Posted inଖେଳ

ଆଇପିଏଲ ୨୦୨୭ ପୂର୍ବରୁ ବଡ଼ ହଲଚଲ! ବିଦା ହୋଇପାରନ୍ତି ୧୦ ବଡ଼ ବ୍ୟାଟର୍‌, ତାଲିକାରେ ସୂର୍ଯ୍ୟଙ୍କ ସମେତ…

ନୂଆଦିଲ୍ଲୀ,୧୧।୧୦: ଆଇପିଏଲ ୨୦୨୭କୁ ନେଇ ଏବେଠାରୁ ଆରମ୍ଭ ହୋଇଗଲାଣି ଚର୍ଚ୍ଚା। ଆଗାମୀ ସିଜନ ପାଇଁ ସମସ୍ତ ୧୦ଟି ଫ୍ରାଞ୍ଚାଇଜି ନିଜ ନିଜ ଦଳକୁ ମଜଭୁତ କରିବାର ଯୋଜନା କରୁଛନ୍ତି। ଆସନ୍ତା ବର୍ଷ ଆଇପିଏଲର ୨୦ତମ ସଂସ୍କରଣ ଖେଳାଯିବାକୁ ଥିବାବେଳେ ଚଳିତ ବର୍ଷ ନଭେମ୍ବର କିମ୍ବା ଡିସେମ୍ବରରେ ଖେଳାଳି ନିଲାମ ହେବା ନେଇ ଚର୍ଚ୍ଚା ହେଉଛି। ନିଲାମ ପୂର୍ବରୁ ଫ୍ରାଞ୍ଚାଇଜିଗୁଡ଼ିକୁ ନିଜ ଦଳରୁ ରିଲିଜ ଓ ରିଟେନ କରାଯାଉଥିବା ଖେଳାଳିଙ୍କ ତାଲିକା ଦେବାକୁ ପଡ଼ିବ।

ଏହି ପରିପ୍ରେକ୍ଷୀରେ କିଛି ନାମୀ ବ୍ୟାଟରଙ୍କୁ ସେମାନଙ୍କ ଫ୍ରାଞ୍ଚାଇଜି ରିଲିଜ କରିପାରେ ବୋଲି ଆକଳନ କରାଯାଉଛି। ଏହି ତାଲିକାରେ ରାହୁଲ ତେୱତିଆ, ସୂର୍ଯ୍ୟକୁମାର ଯାଦବ, ପୃଥୱୀ ଶ’ ଓ ଅଜିଙ୍କ୍ୟ ରାହାଣେଙ୍କ ଭଳି ଖେଳାଳିଙ୍କ ନାମ ଚର୍ଚ୍ଚାରେ ରହିଛି।

୧. ରାହୁଲ ତେୱତିଆ
ଗୁଜରାଟ ଟାଇଟନ୍ସର ଅଲରାଉଣ୍ଡର ରାହୁଲ ତେୱତିଆ ଗତ କିଛି ସମୟ ଧରି ଆଶାନୁରୂପ ପ୍ରଦର୍ଶନ କରିପାରିନାହାନ୍ତି। ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳିବା ସମୟରେ ଗୋଟିଏ ଓଭରରେ ୫ଟି ଛକା ମାରି ସେ ଚର୍ଚ୍ଚାକୁ ଆସିଥିଲେ। ପରେ ଗୁଜରାଟ ଟାଇଟନ୍ସରେ ସାମିଲ ହୋଇଥିଲେ। ତେବେ ତାଙ୍କ ପ୍ରଦର୍ଶନକୁ ନେଇ ଫ୍ରାଞ୍ଚାଇଜି ଅସନ୍ତୁଷ୍ଟ ଥିଲେ ଆଗାମୀ ସିଜନ ପୂର୍ବରୁ ତାଙ୍କୁ ରିଲିଜ କରାଯାଇପାରେ।

୨. ସୂର୍ଯ୍ୟକୁମାର ଯାଦବ
ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର ବ୍ୟାଟର ସୂର୍ଯ୍ୟକୁମାର ଯାଦବଙ୍କ ନାମ ମଧ୍ୟ ଏହି ତାଲିକାରେ ରହିଛି। ତାଙ୍କ ପ୍ରଦର୍ଶନକୁ ନେଇ ଫ୍ରାଞ୍ଚାଇଜି ଆଗାମୀ ସିଜନ ପାଇଁ କି ପ୍ରକାର ନିଷ୍ପତ୍ତି ନେବ, ତାହାକୁ ନେଇ ଚର୍ଚ୍ଚା ଚାଲିଛି। ତେବେ ସୂର୍ଯ୍ୟକୁମାରଙ୍କୁ ରିଲିଜ କରାଯିବା ନେଇ ଏପର୍ଯ୍ୟନ୍ତ କୌଣସି ଆଧିକାରିକ ଘୋଷଣା ହୋଇନାହିଁ।

୩. ପୃଥୱୀ ଶ’
ଦିଲ୍ଲୀ କ୍ୟାପିଟାଲ୍ସର ଓପନିଂ ବ୍ୟାଟର ପୃଥୱୀ ଶ’ଙ୍କୁ ମଧ୍ୟ ଆଗାମୀ ସିଜନ ପୂର୍ବରୁ ରିଲିଜ କରାଯାଇପାରେ ବୋଲି ଆକଳନ କରାଯାଉଛି। ପୂର୍ବ ସିଜନରେ ତାଙ୍କୁ ଅଧିକ ସୁଯୋଗ ମିଳିନଥିବାରୁ ଫ୍ରାଞ୍ଚାଇଜି ତାଙ୍କ ଭବିଷ୍ୟତକୁ ନେଇ ନୂଆ ନିଷ୍ପତ୍ତି ନେଇପାରେ।

୪. ଜାକବ ବେଥେଲ
ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଇଂଲଣ୍ଡ ଖେଳାଳି ଜାକବ ବେଥେଲ ମଧ୍ୟ ରିଲିଜ ହେବା ନେଇ ଚର୍ଚ୍ଚାରେ ଅଛନ୍ତି। ଦଳ ପାଇଁ ଆଶାନୁରୂପ ଯୋଗଦାନ ଦେଇପାରିନଥିବାରୁ ଆରସିବି ତାଙ୍କୁ ନେଇ ନିଷ୍ପତ୍ତି ବଦଳାଇପାରେ। ତେବେ ଏହା ଏକ ସମ୍ଭାବନା ମାତ୍ର।

୫. ସରଫରାଜ ଖାନ
ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ଖେଳୁଥିବା ସରଫରାଜ ଖାନ ମଧ୍ୟ ରିଲିଜ ହେବା ନେଇ ଚର୍ଚ୍ଚାରେ ଅଛନ୍ତି। ତାଙ୍କୁ ମିଳିଥିବା ସୁଯୋଗର ସେ ଆଶାନୁରୂପ ଫାଇଦା ଉଠାଇପାରିନଥିବା ଆକଳନ କରାଯାଉଛି। ଏହି କାରଣରୁ ଆଗାମୀ ନିଲାମ ପୂର୍ବରୁ ଚେନ୍ନାଇ ତାଙ୍କୁ ଦଳରୁ ବାଦ ଦେଇପାରେ।

୬. ଏଡେନ ମାର୍କ୍ରମ
ଦକ୍ଷିଣ ଆଫ୍ରିକାର ବ୍ୟାଟର ଏଡେନ ମାର୍କରମ ଲକ୍ଷ୍ନୌ ସୁପର ଜାଏଣ୍ଟସ ସହ ଜଡ଼ିତ। ତାଙ୍କ ପ୍ରଦର୍ଶନ ଓ ଦଳର ଭବିଷ୍ୟତ ଯୋଜନାକୁ ଦୃଷ୍ଟିରେ ରଖି ଫ୍ରାଞ୍ଚାଇଜି ତାଙ୍କୁ ରିଲିଜ କରିବା ନେଇ ବିଚାର କରିପାରେ ବୋଲି ଆକଳନ କରାଯାଉଛି।

ଅଜିଙ୍କ୍ୟ ରାହାଣେ:
କୋଲକାତା ନାଇଟ ରାଇଡର୍ସର ଅଧିନାୟକ ଅଜିଙ୍କ୍ୟ ରାହାଣେଙ୍କ ନାମ ମଧ୍ୟ ସମ୍ଭାବ୍ୟ ରିଲିଜ ତାଲିକାରେ ରହିଛି। ଅଧିନାୟକତ୍ୱ ଓ ବ୍ୟାଟିଂରେ ତାଙ୍କ ପ୍ରଦର୍ଶନକୁ ନେଇ ଫ୍ରାଞ୍ଚାଇଜି ନୂଆ ରଣନୀତି ଆପଣାଇପାରେ। ତେବେ ତାଙ୍କୁ ରିଲିଜ କରାଯିବା ନେଇ ଆଧିକାରିକ ସୂଚନା ଆସିନାହିଁ।

୮. ଶିମରନ ହେଟମାୟର
ରାଜସ୍ଥାନ ରୟାଲ୍ସର ବିସ୍ଫୋରକ ବ୍ୟାଟର ଶିମରନ ହେଟମାୟର୍‌ ଫିନିସର୍‌ ଭାବେ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ। ତେବେ ତାଙ୍କ ପ୍ରଦର୍ଶନକୁ ନେଇ ଫ୍ରାଞ୍ଚାଇଜି ସନ୍ତୁଷ୍ଟ ନଥିଲେ ଆଗାମୀ ସିଜନ ପୂର୍ବରୁ ତାଙ୍କୁ ରିଲିଜ କରିବାର ସମ୍ଭାବନା ରହିଛି।

୯. ଶରଫେନ ରଦରଫୋର୍ଡ
ୱେଷ୍ଟଇଣ୍ଡିଜର ବ୍ୟାଟର ଶରଫେନ ରଦରଫୋର୍ଡ ଟ୍ରେଡ ଡିଲ ମାଧ୍ୟମରେ ମୁମ୍ବାଇ ଇଣ୍ଡିଆନ୍ସରେ ସାମିଲ ହୋଇଥିଲେ। ତାଙ୍କଠାରୁ ଦଳ ଅଧିକ ଆଶା ରଖିଥିବାବେଳେ ଆଶାନୁରୂପ ପ୍ରଦର୍ଶନ ନ କଲେ ତାଙ୍କୁ ରିଲିଜ କରାଯାଇପାରେ।

୧୦. ଅବଦୁଲ ସମଦ
ଲକ୍ଷ୍ନୌ ସୁପର ଜାଏଣ୍ଟସର ବ୍ୟାଟର ଅବଦୁଲ ସମଦଙ୍କୁ ମଧ୍ୟ ଆଗାମୀ ସିଜନ ପୂର୍ବରୁ ରିଲିଜ କରାଯିବା ନେଇ ଚର୍ଚ୍ଚା ହେଉଛି। ଆଇପିଏଲ ୨୦୨୬ରେ ସୁଯୋଗ ମିଳିଥିଲେ ମଧ୍ୟ ସେ ଆଶାନୁରୂପ ପ୍ରଦର୍ଶନ କରିପାରିନଥିବା ଆକଳନ କରାଯାଉଛି।
ତେବେ ଆଇପିଏଲ ୨୦୨୭ ନିଲାମ ପୂର୍ବରୁ କେଉଁ ଖେଳାଳିଙ୍କୁ କେଉଁ ଫ୍ରାଞ୍ଚାଇଜି ରିଲିଜ କରିବ, ତାହା ଆଧିକାରିକ ତାଲିକା ପ୍ରକାଶ ପାଇବା ପରେ ହିଁ ସ୍ପଷ୍ଟ ହେବ। ତେଣୁ ବର୍ତ୍ତମାନ ଏହି ନାମଗୁଡ଼ିକୁ ସମ୍ଭାବ୍ୟ ରିଲିଜ ଭାବେ ଦେଖିବା ଉଚିତ।

 


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଶା ବିନାଶର କାରଣ- ଏହିି କଥାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ହିମାଚଳପ୍ରଦେଶର ଲତା ଦେବୀ। ସେ ବାମସନ୍‌ ବ୍ଲକ ବାହ୍ଲୋ ପଞ୍ଚାୟତର ସରପଞ୍ଚ ଭାବେ ୫ଟି…

ନ୍ୟୁଜିଲାଣ୍ଡ ସିରିଜ ପୂର୍ବରୁ ବଡ଼ ହଲଚଲ: ବାଦ୍‌ ପଡ଼ିଲେ ଭାରତୀୟ ଅଧିନାୟକ ଶୁଭମନ ଗିଲ!

ନୂଆଦିଲ୍ଲୀ,୧୧।୧୦: ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ନିଜ ବ୍ୟାଟିଂ ଫର୍ମ ପରଖିବା ସହ ମ୍ୟାଚ ଅଭ୍ୟାସ ହାସଲ କରିବା ପାଇଁ ଭାରତୀୟ ଟେଷ୍ଟ ଓ ଦିନିକିଆ ଦଳର ଅଧିନାୟକ…

ଇସ୍ତଫା ଦାବିରେ ଅଟଳ ସିଜେପି, ସକାଳୁ ସକାଳୁ କଲା ବଡ଼ ଘୋଷଣା; ସରକାର ଛାନିଆ!

ନୂଆଦିଲ୍ଲୀ,୧୧।୧୦: କକ୍ରୋଚ ଜନତା ପାର୍ଟି (ସିଜେପି) ପକ୍ଷରୁ ରବିବାର ସକାଳ ୧୦ଟାରେ ଜନ୍ତରମନ୍ତରଠାରେ ପ୍ରତିବାଦ ପ୍ରଦର୍ଶନ କରିବାକୁ ଆହୱାନ ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ…

ଆଜିଠୁ ନବରାତ୍ରି ଆରମ୍ଭ: ୪ ରାଶିଙ୍କ ଭାଗ୍ୟରେ ଲାଗିଲା ଚାରିଚାନ୍ଦ, ଦଶହରା ସୁଦ୍ଧା ଚାକିରି-ବ୍ୟବସାୟରେ…

ଭୁବନେଶ୍ୱର: ମା’ ଦୁର୍ଗାଙ୍କ ଆରାଧନାର ପବିତ୍ର ପର୍ବ ଶାରଦୀୟ ନବରାତ୍ରିକୁ ନେଇ ଭକ୍ତଙ୍କ ମଧ୍ୟରେ ବିଶେଷ ଉତ୍ସାହ ରହିଥାଏ। ଚଳିତ ବର୍ଷ ୨୦୨୬ ଅକ୍ଟୋବର ୧୧ ତାରିଖରୁ…

ମାନବ ଅଧିକାର ଶାନ୍ତିଦୂତ

ହନ ଦାସ କରମଚାନ୍ଦ ଗାନ୍ଧୀ ମହାତ୍ମା ଗାନ୍ଧୀରେ ପରିଣତ ହେବା ପାଇଁ ଯେଉଁ କର୍ମଭୂମି ତାଙ୍କୁ ଆଦ୍ୟ ସୁଯୋଗ ଦେଇଥିଲା, ତାହା ଥିଲା ଦକ୍ଷିଣ ଆଫ୍ରିକା। ଜଣେ…

ସିସେଲ୍ସରେ ମଣିଷକୁ ଟପିଲେଣି କଇଁଛ

ଭିକ୍ଟୋରିଆ,୧୧ା୧୦: ଦିନେ ବିଲୁପ୍ତ ହେବାକୁ ବସିଥିବା ଆଲଡାବ୍ରା କଇଁଛଙ୍କ ସଂଖ୍ୟା ବର୍ତ୍ତମାନ ମଣିଷଙ୍କୁ ମଧ୍ୟ ଟପିଗଲାଣି। ବ୍ୟାପକ ଶୋଷଣ ଏବଂ ଅତ୍ୟଧିକ ଶିକାର ଯୋଗୁଁ ଆଲଡାବ୍ରାର କଇଁଛ…

Odisha SIR Voter List Row: ୩ ଦିନରେ ୩୩,୫୧୫ ଫର୍ମ-୬ ଆବେଦନପତ୍ର ଗ୍ରହଣ

ଭୁବନେଶ୍ୱର,୧୧ା୧୦(ସୁନିତ୍‌ ମିଶ୍ର): ଭାରତର ନିର୍ୱାଚନ ଆୟୋଗ (ଇସିଆଇ)ଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶାର ଭୋଟର ତାଲିକାରେ ନାମ ସାମିଲକରିବା ଉଦ୍ଦେଶ୍ୟରେ ଗତ ୭ରୁ ୯ ତାରିଖ ଯାଏ ରାଜ୍ୟବ୍ୟାପୀ ଏକ…

ଛାତ୍ର ସଂସଦ ନିର୍ବାଚନକୁ ନେଇ ରେଭେନ୍‌ଶାରେ ଉତ୍ତେଜନା

କଟକ,୧୧ା୧୦(କାର୍ତ୍ତିକ ସାହୁ): ଛାତ୍ର ସଂସଦ ନିର୍ୱାଚନ ପାଇଁ ଏଆଇଡିଏସ୍‌ଓ ସଭାପତି ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ଖାରଜ ଘଟଣାକୁ ନେଇ ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ଉତ୍ତେଜନା ପ୍ରକାଶ ପାଇଛି। ପ୍ରାର୍ଥିପତ୍ର ଖାରଜକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?