ତିକ୍ଷୀରିରେ ବୁଲିଲା ବୁଲଡୋଜର୍: ୧୨୪ ଜବରଦଖଲ ଗୃହ ଉଚ୍ଛେଦ ଅଭିଯାନ

ମହାକାଳପଡ଼ା, ୧୭/୧୧ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଅନ୍ତର୍ଗତ ବହୁଚର୍ଚ୍ଚିତ ତିକ୍ଷୀରି ପଞ୍ଚାୟତର ଟିଖିରୀ ମୌଜାରେ ସରକାରୀ ଜମି ଜବରଦଖଲ କରି ନିର୍ମାଣ ହୋଇଥିବା ୧୨୪ଟି ଗୃହ ଉଚ୍ଛେଦ ପ୍ରକ୍ରିୟା ପୁଣି ଆରମ୍ଭ ହୋଇଛି। ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମଙ୍ଗଳବାର ପୂର୍ବାହ୍ନରୁ ପ୍ରଶାସନ ପକ୍ଷରୁ ଏହି ଅଭିଯାନ ଜୋରଦାର କରାଯାଇଛି। ଉଚ୍ଛେଦ କାର୍ଯ୍ୟ ପାଇଁ ଦୁଇ ଜଣ ମାଜିଷ୍ଟ୍ରେଟ୍‌ଙ୍କ ସମେତ ଦୁଇ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି।

ସୂଚନା ଅନୁଯାୟୀ, ତିକ୍ଷୀରି ମୌଜାରେ ସରକାରୀ ଜମି ଜବରଦଖଲ କରି ୧୨୪ଟି ଗୃହ ନିର୍ମାଣ କରାଯାଇଥିବା ଅଭିଯୋଗରେ ଦେବେନ୍ଦ୍ର ନାଥ ବେହେରା ଓ ଅନ୍ୟମାନେ ଉଚ୍ଚ ନ୍ୟାୟାଳୟରେ ଜନସ୍ୱାର୍ଥ ମାମଲା ନମ୍ବର ୩୨୬୨/୨୦୨୫ ରୁଜୁ କରିଥିଲେ। ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ଚଳିତ ବର୍ଷ ମେ’ ୨୧ ତାରିଖରେ ପ୍ରଥମେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତେବେ କେତେକ ଲୋକଙ୍କ ବିରୋଧ ଯୋଗୁଁ ପ୍ରଶାସନ ପକ୍ଷରୁ ଏହାକୁ ସାମୟିକ ଭାବେ ବନ୍ଦ ରଖାଯାଇଥିଲା।

ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ବେଆଇନ ଜବରଦଖଲକାରୀଙ୍କୁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୋଟିସ୍‌ ଜରିଆରେ ଅବଗତ କରାଯାଇଥିଲା। ଏହାପରେ ମହାକାଳପଡ଼ାର ଅତିରିକ୍ତ ତହସିଲଦାର ତଥା ମାଜିଷ୍ଟ୍ରେଟ୍‌ ପ୍ରଭଞ୍ଜନ ମିଶ୍ର ଓ ସିଦ୍ଧାର୍ଥ ରାୟଙ୍କ ଉପସ୍ଥିତିରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଥିଲା। ମାର୍ଶାଘାଇ ଥାନା ଅଧିକାରୀ ତପନ ନାୟକଙ୍କ ନେତୃତ୍ୱରେ ଦୁଇ ପ୍ଲାଟୁନ୍‌ ପୁଲିସ ଫୋର୍ସ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହୋଇଛନ୍ତି।

ମଙ୍ଗଳବାର ପୂର୍ବାହ୍ନରେ ଜେସିବି ମେସିନ୍‌ ସହାୟତାରେ ତିକ୍ଷୀରି ମୌଜାସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ ବନ୍ତ ପଡ଼ିଆର ଚାରିପାଖରେ ଥିବା ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ଆରମ୍ଭ କରାଯାଇଥିଲା। ଏହି କ୍ରମରେ କେତେକ ଜବରଦଖଲକାରୀଙ୍କ ଘର ସମ୍ମୁଖରେ ଥିବା ସରକାରୀ ଜମିରୁ ଗଛ କାଟିବା ସହ କେତେକ ନିର୍ମାଣ ଭଙ୍ଗାଯାଇଛି। ଏହାବ୍ୟତୀତ କେତେକ ଘର ମାଲିକ ନିଜ ଆଡ଼ୁ ଜବରଦଖଲ ଜମିର କିଛି ଅଂଶରେ ଥିବା ନିର୍ମାଣକୁ ଭାଙ୍ଗୁଥିବା ଦେଖିବାକୁ ମିଳିଛି।

ଉଚ୍ଛେଦ ପ୍ରକ୍ରିୟା ପର୍ଯ୍ୟାୟକ୍ରମେ ଜାରି ରହିବ ବୋଲି ଦାୟିତ୍ୱରେ ଥିବା ଦୁଇ ମାଜିଷ୍ଟ୍ରେଟ୍‌ ସୂଚନା ଦେଇଛନ୍ତି। ସନ୍ଧ୍ୟା ୫ଟା ପରେ ସେହି ଦିନର ଉଚ୍ଛେଦ କାର୍ଯ୍ୟ ବନ୍ଦ କରାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ଆଗାମୀ ଦିନରେ ମଧ୍ୟ ଉଚ୍ଛେଦ ଅଭିଯାନ ଜାରି ରହିବ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ହକି ଇଣ୍ଡିଆ ନିର୍ବାଚନ ସ୍ଥଗିତ: ଅନ୍ତରୀଣ ରହିତାଦେଶ ହଟାଇବାକୁ ହୋଇଥିବା ଆବେଦନ ଖାରଜ କଲେ ହାଇକୋର୍ଟ

କଟକ,୧୮।୧୧: ହକି ଇଣ୍ଡିଆ ନିର୍ବାଚନ ପ୍ରକ୍ରିୟାକୁ ସ୍ଥଗିତ ରଖିଛନ୍ତି ମାନ୍ୟବର ଓଡ଼ିଶା ହାଇକୋର୍ଟ । ନିର୍ବାଚନ ଉପରେ ପୂର୍ବରୁ ଲାଗିଥିବା ଅନ୍ତରୀଣ ରହିତାଦେଶକୁ ପ୍ରତ୍ୟାହାର କରିବା ପାଇଁ…

ସାନ ନଦୀରେ ବଢ଼ିଛି ଜଳସ୍ତର, ଗାଧୋଇବାକୁ ଯାଇ ନିଖୋଜ ସନ୍ତୋଷ

ଗୁଡାରି,୧୮।୧୧(ପ୍ରମୋଦ କୁମାର ପତି): ଗୁଡାରି ବ୍ଲକ ଅନ୍ତର୍ଗତ ଏମ କେ ରାଇ ଗ୍ରାମପଂଚାୟତର ମେରିଆପାଙ୍ଗା ଗ୍ରାମରେ ଅଭାବନୀୟ ଘଟଣା ଘଟିଯାଇଛି । ସନ୍ତୋଷ ପାଲକା (୩୯) ଗ୍ରାମ…

ମାଡ଼ି ଆସୁଛି ବାତ୍ୟା: ହାଇ ଆଲର୍ଟରେ ରାଜ୍ୟ ପ୍ରଶାସନ,୨୪ ଘଣ୍ଟିଆ ଡ୍ୟୁଟିରେ ୧୦ ବରିଷ୍ଠ IAS ଅଧିକାରୀ

ଭୁବନେଶ୍ୱର,୧୮ା୧୧: ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’ର ସଫଳ ମୁକାବିଲା ତଥା ଜରୁରୀକାଳୀନ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଇଛି । ପରିସ୍ଥିତି…

ଜେଜିଲା ମଦ ବିରୋଧୀ ଆନ୍ଦୋଳନ, ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ମହିଳା

କୋରାପୁଟ,୧୮।୧୧(ଅମିତାଭ ବେହେରା): ଗ୍ରାମାଞ୍ଚଳରେ ଦେଶୀ ଓ ବିଦେଶୀ ମଦ ବିକ୍ରି ବନ୍ଦ ଦାବିରେ କୋରାପୁଟ ଜିଲା କୋଟପାଡ଼ ବ୍ଲକର ଭନସୁଲି ଓ ସେମଳା ପଞ୍ଚାୟତର ଶତାଧିକ ମହିଳା…

ମାଡ଼ିଆସୁଛି ବାତ୍ୟା, କଳିଙ୍ଗା ଘାଟି ରାସ୍ତାରେ ଯାତାୟତ ବନ୍ଦ

ଭଞ୍ଜନଗର,୧୮।୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ସମ୍ଭାବ୍ୟ ବାତ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଗୁରୁବାରଠାରୁ କଳିଙ୍ଗା ଘାଟି ରାସ୍ତାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରାଯାଇଛି…

୨୫ ଲକ୍ଷ ଟଙ୍କାର ସରକାରୀ ଅର୍ଥ ହେରଫେର ଅଭିଯୋଗ, ୨ ବରିଷ୍ଠ କୃଷି ଅଧିକାରୀଙ୍କ ସମେତ ୩ ଗିରଫ

ବାଲେଶ୍ୱର,୧୮।୧୧(ମୃତ୍ୟୁଞ୍ଜୟ ପଟ୍ଟନାୟକ): ସିଆର୍‌ଏଫ୍‌ଏମ୍ ଯୋଜନାରେ ୨୫ ଲକ୍ଷ ୩ ହଜାର ୨୪୯ ଟଙ୍କା ସରକାରୀ ଅର୍ଥ ହେରଫେର ମାମଲାରେ ଓଡ଼ିଶା ଭିଜିଲାନ୍ସ ବୁଧବାର ବାଲେଶ୍ୱର ଜିଲାର ଦୁଇ…

ଧାର୍ମିକ ପୀଠରେ ଆକ୍ରମଣ ମାମଲା: କେନ୍ଦୁଝରରେ ଆଦିବାସୀଙ୍କ ବିଶାଳ ପ୍ରତିବାଦ

କେନ୍ଦୁଝର,୧୮।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଘସିପୁରା ଥାନା ଅଧୀନ ବସନ୍ତପୁର ଗ୍ରାମରେ ଆଦିବାସୀଙ୍କ ପବିତ୍ର ଧାର୍ମିକ ପୀଠ ଜାହେରାରେ ଆକ୍ରମଣ ଓ ଭଙ୍ଗାରୁଜା ଘଟଣାର ପ୍ରତିବାଦ…

ପଡିଆରେ ରକ୍ତାକ୍ତ ହେଲେ ଏହି ଖେଳାଳି, ମ୍ୟାଚ୍‌ରୁ ପଡିଲେ ବାଦ୍‌

ନୂଆଦିଲ୍ଲୀ, ୧୮।୧୧: ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚ୍‌ରେ ଘଟିଛି ଅଘଟଣ । ଇଂଲଣ୍ଡର ଦ୍ରୁତ ବୋଲର ଗସ୍‌ ଆଟକିନସନ୍‌ଙ୍କ ଏକ ଭୟଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?