ପୁରାଣରେ ଯକ୍ଷ ଓ ନାଗ

ଭାରତୀୟ ପୁରାଣରେ ଆଶ୍ଚର୍ଯ୍ୟଜନକ ଜୀବ ହେଉଛନ୍ତି ଯକ୍ଷ। ୟୁରୋପୀୟ ପୁରାଣରେ ବର୍ଣ୍ଣିତ ବାମନଙ୍କ ସହ ଏମାନଙ୍କର ଅଧିକ ସାମଞ୍ଜସ୍ୟ ଅଛି। ଯକ୍ଷମାନେ ରତ୍ନ ଏବଂ ସୁନା ସହ ଜଡ଼ିତ। ସେମାନଙ୍କ ମୋଟା ବିକୃତ ଶରୀର ଅଳଙ୍କାରରେ ଆଚ୍ଛାଦିତ ଏବଂ ଏହି ରୂପରେ ବୌଦ୍ଧ, ଜୈନ ଓ ହିନ୍ଦୁ ମନ୍ଦିରରେ ଦେଖାଯାଆନ୍ତି। କୁବେର ସେମାନଙ୍କର ରାଜା। କୁବେରଙ୍କ ସ୍ତ୍ରୀ ନିଧି, ଯାହାର ଅର୍ଥ ଧନ। କୁବେରଙ୍କୁ ନରବାହନ କୁହାଯାଏ। ସେ ମଣିଷ ଉପରେ ବସି ବୁଲନ୍ତି, ଯାହା ମଣିଷ ଉପରେ ଧନଶକ୍ତିର ପ୍ରଭାବକୁ ସୂଚିତକରେ। ତାଙ୍କର ଏକ ସୁବର୍ଣ୍ଣ ନେଉଳ ଅଛି, ଯିଏ ପାଟିରୁ ରତ୍ନ ବାହାରକରେ। ଏହି ରତ୍ନକୁ ନେଉଳ ପୃଥିବୀ ତଳେ ବାସ କରୁଥିବା ନାଗମାନଙ୍କଠାରୁ ପାଇଥାଏ। କୁବେର ଲଙ୍କାନଗରୀ ନିର୍ମାଣ କରିଥିଲେ। କିନ୍ତୁ ରାକ୍ଷସରାଜା ତଥା ରାବଣ ତାଙ୍କୁ ସେଠାରୁ ତଡ଼ିଦେଇଥିଲେ ବୋଲି ରାମାୟଣରେ ବର୍ଣ୍ଣନା ରହିଛି। ସେମାନଙ୍କ ପିତା ବିସର୍ବା ଥିଲେ ଜଣେ ବ୍ରାହ୍ମଣ, ଯାହାଙ୍କ ପିତା ଋଷି ପୁଲସ୍ତ୍ୟ (ସପ୍ତର୍ଷିଙ୍କ ମଧ୍ୟରେ ଜଣେ)। ଯକ୍ଷ ଏବଂ ରାକ୍ଷସର ବୌଦ୍ଧଧର୍ମରେ ବର୍ଣ୍ଣିତ ଯକ୍କା ଏବଂ ରକ୍ଷାଙ୍କ ସହ ସମ୍ପର୍କ ଅଛି।
ନାଗମାନେ ପୃଥିବୀକୁ ଉର୍ବର ବା ସମୃଦ୍ଧ କରନ୍ତି। ଯକ୍ଷମାନେ ଧନ ସଂଗ୍ରହ କରି ଗଚ୍ଛିତ ରଖନ୍ତି। ରାକ୍ଷସ ଧନ ଚୋରି କରନ୍ତି। ନାଗଙ୍କ ରତ୍ନ ଚୋରି ହେବାରୁ ଭୟରେ ସେମାନେ ପାତାଳକୁ ଚାଲିଯାଇଥିଲେ। ଯକ୍ଷମାନଙ୍କୁ ରାବଣ ଉତ୍ତରକୁ ତଡ଼ିଦେଇ ନିଜେ ଦକ୍ଷିଣରେ ଶାସନ କରୁଥିଲେ। ଯେତେବେଳେ କୁବେର ଉତ୍ତର ଦିଗକୁ ଗଲେ, ସେତେବେଳେ ସେ ହିମାଳୟ ନିକଟରେ ଲଙ୍କା ଭଳି ନଗର ଅଳଙ୍କା କିମ୍ବା ଅଳକା ପ୍ରତିଷ୍ଠାକଲେ। ଅଳକା ରତ୍ନରେ ପରିପୂର୍ଣ୍ଣ ଥିଲା। ଲଙ୍କା ସୁନାରେ ନିର୍ମିତ। ରାବଣ ପରି କୁବେର ମଧ୍ୟ ଶିବଙ୍କୁ ପୂଜା କରନ୍ତି। ଯକ୍ଷ ଏବଂ ରାକ୍ଷସଙ୍କୁ ଶିବଙ୍କ ଆଜ୍ଞାଧାରୀ ବା ଗଣ ବୋଲି ମନେକରାଯାଏ। ଯେଉଁମାନେ ପୁରାଣକୁ ଇତିହାସ ଭାବରେ ଦେଖନ୍ତି ସେମାନେ ବିଶ୍ୱାସ କରନ୍ତି ଯେ, ଯକ୍ଷ ଏବଂ ରାକ୍ଷସ ଜଙ୍ଗଲନିବାସୀ ଜନଜାତି ଥିଲେ ଓ ଆର୍ଯ୍ୟମାନଙ୍କ ପୂର୍ବରୁ ଏମାନେ ରହିଥିଲେ। ନାଗମାନେ ଯକ୍ଷରାଜାଙ୍କ ନେଉଳକୁ ଭୟ କରନ୍ତି। ଯକ୍ଷରାଜା ରାକ୍ଷସରାଜାଙ୍କୁ ଭୟ କରନ୍ତି।
ବୌଦ୍ଧ ପୁରାଣ ବିଶେଷକରି ‘ଦିବ୍ୟବନ୍ଦନ’ରେ ଅଶୋକଙ୍କ କାହାଣୀ ଉଲ୍ଲେଖ କରାଯାଇଛି। ସେ କିଭଳି ଅଦ୍ଭୁତ ଜୀବ ଯକ୍ଷ ଓ ନାଗଙ୍କୁ ନିୟନ୍ତ୍ରଣରେ ରଖିଥିଲେ ଏବଂ ତାଙ୍କ ବାର୍ତ୍ତା ଯକ୍ଷ ଏବଂ ନାଗ ରାଜ୍ୟକୁ ପଠାଉଥିଲେ, ତାହା ଆମେ ସେଥିରେ ଦେଖୁ। ବୌଦ୍ଧ ପୁରାଣ ଯକ୍ଷ, ରାକ୍ଷସ, ଅପ୍‌ସରା, ଭୂତ ଏବଂ ପ୍ରେତ ପରି ଅନେକ ଜୀବକୁ ଯାଦୁକରି ବୋଲି ସୂଚିତ କରିଛି। ଏମାନଙ୍କ ସହ ବୁଦ୍ଧ ଏବଂ ବୌଦ୍ଧ ଭିକ୍ଷୁମାନଙ୍କର ବାରମ୍ବାର ମୁହଁାମୁହଁି ହୋଇଥିଲା। କୁହାଯାଇଛି, ଜଙ୍ଗଲ ପ୍ରେତାତ୍ମାମାନେ ପ୍ରଥମେ ହିଂସ୍ରକ ଥିଲେ। କିନ୍ତୁ ଧୀରେ ଧୀରେ ବୌଦ୍ଧଧର୍ମ ଦ୍ୱାରା ପ୍ରଭାବିତ ହୋଇ ନିୟନ୍ତ୍ରଣକୁ ଆସିଲେ। ବେଳେବେଳେ ସେମାନଙ୍କୁ ଘଉଡ଼ାଇ ଦିଆଯାଇଥିଲା, ବେଳେବେଳେ ସେମାନଙ୍କୁ ଶାନ୍ତ କରାଯାଇଥିଲା ଏବଂ ବେଳେବେଳେ ସେମାନଙ୍କୁ ସମ୍ମାନିତ କରାଯାଇଥିଲା । ଏପରିକି ସେମାନେ ବୌଦ୍ଧ ଆଶ୍ରମ, ବିଶ୍ୱବିଦ୍ୟାଳୟ ଏବଂ ସ୍ତୂପର ସଂରକ୍ଷକ ହୋଇଥିଲେ। ଉଦାହରଣ ସ୍ବରୂପ, ‘ଜଟକମାଳା’ରେ ଆମେ ଜଣେ ଯକ୍ଷଙ୍କ ବିଷୟରେ ଶୁଣିଥାଉ। ଲୋକମାନେ ତାଙ୍କୁ କାହିଁକି ଭୟ କରୁନାହାନ୍ତି ତାହାକୁ ନେଇ ସେ ଆଶ୍ଚର୍ଯ୍ୟପ୍ରକଟ କରିଥିଲେ। ତାଙ୍କୁ କୁହାଯାଇଥିଲା, ମହାରାଜା ମୈତ୍ରୀ ବଳ ଜଣେ ବୋଧିସତ୍ତ୍ୱ ଏବଂ ତାଙ୍କ ଶାସନରେ କେହି ଅସନ୍ତୁଷ୍ଟ ନୁହନ୍ତି। ଫଳରେ ଯକ୍ଷ ଜଣକ ମୈତ୍ରୀ ବଳଙ୍କ ନିକଟକୁ ଯାଇ ଖାଦ୍ୟ ବିଶେଷକରି ମଣିଷ ମାଂସ ପାଇଁ ଦାବି କରନ୍ତେ ରାଜା ତାଙ୍କୁ ଖାଇବାକୁ ଦେବା ପାଇଁ ନିଜ ଶରୀର ପ୍ରଦାନ କଲେ। ଏହି କାର୍ଯ୍ୟ ଯକ୍ଷଙ୍କୁ ପ୍ରଭାବିତ କରିବା ପରେ ସେ ବୌଦ୍ଧଧର୍ମ ଗ୍ରହଣ କରିଥିଲେ।

ତାମିଲ ବୌଦ୍ଧ ଗ୍ରନ୍ଥ ‘ସିଲାପ୍ପାଟିକରାମ’ ଏବଂ ‘ମଣିମେକାଲାଇ’ରେ ଆମେ ଜଣେ ବୌଦ୍ଧ ସନ୍ନ୍ୟାସିନୀ ବିଷୟରେ ଶୁଣୁ, ଯିଏ ବିଦ୍ୟାଧରଙ୍କୁ ମୁଠାଏ ଚାଉଳ ଦେଇଥିଲେ। ଫଳରେ ଚିରଭୋକିଲା ରହିବାର ଆଭିଶାପ ପାଇଥିବା ବିଦ୍ୟାଧର ତୁରନ୍ତ ମୁକ୍ତିଲାଭ କଲେ। ତା’ପରେ ସେ ଜଣେ ସଂଗଠକ ବା ଧର୍ମ ସଂରକ୍ଷକ ହୋଇଗଲେ। ବହୁ ସମୟରେ ଯକ୍ଷମାନେ ବୌଦ୍ଧ ରାଜା ଓ ସନ୍ନ୍ୟାସୀମାନଙ୍କ ଶତ୍ରୁଙ୍କୁ ପରାସ୍ତକରି ସେମାନଙ୍କୁ ସୁରକ୍ଷା ଦେଇଥିବା ବିଷୟ ଶୁଣିବାକୁ ପାଉ। ଉଦାହରଣ ସ୍ବରୂପ, ‘ମହାବଂଶ’ରେ ବୌଦ୍ଧଧର୍ମକୁ ସମର୍ଥନ କରୁଥିବା ଯକ୍ଷଙ୍କ ଦ୍ୱାରା କିପରି ପୁଷ୍ୟାମିତ୍ର ପରାଜିତ ହୋଇଛନ୍ତି, ସେ ସମ୍ପର୍କରେ ଏକ କାହାଣୀ ଅଛି। ବୁଦ୍ଧ ଶ୍ରୀଲଙ୍କା କିମ୍ବା ଚମ୍ପା ପରି ଦେଶକୁ ଯାତ୍ରାକରି ସେଠାରେ ସେ ଯକ୍ଷ ଏବଂ ନାଗଙ୍କୁ କିପରି ବୌଦ୍ଧଧର୍ମରେ ସାମିଲ କରିଛନ୍ତି, ତାହା ଉଲ୍ଲେଖ ରହିଛି। ଏହି କାହାଣୀଗୁଡ଼ିକ ଯାହା ସୂଚିତ କରେ ତାହା ଜଣଙ୍କୁ ଆଶ୍ଚର୍ଯ୍ୟ କରିବା ସ୍ବାଭାବିକ। ସେମାନେ କ’ଣ ପ୍ରକୃତରେ ଆରମ୍ଭରୁ ବୌଦ୍ଧମାନଙ୍କର ଶତ୍ରୁ ଥିବା ଆଦିବାସୀମାନଙ୍କୁ ଧର୍ମାନ୍ତରଣ କରୁଥିଲେ କି? ସେମାନେ ଧୀରେ ଧୀରେ ସନ୍ନ୍ୟାସୀ ବ୍ୟକ୍ତିତ୍ୱର ଶକ୍ତି ଦ୍ୱାରା ଏବଂ ବୌଦ୍ଧଧର୍ମାବଲମ୍ବୀମାନେ ନେଇଥିବା କୃଷି ଏବଂ ବାଣିଜ୍ୟର ନୂତନ ପ୍ରଯୁକ୍ତିବିଦ୍ୟା ଦ୍ୱାରା ପ୍ରଭାବିତ ହୋଇଥିଲେ କି? ଏହି ପ୍ରଭାବ ହୁଏତ ସେମାନଙ୍କୁ ଧୀରେ ଧୀରେ ଅଧିକ ସହଯୋଗୀ ଏବଂ ବନ୍ଧୁତ୍ୱପୂର୍ଣ୍ଣ କରିଥାଇପାରେ। ପରେ ସେମାନେ ବୌଦ୍ଧ ଭିକ୍ଷୁ ଏବଂ ମଠମାନଙ୍କର ସଂରକ୍ଷକ ହେବା ସହ ଯକ୍ଷ ଏବଂ ଯକ୍ଷିନୀ ରୂପରେ ନୃତ୍ୟଶିଳ୍ପୀ, ସଂଗୀତଜ୍ଞ ହୋଇଥିଲେ। ଶେଷରେ ତନ୍ତ୍ରର ବିଭିନ୍ନ ଦେବୀ ଏବଂ ଯୋଗିନୀ ପାଲଟିଥିଲେ। ଜୈନଧର୍ମରେ ମଧ୍ୟ ଯକ୍ଷ ଏବଂ ଯକ୍ଷିନୀଙ୍କ ସହିତ ପ୍ରତ୍ୟକ୍ଷ ତୀର୍ଥଙ୍କରଙ୍କ ସମ୍ପର୍କ ଥିବା ଆମେ ଦେଖିବାକୁ ପାଉ। ସେମାନେ ଲୋକ ଦେବତା, ପ୍ରକୃତିରେ ବାସ କରୁଥିବା ଦେବତାଙ୍କ ସହ ସମାନ। ସେମାନଙ୍କ ମଧ୍ୟରୁ କିଛି ଜୈନଧର୍ମ ଗ୍ରହଣ କରିଥିଲେ। ନାଗ ସମ୍ପର୍କରେ ବୌଦ୍ଧ ଏବଂ ଜୈନ ପରମ୍ପରାରେ ମଧ୍ୟ ଦେଖିବାକୁ ମିଳେ।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତୃଣମୂଳସ୍ତରରେ ଜଣେ ସରପଞ୍ଚ ଭାବେ ନିରୁ ଯାଦବ ବ୍ୟାପକ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଛନ୍ତି। ନିରୁ ରାଜସ୍ଥାନର ଲାମ୍ବି ଅହିର ଗ୍ରାମପଞ୍ଚାୟତର ପ୍ରଥମ ମହିଳା ସରପଞ୍ଚ। ସେ…

ବିକାଶ ଦାବିରେ ପିଲାଙ୍କ ଭବିଷ୍ୟତ

ଆଜି ସକାଳୁ ଖବରକାଗଜ ପଢୁ ପଢୁ ଏକ ଶିରୋନାମା ଉପରେ ନଜର ପଡିଲା। ଭଙ୍ଗା ଛାତତଳେ ପ୍ରାଥମିକ ଶିକ୍ଷା। ଖବର ପଢିବା ପରେ ମନ ଭିତରେ ଉଙ୍କି…

ଜାଣି ଅଜଣା

ଆମେ କିଛି ଅନ୍ୟାୟ, ଅନୀତି, ଦୁର୍ନୀତି ସମ୍ପର୍କରେ ବିଭିନ୍ନ ଖବରକାଗଜ କିମ୍ବା ପତ୍ରପତ୍ରିକାରୁ, ଟିଭି ପରଦାରୁ, ସାମାଜିକ ଗଣମାଧ୍ୟମରୁ, ବିଭିନ୍ନ ସଭାସମିତିରୁ ଅବଗତ ହେଉ। କିନ୍ତୁ ଜାଣିବା…

ବାଂଲାଦେଶର ନାଲିଆଖି

ଆସନ୍ତା ସେପ୍ଟେମ୍ବର ୧୨ ଓ ୧୩ ତାରିଖ ଦୁଇ ଦିନ ଧରି ନୂଆଦିଲ୍ଲୀଠାରେ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଛି । ୧୧ ରାଷ୍ଟ୍ର…

ଏଇ ଭାରତରେ

ଭାରତରେ ମଧ୍ୟାହ୍ନଭୋଜନର ପୌଷ୍ଟିକ ଦିଗକୁ ନେଇ ବହୁସମୟରେ ପ୍ରଶ୍ନ ଉଠୁଛି। ଏଥିପାଇଁ ପ୍ରାୟ ସବୁ ସ୍କୁଲରେ ଶିକ୍ଷକମାନେ ଚିନ୍ତାରେ ପଡ଼ୁଛନ୍ତି। ହେଲେ ନାଗାଲାଣ୍ଡ କୋହିମା ଜିଲାର ବିଶ୍ୱେମାର୍‌…

ସୁଖ ପରିଭାଷା

ଡାକ୍ତରୀ ପଢ଼ିବାକୁ ମନା କରିବା ଦ୍ବାରା ମା’ବାପାଙ୍କର ସ୍ବପ୍ନକୁ ଧୂଳିସାତ କରିଦେଇଥିଲେ ମଧ୍ୟ ନିଜ ପସନ୍ଦରେ ଫିଜିକ୍ସ ଅନର୍ସ ରଖି ପଢ଼ିବାର ସୁଯୋଗ ହାସଲ କରିପାରିଥିବାରୁ ବାପୁନ…

ତଳକୁ ଚାହିଁବା ହେଉ

ଭାରତରେ ଗଣତନ୍ତ୍ରର ଅର୍ଥ ଓ ବାସ୍ତବତା ମଧ୍ୟରେ ଥିବା ବ୍ୟବଧାନ ସାଧାରଣ ଜନତାଙ୍କୁ ବିସ୍ମିତ କରିଛି । ମୁଷ୍ଟିମେୟ ଶାସକ ଗୋଷ୍ଠୀ ପାଇଁ ଗଣତନ୍ତ୍ର ଆଜି ପାଲଟିଛି…

ସମ୍ବର ପରିବର୍ତ୍ତେ ଡାଲମା

ଅଗଷ୍ଟ ୧୫ରେ ଭାରତ ତା’ର ୮୦ତମ ସ୍ବାଧୀନତା ଦିବସ ପାଳନ କରିଛି। ପାରମ୍ପରିକ ଭାବେ ନୂଆଦିଲ୍ଲୀର ଐତିହାସିକ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସମ୍ବୋଧିତ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri