ହରିୟାଣା ସରକାରଙ୍କ ଚାକିରି ଛାଡ଼ିଲେ ରେସ୍‌ଲର ବବିତା ଫୋଗତ୍‌

ଚଣ୍ଡିଗଡ଼, ୭।୧୦: ଜଣାଶୁଣା ରେସ୍‌ଲର ବବିତା ଫୋଗତ୍‌ ବୁଧବାର ହରିୟାଣା ସରକାରଙ୍କ କ୍ରୀଡ଼ା ବିଭାଗ ଉପନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଛନ୍ତି। ଗତ ଜୁଲାଇ ୩୦ରେ ହରିୟାଣା ସରକାର ବବିତାଙ୍କ ସମେତ କବାଡ଼ି ଖେଳାଳି କବିତା ଦେବୀଙ୍କୁ ରାଜ୍ୟ କ୍ରୀଡ଼ା ବିଭାଗରେ ଉପନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଥିଲେ। ସକ୍ରିୟ ରାଜନୀତିରେ ସମୟ ଦେବାକୁ ଚାହୁଁଥିବାରୁ ଇସ୍ତଫା ଦେଇଥିବା ବବିତା କହିଛନ୍ତି। ମୁଁ ବିହାର ବିଧାନସଭା ନିର୍ବାଚନରେ ଏବଂ ହରିୟାଣାର ବରୋଦା ଉପନିର୍ବାଚନରେ ଭାଜପା ପାଇଁ ପ୍ରଚାର କରିବାକୁ ନିଷ୍ପତ୍ତି ନେଇଛି। ଆମ ପରିବାର ପାଇଁ ରାଜନୀତି ନୂଆ ନୁହେଁ। ମୋ ମା’ ସରପଞ୍ଚ ଭାବେ କାର୍ଯ୍ୟ କରିଥିଲେ। ମୁଁ ପିଲାଦିନୁ ରାଜନୀତି ଓ କୁସ୍ତି ଖେଳିବା ଶିଖିଥିଲି ବୋଲି ବବିତା ପ୍ରକାଶ କରିଛନ୍ତି। ଶୁକ୍ରବାର ବବିତା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‌ ଖଟ୍ଟରଙ୍କୁ ଭେଟିବାର କାର୍ଯ୍ୟସୂଚୀ ରହିଛି। ଏଠାରେ ସୂଚନାଯୋଗ୍ୟ, ବବିତା ପୂର୍ବରୁ ହରିୟାଣା ପୋଲିସରେ ସବ୍‌ଇନ୍‌ସପେକ୍ଟର ଭାବେ ଚାକିରି କରିଥିଲେ। କିନ୍ତୁ ଗତ ବିଧାନସଭା ନିର୍ବାଚନ ପୂର୍ବରୁ ସେ ସବ୍‌ଇନସପେକ୍ଟର ପଦରୁ ଇସ୍ତଫା ଦେଇ ବାପା ମହାବୀର ସିଂଙ୍କ ସହ ବିଜେପିରେ ଯୋଗ ଦେଇଥିଲେ। କିନ୍ତୁ ଦାଦ୍ରି ଆସନରେ ଲଢ଼ି ସେ ୩ୟ ସ୍ଥାନରେ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାବର, ଭିଭିଆନଙ୍କୁ ପଛରେ ପକାଇଲେ ଶାଇ ହୋପ

ଭୁବନେଶ୍ୱର,୨୨।୧୨- ଓ୍ବେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ ଶାଇ ହୋପ ପାକିସ୍ତାନର ବାବର ଆଜାମ ଓ ଓ୍ବେଷ୍ଟଇଣ୍ଡିଜ କିମ୍ବଦନ୍ତୀ ଭିଭିଆନ ରିଚାଡର୍‌ସଙ୍କୁ ପଛରେ ପକାଇ ଦେଇଛନ୍ତି। ରବିବାର କଟକସ୍ଥ ବାରବାଟୀ...

କଂଗ୍ରେସ ଡିପ୍‌ ଫ୍ରିଜ୍‌କୁ ଚାଲି ଯାଇଛି, ଟିଏମସିର କଟାକ୍ଷ…

କୋଲକାତା,୪।୧୨: ତୃଣମୂଳ କଂଗ୍ରେସ (ଟିଏମସି) ଏବଂ କଂଗ୍ରେସ ମଧ୍ୟରେ ବାକ୍‌ ଯୁଦ୍ଧ ଜାରି ରହିଛି। ଏପରିସ୍ଥଳେ ଟିଏମସି ମୁଖପତ୍ର ’ଜାଗୋ ବଙ୍ଗଳା’ କହିଛି ଯେ ଭାରତୀୟ...

୮୯ ବର୍ଷ ପରେ ପ୍ରଥମଥର ପାଇଁ ଇତିହାସ ରଚିବାକୁ ଯାଉଛି ଭାରତ

ନୂଆଦିଲ୍ଲୀ,୧୮।୫: ଆସନ୍ତା ମାସରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ୟୁଟିସି) ଫାଇନାଲ ଅନୁଷ୍ଠିତ ହେବ। ଭାରତୀୟ ଦଳ ପଡ଼ିଆକୁ ଓହ୍ଲାଇବା ମାତ୍ରେ...

ରୁଷିଆ ବିରୋଧୀ କଟକଣାରେ ସାମିଲ ହେଉ ଭାରତ: ଲିଜ୍‌ ଟ୍ରୁସ୍‌

ନୂଆଦିଲ୍ଲୀ,୧ା୪: ଏପ୍ରିଲରେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ଙ୍କ ସମ୍ଭାବ୍ୟ ଭାରତ ଗସ୍ତ ପୂର୍ବରୁ ଗୁରୁବାର ତାଙ୍କ ବହିର୍ବ୍ୟାପାର ସଚିବ ଲିଜ୍‌ ଟ୍ରୁସ୍‌ ଦିଲ୍ଲୀ ଆସିଛନ୍ତି। ସେ...

ସାଧାରଣତନ୍ତ୍ର ପରେଡ : ଅଯୋଧ୍ୟାର ରାମ ମନ୍ଦିରର ମଡେଲ ଦେଖି ଛିଡ଼ା ହେଲେ ଭକ୍ତ

ନୂଆଦିଲ୍ଲୀ,୨୬ା୧- ଦେଶର ୭୨ତମ ସାଧାରଣତନ୍ତ୍ର ପରେଡରେ ଦେଖିବାକୁ ମିଳିଛି ଅଯୋଧ୍ୟାରେ ହେବାକୁ ଥିବା ଭବ୍ୟ ରାମ ମନ୍ଦିରର ମଡେଲ। ଏହା ଦେଖି ମଙ୍ଗଳବାର ସକାଳେ ରାଜପଥରେ...

ସ୍ତ୍ରୀଙ୍କଠାରୁ ଅଲଗା ହେବାର କାରଣ କହିଲେ ଧାଓ୍ବନ

ନୂଆଦିଲ୍ଲୀ,୨୬।୩: ଭାରତୀୟ କ୍ରିକେଟର୍‌ ଶିଖର ଧାୱନ ଖରାପ ଫର୍ମ ଯୋଗୁ ଏବେ ଦଳରୁ ବାଦ୍‌ ପଡିଛନ୍ତି। ଏବେ ସେ ଆଇପିଏଲ୍‌ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି।...

ରେକର୍ଡ କଲେ ମୋଦି

ନୂଆଦିଲ୍ଲୀ,୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଆଯୋଧ୍ୟାରେ ଆୟୋଜିତ ଭବ୍ୟ ଏବଂ ଦିବ୍ୟ ରାମମନ୍ଦିର ନିର୍ମାଣ ପାଇଁ ହୋଇଥିବା ଭୂମି ପୂଜାରେ ଯୋଗ ଦେଇଥିଲେ। ଏହା...

ଇସାଇ ଓ ଆଦିବାସୀ ଜନଜାତିଙ୍କ ଉପରେ ୟୁସିସି ଲାଗୁ ନ କରିବା ପାଇଁ କେନ୍ଦ୍ର ଦେଲା ଆଶ୍ୱସନା

ନୂଆଦିଲ୍ଲୀ,୮।୭: ୟୁନିଫର୍ମ ସିଭିଲ କୋଡ୍‌(ୟୁସିସି) ଲାଗୁ ହେବା ନେଇ ଜାତୀୟ ରାଜନୀତି ସରଗରମ ରହିଛି। ମୋଦି ସରକାର ଆସନ୍ତା ମୌସୁମୀ ଅଧିବେଶନରେ ଏହି ବିଲ୍‌କୁ ସଂସଦରେ...

Advertisement
Archives

Model This Week