Posted inଖେଳ

ଡବ୍ଲୁଟିସି ଫାଇନାଲ୍‌ ବିଜେତା ଦଳର ପୁରସ୍କାର ଟଙ୍କା ବିରାଟ କୋହଲି ଆଇପିଏଲ୍‌ ରାଶି ଠାରୁ ବି କମ୍‌

ସାଉଥମ୍ପଟନ,୧୫।୬: ଆଇସିସି ପ୍ରଥମ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ପୁରସ୍କାର ରାଶି ଘୋଷଣା କରିଛି। ବିଜେତାଙ୍କୁ ପ୍ରାୟ ୧୧.୭୨ କୋଟି ଟଙ୍କା ପୁରସ୍କାର ରାଶି ମିଳିବ। ଅନ୍ୟପକ୍ଷରେ ରନର୍‌ ଅପ ୫.୮୫ କୋଟି ଟଙ୍କା ପାଇବ। ସବୁଠୁ ରୋଚକ କଥା ହେଉଛି ଡବ୍ଲୁଟିସି ବିଜେତା ଗ୍ରହଣ କରିଥିବା ପୁରସ୍କାର ରାଶି ବିରାଟ କୋହଲିଙ୍କ ଆଇପିଏଲ ରାଶିଠାରୁ କମ ଅଟେ। ଆଇପିଏଲରେ କୋହଲି ପ୍ରତ୍ୟେକ ସିଜିନ୍‌ରେ ୧୭ କୋଟି ଟଙ୍କା ପାଉଛନ୍ତି।
ଡବ୍ଲୁଟିସି ଫାଇନାଲ୍‌ ମ୍ୟାଚ ୧୮ରୁ ୨୨ ଜୁନ ମଧ୍ୟରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ସାଉଥମ୍ପଟନରେ ଅନୁଷ୍ଠିତ ହେବ। ଉଭୟ ବିରାଟ କୋହଲି ଏବଂ କେନ ୱିଲିୟମସନ ସେମାନଙ୍କ ଅଧିନାୟକତ୍ୱରେ ଏପର୍ଯ୍ୟନ୍ତ ଆଇସିସି ଟ୍ରଫି ଜିତି ନାହାଁନ୍ତି। ଏଭଳି ପରିସ୍ଥିତିରେ ଉଭୟ ଏଠାରେ ଟାଇଟଲ ଜିତିବାକୁ ଚାହାଁନ୍ତି। ଯଦି ମ୍ୟାଚ ଏକ ଟାଇରେ ଶେଷ ହୁଏ ତେବେ ଉଭୟ ଦଳ ମିଳିତ ଭାବେ ଜିତିବେ। ଏଭଳି ପରିସ୍ଥିତିରେ ଉଭୟ ଦଳ ଚାମ୍ପିୟନ ଏବଂ ରନର୍‌ ଅପ ର ସମାନ ପୁରସ୍କାର ରାଶି ପାଇବେ। ଅର୍ଥାତ୍‌ ଉଭୟ ଦଳ ପ୍ରାୟ ୮.୭୮ କୋଟି ଟଙ୍କା ପାଇବେ। ତିନି ନମ୍ବରରେ ଅଷ୍ଟ୍ରେଲିଆ ଦଳ ୩.୩ କୋଟି, ଚତୁର୍ଥ ନମ୍ବରରେ ଇଂଲଣ୍ଡ ଦଳ ୨.୫ ଏବଂ ପାଞ୍ଚ ନମ୍ବରରେ ପାକିସ୍ତାନ ଦଳ ୧୫ କୋଟି ପାଇବ। ଅନ୍ୟ ସମସ୍ତ ୪ଟି ଦଳ ୭୩-୭୩ ଲକ୍ଷ ଟଙ୍କା ପାଇବେ।


Enter your email to get our daily news in your inbox.

All Right Reserved By Dharitri.Com

ଓରାଙ୍ଗଉଟାନକୁ ପୁଣି ଜ୍ୱର: ଡାକ୍ତରୀ ଟିମ୍‌ ସଜାଗ

ବାରଙ୍ଗ,୧୪।୧୦(ଲିଙ୍ଗରାଜ ରାଉତ): ବାଲେଶ୍ବରରୁ ଉଦ୍ଧାର ହୋଇ ନନ୍ଦନକାନନକୁ ଆସିଥିବା ଓରାଙ୍ଗଉଟାନଙ୍କ ମଧ୍ୟରୁ ଜଣେ ଜ୍ବରରେ ଆକ୍ରାନ୍ତ ହୋଇଛି। ଉକ୍ତ ଓରାଙ୍ଗଉଟାନଟି ଆସିବା ଦିନଠାରୁ ଜ୍ବରରେ ଆକ୍ରାନ୍ତ ହୋଇଥିବାର…

ଭାଜପାକୁ ବଡ଼ ଝଟକା, ଦଳ ଛାଡି କଂଗ୍ରେସରେ ମିଶିଲେ ବିଧାୟକ

ବେଙ୍ଗାଲୁରୁ,୧୪।୯: ଭାଜପାର ପୂର୍ବତନ ବିଧାୟକ ତଥା ଦଳର ରାଜ୍ୟ ଓବିସି (OBC) ମୋର୍ଚ୍ଚା ସଭାପତି ଏନ.ଏଲ. ନରେନ୍ଦ୍ର ବାବୁ ରବିବାର କଂଗ୍ରେସରେ ଯୋଗ ଦେଇଛନ୍ତି। ‘ଭାରତ ଯୋଡ଼ୋ’…

ମହାନଦୀକୁ ଗାଧୋଇବାକୁ ଯାଇଥିଲେ ୩ ଯୁବକ, ହଠାତ୍‌ ଗଲେ ଭାସି: ଆଉ ତା’ପରେ…

ବାଙ୍କୀ,୧୪।୯(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ସୁବର୍ଣ୍ଣପୁର ପଞ୍ଚାୟତସ୍ଥିତ ଘୋଡାବର ଗ୍ରାମ ନିକଟସ୍ଥ ମହାନଦୀରେ ଗାଧୋଇବାକୁ ଯାଇ ୩ ଜଣ ଯୁବକ ଭାସି ଯାଇଥିବା ବେଳେ ଦୁଇଜଣ…

ଆସିଲା ବଡ଼ ଖବର: ପୁଣି ବଢ଼ିବ LPG ସିଲିଣ୍ଡର ଦାମ୍‌! ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୧୪।୯: ସମଗ୍ର ବିଶ୍ୱ ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧର ପ୍ରଭାବ ବହନ କରୁଛି। ଶକ୍ତି ଯୋଗାଣରେ ବାଧା ସୃଷ୍ଟି ହେବା ଯୋଗୁଁ ଇନ୍ଧନ ମୂଲ୍ୟ…

ଗଣେଶ ଚତୁର୍ଥୀରେ ହଠାତ୍ କମିଗଲା ସୁନା ଦର, ରୁପା ବି ହେଲା ଶସ୍ତା

ନୂଆଦିଲ୍ଲୀ,୧୪ା୯: ସୁନା ଓ ରୁପା ଦରରେ ଗତ କିଛି ଦିନ ହେବ ଉତ୍‌ଥାନ-ପତନ ଲାଗି ରହିଛି । ସେପ୍ଟେମ୍ବର ୧୪, ଗଣେଶ ଚତୁର୍ଥୀ ଅବସରରେ ସୁନା କିଣିବାକୁ…

ପରିତ୍ୟକ୍ତ ଅବସ୍ଥାରେ ଜମ୍ବୁ ବ୍ରିଟିଶ ଲାଲ୍‌ କୋଠା, ଭୁଲ୍‌ କଲେ ଓଡ଼ିଶା ଲୋକଙ୍କୁ ଏଠାରେ ମିଳୁଥିଲା ଦଣ୍ଡ, ଆଉ ଏବେ…

ମହାକାଳପଡ଼ା,୧୪ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ବ୍ରିଟିଶ ଲାଲ କୋଠା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଏକଦା ଏହା ଓଡ଼ିଶାର ବ୍ରିଟିଶ ଶାସକମାନଙ୍କ…

ପ୍ରଥମ ଟି-୨୦ରେ ଅଭିଷେକଙ୍କ ବଡ଼ କାରନାମା, ଭାଙ୍ଗିଲେ ୩ ବଡ଼ ରେକର୍ଡ; ଭାରତୀୟଙ୍କ ମଧ୍ୟରେ ନମ୍ବର-୧

ନୂଆଦିଲ୍ଲୀ,୧୪।୯: ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ଭାରତ ୭ ଉଇକେଟ୍‌ରେ ଜିତିଛି। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ସମ୍ମୁଖରେ ୧୫୭ ରନର ବିଜୟ ଲକ୍ଷ୍ୟ…

ମୁମ୍ବାଇର ‘ସବୁଠୁ ଧନୀ ଗଣେଶ’; ୬୬ କେଜି ସୁନାରେ ସଜ୍ଜିତ ଗଣପତି; ୭୦୩ କୋଟିରୁ ଅଧିକ ଟଙ୍କାର ବୀମା

ମୁମ୍ବାଇ,୧୪।୯: ମୁମ୍ବାଇର ଗଣେଶୋତ୍ସବ କଥା ଉଠିଲେ ଲାଲବାଗଚା ରାଜାଙ୍କ ନାଁ ନିଶ୍ଚିତ ଭାବେ ଆସେ। ତେବେ ମାୟାନଗରୀରେ ଆଉ ଜଣେ ଗଣପତି ଅଛନ୍ତି, ଯାହାଙ୍କ ଦରବାରରେ ଭକ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?