ପାର୍ଲର ନ ଯାଇ ଘରୋଇଭାବେ ଚାହିଁଲେ ଆପଣ ୱାକ୍ସିଂ ପ୍ରସ୍ତୁତ କରିପାରିବେ।

ଘରୋଇ ୱାକ୍ସିଂ ପ୍ରସ୍ତୁତ କରିବା ପାଇଁ ୫ ଚାମଚ ଚିନି ନିଅନ୍ତୁ। ସେଥିରେ ଏକ ଚାମଚ ଲେମ୍ବୁ ରସ, ୩ ଚାମଚ ମହୁ ଓ ୪ ଚାମଚ ପାଣି ମିଶାନ୍ତୁ। ଏସବୁ ସାମଗ୍ରୀକୁ ଏକ ପାତ୍ରରେ ରଖି ଚୁଲିରେ କମ୍‌ ଆଞ୍ଚରେ ବସାନ୍ତୁ। ମଝିରେ ମଝିରେ ଏହାକୁ ଗୋଳାନ୍ତୁ। କିଛି ସମୟ ପରେ ଚିନି ମିଶିଗଲା ପରେ ଚୁଲିରୁ ଓହ୍ଲାଇ ଆଣନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଘରୋଇ ୱାକ୍ସ।
ଘରେ ଥିବା ଟୁଥପେଷ୍ଟ ମାଧ୍ୟମରେ ବି ଆପଣ ୱାକ୍ସିଂ କରାଇପାରିବେ। ଏଥିପାଇଁ ୪-୫ ଚାମଚ କ୍ଷୀର, ୨ ଚାମଚ ବେସନ ଓ ୧ ଚାମଚ ଟୁଥପେଷ୍ଟ ନିଅନ୍ତୁ। ଏ ସମସ୍ତ ସାମଗ୍ରୀକୁ ଏକ ପାତ୍ରରେ ଭଲଭାବେ ମିଶାଇ ଦିଅନ୍ତୁ। ଘୋଳକୁ ପତଳା କରିବା ପାଇଁ ଅଧିକ କ୍ଷୀର ମିଶାଇ ପାରିବେ। ଏହି ମିଶ୍ରଣକୁ ଅନାବଶ୍ୟକ ଲୋମ ଥିବା ସ୍ଥାନରେ ଲଗାଇ ଶୁଖିବା ପାଇଁ ଛାଡି ଦିଅନ୍ତୁ। ଏହାପରେ କଟନରେ ତିଆରି ସ୍ବତନ୍ତ୍ର କପଡାରେ ସେହି ସ୍ଥାନକୁ ଲୋମର ବିପରୀତ ଦିଗରେ ଟାଣି ଘଷି ଦିଅନ୍ତୁ। ଏହିପରି କରିବା ପରେ ସବୁ ଲୋମ ବାହାରି ଯିବ। ଶେଷରେ ଆପଣ ପାଣିରେ ମୁହଁକୁ ଧୋଇ ମଶ୍ଚରାଇଜର ଲଗାନ୍ତୁ।
ଘରୋଇ ୱାକ୍ସକୁ ଲଗାଇବା ପାଇଁ ହେଲେ ପ୍ରଥମେ ମୁହଁକୁ ସଫା କରି ପୋଛି ଦିଅନ୍ତୁ। ୱାକ୍ସକୁ ଅଳ୍ପ ଗରମ କରନ୍ତୁ। ଥଣ୍ଡା ହେବା ପରେ ଏହାକୁ ମୁହଁରେ ଅନାବଶ୍ୟକ ଲୋମ ଥିବା ସ୍ଥାନରେ ଭଲ ଭାବେ ଲଗାନ୍ତୁ। ମୋଟା କରି ଏହି ୱାକ୍ସକୁ ଲଗାଇ ହାତରେ ଦାବି ଦିଅନ୍ତୁ। କିଛି ସମୟ ପରେ ହାତରେ ଏହାକୁ ଉଠାଇ ଦିଅନ୍ତୁ। ଏହିପରି ଭାବରେ ଯେ କୌଣସି ସ୍ଥାନରେ ଥିବା ଲୋମକୁ ସହଜରେ ଉଠାଇ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାରେ ଉପୁଡ଼ି ପଡିଥିବା ଗଛକୁ ଯାଇ ପିଟିହେଲେ ଅଟୋ-ପିକଅପ୍, ୯…

ନନ୍ଦପୁର,୧୬।୬(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ଦେଇ ଯାଇଥିବା ଏମଡିଆର ୫୫ ରାସ୍ତାର ସୀମାଦ୍ରୀ ମଣ୍ଡପ ସମ୍ମୁଖରେ ଏକ ବଡ଼ ଧରଣର…

ଆଜି ସୁପ୍ରିମକୋର୍ଟରେ ଆଧାର ଶୁଣାଣି

ନୂଆଦିଲ୍ଲୀ,୧୬ା୬: ଭାରତର ବିଶିଷ୍ଟ ପରିଚୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି ଆଧାର କାର୍ଡଗୁଡ଼ିକୁ ନାଗରିକତ୍ୱ, ବାସସ୍ଥାନ ପ୍ରମାଣ ଓ ଠିକଣା ପ୍ରମାଣ ଭାବେ ଦୁରୁପଯୋଗ କରାଯାଉଥିବା ଅଭିଯୋଗ କରି ସୁପ୍ରିମକୋର୍ଟରେ…

ଆଉ ଖେଳିପାରିବେନି ବୈଭବ ସୂର୍ଯ୍ୟବଂଶୀ? ଶ୍ରୀଲଙ୍କା ଖେଳାଳିଙ୍କ ସହ ଝଗଡ଼ା ପରେ ବଡ଼ କାର୍ଯ୍ୟାନୁଷ୍ଠାନ ହେବାର ସମ୍ଭାବନା! ଜାଣନ୍ତୁ ଅପଡେଟ

ନୂଆଦିଲ୍ଲୀ,୧୬।୬: ଆୟରଲ୍ୟାଣ୍ଡ ଗସ୍ତ ପୂର୍ବରୁ ଶ୍ରୀଲଙ୍କାରେ ଖେଳୁଥିବା ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଏବେ ଶିରୋନାମାରେ ସ୍ଥାନ ପାଇଛନ୍ତି। ପୂର୍ବରୁ ତାଙ୍କର ଚମତ୍କାର ପ୍ରଦର୍ଶନ ପାଇଁ ଦୃଷ୍ଟି…

୭୫ ଟଙ୍କାର ବ୍ୟାଙ୍କ ବାଲାନ୍ସରୁ ଏନ୍‌ଡିଏର ସମ୍ଭାବ୍ୟ ଶକ୍ତି, ଚର୍ଚ୍ଚାରେ ଆଞ୍ଚଳିକ ଦଳ ‘ଏନ୍‌ସିପିଆଇ’ର ରାଜନୈତିକ ଯାତ୍ରା

ନୂଆଦିଲ୍ଲୀ,୧୫ା୬(ପି.ଟି.): ଆର୍ଥିକବର୍ଷ ୨୦୨୨-୨୩ ଶେଷ ସୁଦ୍ଧା ଯେଉଁ ରାଜନୈତିକ ଦଳର ବ୍ୟାଙ୍କ ଖାତାରେ ମାତ୍ର ୭୫ ଟଙ୍କା ବାକି ରହିଥିଲା, ଆଜି ସେହି ଅଜ୍ଞାତ ଦଳଟି ଜାତୀୟ…

ଇରାନ ଉପରେ ଜୋରଦାର ଖର୍ଚ୍ଚ କରିବେ ଟ୍ରମ୍ପ; ୩୦୦ ବିଲିୟନ ଡଲାର ବର୍ଷା କରିବାକୁ ପ୍ରସ୍ତୁତ!

ତେହରାନ,୧୬।୬: ଆମେରିକା ଏବଂ ଇରାନ ମଧ୍ୟରେ ପ୍ରସ୍ତାବିତ ଶାନ୍ତି ଚୁକ୍ତିନାମା ସମ୍ପର୍କରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ ଏହି ଚୁକ୍ତିନାମା ଅତି କମରେ ୩୦୦…

ଠିଆ ହୋଇଥିବା ଟ୍ରକକୁ ପଛରୁ ପିଟିଲା ବାଇକ, ଘଟଣାସ୍ଥଳରେ ୨ମୃତ

ଅତାବିରା,୧୬।୬(ଯୁଧିଷ୍ଠିର ମହାପାତ୍ର): ଅତାବିରା ଥାନା ସରଣ୍ଡା ଗେଟ ପାଖ ୫୩ ନମ୍ବର ଜାତୀୟ ରାଜପଥରେ ସୋମବାର ରାତ୍ରି ୮ଟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨…

ଫିଫା ବିଶ୍ୱକପ୍‌ରେ ୨୫ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଖେଳାଳିଙ୍କ ପଦାର୍ପଣ

ମଣ୍ଟେରି,୧୫ା୬: ଭାରତୀୟ ବଂଶୋଦ୍ଭବ ଖେଳାଳି ନିଶାନ ଭେଲୁପିଲେ ଅଷ୍ଟ୍ରେଲିଆ ପାଇଁ ଫିଫା ବିଶ୍ୱକପ୍‌ରେ ପଦାର୍ପଣ କରିଛନ୍ତି। ତାଙ୍କ ପ୍ରତିନିଧିତ୍ୱରେ ଅଷ୍ଟ୍ରେଲିଆ ଗ୍ରୁପ୍‌-ଡି’ ମ୍ୟାଚ୍‌ରେ ଶକ୍ତିଶାଳୀ ତୁର୍କୀକୁ ୨-୦…

ଅନ୍ତିମ ମିନିଟ୍‌ରେ ମ୍ୟାଚ ଜିତିଲା ଆଇଭରି କୋଷ୍ଟ

ଫିଲାଡେଲଫିଆ,୧୫ା୬: ୧୨ ବର୍ଷରେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ରେ ଖେଳୁଥିବା ଆଇଭରି କୋଷ୍ଟ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ୬୮,୨୭୪ ଦର୍ଶକଙ୍କ ଉପସ୍ଥିତିରେ ଲିଙ୍କନ ଫାଇନାନ୍‌ସିଆଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri