଗୋଟିଏ କେନ୍ଦ୍ର...

ସ୍ତ୍ରୀ ସମ୍ପତ୍ତି ଉପରେ ସ୍ବାମୀଙ୍କ ନିୟନ୍ତ୍ରଣ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬ା୪:ସ୍ତ୍ରୀଙ୍କ ସମ୍ପତ୍ତି ଉପରେ ସ୍ବାମୀଙ୍କର ନିୟନ୍ତ୍ରଣ ନାହିଁ। ଅସୁବିଧା ସମୟରେ ସ୍ବାମୀ ସ୍ତ୍ରୀଙ୍କ ସମ୍ପତ୍ତିକୁ ବ୍ୟବହାର କରିପାରନ୍ତି। କିନ୍ତୁ ତାହାକୁ ଫେରାଇବା ସ୍ବାମୀଙ୍କର ନୈତିକ ଦାୟିତ୍ୱ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri