ଗଣତନ୍ତ୍ରକୁ ସଶକ୍ତ କରିବା ପାଇଁ ଯୁବପିଢ଼ିଙ୍କୁ ଆହ୍ବାନ: ସଚେତନ ନାଗରିକ ହେବାକୁ ଛାତ୍ରୀଛାତ୍ରଙ୍କ ଶପଥ

ଭଞ୍ଜନଗର,୨୯ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ପିଏମ ସରକାରୀ ଉଚ୍ଚ ବିଦ୍ୟାଳୟ, ମୁଜାଗଡ଼ ଏବଂ କବିସମ୍ରାଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କୁଲାଡ଼ରେ ନିର୍ବାଚନ ସାକ୍ଷରତା କ୍ଲବ ପକ୍ଷରୁ ନିର୍ବାଚନୀ ସଚେତନତାମୂଳକ ଶନିବାର ଅନୁଷ୍ଠିତ ହୋଇଯାଇଛି।

ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରାଙ୍କ ଅଧ୍ୟକ୍ଷତାରେ ମୁଜାଗଡ଼ ଓ କୁଲାଡ଼ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ, ଡେପୁଟୀ କଲେକ୍ଟର ରଚିତା ମହାପାତ୍ର, ବିଡିଓ ଭାରତୀ ଦେବୀ, ଅନ୍ୟାନ୍ୟ ପଦାଧିକାରୀ, ଉଭୟ ବିଦ୍ୟାଳୟର ପ୍ରଧାନଶିକ୍ଷକ, ଅଧ୍ୟାପକ-ଅଧ୍ୟାପିକା, ଶିକ୍ଷୟିତ୍ରୀ-ଶିକ୍ଷକ, ନିର୍ବାଚନ ସାକ୍ଷରତା କ୍ଲବ୍‌ ସଦସ୍ୟ ଏବଂ ବହୁ ସଂଖ୍ୟକ ଛାତ୍ରୀଛାତ୍ର ଯୋଗଦେଇଥିଲେ। ଏହି ଅବସରରେ ଉପଜିଲାପାଳ ବେହେରା ଛାତ୍ରୀଛାତ୍ରଙ୍କୁ ଗଣତନ୍ତ୍ରରେ ମତଦାନର ଗୁରୁତ୍ୱ, ନିର୍ବାଚନ ପ୍ରକ୍ରିୟା ଏବଂ ଜଣେ ଦାୟିତ୍ୱଶୀଳ ନାଗରିକ ଭାବେ ସେମାନଙ୍କର ଭୂମିକା ସମ୍ପର୍କରେ ସଚେତନ କରାଇଥିଲେ। ଯୁବପିଢ଼ି ମଧ୍ୟରେ ନିର୍ବାଚନୀ ସାକ୍ଷରତା ବୃଦ୍ଧି କରିବା ସହ ଭବିଷ୍ୟତରେ ସଚେତନ, ସକ୍ରିୟ ଓ ଦାୟିତ୍ୱବାନ ଭୋଟର ଭାବେ ନିଜର ଭୂମିକା ନିର୍ବାହ କରିବାକୁ ସେ ଆହ୍ବାନ ଦେଇଥିଲେ।

କାର୍ଯ୍ୟକ୍ରମରେ ମତଦାତା ପଞ୍ଜୀକରଣ, ଭୋଟର ତାଲିକାରେ ନାମ ସଂଯୋଜନ ଓ ସଂଶୋଧନ, ନିର୍ଭୀକ ଓ ନିରପେକ୍ଷ ମତଦାନ, ନୈତିକ ମତଦାନ ଆଦି ବିଷୟରେ ଛାତ୍ରୀଛାତ୍ରଙ୍କୁ ବିସ୍ତୃତ ଭାବେ ଅବଗତ କରାଯାଇଥିଲା। ନିର୍ବାଚନ ସାକ୍ଷରତା କ୍ଲବ ମାଧ୍ୟମରେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଗଣତାନ୍ତ୍ରିକ ମୂଲ୍ୟବୋଧ, ନିର୍ବାଚନୀ ସଚେତନତା ଏବଂ ଭୋଟର ଭାବେ ନିଜର ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କରେ ଜ୍ଞାନ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଥିଲା।ଏହାସହ ଛାତ୍ରୀଛାତ୍ରଙ୍କୁ ନିର୍ବାଚନରେ ଟଙ୍କା, ଉପହାର କିମ୍ବା କୌଣସି ପ୍ରଲୋଭନର ପ୍ରଭାବରୁ ମୁକ୍ତ ରହି ସଚେତନ ଓ ନୈତିକ ଭାବେ ମତଦାନ କରିବାର ଗୁରୁତ୍ୱ ବୁଝାଇ ଦିଆଯାଇଥିଲା।

ଛାତ୍ରୀଛାତ୍ର ମଧ୍ୟ ନିର୍ବାଚନ ସଚେତନତା ସମ୍ପର୍କିତ ବିଭିନ୍ନ ଆଲୋଚନାରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।
ଶେଷରେ ଛାତ୍ରୀଛାତ୍ର ସଚେତନ ଓ ଦାୟିତ୍ୱବାନ ନାଗରିକ ହେବା, ଗଣତାନ୍ତ୍ରିକ ପ୍ରକ୍ରିୟାକୁ ସମ୍ମାନ କରିବା ଏବଂ ନିର୍ବାଚନୀ ସଚେତନତା ବୃଦ୍ଧିରେ ନିଜର ଅବଦାନ ରଖିବା ପାଇଁ ମତଦାତା ସଚେତନତା ଶପଥ ଗ୍ରହଣ କରିଥିଲେ। ମୁଜାଗଡ଼ ଓ କୁଲାଡ଼ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଛାତ୍ରୀଛାତ୍ରଙ୍କ ମଧ୍ୟରେ ନିର୍ବାଚନୀ ସାକ୍ଷରତା, ଗଣତାନ୍ତ୍ରିକ ଚେତନା ଓ ଦାୟିତ୍ୱବୋଧ ବୃଦ୍ଧି କରିବା ଦିଗରେ ଏକ ସାର୍ଥକ ପଦକ୍ଷେପ ଭାବେ ପରିଗଣିତ ହୋଇଥିଲା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?