୧୦ ବର୍ଷ ପରେ ଆମେରିକାରେ ପହଞ୍ଚିଲେ ଜିନପିଙ୍ଗ: ପ୍ରୋଟୋକଲ ଭାଙ୍ଗି ଏମିତି କାମ କଲେ ଟ୍ରମ୍ପ: ଚାହିଁ ରହିଗଲା ବିଶ୍ୱ

ୱାଶିଂଟନ,୨୪।୯: ଦୀର୍ଘ ୧୦ ବର୍ଷ ପରେ ଆମେରିକାରେ ପହଞ୍ଚିଛନ୍ତି ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରୋଟୋକଲ ଭାଙ୍ଗି ନିଜେ ଜଏଣ୍ଟ ବେସ ଆଣ୍ଡ୍ର୍ୟୁଜ ବିମାନବନ୍ଦରରେ ପହଞ୍ଚି ଶି ଜିନପିଙ୍ଗଙ୍କୁ ସ୍ବାଗତ କରିଛନ୍ତି। ଚାଇନା ରାଷ୍ଟ୍ରପତିଙ୍କ ସ୍ବାଗତ ପାଇଁ ରେଡ କାର୍ପେଟ ବିଛାଯିବା ସହ ଔପଚାରିକ ସମ୍ମାନ ଦିଆଯାଇଛି।

ସାଧାରଣତଃ କୌଣସି ବିଦେଶୀ ରାଷ୍ଟ୍ରମୁଖ୍ୟଙ୍କୁ ସ୍ବାଗତ କରିବା ପାଇଁ ଆମେରିକାର ରାଷ୍ଟ୍ରପତି ବିମାନବନ୍ଦରକୁ ଯାଆନ୍ତି ନାହିଁ। ବିଦେଶୀ ନେତାଙ୍କୁ ସାଧାରଣତଃ ହୱାଇଟ ହାଉସ୍‌ରେ ସ୍ବାଗତ କରାଯାଇଥାଏ। ଏହି ଦୃଷ୍ଟିରୁ ଟ୍ରମ୍ପଙ୍କ ଦ୍ୱାରା ବିମାନବନ୍ଦରରେ ନିଜେ ଶିଙ୍କୁ ସ୍ବାଗତ କରିବା ଘଟଣା ଚର୍ଚ୍ଚାରେ ରହିଛି।

ଟ୍ରମ୍ପ ଓ ଶି ଜିନପିଙ୍ଗଙ୍କ ଏହି ସାକ୍ଷାତ୍‌ ଏଭଳି ସମୟରେ ହେଉଛି, ଯେତେବେଳେ ଆମେରିକା ଓ ଚାଇନା ମଧ୍ୟରେ ବାଣିଜ୍ୟ, ପ୍ରଯୁକ୍ତି ଓ ରଣନୈତିକ ପ୍ରସଙ୍ଗକୁ ନେଇ ମତଭେଦ ଜାରି ରହିଛି। ଦୁଇ ନେତାଙ୍କ ଆଲୋଚନାରେ ବାଣିଜ୍ୟ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI), ତାଇୱାନ ଏବଂ ଇରାନ ସମ୍ପର୍କିତ ପ୍ରସଙ୍ଗ ପ୍ରମୁଖ ରହିବାର ଆଶା କରାଯାଉଛି।

ଟ୍ରମ୍ପଙ୍କ ବିମାନବନ୍ଦରକୁ ଯାଇ ଶି ଜିନପିଙ୍ଗଙ୍କୁ ସ୍ବାଗତ କରିବା ପଛରେ ଟ୍ରମ୍ପଙ୍କ ଚାଇନା ଗସ୍ତର ପ୍ରସଙ୍ଗ ମଧ୍ୟ ରହିଛି। ମେ’ ମାସରେ ଟ୍ରମ୍ପ ଚାଇନା ଗସ୍ତ କରିଥିବା ବେଳେ ତାଙ୍କୁ ସେଠାରେ ବ୍ୟାପକ ଭାବେ ସ୍ବାଗତ କରାଯାଇଥିଲା। ଟ୍ରମ୍ପ ପୂର୍ବରୁ ମଧ୍ୟ ଶି ଜିନପିଙ୍ଗଙ୍କ ସହ ନିଜ ସମ୍ପର୍କକୁ ସକାରାତ୍ମକ ବୋଲି ବର୍ଣ୍ଣନା କରିଆସିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଦୋକାନ ଭିତରକୁ ମାଡ଼ିଗଲା ମାଲବୋଝେଇ ଟ୍ରଲର: ବାଇକ-ସ୍କୁଟି ଉପରେ…

ଖୋର୍ଦ୍ଧା,୨୪।୯(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲା ସଦର ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଅଘଟଣ ଘଟିଛି। ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଦୋକାନ ଭିତରକୁ ମାଡ଼ିଯାଇଛି ମାଲବୋଝେଇ ଟ୍ରଲର। ଦୁର୍ଘଟଣାରେ…

‘ବୈଭବଙ୍କ ପାଇଁ ମୋ ନିଦ ହଜିଯାଇଥିଲା’, ଏମିତି କାହିଁକି କହିଲେ ଗମ୍ଭୀର? ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୨୪।୯: ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ଏକ ବଡ଼ ଖୁଲାସା କରିଛନ୍ତି। ସଞ୍ଜୁ ସାମସନଙ୍କୁ ଟି-୨୦ ଦଳରୁ ବାଦ ଦେବା ତାଙ୍କ ଏପର୍ଯ୍ୟନ୍ତର…

ସମସ୍ୟ ନେଇ ଏନଏସି କାର୍ଯ୍ୟାଳୟ ଯାଇଥିଲେ ଯୁବଗୋଷ୍ଠୀ: କନିଷ୍ଠ ଯନ୍ତ୍ରୀଙ୍କ ଦୁର୍ବ୍ୟବହାର ଅଭିଯୋଗ

ଗଞ୍ଜାମ, ୨୪।୯ (ବିଦ୍ୟାଧର ସାହୁ):ଗଞ୍ଜାମ ଏନଏସିରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ମାନସ ଜେନା ସ୍ଥାନୀୟ ଲୋକଙ୍କ ସହ ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଛି। ବାତ୍ୟା ପ୍ରଭାବରେ…

ଗାଁରେ ପଶିଲା ସମୁଦ୍ର ଜୁଆର: ଅପହଞ୍ଚ ସାନ୍ତାଳୀ ଗାଁ ପାଣିଖିଆରେ ଦୁଇଟି ଘାଇ

ମହାକାଳପଡ଼ା, ୨୪।୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ଅର୍ଣ୍ଣବର ପ୍ରଭାବରେ ସାମୁଦ୍ରିକ ଜୁଆର ମାଡ଼ି ଆସି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳର ଏକ…

ଉଚ୍ଚତା ମାତ୍ର ୪ ଫୁଟ ୭ ଇଞ୍ଚ, ୨୧୫ କିଲୋ ଭାର ଉଠାଇ ଚମତ୍କାର କଲେ ଏହି ଖେଳାଳି

ନୂଆଦିଲ୍ଲୀ,୨୪।୯: ଏସିଆନ ଗେମ୍ସର ୪୯ କିଲୋଗ୍ରାମ ମହିଳା ଭାରୋତ୍ତୋଳନ ବର୍ଗରେ ଭାରତକୁ ରୌପ୍ୟ ପଦକ ମିଳିଛି। ଭାରତୀୟ ଷ୍ଟାର୍‌ ଭାରୋତ୍ତୋଳକ ମୀରାବାଇ ଚାନୁ ରୌପ୍ୟ ପଦକ ଜିତିଥିବା…

ଦେଶରେ ପୁଣି ବଢ଼ିବ ପେଟ୍ରୋଲ-ଡିଜେଲ ଦର! ସରକାର ଦେଲେ ବଡ଼ ସ୍ପଷ୍ଟୀକରଣ

ନୂଆଦିଲ୍ଲୀ,୨୪।୯: ପଶ୍ଚିମ ଏସିଆରେ ବଢ଼ୁଥିବା ଭୂ-ରାଜନୈତିକ ଉତ୍ତେଜନା ଏବଂ ହର୍ମୁଜ ସଙ୍କଟ ଯୋଗୁ ବିଶ୍ୱ ବଜାରରେ ଅଶୋଧିତ ତୈଳ ବା କ୍ରୁଡ୍‌ ଅଏଲ ଦର ଗତ କିଛି…

ରୋହିତଙ୍କ ସହ ସମ୍ପର୍କକୁ ନେଇ ପ୍ରଥମଥର ମୁହଁ ଖୋଲିଲେ ଗମ୍ଭୀର, କହୁ କହୁ କହିଦେଲେ… ଚାରିଆଡ଼େ ଚର୍ଚ୍ଚା

ନୂଆଦିଲ୍ଲୀ,୨୪।୯: ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ଓ ଖେଳାଳିଙ୍କ ମଧ୍ୟରେ ସମ୍ପର୍କ ସବୁବେଳେ ଚର୍ଚ୍ଚାରେ ରହିଥାଏ। ବିଶେଷକରି ଅଧିନାୟକ ଓ କୋଚ୍‌ଙ୍କ ସମ୍ପର୍କ…

ବାତ୍ୟା ଅର୍ଣ୍ଣବ ପ୍ରଭାବ: ପରିସ୍ଥିତିର ସମୀକ୍ଷା କରିବେ ବିଧାୟକ

କୋରାପୁଟ, ୨୪।୯ (ଅମିତାଭ ବେହେରା): ବାତ୍ୟା ଅର୍ଣ୍ଣବ ପ୍ରଭାବରେ କୋରାପୁଟ ଜିଲାରେ ଜାରି ରହିଛି ବର୍ଷା। ବୁଧବାର ସକାଳ ୮ଟାରୁ ଗୁରୁବାର ସକାଳ ୮ଟା ପର୍ଯ୍ୟନ୍ତ ୨୪…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?