Posted inଖେଳ

ଡବ୍ଲ୍ୟୁଟିସି ଫାଇନାଲ: ଭାରତର ପ୍ରଦର୍ଶନ ଉପରେ ଶ୍ରୀଲଙ୍କାର ଭାଗ୍ୟ

ନୂଆଦିଲ୍ଲୀ,୨୦ା୨: ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟ ଜିତିବା ସହିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌(ଡବ୍ଲ୍ୟୁଟିସି)ଫାଇନାଲ ସମ୍ଭାବନାକୁ ଦୃଢ଼ୀଭୂତ କରିଛି ଭାରତ। ଜୁନ୍‌ ୭ରେ ଓଭାଲରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ ପାଇଁ ଅଷ୍ଟ୍ରେଲିଆ ଆଗୁଆ ଯୋଗ୍ୟତା ଅର୍ଜନ କରିଥିବା ବେଳେ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଦର୍ଶନ ଉପରେ ଭାରତର ଭାଗ୍ୟ ନିର୍ଭର କରିଥିଲା।

ଭାରତ ଏହି ସିରିଜ୍‌କୁ ୩-୦ କିମ୍ବା ୩-୧ରେ ଜିତିଲେ ଫାଇନାଲରେ ପ୍ରବେଶ କରିବ। ଦିଲ୍ଲୀରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟକୁ ଭାରତ ୩ ଦିନ ମଧ୍ୟରେ ଜିତିବା ସହିତ ୪ ମ୍ୟାଚ୍‌ବିଶିଷ୍ଟ ଟେଷ୍ଟ ସିରିଜରେ ୨-୦ରେ ଆଗୁଆ ରହିଛି। ଏହି ମ୍ୟାଚ୍‌ ଜିତିବା ପରେ ଭାରତର ବିଜୟ ପ୍ରତିଶତ ୬୪.୦୬% ରହିଥିବା ବେଳେ ଅଷ୍ଟ୍ରେଲିଆ ୬୬.୬୭% ସହ ପ୍ରଥମ ସ୍ଥାନରେ ରହିଛି। ଶ୍ରୀଲଙ୍କା ୫୩.୩୩ ପ୍ରତିଶତର ବିଜୟ ପ୍ରତିଶତ ସହିତ ତୃତୀୟ ସ୍ଥାନରେ ରହିଥିବା ବେଳେ ଫାଇନାଲ ଦୌଡ଼ରୁ ଦକ୍ଷିଣ ଆଫ୍ରିକା ବାଦ୍‌ ପଡ଼ିଛି। ଶ୍ରୀଲଙ୍କା ଆସନ୍ତା ମାସରେ ନ୍ୟୁଜିଲାଣ୍ଡ ବିପକ୍ଷ ଦୁଇ ମ୍ୟାଚ୍‌ବିଶିଷ୍ଟ ସିରିଜ ଖେଳିବ। ପରବର୍ତ୍ତୀ ଦୁଇ ଟେଷ୍ଟରେ ଭାରତର ପ୍ରଦର୍ଶନ ଉପରେ ଶ୍ରୀଲଙ୍କାର ଭାଗ୍ୟ ନିଦ୍ଧାରଣ ହେବ। ପରବର୍ତ୍ତୀ ଦୁଇଟି ଟେଷ୍ଟ ଇନ୍ଦୋର ଓ ଅହମ୍ମଦାବାଦରେ ଖେଳାଯିବ। ଏହା ମଧ୍ୟରୁ ଗୋଟିଏ ଟେଷ୍ଟ ଜିତିଲେ ଭାରତ ଫାଇନାଲରେ ପ୍ରବେଶ କରିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସ୍ବତନ୍ତ୍ର ରେକର୍ଡର ଅଧିକାରୀ ହେଲେ ସୂର୍ଯ୍ୟକୁମାର

ଥିରୁଭାନନ୍ତପୁରମ,୨୯।୯: ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଭାରତ ଦକ୍ଷିଣ ଆଫ୍ରିକାକୁ ୮ ଉଇକେଟରେ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା...

ଏବେ ବି କ୍ୱାଲିଫାଏ କରିପାରେ ମୁମ୍ବାଇ

ଶାରଜା, ୮।୧୦: ଚଳିତ ଆଇପିଏଲ୍‌ ସିଜନରେ ଡିଫେଣ୍ଡିଂ ଚାମ୍ପିୟନ ତଥା ୫ ଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଦଳର ପ୍ଲେ-ଅପ୍‌ ଆଶା ପ୍ରାୟତଃ ଶେଷ ହୋଇଯାଇଛି।...

ଖେଳ ମଝିରେ ଇରଫାନ୍‌ଙ୍କୁ ଅପହରଣ କରିନେବାର ଧମକ ଦେଇଥିଲେ ଏହି ପାକିସ୍ତାନୀ ବୋଲର୍‌; ଧୋନୀ ସହ ମିଶି ଏପରି ଜବାବ…

ନୂଆଦିଲ୍ଲୀ,୯।୭: ଭାରତ-ପାକିସ୍ତାନ କ୍ରିକେଟ ଟିମ୍‌ ମଧ୍ୟରେ ଯେତେବେଳେ ବି କୌଣସି ମୁକାବିଲା ହୋଇଥାଏ ତାହା ରୋମାଞ୍ଚକର ହୋଇଥାଏ। ଉଭୟ ଦେଶର ପ୍ରଶଂସକଙ୍କ ମଧ୍ୟରେ ଏକପ୍ରକାର ପ୍ରତିନ୍ଦ୍ୱନ୍ଦିତା...

ବ୍ରାଭୋ କେତୋଟି ମ୍ୟାଚ୍‌ ଖେଳିବେନି

ଆବୁଧାବି,୨୧।୯(ପି.ଟି.): ଅଲରାଉଣ୍ଡର ଡ୍ବେନ ବ୍ରାଭୋ ଆଗାମୀ କେତୋଟି ମ୍ୟାଚ୍‌ ଖେଳିବେ ନାହିଁ ବୋଲି ଚେନ୍ନାଇ ସୁପର କିଙ୍ଗ୍ସ ହେଡ୍‌ କୋଚ୍‌ ଷ୍ଟିଫାନ ଫ୍ଲେମିଂ କହିଛନ୍ତି। ବ୍ରାଭୋଙ୍କ...

ପଡ଼ିଆରେ ବ୍ୟାଟ୍ସମ୍ୟାନ୍‌-ବୋଲର୍‌ଙ୍କ ମଧ୍ୟରେ ରୋଚକ ମୁହୂର୍ତ୍ତ : ଦେଖନ୍ତୁ ଭିଡିଓ

ଲାହୋର,୨୫।୩:ପୂର୍ବ ତୁଳନାରେ ଆଜିକାଲି କ୍ରିକେଟ୍‌ ଏକ ଭଦ୍ରଲୋକଙ୍କ ଖେଳ ଭାବରେ ଉଭା ହେଉଛି। ଅତୀତରେ, ପ୍ରତିଦ୍ୱନ୍ଦ୍ୱୀ ଖେଳାଳିଙ୍କ ସହିତ କ୍ରିକେଟ ପଡ଼ିଆରେ ପରସ୍ପରକୁ ସ୍ଲେଜ କରିବା...

ଅଧିନାୟକ ଭାବେ ଏସିଆରେ ପ୍ରଥମ ମ୍ୟାଚ୍‌ ହାରିଲେ ଜୋ’ ରୁଟ

ଚେନ୍ନାଇ,୧୭।୨: ଜୋ ରୁଟଙ୍କ ନେତୃତ୍ୱରେ ଇଂଲଣ୍ଡ ଦଳ ଦ୍ୱିତୀୟ ଟେଷ୍ଟରେ ‌୩୧୭ ରନରେ ହାରିଛି। ଅଧିନାୟକ ଭାବରେ ଏସିଆରେ ରୁଟ୍‌ଙ୍କ ଏହା ହେଉଛି ପ୍ରଥମ ପରାଜୟ।...

ଏଆଇଏଫ୍‌ଏଫ୍‌କୁ ଏଲିଟ୍‌ ୟୁଥ୍‌ ସ୍କିମ୍‌ ଫୁଲ୍‌ ମେମ୍ବରଶିପ୍‌ ଦେଲା ଏଏଫ୍‌ସି

ନୂଆଦିଲ୍ଲୀ,୪।୭(ପି.ଟି.): ଏସିଆନ ଫୁଟବଲ କନ୍‌ଫେଡେରେଶନ (ଏଏଫ୍‌ସି) ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌)କୁ ଏଏଫ୍‌ସି ଏଲିଟ୍‌ ୟୁଥ୍‌ ସ୍କିମ୍‌ ଫୁଲ୍‌ମେମ୍ବରଶିପ୍‌...

ମୁଣ୍ଡରେ ହାତ ପିଟିଲେ ରାହୁଲ ଦ୍ରାବିଡ୍‌

ଲକ୍ଷ୍ନୌ,୨୫।୨: ପ୍ରଥମ ଟି -୨୦ ମ୍ୟାଚରେ ଭାରତ ଶ୍ରୀଲଙ୍କାକୁ ୬୨ ରନରେ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ଭାରତର ବ୍ୟାଟ୍ସମ୍ୟାନ ଏବଂ ବୋଲରମାନେ ଚମତ୍କାର ଖେଳ...

Advertisement
Archives

Model This Week