ସିସେଲ୍ସରେ ମଣିଷକୁ ଟପିଲେଣି କଇଁଛ

ଭିକ୍ଟୋରିଆ,୧୧ା୧୦: ଦିନେ ବିଲୁପ୍ତ ହେବାକୁ ବସିଥିବା ଆଲଡାବ୍ରା କଇଁଛଙ୍କ ସଂଖ୍ୟା ବର୍ତ୍ତମାନ ମଣିଷଙ୍କୁ ମଧ୍ୟ ଟପିଗଲାଣି। ବ୍ୟାପକ ଶୋଷଣ ଏବଂ ଅତ୍ୟଧିକ ଶିକାର ଯୋଗୁଁ ଆଲଡାବ୍ରାର କଇଁଛ ସଂଖ୍ୟା କମିଯାଇ ୧,୦୦୦ ରୁ କମ ହୋଇଯାଇଥିଲା। ଇଂଲଣ୍ଡର ୟୁନିଭର୍ସିଟି ଅଫ୍‌ ଏକ୍ସେଟର ଏବଂ ସେସେଲ୍ସ ଆଇଲ୍ୟାଣ୍ଡସ ଫାଉଣ୍ଡେଶନର ଏକ ଦଳ ଆଲଡାବ୍ରା ଆଟୋଲରେ ୨୦୧୮ ରୁ ୨୦୨୨ ମଧ୍ୟରେ ସଂଗୃହୀତ କଇଁଛ ଗଣନାକୁ ବିଶ୍ଳେଷଣ କରିଥିଲେ। ସେମାନେ ଜାଣିବାକୁ ପାଇଲେ ଯେ, ବର୍ତ୍ତମାନ ଏମାନଙ୍କ ସଂଖ୍ୟା ପ୍ରାୟ ୧,୮୦,୦୦୦ ରହିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି କ୍ଷୁଦ୍ର ଦ୍ୱୀପରେ ବାସ କରୁଥିବା ମଣିଷଙ୍କ ଜନସଂଖ୍ୟା ୧,୨୨,୦୦୦, ଯାହାକି ଏହି କଇଁଛଙ୍କ ସଂଖ୍ୟା ତୁଳନାରେ ଅପେକ୍ଷାକୃତ କମ୍‌। ଆଲଡାବ୍ରା ୧୯୮୧ରେ ଏକ କଠୋର ପ୍ରକୃତି ସଂରକ୍ଷଣ କେନ୍ଦ୍ର ଏବଂ ୧୯୮୨ରେ ୟୁନେସ୍କୋ ଐତିହ୍ୟ ସ୍ଥଳୀ ପାଲଟିଥିଲା ଏବଂ ଏହି ସବୁ ସଂରକ୍ଷଣ ବ୍ୟବସ୍ଥା ସେମାନଙ୍କ ସଂଖ୍ୟା ପୁଣି ବଢାଇବାରେ ସାହାଯ୍ୟ କରିଛି। ଚଳିତ ଡିସେମ୍ୱରରେ ଜୋନାଥନ ନାମକ ଆଲଡାବ୍ରା ବିଶାଳକାୟ କଇଁଛ ତାର ୧୯୫ତମ ଜନ୍ମଦିନ ନିକଟତର ହେଉଥିବା ବେଳେ, ତାର ସାଥୀ କଇଁଛମାନଙ୍କ ପାଇଁ ଏକ ଭଲ ଖବର ଆସିଛି। ‘ଇକୋଲୋଜି ଆଣ୍ଡ୍‌ ଇଭୋଲ୍ୟୁଶସନ’ ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ ପୂର୍ୱରୁ ବିଲୁପ୍ତପ୍ରାୟ ଶ୍ରେଣୀରେ ଥିବା ଏହି ପ୍ରଜାତି ଏବେ ସେସେଲ୍ସରେ ବେଶ ସ୍ଥିର ଅବସ୍ଥାରେ ଅଛି।
ଆଲଡାବ୍ରା ହେଉଛି ବିଶ୍ୱର ସବୁଠାରୁ ବଡ଼ କଇଁଛ ପ୍ରଜାତିଗୁଡ଼ିକ ମଧ୍ୟରୁ ଅନ୍ୟତମ। ସେମାନଙ୍କ ଓଜନ ୫୫୦ ପାଉଣ୍ଡ (ପ୍ରାୟ ୨୫୦ କିଗ୍ରା) ପର୍ଯ୍ୟନ୍ତ ହୋଇଥାଏ ଏବଂ ସେମାନେ ୧୫୦ ବର୍ଷ ପର୍ଯ୍ୟନ୍ତ ବଞ୍ଚନ୍ତି। ଏହି ଶାନ୍ତ ପ୍ରକୃତିର ବିଶାଳ ଜୀବମାନେ ଭାରତ ମହାସାଗରରେ ମାଡାଗାସ୍କାରର ଉତ୍ତର-ପୂର୍ୱରେ ଅବସ୍ଥିତ ସେସେଲ୍ସର ଅଂଶବିଶେଷ ‘ଆଲଡାବ୍ରା ଦ୍ୱୀପ’ର ମୂଳ ନିବାସୀ। ସେମାନେ ଗାଲାପାଗୋସରେ ମଧ୍ୟ ଦେଖାଯାନ୍ତି। ଆଲଡାବ୍ରାର ସବୁଠାରୁ ବଡ଼ ପ୍ରାଣୀ ଭାବରେ ସେମାନେ ପରିସଂସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି। ଏମାନେ ଏଠାକାର ଉଦ୍ଭିଦଗୁଡ଼ିକର ମୁଖ୍ୟ ଗ୍ରହଣକାରୀ ଏବଂ ଖାଦ୍ୟ ଖୋଜିବା ସମୟରେ ସେମାନେ ପ୍ରାକୃତିକ ପରିବେଶକୁ ବଦଳାଇ ଦିଅନ୍ତି। ପୁଷ୍ଟିକର ପତ୍ର ପାଇବା ପାଇଁ ସେମାନେ ଛୋଟ ଗଛ ଏବଂ ବୁଦାଗୁଡ଼ିକୁ ଭାଙ୍ଗି ଦିଅନ୍ତି। ସେମାନଙ୍କ ହଜମ ପ୍ରକ୍ରିୟାରେ ହଜମ ହୋଇନଥିବା ଯେକୌଣସି ମଞ୍ଜି ମଳ ଦ୍ୱାରା ବାହାରି ଅନ୍ୟ ପ୍ରାଣୀଙ୍କ ପାଇଁ ଖାଦ୍ୟ ସାଜିଥାଏ। ଆଲଡାବ୍ରାର ଜଳବାୟୁ ବଦଳୁଛି ଏବଂ ଏଠାରେ ଦୀର୍ଘ ତଥା ବାରମ୍ୱାର ମରୁଡ଼ି ଦେଖାଯାଉଛି। ବୈଜ୍ଞାନିକମାନେ ସନ୍ଦେହ କରୁଛନ୍ତି ଯେ, ଏହି ଗମ୍ଭୀର ଶୁଖିଲା ପାଗ କଇଁଛମାନଙ୍କ ପାଇଁ ଛାଇ ଏବଂ ଖାଦ୍ୟକୁ ହ୍ରାସ କରିବ ଏବଂ ସମୁଦ୍ର ପତ୍ତନ ବୃଦ୍ଧି ପାଇବା ଦ୍ୱାରା ଆଟୋଲର ତଳୁଆ ଅଞ୍ଚଳ ପ୍ରତି ବିପଦ ସୃଷ୍ଟି ହେବ। ଅନ୍ୟ ଅଞ୍ଚଳରୁ ଆସିଥିବା ସ୍ତନ୍ୟପାୟୀ ପ୍ରାଣୀଙ୍କ ଦ୍ୱାରା ମଧ୍ୟ ଏମାନଙ୍କୁ ବିପଦ ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଶା ବିନାଶର କାରଣ- ଏହିି କଥାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ହିମାଚଳପ୍ରଦେଶର ଲତା ଦେବୀ। ସେ ବାମସନ୍‌ ବ୍ଲକ ବାହ୍ଲୋ ପଞ୍ଚାୟତର ସରପଞ୍ଚ ଭାବେ ୫ଟି…

ନ୍ୟୁଜିଲାଣ୍ଡ ସିରିଜ ପୂର୍ବରୁ ବଡ଼ ହଲଚଲ: ବାଦ୍‌ ପଡ଼ିଲେ ଭାରତୀୟ ଅଧିନାୟକ ଶୁଭମନ ଗିଲ!

ନୂଆଦିଲ୍ଲୀ,୧୧।୧୦: ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ନିଜ ବ୍ୟାଟିଂ ଫର୍ମ ପରଖିବା ସହ ମ୍ୟାଚ ଅଭ୍ୟାସ ହାସଲ କରିବା ପାଇଁ ଭାରତୀୟ ଟେଷ୍ଟ ଓ ଦିନିକିଆ ଦଳର ଅଧିନାୟକ…

ଇସ୍ତଫା ଦାବିରେ ଅଟଳ ସିଜେପି, ସକାଳୁ ସକାଳୁ କଲା ବଡ଼ ଘୋଷଣା; ସରକାର ଛାନିଆ!

ନୂଆଦିଲ୍ଲୀ,୧୧।୧୦: କକ୍ରୋଚ ଜନତା ପାର୍ଟି (ସିଜେପି) ପକ୍ଷରୁ ରବିବାର ସକାଳ ୧୦ଟାରେ ଜନ୍ତରମନ୍ତରଠାରେ ପ୍ରତିବାଦ ପ୍ରଦର୍ଶନ କରିବାକୁ ଆହୱାନ ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ…

ଆଜିଠୁ ନବରାତ୍ରି ଆରମ୍ଭ: ୪ ରାଶିଙ୍କ ଭାଗ୍ୟରେ ଲାଗିଲା ଚାରିଚାନ୍ଦ, ଦଶହରା ସୁଦ୍ଧା ଚାକିରି-ବ୍ୟବସାୟରେ…

ଭୁବନେଶ୍ୱର: ମା’ ଦୁର୍ଗାଙ୍କ ଆରାଧନାର ପବିତ୍ର ପର୍ବ ଶାରଦୀୟ ନବରାତ୍ରିକୁ ନେଇ ଭକ୍ତଙ୍କ ମଧ୍ୟରେ ବିଶେଷ ଉତ୍ସାହ ରହିଥାଏ। ଚଳିତ ବର୍ଷ ୨୦୨୬ ଅକ୍ଟୋବର ୧୧ ତାରିଖରୁ…

ମାନବ ଅଧିକାର ଶାନ୍ତିଦୂତ

ହନ ଦାସ କରମଚାନ୍ଦ ଗାନ୍ଧୀ ମହାତ୍ମା ଗାନ୍ଧୀରେ ପରିଣତ ହେବା ପାଇଁ ଯେଉଁ କର୍ମଭୂମି ତାଙ୍କୁ ଆଦ୍ୟ ସୁଯୋଗ ଦେଇଥିଲା, ତାହା ଥିଲା ଦକ୍ଷିଣ ଆଫ୍ରିକା। ଜଣେ…

Odisha SIR Voter List Row: ୩ ଦିନରେ ୩୩,୫୧୫ ଫର୍ମ-୬ ଆବେଦନପତ୍ର ଗ୍ରହଣ

ଭୁବନେଶ୍ୱର,୧୧ା୧୦(ସୁନିତ୍‌ ମିଶ୍ର): ଭାରତର ନିର୍ୱାଚନ ଆୟୋଗ (ଇସିଆଇ)ଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶାର ଭୋଟର ତାଲିକାରେ ନାମ ସାମିଲକରିବା ଉଦ୍ଦେଶ୍ୟରେ ଗତ ୭ରୁ ୯ ତାରିଖ ଯାଏ ରାଜ୍ୟବ୍ୟାପୀ ଏକ…

ଆଇପିଏଲ ୨୦୨୭ ପୂର୍ବରୁ ବଡ଼ ହଲଚଲ! ବିଦା ହୋଇପାରନ୍ତି ୧୦ ବଡ଼ ବ୍ୟାଟର୍‌, ତାଲିକାରେ ସୂର୍ଯ୍ୟଙ୍କ ସମେତ…

ନୂଆଦିଲ୍ଲୀ,୧୧।୧୦: ଆଇପିଏଲ ୨୦୨୭କୁ ନେଇ ଏବେଠାରୁ ଆରମ୍ଭ ହୋଇଗଲାଣି ଚର୍ଚ୍ଚା। ଆଗାମୀ ସିଜନ ପାଇଁ ସମସ୍ତ ୧୦ଟି ଫ୍ରାଞ୍ଚାଇଜି ନିଜ ନିଜ ଦଳକୁ ମଜଭୁତ କରିବାର ଯୋଜନା…

ଛାତ୍ର ସଂସଦ ନିର୍ବାଚନକୁ ନେଇ ରେଭେନ୍‌ଶାରେ ଉତ୍ତେଜନା

କଟକ,୧୧ା୧୦(କାର୍ତ୍ତିକ ସାହୁ): ଛାତ୍ର ସଂସଦ ନିର୍ୱାଚନ ପାଇଁ ଏଆଇଡିଏସ୍‌ଓ ସଭାପତି ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ଖାରଜ ଘଟଣାକୁ ନେଇ ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ଉତ୍ତେଜନା ପ୍ରକାଶ ପାଇଛି। ପ୍ରାର୍ଥିପତ୍ର ଖାରଜକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?