ଦାରିଙ୍ଗବାଡ଼ି ପର୍ଯ୍ୟଟନରେ ଯୋଡ଼ିହେଲା ନୂଆ ଫର୍ଦ୍ଦ, ଉଦ୍‌ଘାଟିତ ହେଲା ‘ରୁରାଲିଆ’

ଦାରିଙ୍ଗବାଡ଼ି, ୧୭/୧୧ (ଅରୁଣ ସାହୁ): ଓଡ଼ିଶାର କାଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡ଼ିର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ମନୋରମ ପରିବେଶ ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକଙ୍କୁ ସର୍ବଦା ଆକର୍ଷିତ କରିଆସୁଛି। ଏଠାକାର ଜଳପ୍ରପାତ, ଭ୍ୟୁ ପଏଣ୍ଟ, ଘଞ୍ଚ ଜଙ୍ଗଲ ଓ ଝରଣାର ମନୋରମ ଦୃଶ୍ୟ ଉପଭୋଗ କରିବାକୁ ପ୍ରତିବର୍ଷ ବହୁ ସଂଖ୍ୟାରେ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ। ଏବେ ପର୍ଯ୍ୟଟନ କ୍ଷେତ୍ରରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ପ୍ରଥମଥର ପାଇଁ ଦାରିଙ୍ଗବାଡ଼ି ବ୍ଲକ୍‌ର ଶ୍ରାନିକେତାଠାରେ ଗ୍ରାମୀଣ କୃଷି-ପରିବେଶ ପର୍ଯ୍ୟଟନ କେନ୍ଦ୍ର ‘ରୁରାଲିଆ’ ମଙ୍ଗଳବାର ମଧ୍ୟାହ୍ନରେ ଉଦ୍‌ଘାଟିତ ହୋଇଛି।

ଏହି ନୂତନ ପର୍ଯ୍ୟଟନ କେନ୍ଦ୍ରକୁ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ଅନ୍ୟ ଅତିଥିଙ୍କ ମଧ୍ୟରେ ବ୍ଲକ୍‌ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ଶ୍ରାନିକେତା ସରପଞ୍ଚ ଗଙ୍ଗାଧର ପ୍ରଧାନ ଏବଂ ସାଂସଦଙ୍କ ଦାରିଙ୍ଗବାଡ଼ି ପ୍ରତିନିଧି ବିଷ୍ଣୁଚରଣ ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲେ।

ଏହି ଅବସରରେ ସାଂସଦ କହିଥିଲେ ଯେ, ଦାରିଙ୍ଗବାଡ଼ିରେ ଏଭଳି ଏକ ପର୍ଯ୍ୟଟନ କେନ୍ଦ୍ର ଆରମ୍ଭ ହେବା ଦ୍ୱାରା ଗ୍ରାମୀଣ ପର୍ଯ୍ୟଟନର ବିକାଶ ସହ ସ୍ଥାନୀୟ ଲୋକଙ୍କ ଜୀବିକାର ନୂତନ ସୁଯୋଗ ସୃଷ୍ଟି ହେବ। ବିଶେଷକରି ସ୍ଥାନୀୟ କୃଷକ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଆର୍ଥିକ ଉନ୍ନତିରେ ଏହା ସହାୟକ ହେବ।

କୃଷି ବନୀକରଣ, ପ୍ରକୃତିଭିତ୍ତିକ ପର୍ଯ୍ୟଟନ ଏବଂ ଗ୍ରାମୀଣ ଜୀବିକାକୁ ପ୍ରୋତ୍ସାହନ ଦେବା ମୁଖ୍ୟ ଉଦ୍ଦେଶ୍ୟରେ ‘ରୁରାଲିଆ’ର ଶୁଭାରମ୍ଭ କରାଯାଇଛି ବୋଲି ସାଂସଦ ପ୍ରକାଶ କରିଥିଲେ। ଏହି ପଦକ୍ଷେପ ଦ୍ୱାରା ଦାରିଙ୍ଗବାଡ଼ିର ପର୍ଯ୍ୟଟନ ମାନଚିତ୍ରରେ ଏକ ନୂତନ ଆକର୍ଷଣ ଯୋଡ଼ି ହେବା ସହ ସ୍ଥାନୀୟ ଅଞ୍ଚଳର ଆର୍ଥିକ ଓ ସାମାଜିକ ବିକାଶକୁ ନୂଆ ଦିଗ ମିଳିବ ବୋଲି ଆଶା ପ୍ରକାଶ ପାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

‘ଓ ମାହି, ଓ ମାହି…’ ଧୋନୀଙ୍କ ସନ୍ୟାସ ଖବରରେ ଭାବୁକ ହେଲେ, ମଇଦାନରେ କଟ୍ଟର ଶତ୍ରୁ ହେଲେ କହିଲେ…

ନୂଆଦିଲ୍ଲୀ,୧୭।୧୧: MS ଧୋନୀଙ୍କ ଆଇପିଏଲ ସନ୍ନ୍ୟାସକୁ ନେଇ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଏକ ଭାବପୂର୍ଣ୍ଣ ମେସେଜ ଲେଖିଛି। ମଇଦାନରେ ଉଭୟ ଦଳ ପରସ୍ପରର କଟ୍ଟର ପ୍ରତିଦ୍ୱନ୍ଦ୍ୱୀ,…

ଚରିତ୍ରକୁ ସନ୍ଦେହ କରି ସ୍ତ୍ରୀଙ୍କୁ କୁରାଢ଼ିରେ ହାଣି ହତ୍ୟା: ସ୍ବାମୀଙ୍କୁ ମଳିଲା ଏହି ଦଣ୍ଡ, ଜାଣନ୍ତୁ…

କେନ୍ଦୁଝର,୧୭।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): ସ୍ତ୍ରୀଙ୍କୁ କୁରାଢ଼ିରେ ହାଣି ହତ୍ୟା ମାମଲାର ବିଚାର କରି କେନ୍ଦୁଝର ଜିଲା ଓ ଦୌରାଜଜ ଗୋପାଳ ଚନ୍ଦ୍ର ବେହେରା ମଙ୍ଗଳବାର ରାୟ ପ୍ରକାଶ…

IPLକୁ ଅଲବିଦା କହିଲେ ମାହି, ଛାଡ଼ିଗଲେ ୭ଟି ବଡ଼ ରେକର୍ଡ; ଜାଣନ୍ତୁ ୭ ନମ୍ବର ଜର୍ସିି ପଛର ରହସ୍ୟ

ନୂଆଦିଲ୍ଲୀ,୧୭।୧୧: ଏମଏସ ଧୋନୀ IPLକୁ ଅଲବିଦା କହିଛନ୍ତି। ଆଗାମୀ ସିଜିନ (IPL ୨୦୨୭)ରେ ମାହି ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ମେଣ୍ଟର ଭୂମିକା ତୁଲାଇବେ। ମଙ୍ଗଳବାର (ନଭେମ୍ବର…

IPLର ପ୍ରଥମ ସିଜିନରେ କେତେ ଥିଲା ଧୋନୀଙ୍କ ଦରମା? ୧୯ ବର୍ଷରେ CSKରୁ କମାଇଛନ୍ତି ଏତେ କୋଟି, ଜାଣିଲେ ହେବେ ତାଜୁବ

ନୂଆଦିଲ୍ଲୀ,୧୭।୧୧: IPL ୨୦୨୭ର ରିଟେନ୍ସନ ତାଲିକା ପ୍ରକାଶ ପାଇବା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (CSK) ଏକ ବଡ଼ ଘୋଷଣା କରିଛି। ମହେନ୍ଦ୍ର ସିଂହ ଧୋନୀ IPLରୁ…

ବାତ୍ୟା ମୁକାବିଲା ପାଇଁ ଗଞ୍ଜାମ ବ୍ଲକରେ ସିଡିଓଙ୍କ ସମୀକ୍ଷା, ସ୍ଥାନାନ୍ତର ପାଇଁ ପ୍ରଶାସନର ପ୍ରସ୍ତୁତି

ଗଞ୍ଜାମ,୧୭।୧୧ (ବିଦ୍ୟାଧର ସାହୁ): ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’କୁ ନେଇ ସଜାଗ ହୋଇଉଠିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ। ବାତ୍ୟାର ମୁକାବିଲା ଓ ଜନସାଧାରଣଙ୍କ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ…

ଲକ୍ଷେ ଖସିବ ସୁନାଦର? ରୂପା ବି କମିଯିବ, ଏକ୍ସପର୍ଟ କହିଲେ ବର୍ଷ ଶେଷକୁ…

ନୂଆଦିଲ୍ଲୀ,୧୭।୧୧: ସୁନା ଏବଂ ରୂପା ଦରରେ ବଡ଼ଧରଣର ହ୍ରାସ ଦେଖିବାକୁ ମିଳିଛି। ଦେଶର ଫ୍ୟୁଚର୍ସ ବଜାରରେ ସୁନା ଦାମ ୨,୧୦୦ ଟଙ୍କାରୁ ଅଧିକ କମି ୧.୩୫ ଲକ୍ଷ…

ପୂଜାରୀବମ୍ବୁ ଗ୍ରାମକୁ ଚାଲି ଚାଲି ଗଲେ ବିଡିଓ: ରାସ୍ତା ନିର୍ମାଣ ଦାବିରେ ଗ୍ରାମବାସୀଙ୍କ ଚେତାବନୀ

ରାୟଗଡ଼ା, ୧୭।୧୧ (ଜଗନ୍ନାଥ ଗୌଡ଼): ରାୟଗଡ଼ା ସଦର ମହକୁମାଠାରୁ ମାତ୍ର ୬ କିଲୋମିଟର ଦୂରରେ ଥିବା ବାଇସି ପଞ୍ଚାୟତର ପୂଜାରୀବମ୍ବୁ ଗ୍ରାମକୁ ଏଯାଏଁ ରାସ୍ତା ନିର୍ମାଣ ହୋଇନାହିଁ।…

ଯୁବପିଢିଙ୍କ ପାଇଁ ବଡ଼ ଘୋଷଣା କଲେ ସୀତାରମଣ, Gen Z ପ୍ରସ୍ତୁତ କରିବେ ବଜେଟ୍‌

ନୂଆଦିଲ୍ଲୀ,୧୭।୧୧: କେନ୍ଦ୍ରୀୟ ବଜେଟ ୨୦୨୭-୨୮ ର ପ୍ରସ୍ତୁତି ଜୋରସୋରରେ ଚାଲିଛି ଏବଂ ଏଥର ବଜେଟ ନିର୍ମାଣ ପ୍ରକ୍ରିୟାରେ ଏକ ଐତିହାସିକ ପରିବର୍ତ୍ତନ ଦେଖିବାକୁ ମିଳିବ। ‘ଦି ଇକୋନୋମିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?