Posted inଜାତୀୟ

ଇସ୍ତଫା ଦାବିରେ ଅଟଳ ସିଜେପି, ସକାଳୁ ସକାଳୁ କଲା ବଡ଼ ଘୋଷଣା; ସରକାର ଛାନିଆ!

ନୂଆଦିଲ୍ଲୀ,୧୧।୧୦: କକ୍ରୋଚ ଜନତା ପାର୍ଟି (ସିଜେପି) ପକ୍ଷରୁ ରବିବାର ସକାଳ ୧୦ଟାରେ ଜନ୍ତରମନ୍ତରଠାରେ ପ୍ରତିବାଦ ପ୍ରଦର୍ଶନ କରିବାକୁ ଆହୱାନ ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ଟ୍ରାଫିକ ଆଡଭାଇଜରି ଜାରି କରିଛି। ପୁଣିଥରେ ପ୍ରଦର୍ଶନ ହେବାର ସମ୍ଭାବନା ଥିବାରୁ ଜନ୍ତରମନ୍ତର ଓ ଏହାର ଆଖପାଖ ଅଞ୍ଚଳରେ ପୋଲିସ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।
ସିଜେପି ନେତା ଅଜିଙ୍କ୍ୟ ସିନ୍ଦେ କହିଛନ୍ତି ଯେ, ରବିବାର ଦଳର କର୍ମୀ ଓ ପ୍ରଦର୍ଶନକାରୀମାନେ ପୁଣିଥରେ ଜନ୍ତରମନ୍ତର ଅଭିମୁଖେ ଯାତ୍ରା କରିବେ। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଆନ୍ଦୋଳନ ଜାରି ରହିବ ବୋଲି ସେ ଘୋଷଣା କରିଛନ୍ତି। ଶନିବାର ଏକ ଖବରଦାତା ସମ୍ମିଳନୀରେ ସେ ଏହି ସୂଚନା ଦେଇଥିଲେ।
ପୋଲିସ ସୂତ୍ର ଅନୁଯାୟୀ, ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଜନ୍ତରମନ୍ତର ଏବଂ ଏହାର ଆଖପାଖ ଅଞ୍ଚଳରେ ପୋଲିସ ମୁତୟନ ରହିବେ। ଆନ୍ଦୋଳନରେ ସାମିଲ ହେଉଥିବା ସଂଗଠନ ଓ ସେମାନଙ୍କ ଗତିବିଧି ଉପରେ ମଧ୍ୟ ପୁଲିସ ନଜର ରଖିବ। ଅନ୍ୟପକ୍ଷରେ, ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏମଆରସି) ପକ୍ଷରୁ ସୂଚନା ଦିଆଯାଇଛି ଯେ, ଦିଲ୍ଲୀ ମେଟ୍ରୋ ନେଟୱର୍କର ସମସ୍ତ ଷ୍ଟେଶନର ପ୍ରବେଶ ଓ ପ୍ରସ୍ଥାନ ଦ୍ୱାର ଖୋଲାଯାଇଛି। ସମସ୍ତ ଷ୍ଟେଶନରେ ଯାତ୍ରୀଙ୍କ ପାଇଁ ଇଣ୍ଟରଚେଞ୍ଜ ସୁବିଧା ମଧ୍ୟ ଉପଲବ୍ଧ ରହିଛି।
ସୂତ୍ର ଅନୁଯାୟୀ, ସିଜେପି ନେତାଙ୍କୁ ଛାଡ଼ି ଅଟକ କେନ୍ଦ୍ରରେ ରଖାଯାଇଥିବା ଅନ୍ୟ ସମସ୍ତଙ୍କୁ ଦିଲ୍ଲୀ ପୋଲିସ ମୁକ୍ତ କରିଛି। ସିଜେପି ନେତାଙ୍କ ମାମଲାରେ ଆଇନଗତ ପ୍ରକ୍ରିୟା ଅନୁସରଣ କରାଯିବ ବୋଲି କୁହାଯାଇଛି।
ପ୍ରଦର୍ଶନ ସମୟରେ ଅଟକ ରଖାଯାଇଥିବା ଅରବିନ୍ଦ କେଜ୍ରିୱାଲ ଓ ମମତା ବାନାର୍ଜୀଙ୍କୁ ମଧ୍ୟ ମୁକ୍ତ କରାଯାଇଛି। ଅରବିନ୍ଦ କେଜ୍ରିୱାଲଙ୍କୁ ଜାଫରାବାଦ ଥାନାରୁ ଏବଂ ମମତା ବାନାର୍ଜୀଙ୍କୁ ଦ୍ୱାରକା ଥାନାରୁ ଛାଡ଼ି ଦିଆଯାଇଥିବା ଖବରରେ ଉଲ୍ଲେଖ ରହିଛି। ସିଜେପି ନେତା ଅଜିଙ୍କ୍ୟ ସିନ୍ଦେଙ୍କ କହିବା ଅନୁଯାୟୀ, ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଇସ୍ତଫା ନଦେବା ପର୍ଯ୍ୟନ୍ତ ଦଳର ପ୍ରତିବାଦ ଜାରି ରହିବ। ଏହି ଦାବିକୁ ନେଇ ରବିବାର ପୁଣିଥରେ ଜନ୍ତରମନ୍ତରରେ ପ୍ରଦର୍ଶନ କରିବାକୁ ଦଳ ପ୍ରସ୍ତୁତି କରିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

BCCIର ବଡ଼ ନିଷ୍ପତ୍ତି! ପ୍ରଥମ ଇନିଂସରେ ୫ଟି ୱିକେଟ ନେଇଥିବା ଆକାଶ ଦୀପ ଦ୍ୱିତୀୟ ଟେଷ୍ଟରୁ ବାଦ ପଡ଼ିଲେ

ନୂଆଦିଲ୍ଲୀ,୨୯।୧୧: ଆକାଶ ଦୀପ ଦ୍ୱିତୀୟ ଟେଷ୍ଟ ମ୍ୟାଚରୁ ବାଦ ପଡ଼ିଛନ୍ତି। ମ୍ୟାଚର ତୃତୀୟ ଦିନରେ ଏକ ବଲ ତାଙ୍କ ହେଲମେଟରେ ବାଜିଥିଲା; ତଥାପି ସେ ବ୍ୟାଟିଂ ଜାରି…

ସୁନା ରୁପା ଛାଡ଼, ରସୁଣ-ପିଆଜ ଧର: ବଲାଙ୍ଗିରରେ ଚୋରଙ୍କ ନୂଆ ଷ୍ଟାଇଲ୍

ବଲାଙ୍ଗୀର, ୨୯।୧୧ (ସୁନିଲ କୁମାର ମହାନ୍ତି) : ବଲାଙ୍ଗୀର ସହରରେ ଦିନକୁ ଦିନ ଚୋରି ବଢ଼ିବାରେ ଲାଗିଛି। ଅନ୍ଧାର ରାତିରେ ବିଭିନ୍ନ ଘରକୁ ଟାର୍ଗେଟ କରି ଚୋର…

କ୍ରମାଗତ ତୃତୀୟ ଥର ଚାମ୍ପିୟନ୍ସ ଟ୍ରଫି ଜିତି ଇତିହାସ ସୃଷ୍ଟି କରିଛି ଭାରତ

ନୂଆଦିଲ୍ଲୀ,୨୯।୧୧: ଭାରତ ଫାଇନାଲରେ ଚାଇନାକୁ ୩-୧ ଗୋଲରେ ପରାସ୍ତ କରି ମହିଳା ହକି ଏସୀୟ ଚାମ୍ପିୟନ୍ସ ଟ୍ରଫି ଟାଇଟଲ ଜିତିଛି। ମହିଳା ଏସୀୟ ଚାମ୍ପିୟନ୍ସ ଟ୍ରଫିରେ କ୍ରମାଗତ…

Featured Video Play Icon

ସାରା ଜୀବନ ସମସ୍ତେ ନିଜକୁ Adjustment କରୁଛନ୍ତି: ସିଦ୍ଧାନ୍ତ ମହାପାତ୍ର

ଧରିତ୍ରୀ ୟୁଥ କନକ୍ଲେଭ ୨୦୨୬ କାର୍ଯ୍ୟକ୍ରମରେ ରାଜନେତା ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ର କହିଛନ୍ତି ଯେ, ମା’ ଗର୍ଭରୁ ଆରମ୍ଭ କରି ଜୀବନର ପ୍ରତ୍ୟେକ ସ୍ତରରେ ସମସ୍ତେ…

ମୁସ୍ତାକ ଅଲି ଟ୍ରଫିରେ ୨୧୪ ରନ: ପୁଣି ଥରେ ଟିମ ଇଣ୍ଡିଆରେ ସାମିଲ ହେବା ପାଇଁ ଦାବି ଜଣାଇଲେ ସୂର୍ଯ୍ୟକୁମାର ଯାଦବ

ନୂଆଦିଲ୍ଲୀ,୨୯।୧୧: ଭାରତୀୟ ଟି-୨୦ ଦଳର ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପୁଣିଥରେ ଭାରତୀୟ ଦଳରେ ସାମିଲ ହେବା ପାଇଁ ଦାବିଦାର ହୋଇ ଉଭା ହୋଇଛନ୍ତି। ବର୍ତ୍ତମାନ ଚାଲିଥିବା…

ବ୍ୟାରିୟରମୁକ୍ତ ଟୋଲ୍‌ ପ୍ଲାଜାରେ ଟୋଲ୍‌ ଫାଙ୍କିଲେ ଦେବାକୁ ହେବ ୫ଗୁଣା ଜରିମାନା

ନୂଆଦିଲ୍ଲୀ, ୨୯ା୧୧: ନୂଆକରି ଆରମ୍ଭ ହୋଇଥିବା ବ୍ୟାରିୟର-ମୁକ୍ତ ଟୋଲ୍‌ ପ୍ଲାଜାଗୁଡ଼ିକରେ ଟୋଲ୍‌ ଫାଙ୍କିବା ପାଇଁ ଯେଉଁ ଗାଡ଼ି ମାଲିକମାନେ ଜାଣିଶୁଣି ପଞ୍ଜୀକରଣ ନମ୍ବର ପ୍ଲେଟକୁ ଘୋଡ଼ାଇବେ, ବିକୃତ…

ହାତୀ ଆକ୍ରମଣରେ ୬୨ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ: ଧାନ ଫସଲ ଜଗିଥିବା ବେଳେ ଦନ୍ତା ହାତୀର ଆକ୍ରମଣ; ୨୯ ଟିକିଆ ହାତୀପଲ ଆତଙ୍କ

ପାଟଣା, ୨୯।୧୧ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବନାଞ୍ଚଳ ଅନ୍ତର୍ଗତ ଏରେଣ୍ଡେଇ ଗ୍ରାମର ବୈତରଣୀ ନଦୀକୂଳ ବିଲ ନିକଟରେ ଶନିବାର ବିଳମ୍ବିତ ରାତିରେ ହାତୀ…

କେସିଙ୍ଗାରେ ନୂତନ ନର୍ସିଂ କଲେଜ ଉଦ୍‌ଘାଟିତ: ନର୍ସିଂ ଶିକ୍ଷା କ୍ଷେତ୍ରରେ ନୂଆ ଅଧ୍ୟାୟ; ଉପକୃତ ହେବେ ଗରିବ ଓ ଆଦିବାସୀ ଛାତ୍ରୀ ଛାତ୍ର

କେସିଙ୍ଗା, ୨୯।୧୧ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରର ବୋରିଂପଦରସ୍ଥିତ ନ୍ୟୁ ଲାଇଫ୍ ଏକାଡେମୀର ମେନ୍ କ୍ୟାମ୍ପସ୍‌ରେ ‘କ୍ରିଷ୍ଟିନା ସ୍କୁଲ୍ ଅଫ୍ ନର୍ସିଂ’ର ଶୁଭ ଉଦ୍‌ଘାଟନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?