Posted inଖେଳ

ନ୍ୟୁଜିଲାଣ୍ଡ ଅଧିନାୟକଙ୍କୁ ଆଉଟ୍‌ କରିବା ପାଇଁ ସୋନୁ ସୁଦ୍‌ଙ୍କୁ ସାହାଯ୍ୟ ମାଗିଲେ ପ୍ରଶଂସକ: ଜବାବ ମିଳିଲା ଏମିତି

ସାଉଥାମ୍ପଟନ୍‌,୨୩।୬: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ଶିପ୍‌ର ଫଶଇନାଲ୍‌ ଖେଳାଯାଉଛି। ଡବ୍ଲୁଟିଏସି ଫାଇନାଲ୍‌ ପଞ୍ଚମ ଦିନରେ ଦ୍ରୁତ ବୋଲରମାନେ ଟିମ ଇଣ୍ଡିଆକୁ ମ୍ୟାଚକୁ ଫେରାଇ ଆଣିଥିଲେ। ଭାରତର ପ୍ରଥମ ଇନିଂସରେ ୨୧୭ ରନ୍‌ ଜବାବରେ ନ୍ୟୁଜିଲାଣ୍ଡର ସମସ୍ତ ଦଳ ୨୪୯ ରନରେ ଆଉଟ ହୋଇଥିଲେ। ତେବେ କିୱି ଅଧିନାୟକ କେନ ୱିଲିୟମସନଙ୍କୁ ଆଉଟ୍‌ କରିବାରେ ଭାରତୀୟ ବୋଲରମାନେ ଝାଳ ବୁହାଇଥିଲେ। ଗୋଟିଏ ପଟେ ନ୍ୟୁଜିଲାଣ୍ଡର ଉଇକେଟ ପଡିଚାଲିଥିଲା। କିନ୍ତୁ ୱିଲିୟମସନ ଅନ୍ୟ ପଟେ ଛାଡା ହୋଇଥିଲେ। ଏକଦା ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ପ୍ରଶଂସକମାନେ ମଧ୍ୟ ଟିକେ ବିରକ୍ତ ହୋଇଥିଲେ। ୱିଲିୟମସନଙ୍କ ବ୍ୟାଟିଂ ଦେଖି ଲାଗୁଥିଲା ଯେ ସେ ନ୍ୟୁଜିଲାଣ୍ଡର ସ୍କୋରକୁ ୩୦୦ରୁ ଅଧିକ ନେବେ। ଏପରି ପରିସ୍ଥିତିରେ ପ୍ରଶଂସକମାନେ ଚିନ୍ତା କରିବାକୁ ଲାଗିଲେ ଯେ ଟିମ ଇଣ୍ଡିଆ କିପରି ୱିଲିୟମସନଙ୍କୁ ପାଭିଲିୟନ୍‌କୁ ପଠାଇବ। ଏହି ସମୟରେ ଜଣେ ପ୍ରଶଂସକ ଟୁଇଟ୍‌ କରି ବଲିଉଡ ଅଭିନେତା ସୋନୁ ସୁଦଙ୍କୁ ସାହାଯ୍ୟ ମାଗିଥିଲେ। ପ୍ରଶଂସକ ଲେଖିଛନ୍ତି ଯେ, ସୋନୁ ସୁଦ୍‌ ସାର୍‌ ଦୟାକରି ୱିଲିୟମସନ୍‌ଙ୍କୁ ପ୍ୟାଭିଲିୟନକୁ ପଠାନ୍ତୁ। ସୋନୁ ଟୁଇଟରରେ ସାହାଯ୍ୟ ମାଗୁଥିବା ଲୋକଙ୍କୁ ଉତ୍ତର ଦେଇଥିଲେ।
ସୋନୁ ଲେଖିଛନ୍ତି ଯେ ଆମ ଦଳରେ ଏପରି ଭେଟେରାନ ଅଛନ୍ତି, ଯେଉଁମାନେ ତାଙ୍କୁ ପଠାଇଦେବେ; ଦେଖିଲ, ଗଲା ନା। ପଞ୍ଚମ ଦିନରେ ବିରାଟ କୋହଲି ଇଶାନ୍ତ ଶର୍ମାଙ୍କ ଏକ ବଲରେ ତୃତୀୟ ସ୍ଲିପରେ ୱିଲିୟମସନଙ୍କ ଚମତ୍କାର କ୍ୟାଚ ନେଇଥିଲେ। ୱିଲିୟମସନ୍‌ ୧୭୭ ବଲ୍‌ ଖେଳି ୪୯ ରନ କରି ଆଉଟ୍‌ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତୀୟ ଦଳ ପାଇଁ ବଢିଲା ଚିନ୍ତା: ରିଷଭ ପନ୍ତଙ୍କୁ କରୋନା

ଲଣ୍ଡନ,୧୫।୭: ଇଂଲଣ୍ଡ ଗସ୍ତରେ ଯାଇଥିବା ଭାରତୀୟ ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କୁ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି। ୟୁରୋ କପରେ ଇଂଲଣ୍ଡ ଏବଂ...

‘ଭାରତର ରେକର୍ଡ ପଦକ ଆଶା’

ନୂଆଦିଲ୍ଲୀ,୫ ।୧(ପି.ଟି.)-ଆଗାମୀ ଟୋକିଓ ଅଲିମ୍ପିକ୍ସରେ ଭାରତ ଶ୍ରେଷ୍ଠ ପ୍ରଦର୍ଶନ ସହ ରେକର୍ଡ ସଂଖ୍ୟକ ପଦକ ହାସଲ କରିବ ବୋଲି ଆଶାପୋଷଣ କରିଛନ୍ତି ତାରକା ଶୁଟର ଅଭିନବ...

ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ଭାରତକୁ ଝଟ୍‌କା

ନୂଆଦିଲ୍ଲୀ, ୨୧।୧ (ପି.ଟି.)- ଘରୋଇ ମାଟିରେ ଅଷ୍ଟ୍ରେଲିଆକୁ ୨-୧ରେ ଦିନିକିଆ ସିରିଜ ହରାଇବା ପରେ ଭାରତୀୟ ଦଳ ବର୍ତ୍ତମାନ ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ପ୍ରସ୍ତୁତ ହେଉଛି।...

ଜୀବନର ଶେଷ ଭୋଟ ଦେଲେ ବୃଦ୍ଧା: ଭୋଟ ଦେଇସାରି ମତଦାନ କେନ୍ଦ୍ରରେ ଟଳି ପଡ଼ିଲେ

ସବ୍‌ଡେଗା, ୧୯।୪ (ଡି.ଏନ.ଏ)- ସୁନ୍ଦରଗଡ଼ ଜିଲା ସବ୍‌ଡେଗା ବ୍ଲକର କିରାଲଗା କସ୍ତୁରବା ବାଳିକା ବିଦ୍ୟାଳୟ ଭୋଟଗ୍ରହଣ କେନ୍ଦ୍ରର ବୁଥ ନଂ. ୧୬୫ରେ ଜୀବନର ଶେଷ ଭୋଟ...

ମହିଳା ସିଙ୍ଗଲ୍ସ: ସେରେନା ଓହରିଲେ, ପିରୋଙ୍କୋଭା, ବୌଚାର୍ଡ ତୃତୀୟ ରାଉଣ୍ଡରେ

ପ୍ୟାରିସ୍‌,୧।୧୦(ଏପି): ଫ୍ରେଞ୍ଚ୍‌ ଓପନ୍‌ ମହିଳା ସିଙ୍ଗଲ୍ସରେ ମଧ୍ୟ ତାରକା ଖେଳାଳିମାନେ ଅଗ୍ରଗତି କରି ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଆହତ ସମସ୍ୟା ଯୋଗୁ ସେରେନା ଓ୍ବଲିୟମ୍ସ...

୧୮ରୁ ଦକ୍ଷିଣ ଆଫ୍ରିକାରେ ଲାଇଭ୍‌ କ୍ରିକେଟ ଆରମ୍ଭ ହେବ

ଜୋହାନ୍ସବର୍ଗ,୧।୭(ପି.ଟି.): ଆସନ୍ତା ୧୮ ତାରିଖରୁ ଦକ୍ଷିଣ ଆଫ୍ରିକାରେ ଆରମ୍ଭ ହେବାକୁ ଯାଉଛି ଲାଇଭ୍‌ କ୍ରିକେଟ। କୋଭିଡ୍‌-୧୯ କାରଣରୁ ‘୩ଟି କ୍ରିକେଟ କମ୍ବିଟିଶନ’ସ୍ଥଗିତ ରହିଥିଲା। ଜୁନ୍‌ ୨୭ରେ...

ବାବର ଆଜମଙ୍କ ଲୋକପ୍ରିୟତା ଯୋଗୁ ସମରସେଟ୍‌ ଓ୍ବେବସାଇଟ୍‌ ଅଚଳ

କରାଚୀ,୭।୮- ପାକିସ୍ତାନ ବ୍ୟାଟ୍ସମ୍ୟାନ ବାବର ଆଜମ ବର୍ତ୍ତମାନ କାଉଣ୍ଟି କ୍ଲବ ସମରସେଟ୍‌ ପାଇଁ ଖେଳୁଛନ୍ତି। ତାଙ୍କ ଲୋକପ୍ରିୟତା ଯୋଗୁ କ୍ଲବର ଓ୍ବେବସାଇଟ୍‌ ଅଚଳ ହୋଇଯାଇଛି। ସମରସେଟ୍‌...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଓଡ଼ିଶା ଏଫ୍‌ସିର ସହାୟତା

ଭୁବନେଶ୍ୱର, ୧୨।୫(କ୍ରୀଡ଼ା ପ୍ରତିନିଧି)-କରୋନାଭାଇରସ୍‌ ସଂକ୍ରମଣ କାରଣରୁ ଏବେ ସମସ୍ତ ଖେଳ ବନ୍ଦ ରହିଥିବାବେଳେ ବିଭିନ୍ନ ଅନୁଷ୍ଠାନ, କ୍ଲବ ଏବଂ ବ୍ୟକ୍ତିବିଶେଷ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତାର...

Advertisement
Archives

Model This Week