Posted inଖେଳ

ପାକିସ୍ତାନର ବ୍ୟାଟିଂ କୋଚ୍‌ ପଦରୁ ହଟିଲେ ପୂର୍ବତନ ଅଧିନାୟକ

କରାଚୀ,୨୨।୬: ପୂର୍ବତନ ଅଧିନାୟକ ୟୁନିସ ଖାନ ପାକିସ୍ତାନ ଦଳର ବ୍ୟାଟିଂ କୋଚ୍‌ ପଦରୁ ଓହରି ଯାଇଛନ୍ତି। ତାଙ୍କର ଏଭଳି ନିଷ୍ପତ୍ତି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)କୁ ଚମକାଇ ଦେଇଛି। ତେବେ ବ୍ୟାଟିଂ କୋଚ୍‌ ପଦରୁ ହଟିବାର କାରଣ ୟୁନିସ କିମ୍ବା ପିସିବି ପକ୍ଷରୁ କୁହାଯାଇନାହିଁ।

ପାକିସ୍ତାନ ଦଳ ଆସନ୍ତା ୨୫ ତାରିଖରେ ୟୁକେ ଗସ୍ତ କରିବ। ସେଠାରେ ଇଂଲଣ୍ଡ ସହ ୩ ଲେଖାଏ ଦିନିକିଆ ଓ ଟି୨୦ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ ଖେଳିବ। ତା’ ପରେ ଜୁଲାଇ ୨୧ରେ ପାକିସ୍ତାନ ଟିମ ଓ୍ବେଷ୍ଟଇଣ୍ଡଜ ଯାଇ ୫ଟି ଟି୨୦ ଓ ଦୁଇ ଟିକିଆ ଟେଷ୍ଟ ସିରିଜ୍‌ ଖେଳିବାର କାର୍ଯ୍ୟସୂଚୀ ରହିଛି।

ବ୍ୟାଟିଂ କୋଚ୍‌ଙ୍କ ବିନା ପାକିସ୍ତାନ ଦଳ ୟୁକେ ଗସ୍ତ କରିବ। ଓ୍ବେଷ୍ଟଇଣ୍ଡିଜ ଗସ୍ତ ପୂର୍ବରୁ ନୂଆ ବ୍ୟାଟିଂ କୋଚ୍‌ ନିଯୁକ୍ତ କରାଯିବ ବୋଲି ପିସିବି ପକ୍ଷରୁ କୁହାଯାଇଛି। ତେବେ ୟୁନିସ ନିଜ ପଦ ନେଇ ଖୁସି ନ ଥିଲେ। ଖେଳାଳିଙ୍କ ଚୟନ ପ୍ରକ୍ରିୟାରେ ସେ ସାମିଲ ହେବାକୁ ଚାହୁଁଥିଲେ ବୋଲି ସୂତ୍ରରୁ ଜଣାପଡ଼ିଛି। ତାଙ୍କୁ ଗତବର୍ଷ ନଭେମ୍ବରରେ ନିଯୁକ୍ତ କରାଯାଇଥିଲା। ୨୦୨୨ ଆଇସିସି ଟି୨୦ ବିଶ୍ୱକପ୍‌ ପର୍ଯ୍ୟନ୍ତ ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଥିଲା।

ତେବେ ପିସିବି ସହ ୟୁନିସଙ୍କ ବିବାଦ ବହୁ ପୁରୁଣା। ପିସିବି ଚେୟାରମ୍ୟାନଙ୍କ ସହ ସାକ୍ଷାତ୍‌ ନ କରିପାରିବାରୁ ୨୦୦୭ ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ପାକିସ୍ତାନ ଦଳର ନେତୃତ୍ୱ ନେବାକୁ ସେ ମନା କରି ଦେଇଥିଲେ। ୨୦୦୯ରେ କିଛି ଖେଳାଳିଙ୍କ ସହ ବିବାଦ ପରେ ଅଧିନାୟକ ପଦରୁ ହଟି ଯାଇଥିଲେ ୟୁନିସ। ଏପରି କି ତାଙ୍କ କ୍ୟାରିୟର ଶେଷ ହେଲା ପରେ ପିସିବି ପକ୍ଷରୁ ଦିଆଯାଇଥିବା ପୁରସ୍କାର ରାଶିକୁ ମଧ୍ୟ ଫେରାଇ ଦେଇଥିଲେ ଟେଷ୍ଟ କ୍ରିକେଟରେ ପାକିସ୍ତାନ ପାଇଁ ସର୍ବାଧିକ ରନ୍‌ କରିଥିବା ଏହି ବ୍ୟାଟ୍ସମ୍ୟାନ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୭ ହଜାର ରନ୍‌ ପୂର୍ଣ୍ଣ କଲେ ରୋହିତ

ଅହମ୍ମଦାବାଦ,୧୧ା୩: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟ ମ୍ୟାଚରେ ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଏକ...

ଆକର୍ଷଣର କେନ୍ଦ୍ରରେ ଦିଶା, ରଣବୀର

ଏଫ୍‌ଆଇଏଚ୍‌ ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ ଭୁବନେଶ୍ୱର ଓ ରାଉରକେଲାରେ ଆସନ୍ତା ଜାନୁୟାରୀ ୧୩ରୁ ୨୯ ଯାଏ ଅନୁଷ୍ଠିତ ହେବ। କଟକରେ ଅନୁଷ୍ଠିତ ହେବ ଏହାର...

କଳିଙ୍ଗରେ ଗୋଲ ବର୍ଷା: କାନାଡ଼ାକୁ ୧୩-୧ରେ ହରାଇଲା ଭାରତ

ଭୁବନେଶ୍ୱର,୨୫।୧୧(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌ ଓଡ଼ିଶା ହକି ପୁରୁଷ ଜୁନିୟର ବିଶ୍ୱକପର ଗୁରୁବାର ଗୋଲ ବର୍ଷା ହୋଇଛି। ଗୋଟିଏ ଦିନରେ ୭୦ଟି ଗୋଲ...

ବାଲାଂଦେଶ ବୋଲର୍‌ଙ୍କୁ ଘାଇଲା କଲେ ଶୁଭମନ

ଚଟ୍ଟଗ୍ରାମ, ୧୬।୧୨: ବାଲାଂଦେଶ ବିପକ୍ଷ ଚଟ୍ଟଗ୍ରାମ ଟେଷ୍ଟର ଦ୍ୱିତୀୟ ପାଳିରେ ଚମକିଛନ୍ତି ଭାରତୀୟ ଯୁବ ବ୍ୟାଟ୍ସମ୍ୟାନ ଶୁଭମନ ଗିଲ। ସେ ୧୪୭ ବଲ୍‌ରେ ନିଜର ଟେଷ୍ଟ...

ଅଭିନେତ୍ରୀ ଅମୃତାଙ୍କ ସହ ଥିଲା ରବି ଶାସ୍ତ୍ରୀଙ୍କ ସମ୍ପର୍କ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀଙ୍କ ସହ କ୍ରିକେଟ୍‌ ଖେଳାଳୀଙ୍କ ସମ୍ପର୍କ କିଛି ନୂଆ କଥା ନୁହେଁ। ଭାରତୀୟ କ୍ରିକେଟ ଦଳର ଅନେକ ଖେଳାଳୀ ଅଭିନେତ୍ରୀଙ୍କୁ ପ୍ରେମ କରି...

ପ୍ରସିଦ୍ଧ ହକି ଖେଳାଳି ବଲବୀର ସିଂଙ୍କ ପରଲୋକ

ଚଣ୍ଡୀଗଡ, ୨୫।୫: ପ୍ରସିଦ୍ଧ ହକି ଖେଳାଳି ବଲବୀର ସିଂ ସିନିୟରଙ୍କ ପରଲୋକ ଘଟିଛି। ମୋହାଲିର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ତାଙ୍କ ମୃତ୍ୟୁ ହୋଇଛି।...

ଶାସ୍ତ୍ରୀ, ସପୋର୍ଟ ଷ୍ଟାଫ୍‌ଙ୍କ କାର୍ଯ୍ୟକାଳ ବଢ଼ିଲା

ନୂଆଦିଲ୍ଲୀ,୧୩।୬(ପି.ଟି.)- ଟିମ୍‌ ଇଣ୍ଡିଆ ହେଡ୍‌ କୋଚ୍‌ ଓ ତାଙ୍କ ସପୋର୍ଟ ଷ୍ଟାଫ୍‌ଙ୍କ କାର୍ଯ୍ୟକାଳ ଚଳିତ ବିଶ୍ୱକପ୍‌ ପରେ ଶେଷ ହେଉଥିବା ବେଳେ ଏହାକୁ ବୃଦ୍ଧି କରାଯାଇଛି।...

ଉଦ୍‌ଘାଟନୀ ମ୍ୟାଚ ଭେନ୍ୟୁ ବଦଳିଲା

ମେଲବୋର୍ନ, ୧।୨(ଏପି): ଟିକେଟ ଚାହିଦା ବୃଦ୍ଧି ପାଇବାରୁ ଆଗାମୀ ଫିଫା ମହିଳା ଫୁଟ୍‌ବଲ ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆର ଆୟର୍ଲାଣ୍ଡ ବିପକ୍ଷ ଓପନିଂ ମ୍ୟାଚର ଭେନ୍ୟୁ ବଦଳା ଯାଇଛି।...

Advertisement
Archives

Model This Week