ପାର୍ଲର ନ ଯାଇ ଘରୋଇଭାବେ ଚାହିଁଲେ ଆପଣ ୱାକ୍ସିଂ ପ୍ରସ୍ତୁତ କରିପାରିବେ।

ଘରୋଇ ୱାକ୍ସିଂ ପ୍ରସ୍ତୁତ କରିବା ପାଇଁ ୫ ଚାମଚ ଚିନି ନିଅନ୍ତୁ। ସେଥିରେ ଏକ ଚାମଚ ଲେମ୍ବୁ ରସ, ୩ ଚାମଚ ମହୁ ଓ ୪ ଚାମଚ ପାଣି ମିଶାନ୍ତୁ। ଏସବୁ ସାମଗ୍ରୀକୁ ଏକ ପାତ୍ରରେ ରଖି ଚୁଲିରେ କମ୍‌ ଆଞ୍ଚରେ ବସାନ୍ତୁ। ମଝିରେ ମଝିରେ ଏହାକୁ ଗୋଳାନ୍ତୁ। କିଛି ସମୟ ପରେ ଚିନି ମିଶିଗଲା ପରେ ଚୁଲିରୁ ଓହ୍ଲାଇ ଆଣନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଘରୋଇ ୱାକ୍ସ।
ଘରେ ଥିବା ଟୁଥପେଷ୍ଟ ମାଧ୍ୟମରେ ବି ଆପଣ ୱାକ୍ସିଂ କରାଇପାରିବେ। ଏଥିପାଇଁ ୪-୫ ଚାମଚ କ୍ଷୀର, ୨ ଚାମଚ ବେସନ ଓ ୧ ଚାମଚ ଟୁଥପେଷ୍ଟ ନିଅନ୍ତୁ। ଏ ସମସ୍ତ ସାମଗ୍ରୀକୁ ଏକ ପାତ୍ରରେ ଭଲଭାବେ ମିଶାଇ ଦିଅନ୍ତୁ। ଘୋଳକୁ ପତଳା କରିବା ପାଇଁ ଅଧିକ କ୍ଷୀର ମିଶାଇ ପାରିବେ। ଏହି ମିଶ୍ରଣକୁ ଅନାବଶ୍ୟକ ଲୋମ ଥିବା ସ୍ଥାନରେ ଲଗାଇ ଶୁଖିବା ପାଇଁ ଛାଡି ଦିଅନ୍ତୁ। ଏହାପରେ କଟନରେ ତିଆରି ସ୍ବତନ୍ତ୍ର କପଡାରେ ସେହି ସ୍ଥାନକୁ ଲୋମର ବିପରୀତ ଦିଗରେ ଟାଣି ଘଷି ଦିଅନ୍ତୁ। ଏହିପରି କରିବା ପରେ ସବୁ ଲୋମ ବାହାରି ଯିବ। ଶେଷରେ ଆପଣ ପାଣିରେ ମୁହଁକୁ ଧୋଇ ମଶ୍ଚରାଇଜର ଲଗାନ୍ତୁ।
ଘରୋଇ ୱାକ୍ସକୁ ଲଗାଇବା ପାଇଁ ହେଲେ ପ୍ରଥମେ ମୁହଁକୁ ସଫା କରି ପୋଛି ଦିଅନ୍ତୁ। ୱାକ୍ସକୁ ଅଳ୍ପ ଗରମ କରନ୍ତୁ। ଥଣ୍ଡା ହେବା ପରେ ଏହାକୁ ମୁହଁରେ ଅନାବଶ୍ୟକ ଲୋମ ଥିବା ସ୍ଥାନରେ ଭଲ ଭାବେ ଲଗାନ୍ତୁ। ମୋଟା କରି ଏହି ୱାକ୍ସକୁ ଲଗାଇ ହାତରେ ଦାବି ଦିଅନ୍ତୁ। କିଛି ସମୟ ପରେ ହାତରେ ଏହାକୁ ଉଠାଇ ଦିଅନ୍ତୁ। ଏହିପରି ଭାବରେ ଯେ କୌଣସି ସ୍ଥାନରେ ଥିବା ଲୋମକୁ ସହଜରେ ଉଠାଇ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ସକାଳୁ ଛାଡନ୍ତୁ ଶୀଘ୍ର ବିଛଣା…

ସକାଳୁ ଉଠିବା ଦ୍ୱାରା ଦେହ ଓ ମନ ଉଭୟ ସୁସ୍ଥ ରହେ। ତେବେ ଶୀତଦିନ ସକାଳୁ ବିଛଣା ଛାଡ଼ିଲେ ବହୁ ଉପକାର ମିଳିଥାଏ। ସାଧାରଣତଃ ଶୀତଦିନେ...

ପିଲାଙ୍କ ସ୍ପେଶାଲ ସମର ଭ୍ୟାକେଶନ

ସମର ଭ୍ୟାକେଶନ ପିଲାଙ୍କ ପାଇଁ ଯେତିକି ଖାସ୍‌ ବାପାମା’ଙ୍କ ପାଇଁ ସେତିକି ଗୁରୁତ୍ୱପୂର୍ଣ୍ଣ। ଏହି ସମୟରେ ପିଲାଙ୍କୁ ବିଜି ରଖିବା ପାଇଁ ଯେକୌଣସି କ୍ଲାସ୍‌ରେ ଭର୍ତ୍ତି...

ସମସ୍ତଙ୍କ ପାଇଁ ଶୁଭ ନୁହେଁ ତୁଳସୀ? ଘରେ ପୂଜା କରୁଥିଲେ ଏସବୁ ଜିନିଷ ପ୍ରତି ଦିଅନ୍ତୁ ଧ୍ୟାନ..

ଅଧିକାଂଶ ହିନ୍ଦୁ ଧର୍ମାବଲମ୍ବୀଙ୍କ ଘରେ ତୁଳସୀ ରହିଥାଏ। ତୁଳସୀକୁ ଭଗବାନ କୃଷ୍ଣ ଅଧିକ ପସନ୍ଦ କରନ୍ତି। କିଛି ଲୋକ ସନ୍ଧ୍ୟାରେ ତୁଳସୀ ମୂଳରେ ଦୀପ ଜଳାନ୍ତି।...

ଫିଟ୍‌ନେସ୍‌ ମନ୍ତ୍ର

ବର୍ତ୍ତମାନର ପରିବର୍ତ୍ତିତ ଏବଂ ବ୍ୟସ୍ତବହୁଳ ଜୀବନଶୈଳୀ ଅନେକଙ୍କଠାରେ ବିଶେଷ କରି ମହିଳାଙ୍କଠାରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିବା ଲାଗି ମୁଖ୍ୟତଃ ଦାୟୀ ା ଏମିତିରେ...

ଆତ୍ମବିଶ୍ୱାସ ବୃଦ୍ଧି, ସଫଳତା ପାଇଁ କରନ୍ତୁ ଏପରି

ଜୀବନରେ ଆଗକୁ ବଢ଼ିବାକୁ ହେଲେ ଆତ୍ମବିଶ୍ୱାସ ବହୁତ ଗୁରୁତ୍ୱପୂର୍ଣ୍ଣ। ଯଦି ଜଣେ ବ୍ୟକ୍ତି ପାଖରେ ଆତ୍ମବିଶ୍ୱାସର ଅଭାବ ଥାଏ ତେବେ ସେ କୌଣସି ଲକ୍ଷ ସ୍ଥଳରେ...

ହାତରୁ ଚିହ୍ନନ୍ତୁ ଲୋକଙ୍କୁ , ଜାଣନ୍ତୁ କିଏ କିପରି…

ହସ୍ତରେଖା ଶାସ୍ତ୍ର ଅନୁଯାୟୀ, ରେଖା ଗଠନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ରେଖାର ଗଠନ, ଲମ୍ବ ଏବଂ ଘନତାକୁ ଦେଖି ଅନେକ ଜିନିଷ ଆକଳନ...

ଘରୋଇ ଉପାୟ: ହଳଦୀ ଦାଗ କିପରି ଛଡାଇବେ

ମସଲାଦାର ଖାଦ୍ୟ, ତରକାରୀ ଆଦି ଖାଇବାର ମଜା ନେବା ସମୟରେ ବେଳେ ବେଳେ ଆମ ଶାର୍ଟ ବା ଡ୍ରେସ୍‌ ଆଦିରେ ହଳଦୀ ଦାଗ ଲାଗିଯାଏ ।...

ସ୍ମରଣ ଶକ୍ତିକୁ ସକ୍ରିୟ କରେ ଅଣ୍ଡା

ଅଣ୍ଡାରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ନିୟମିତ ଅଣ୍ଡା ଖାଇବା ଦ୍ୱାରା ତାହାର ସୁପ୍ରଭାବ ସ୍ମରଣ ଶକ୍ତି ଉପରେ ପଡିଥାଏ। ନିକଟରେ ‘ସ୍ମରଣ...

Advertisement
Archives

Model This Week