Odisha SIR Voter List Row: ୩ ଦିନରେ ୩୩,୫୧୫ ଫର୍ମ-୬ ଆବେଦନପତ୍ର ଗ୍ରହଣ

ଭୁବନେଶ୍ୱର,୧୧ା୧୦(ସୁନିତ୍‌ ମିଶ୍ର): ଭାରତର ନିର୍ୱାଚନ ଆୟୋଗ (ଇସିଆଇ)ଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶାର ଭୋଟର ତାଲିକାରେ ନାମ ସାମିଲକରିବା ଉଦ୍ଦେଶ୍ୟରେ ଗତ ୭ରୁ ୯ ତାରିଖ ଯାଏ ରାଜ୍ୟବ୍ୟାପୀ ଏକ ସ୍ୱତନ୍ତ୍ର ଅଭିଯାନର ଆୟୋଜନ କରାଯାଇଥିଲା। ସ୍ୱତନ୍ତ୍ର ସଘନ ସଂଶୋଧନ(ଏସ୍‌ଆଇଆର୍‌) ପ୍ରକ୍ରିୟାରେ ସାମିଲ ହୋଇପାରି ନ ଥିବା ଯୋଗ୍ୟ ଭୋଟରଙ୍କ ସମେତ ନୂତନ ଓ ଯୁବ ଭୋଟରମାନଙ୍କୁ ତାଲିକାରେ ସାମିଲହେବାର ସୁଯୋଗ ପ୍ରଦାନ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଉକ୍ତ ୩ ଦିନିଆ ସ୍ୱତନ୍ତ୍ର ଅଭିଯାନ ଅଧୀନରେ ରାଜ୍ୟର ବିଭିନ୍ନ ଜିଲାରେ ମୋଟ ୨୬,୪୪୬ଟି ସ୍ୱତନ୍ତ୍ର ଶିବିରର ଆୟୋଜନ କରାଯାଇଛି। ଏହି ଶିବିରଗୁଡ଼ିକ ମଧ୍ୟରେ ଯୋଗ୍ୟ ନାଗରିକମାନଙ୍କୁ ଭୋଟର ତାଲିକାରେ ନାମ ପଞ୍ଜୀକରଣ ସମ୍ପର୍କରେ ସଚେତନ କରିବା ସହ ଆବଶ୍ୟକ ଆବେଦନପତ୍ର ଦାଖଲ କରିବାର ସୁବିଧା ଯୋଗାଇ ଦିଆଯାଇଥିଲା। ଏହି ସ୍ୱତନ୍ତ୍ର ଅଭିଯାନ ସମୟରେ ଭୋଟର ତାଲିକାରେ ନାମ ସାମିଲ ହୋଇପାରି ନ ଥିବା ଯୋଗ୍ୟ ଭୋଟରଙ୍କଠାରୁ ୧୪୮୮ଟି ଫର୍ମ-୬ ଆବେଦନପତ୍ର ଦାଖଲ କରିବାର ସୁବିଧା ଯୋଗାଇ ଦିଆଯାଇଥିଲା। ସେହିପରି ନୂତନ ଓ ଯୁବ ଭୋଟରମାନଙ୍କଠାରୁ ୩୨,୦୬୭ଟି ଫର୍ମ ୬ ମୋଟ ୩୩,୫୧୫ଟି ଫର୍ମ-୬ ଆବେଦନପତ୍ର ଗ୍ରହଣ କରାଯାଇଛି।
ଅକ୍ଟୋବର ଶେଷ ପର୍ଯ୍ୟନ୍ତ ବୁଥ୍‌ସ୍ତରୀୟ ଅଧିକାରୀମାନଙ୍କ ଦ୍ୱାରା ଘରକୁ ଘର ପରିଦର୍ଶନ କାର୍ଯ୍ୟ ଜାରି ରହିବ। ଏହି ଅବଧି ମଧ୍ୟରେ ବିଏଲ୍‌ଓମାନେ ଘରକୁ ଘର ଯାଇ ଯୋଗ୍ୟ ନାଗରିକମାନଙ୍କୁ ଭୋଟର ତାଲିକାରେ ନାମ ପଞ୍ଜୀକରଣ, ନାମ ସାମିଲ ଏବଂ ଆବଶ୍ୟକ ସଂଶୋଧନ ସମ୍ପର୍କରେ ସଚେତନ କରିବା ସହ ଆବଶ୍ୟକ ମାର୍ଗଦର୍ଶନ ପ୍ରଦାନ କରିବେ। ବିଶେଷକରି ଏସ୍‌ଆଇଆର୍‌ ସମୟରେ ଭୋଟର ତାଲିକାରେ ନାମ ସାମିଲ ହୋଇପାରି ନ ଥିବା ଯୋଗ୍ୟ ନାଗରିକ ଏବଂ ନୂତନ
ଭାବେ ଭୋଟର ହେବାକୁ ଥିବା ଯୁବତୀଯୁବକମାନଙ୍କୁ ଫର୍ମ-୬ ମାଧ୍ୟମରେ ଆବେଦନ କରିବା ଲାଗି ଆବଶ୍ୟକ ସହଯୋଗ ଯୋଗାଇଦିଆଯିବ। ନିର୍ୱାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ, କୌଣସି ଯୋଗ୍ୟ ନାଗରିକ ଯେପରି ଭୋଟର ତାଲିକାରୁ ନାମ ସାମିଲ ହେବାରୁ ବଞ୍ଚିତ ନ ହୁଅନ୍ତି ସେଥିପାଇଁ ଏହି ଅଭିଯାନ ଆୟୋଜନ କରାଯାଇଥିଲା। ବିଶେଷକରି ପୂର୍ୱରୁ ଭୋଟର ତାଲିକାରେ ନାମ ସାମିଲ ହୋଇ ନ ଥିବା ଯୋଗ୍ୟ ନାଗରିକ ଏବଂ ନୂତନ ଭାବେ ଭୋଟର ହେବାକୁ ଥିବା ଯୁବତୀଯୁବକମାନଙ୍କୁ ଏହି ସୁଯୋଗର ଲାଭ ନେବାକୁ ଉତ୍ସାହିତ କରାଯାଇଛି। ଉକ୍ତ ଅଭିଯାନରେ ନୂତନ ଓ ଯୁବ ଭୋଟରମାନେ ଉତ୍ସାହର ସହ ଭାଗ ନେଇଥିବାରୁ ଫର୍ମ-୬ ମାଧ୍ୟମରେ ୩୩,୫୧୫ଟି ଆବେଦନ ଗ୍ରହଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଶା ବିନାଶର କାରଣ- ଏହିି କଥାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ହିମାଚଳପ୍ରଦେଶର ଲତା ଦେବୀ। ସେ ବାମସନ୍‌ ବ୍ଲକ ବାହ୍ଲୋ ପଞ୍ଚାୟତର ସରପଞ୍ଚ ଭାବେ ୫ଟି…

ନ୍ୟୁଜିଲାଣ୍ଡ ସିରିଜ ପୂର୍ବରୁ ବଡ଼ ହଲଚଲ: ବାଦ୍‌ ପଡ଼ିଲେ ଭାରତୀୟ ଅଧିନାୟକ ଶୁଭମନ ଗିଲ!

ନୂଆଦିଲ୍ଲୀ,୧୧।୧୦: ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ନିଜ ବ୍ୟାଟିଂ ଫର୍ମ ପରଖିବା ସହ ମ୍ୟାଚ ଅଭ୍ୟାସ ହାସଲ କରିବା ପାଇଁ ଭାରତୀୟ ଟେଷ୍ଟ ଓ ଦିନିକିଆ ଦଳର ଅଧିନାୟକ…

ଇସ୍ତଫା ଦାବିରେ ଅଟଳ ସିଜେପି, ସକାଳୁ ସକାଳୁ କଲା ବଡ଼ ଘୋଷଣା; ସରକାର ଛାନିଆ!

ନୂଆଦିଲ୍ଲୀ,୧୧।୧୦: କକ୍ରୋଚ ଜନତା ପାର୍ଟି (ସିଜେପି) ପକ୍ଷରୁ ରବିବାର ସକାଳ ୧୦ଟାରେ ଜନ୍ତରମନ୍ତରଠାରେ ପ୍ରତିବାଦ ପ୍ରଦର୍ଶନ କରିବାକୁ ଆହୱାନ ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ…

ଆଜିଠୁ ନବରାତ୍ରି ଆରମ୍ଭ: ୪ ରାଶିଙ୍କ ଭାଗ୍ୟରେ ଲାଗିଲା ଚାରିଚାନ୍ଦ, ଦଶହରା ସୁଦ୍ଧା ଚାକିରି-ବ୍ୟବସାୟରେ…

ଭୁବନେଶ୍ୱର: ମା’ ଦୁର୍ଗାଙ୍କ ଆରାଧନାର ପବିତ୍ର ପର୍ବ ଶାରଦୀୟ ନବରାତ୍ରିକୁ ନେଇ ଭକ୍ତଙ୍କ ମଧ୍ୟରେ ବିଶେଷ ଉତ୍ସାହ ରହିଥାଏ। ଚଳିତ ବର୍ଷ ୨୦୨୬ ଅକ୍ଟୋବର ୧୧ ତାରିଖରୁ…

ମାନବ ଅଧିକାର ଶାନ୍ତିଦୂତ

ହନ ଦାସ କରମଚାନ୍ଦ ଗାନ୍ଧୀ ମହାତ୍ମା ଗାନ୍ଧୀରେ ପରିଣତ ହେବା ପାଇଁ ଯେଉଁ କର୍ମଭୂମି ତାଙ୍କୁ ଆଦ୍ୟ ସୁଯୋଗ ଦେଇଥିଲା, ତାହା ଥିଲା ଦକ୍ଷିଣ ଆଫ୍ରିକା। ଜଣେ…

ସିସେଲ୍ସରେ ମଣିଷକୁ ଟପିଲେଣି କଇଁଛ

ଭିକ୍ଟୋରିଆ,୧୧ା୧୦: ଦିନେ ବିଲୁପ୍ତ ହେବାକୁ ବସିଥିବା ଆଲଡାବ୍ରା କଇଁଛଙ୍କ ସଂଖ୍ୟା ବର୍ତ୍ତମାନ ମଣିଷଙ୍କୁ ମଧ୍ୟ ଟପିଗଲାଣି। ବ୍ୟାପକ ଶୋଷଣ ଏବଂ ଅତ୍ୟଧିକ ଶିକାର ଯୋଗୁଁ ଆଲଡାବ୍ରାର କଇଁଛ…

ଆଇପିଏଲ ୨୦୨୭ ପୂର୍ବରୁ ବଡ଼ ହଲଚଲ! ବିଦା ହୋଇପାରନ୍ତି ୧୦ ବଡ଼ ବ୍ୟାଟର୍‌, ତାଲିକାରେ ସୂର୍ଯ୍ୟଙ୍କ ସମେତ…

ନୂଆଦିଲ୍ଲୀ,୧୧।୧୦: ଆଇପିଏଲ ୨୦୨୭କୁ ନେଇ ଏବେଠାରୁ ଆରମ୍ଭ ହୋଇଗଲାଣି ଚର୍ଚ୍ଚା। ଆଗାମୀ ସିଜନ ପାଇଁ ସମସ୍ତ ୧୦ଟି ଫ୍ରାଞ୍ଚାଇଜି ନିଜ ନିଜ ଦଳକୁ ମଜଭୁତ କରିବାର ଯୋଜନା…

ଛାତ୍ର ସଂସଦ ନିର୍ବାଚନକୁ ନେଇ ରେଭେନ୍‌ଶାରେ ଉତ୍ତେଜନା

କଟକ,୧୧ା୧୦(କାର୍ତ୍ତିକ ସାହୁ): ଛାତ୍ର ସଂସଦ ନିର୍ୱାଚନ ପାଇଁ ଏଆଇଡିଏସ୍‌ଓ ସଭାପତି ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ଖାରଜ ଘଟଣାକୁ ନେଇ ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ଉତ୍ତେଜନା ପ୍ରକାଶ ପାଇଛି। ପ୍ରାର୍ଥିପତ୍ର ଖାରଜକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?