Posted inଖେଳ

ଅବସରରୁ ପ୍ରତ୍ୟାବର୍ତ୍ତନ ପାଇଁ ବିସିସିଆଇକୁ ଚିଠି ଲେଖିଲେ ଯୁବି

ନୂଆଦିଲ୍ଲୀ,୯।୯(ପି.ଟି.): ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ମହାନ ଅଲରାଉଣ୍ଡର ଯୁବରାଜ ସିଂ ଅବସରରୁ ପ୍ରତ୍ୟାବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ନେଇ ସେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)କୁ ଚିଠି ଲେଖି ଜଣାଇଛନ୍ତି। ଅବସର ନେବା ପରେ ପଞ୍ଜାବ କ୍ରିକେଟ ଆସୋସିଏଶନ (ପିସିଏ) ତାଙ୍କୁ ପ୍ରତ୍ୟାବର୍ତ୍ତନ କରିବାକୁ ଅନୁରୋଧ କରିଆସୁଥିଲା।
୨୦୧୧ ବିଶ୍ୱକପ୍‌ରେ ପ୍ଲେୟାର ଅଫ୍‌ ଦି ଟୁର୍ନାମେଣ୍ଟ ବିବେଚିତ ହୋଇଥିବା ଯୁବରାଜ ଗତ ଜୁନ୍‌ରେ କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କରିଥିଲେ। ପଞ୍ଜାବ କ୍ରିକେଟର ବୃହତ୍ତର ସ୍ବାର୍ଥ ପାଇଁ ପିସିଏ ସମ୍ପାଦକ ପୁନୀତ ବାଲି ତାଙ୍କ ପ୍ରଥମେ ଅବସରରୁ ପ୍ରତ୍ୟାବର୍ତ୍ତନ କରିବାକୁ ପ୍ରସ୍ତାବ ଦେଇଥିଲେ। ଅତିକମ୍‌ରେ ଟି୨୦ ଫର୍ମାଟରେ ପୁଣି ଥରେ କ୍ରିକେଟ ଖେଳିବାକୁ ଯୁବରାଜ ରାଜି ହୋଇଛନ୍ତି। ପଞ୍ଜାବ ଯୁବ କ୍ରିକେଟର ଶୁବମନ ଗିଲ, ଅଭିଷେକ ଶର୍ମା, ପ୍ରଭସିମରନ ସିଂ ଓ ଅନମୋଲପ୍ରୀତ ସିଂଙ୍କ ସହ ନେଟ୍ସରେ ଗତ କେତେ ମାସ ଅଭ୍ୟାସ କରିବା ପରେ ଯୁବରାଜ କ୍ରିକେଟ ପ୍ରତି ତାଙ୍କ ଭଲ ପାଇବାକୁ ପୁଣି ଥରେ ଆବିଷ୍କାର କରିଛନ୍ତି। ଯୁବି ଏ ନେଇ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଚିଠି ଲେଖିଛନ୍ତି ବୋଲି ବାଲି କହିଛନ୍ତି। ପଞ୍ଜାବ କ୍ରିକେଟକୁ ଅତିକମ୍‌ରେ ଆଉ ଗୋଟିଏ ବର୍ଷ ସମୟ ଦେବାକୁ ଯୁବିଙ୍କୁ ବାଲି ଅନୁରୋଧ କରିଛନ୍ତି। ପଞ୍ଜାବ କ୍ରିକେଟ ଯୁବିଙ୍କୁ ଏବେ ମଧ୍ୟ ଚାହୁଁଛି। ଏବେ ଗାଙ୍ଗୁଲିଙ୍କଠାରୁ ଜବାବ ମିଳିବ ବୋଲି ବାଲି ଆଶା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏହି ମହିଳା ରଚିଲେ ଇତିହାସ, ପୁରୁଷ ଟେଷ୍ଟ ମ୍ୟାଚ୍‌ରେ ପ୍ରଥମ ମହିଳା ଭାବେ କଲେ ଅମ୍ପାୟାରିଂ

ସିଡନୀ,୭।୧: ସିଡନୀ କ୍ରିକେଟ ଗ୍ରାଉଣ୍ଡରେ (ଏସସିଜି) ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟରେ କ୍ଲେର୍‌ ପୋଲୋସାକ ଅମ୍ପାୟାର୍‌ ହୋଇଛନ୍ତି। ଏହା ସହ ସେ...

ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର: ପ୍ରମୋଦ ଶ୍ରେଷ୍ଠ କ୍ରୀଡ଼ାବିତ୍‌

ଭୁବନେଶ୍ୱର, ୭।୮(କ୍ରୀଡ଼ା ପ୍ରତିନିଧି)-ପାରା ଆଥଲେଟ୍‌ ପ୍ରମୋଦ ଭଗତ ୨୦୧୮ ମସିହା ପାଇଁ ବିଜୁ ପଟ୍ଟନାୟକ ଶ୍ରେଷ୍ଠ କ୍ରୀଡ଼ାବିତ୍‌ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ମଙ୍ଗଳବାର ପୁରସ୍କାର...

ଏଫଆଇଏଚ୍‌ ପ୍ରୋ ଲିଗ୍‌: ଭାରତର ପ୍ରଥମ ପ୍ରତିଦ୍ୱନ୍ଦ୍ୱୀ ନେଦରଲାଣ୍ଡ୍ସ

ନୂଆଦିଲ୍ଲୀ, ୫।୯(ପି.ଟି.)- ଏଫଆଇଏଚ୍‌ ପ୍ରୋ ଲିଗ୍‌ରେ ଭାରତୀୟ ପୁରୁଷ ହକି ଦଳ ଆସନ୍ତାବର୍ଷ ଜାନୁୟାରୀ୧୮ରେ ଏହାର ପ୍ରଥମ ମ୍ୟାଚ ଘରୋଇ ପରିବେଶରେ ଖେଳିବ। ଭାରତର ପ୍ରଥମ...

ବିସିସିଆଇ ଗଠନ କରିବ ଦୁଇ ଜାତୀୟ ଟିମ୍‌, ଏକା ସମୟରେ ଖେଳିବେ ଟେଷ୍ଟ-ସୀମିତ ଓଭର ମ୍ୟାଚ…

କୋଲକାତା, ୧୫।୬ : ବିସିସିଆଇ ୨୦୨୨ ରୁ ୨୦୨୭ ପର୍ଯ୍ୟନ୍ତ ଇଣ୍ଡିଆନ ପ୍ରିମିୟର ଲିଗ ସାଇକିଲ୍‌ ପାଇଁ ମିଡିଆ ଅଧିକାରର ନିଲାମରୁ ୪୮ ହଜାର କୋଟିରୁ...

ଦେବାଶିଷ, ଦିବ୍ୟଦର୍ଶିନୀ କ୍ରିକେଟର ଅଫ୍‌ ଦି ଇୟର

ଭୁବନେଶ୍ୱର,୨୨ା୧୧(ସ୍ପୋଟର୍‌ସ ବ୍ୟୁରୋ)-ସିଜନ ୨୦୧୯-୨୦ ପାଇଁ ସହିଦ ସ୍ପୋର୍ଟିଂ ମାରୁତି ଇଷ୍ଟେଟ ଇଣ୍ଡିଆ କ୍ରିକେଟର ଅଫ୍‌ ଦି ଇୟର ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯାଇଛି। ସିଲେକ୍ସନ...

‘ଛୋଲେ ଭଟ୍ଟୁରେ’ ଦେଖିଲେ ପାଟିରୁ ଲାଳ ବାହାରେ

ନୂଆଦିଲ୍ଲୀ,୩୦।୪: ପୂର୍ବ ଅଧିନାୟକ ବିରାଟ କୋହଲି କ୍ରିକେଟ ସହ ଫିଟ୍‌ନେସ୍‌କୁ ନେଇ ପ୍ରଶଂସକଙ୍କ ପାଇଁ ପ୍ରେରଣା। ଭାରତର ଯୁବ କ୍ରିକେଟରମାନେ କୋହଲିଙ୍କୁ ଦେଖି ତାଙ୍କ ଭଳି...

ରୋହିତ-ରାହୁଲଙ୍କ ୪ର୍ଥ ଶତକୀୟ ଭାଗୀଦାରି

ବିଶାଖାପାଟଣା,୧୮।୧୨- ଏଠାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଚାଲିଥିବା ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍‌ରେ ଭାରତୀୟ ଓପନର ଲୋକେଶ ରାହୁଲ ଓ ରୋହିତ ଶର୍ମାଙ୍କ ଓପନିଂ ଯୋଡ଼ି ୧୪୫ ରନ୍‌ର...

ଭାରତକୁ ଶୋଚନୀୟ ଭାବେ ପରାସ୍ତ କରିବା ପରେ ଇଂଲଣ୍ଡ ଅଧିନାୟକ କହିଲେ ଏଭଳି

ନୂଆଦିଲ୍ଲୀ,୯।୨: ଲଗାତାର ତିନୋଟି ଟେଷ୍ଟ ଜିତିବାର ସଫଳତା ହାସଲ କରିଛି ଇଂଲଣ୍ଡ ଟିମ୍‌। ପ୍ରଥମେ ଶ୍ରୀଲଙ୍କାକୁ ଦୁଇଟି ଟେଷ୍ଟରେ ପରାଜିତ କରିବା ପରେ ଭାରତ ବିପକ୍ଷରେ...

Advertisement
Archives

Model This Week