Posted inଫୁରସତ

ସବୁଠୁ ଦାମୀ ବ୍ୟାଗ୍‌, ଏହା ବଦଳରେ କିଣି ହେବ ବିଳାସପୂର୍ଣ୍ଣ ଘର ସହ ୧୦ କାର୍‌

ଇଟାଲୀର ଏକ ବିଳାସପୂର୍ଣ୍ଣ ବ୍ରାଣ୍ଡ୍‌ ବିଶ୍ୱର ସବୁଠୁ ଦାମୀ ବ୍ୟାଗକୁ ଡିଜାଇନ କରିଛି। କମ୍ପାନୀ ଏହି ବ୍ୟାଗ୍‌ କିଛିଦିନ ତଳେ ଲଞ୍ଚ କରିଛି। ଏହି ବ୍ୟାଗର ମୂଲ୍ୟ ହଜାରେ କି ଲକ୍ଷେ ନୁହଁ, ୫୩ କୋଟି ଟଙ୍କା। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ସମୁଦ୍ର ପ୍ରଦୂଷଣ ରୋକିବା ପାଇଁ ସଚେତନତା ଅଭିଯାନ ସୃଷ୍ଟି କରିବାକୁ ଏହି ବ୍ୟାଗ ତିଆରି କରାଯାଇଛି।

ଇଟାଲୀ ବ୍ରାଣ୍ଡ୍‌ ବୋରିନି ମିଲେନେସି ୬ ମିଲିୟନ ୟୁରୋ ଅର୍ଥାତ୍‌ ପ୍ରାୟ ୫୩ କୋଟି ଟଙ୍କା ମୂଲ୍ୟରେ ନିର୍ମିତ ବିଶ୍ୱର ସବୁଠାରୁ ମହଙ୍ଗା ବ୍ୟାଗ୍‌ ଲଞ୍ଚ୍‌ କରିଛି। ଏହି ଦେଖିବାକୁ ଖୁବ୍‌ ସୁନ୍ଦର। ଏଥିରେ ୧୩୦ କ୍ୟାରେଟ୍‌ ହୀରା ଏବଂ ମୋତି ଆଚ୍ଛାଦିତ ହୋଇଛି।

ଇନ୍‌ଷ୍ଟାଗ୍ରାମରେ ବୋରିନି ମିଲେନେସି କ୍ୟାପଶନ ଲେଖିଛନ୍ତି, ସମୁଦ୍ରର ସୁରକ୍ଷା ତଥା ସଚେତନତା ସୃଷ୍ଟି କରିବା ପାଇଁ ଆମର ବ୍ୟାଗ୍‌ ଉନ୍ମୋଚନ କରି ଆମେ ଗର୍ବିତ। ଏହା ଏକ ୬ ମିଲିୟନ ୟୁରୋ ବ୍ୟାଗ। ଏହା ମଧ୍ୟ ଲେଖାଯାଇଛି ଯେ, ସମୁଦ୍ରକୁ ସୁରକ୍ଷା ଯୋଗାଇବା ପାଇଁ ଏହାର ଆୟରୁ ୮୦୦ ହଜାର ୟୁରୋ ଦାନ କରାଯିବ।

ଏହି ବ୍ୟାଗର ସୌନ୍ଦର୍ଯ୍ୟ ଇନ୍‌ଷ୍ଟାଗ୍ରାମ ପୋଷ୍ଟରେ ଏକ ଭିଡିଓ ମାଧ୍ୟମରେ ଦର୍ଶାଯାଇଛି। ହାଲୁକା ନୀଳ ଦେଖାଯାଉଥିବା ଏହି ବ୍ୟାଗରେ ସୁନାର ପ୍ରଜାପତି ମଧ୍ୟ ଲାଗିଛି। ଯାହା ଖୁବ୍‌ ଆକର୍ଷଣୀୟ ଲାଗୁଛି। ଏହା ବ୍ୟତୀତ ଏହି ବ୍ୟାଗକୁ ବନ୍ଦ୍‌ କରିବା ପାଇଁ ଏକ ହୁକ୍‌ ମଧ୍ୟ ଲଗାଯାଇଛି।

ଇଟାଲୀୟ ବ୍ରାଣ୍ଡ୍‌ ବୋରିନି ହେଉଛି ମିଲେନେସି ବ୍ୟାଗ୍‌ ତିଆରି କରୁଥିବା ଏକ ବ୍ରାଣ୍ଡ। କମ୍ପାନୀର ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଅନେକ ସୁନ୍ଦର ବ୍ୟାଗ ଶେୟାର କରାଯାଇଛି। ଏଥିରେ ବ୍ୟାଗଗୁଡ଼ିକର ମୂଲ୍ୟ ଏବଂ ଏହା ସମ୍ପର୍କରେ ସୂଚନା ଦିଆଯାଇଛି। ଏହି ବ୍ୟାଗର ମୂଲ୍ୟକୁ ନେଇ ଏବେ ସମଗ୍ର ବିଶ୍ୱରେ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଘାସ ପୋଲ

ବିଜ୍ଞାନ ପାଇଁ ଆଜି ଜୀବନ ସହଜ ହୋଇପାରିଛି। କିନ୍ତୁ ଆଜି ବି ଏମିତି କିଛି ଜିନିଷ ଅଛି, ଯାହା ଏହି ଆଧୁନିକ ଯୁଗରେ ବିଜ୍ଞାନକୁ ମାତ୍‌...

ମଥୁରାର ୮ ପଞ୍ଚାୟତରେ ଯୌତୁକ, ଭୋଜି ବନ୍ଦ

ମଥୁରା:  ଦେଶରେ ଯୌତୁକ ନିରୋଧୀ ନିୟମ ଲାଗୁ ହୋଇଛି। ଏହାକୁ ଦୂରକରିବା ପାଇଁ ସାମାଜିକ ସ୍ତରରେ ସ୍ବର ବି ଉଠୁଛି। ଯୌତୁକ ଦେବା ନେବା ଦୋଷାବହ...

ସାଇକେଲରେ ୨୬୩ ଦିନରେ ୨୫ ଦେଶ ବୁଲି ବିଶ୍ୱ ରେକର୍ଡ କଲେ ଏହି ମହିଳା

ଲଣ୍ଡନ, ୧।୮: କ୍ୟାଟ୍‌ ଡିକ୍ସନ (୫୪ ବର୍ଷ) ଓ ରେଜ ମାର୍ସଡେନ (୫୫ ବର୍ଷ)। ବ୍ରିଟେନର ଏହି ଦୁଇ ମହିଳା ସାଇକ୍ଲିଷ୍ଟ ମିଳିତ ଭାବେ ୨୬୩...

ନବଜାତକଙ୍କୁ ଦେଖି ଆଶ୍ଚର୍ଯ୍ୟ ହେଲେ ଡାକ୍ତର, କହିଲେ ୩୦ ହଜାର ପିଲାରେ ଏମିତି ହୋଇଥାନ୍ତି ଜଣେ

କର୍ଣ୍ଣାଟକର ବେଙ୍ଗାଲୁରୁ ହସ୍ପିଟାଲରେ ଏକ କନ୍ୟାସନ୍ତାନ ଜନ୍ମ ନେଇଛି। ଏହି ନବଜାତକଙ୍କୁ ଦେଖି ଡାକ୍ତର ଆଶ୍ଚର୍ଯ୍ୟ ହୋଇଯାଇ କହିଲେ ୩୦ ହଜାର ପିଲାଙ୍କ ମଧ୍ୟରୁ ଜଣକର...

ନୀତା ଅମ୍ବାନୀଙ୍କ ଡ୍ରାଇଭର ମାସକୁ ଦରମା ନିଅନ୍ତି…

ଭାରତର ସବୁଠାରୁ ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ଅମ୍ବାନୀ ବିଳାସପୂର୍ଣ୍ଣ ଜୀବନ ବିତାଇଥାନ୍ତି। ନୀତା ବିଶ୍ୱର ସବୁଠାରୁ ମହଙ୍ଗା ଆବାସିକ ସମ୍ପତ୍ତି ମଧ୍ୟରୁ...

ଝିଟିପିଟି ସହ ବନ୍ଧୁତା କରି ଚର୍ଚ୍ଚାରେ ପୋଲିସ ଅଫିସର

ସମ୍ପର୍କ ଏମିତି ଏକ ଶବ୍ଦ ଯାହାର କଳନା ନାହିଁ। ସେ ମଣିଷ ମଣିଷ ମଧ୍ୟରେ ହେଉ କି ପଶୁ ମଣିଷ ମଧ୍ୟରେ। କେତେବେଳେ କେଉଁ ପରିସ୍ଥିତିରେ...

ଟିକା ନେବା ପରେ ଖୁସିରେ ନାଚିଲେ ଏହି ବ୍ୟକ୍ତି, ଦେଖିଲେ ଆପଣଙ୍କୁ ବି ଛାଡ଼ିଯିବ କରୋନା ଡର

ଭାରତରେ ଲଗାତର କରୋନା ସଂକ୍ରମଣ ମାମଲା ବଢ଼ିଚାଲିଛି। ଏବେ ଲୋକଙ୍କୁ ପୁଣି ଲକ୍‌ଡାଉନ ଆଶଙ୍କା ଘାରିଲାଣି। ଏହି ପରିପ୍ରେକ୍ଷୀରେ କାନାଡାରେ ରହୁଥିବା ଭାରତୀୟ ମୂଳ ବାସିନ୍ଦା...

୪୩ ବର୍ଷରେ ୫୩ ଜଣଙ୍କୁ ବିବାହ

ରିୟାଧ: ବୈବାହିକ ଜୀବନରେ ଶାନ୍ତି ଓ ସ୍ଥିରତା ଆଣିବା ପାଇଁ ସାଉଦିର ଜଣେ ୬୩ ବର୍ଷୀୟ ବୃଦ୍ଧ ୪୩ ବର୍ଷ ଭିତରେ ୫୩ ମହିଳାଙ୍କୁ ବିବାହ...

Advertisement
Archives

Model This Week