Posted inଖେଳ

ମହିଳା ତୃତୀୟ ଦିନିକିଆ: ଲିଜେଲ୍‌ ଲିଙ୍କ ଅପରାଜିତ ଶତକ: ଦକ୍ଷିଣ ଆଫ୍ରିକା ବିଜୟୀ

ଲକ୍ଷ୍ନୌ,୧୩।୩(ପି.ଟି.): ଓପନର ଲିଜେଲ ଲିଙ୍କ ଅପରାଜିତ ୧୩୨ ରନର ଶତକୀୟ ପାଳି ବଳରେ ଦକ୍ଷିଣ ଆଫ୍ରିକା ମହିଳା ଦଳ ତୃତୀୟ ଦିନିକିଆ ମ୍ୟାଚ୍‌ରେ ଘରୋଇ ଭାରତକୁ ଡକ୍‌ଓ୍ବର୍ଥ- ଲୁଇସ୍‌ ନିୟମରେ ୬ ଉଇକେଟରେ ପରାସ୍ତ କରିଛି। ୧୩୧ଟି ବଲର ସମ୍ମୁଖୀନ ହୋଇ ଲିଜେଲ ୧୬ ଚୌକା ଓ ୨ ଛକା ସହ ଶତକ ହାସଲ କରି ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି। ଏଥିସହିତ ୫ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ ଦକ୍ଷିଣ ଆଫ୍ରିକା ୨-୧ରେ ଅଗ୍ରଣୀ ହାସଲ କରିଛି।
ସ୍ଥାନୀୟ ଅଟଳ ବିହାରୀ ଏକାନା କ୍ରିକେଟ ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ ଏହି ମ୍ୟାଚ୍‌ରେ ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୫ ଉଇକେଟ ହରାଇ ୨୪୮ ରନ ସଂଗ୍ରହ କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ବ୍ୟାଟିଂ ଆରମ୍ଭ କରିବା ପରେ ବର୍ଷା ହୋଇଥିଲା ଓ ଖେଳ ବାଧାପ୍ରାପ୍ତ ହୋଇଥିଲା। ଦକ୍ଷିଣ ଆଫ୍ରିକା ୪୬.୩ ଓଭରରେ ୪ ଉଇକେଟ ହରାଇ ୨୨୩ ରନ କରିଥିବା ବେଳେ ବର୍ଷା ହୋଇଥିଲା ଓ ଆଉ ଖେଳ ସମ୍ଭବ ହୋଇପାରି ନ ଥିଲା। ଫଳରେ ଡକ୍‌ଓ୍ବର୍ଥ- ଲୁଇସ୍‌ ନିୟମରେ ଦକ୍ଷିଣ ଆଫ୍ରିକା ୬ ଉଇକେଟରେ ବିଜୟୀ ହୋଇଥିଲା।
ଲିଜେଲଙ୍କ ଅପରାଜିତ ଶତକ ହାସଲ କ୍ୟାରିୟରର ସର୍ବାଧିକ ବ୍ୟକ୍ତିଗତ ସ୍କୋର ଥିଲା। ଦକ୍ଷିଣ ଆଫ୍ରିକା ତରଫରୁ ଅନ୍ୟମାନଙ୍କ ମଧ୍ୟରେ ଅଧିନାୟିକା ଲଉରା ଉଲ୍‌ଭାର୍ଡଟ ୧୨, ଲାରା ଗୁଡାଲ ୧୬, ମିଗନନ ଡୁ ପ୍ରିଜ ୩୭ ରନକରି ଆଉଟ ହୋଇଥିବା ବେଳେ ଅନ୍‌ ବୋସ୍କ ୧୬ ରନକରି ଅପରାଜିତ ରହିଥିଲେ। ବୋଲିଂରେ ଭାରତ ତରଫରୁ ଅଭିଜ୍ଞ ଦ୍ରୁତ ବୋଲର ଝୁଲଣ ଗୋସ୍ବାମୀ ୨, ରାଜେଶ୍ୱରୀ ଗାଏକ୍ୱାଡ ଓ ଦୀପ୍ତି ଶର୍ମା ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପକ୍ଷରୁ ପୁନମ ରାଉତ ସର୍ବାଧିକ ୭୭, ଅଧିନାୟିକା ମିତାଲି ରାଜ ୩୬, ହରମନପ୍ରୀତ କୌର ୩୬, ସ୍ମୃତି ମାନ୍ଧନା ୨୫ ରନକରି ଆଉଟ ହୋଇଥିବା ବେଳେ ଦୀପ୍ତି ଶର୍ମା ୩୬ ଓ ସୁଷମା ବର୍ମା ୧୪ ରନକରି ଅପରାଜିତ ରହିଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ଶବନିମ ଇସ୍‌ମାଇଲ ୨, ମାରିଜନେ କ୍ୟାପ୍‌, ଟୁମି ସେଖୁଖୁନେ ଓ ଅନ ବୋସ୍କ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଭାରତ ୫୦ ଓଭରରେ ୨୪୮/୫
(ପୁନମ- ୭୭, ମିତାଲି- ୩୬, ହରମନପ୍ରୀତ- ୩୬, ଦୀପ୍ତି- ୩୬*, ସ୍ମୃତି- ୨୫, ସୁଷମା- ୧୪*, ଇସ୍‌ମାଇଲ- ୨/୪୬)।
ଦକ୍ଷିଣ ଆଫ୍ରିକା ୪୬.୩ ଓଭରରେ ୨୨୩/୪
(ଲିଜେଲ ଲି – ୧୩୨*, ମିଗନନ- ୩୭, ଝୁଲଣ- ୨/୨୦)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇମ୍ରାନଙ୍କୁ ସେହ୍ବାଗଙ୍କ ଟାର୍ଗେଟ: ପାକିସ୍ତାନ ପ୍ରଧାନମନ୍ତ୍ରୀ ନିଜକୁ ଅପମାନିତ କରିବା ପାଇଁ ନୂଆ ଉପାୟ ଆପଣାଇଛନ୍ତି

ନୂଆଦିଲ୍ଲୀ,୪।୧୦: ହରଭଜନ ସିଂହ ଓ ମହମ୍ମଦ ଶାମିଙ୍କ ପରେ ଭାରତର ପୂର୍ବତନ କ୍ରିକେଟର୍‌ ବୀରେନ୍ଦ୍ର ସେହ୍ବାଗ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଟାର୍ଗେଟ କରିଛନ୍ତି। ନିଜ...

ଭାରତ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଫିଲ୍ଡିଂରେ ସୁଧାର ହେବା ଆବଶ୍ୟକ: ସର୍ଫରାଜ

ଟଣ୍ଟନ,୧୪।୬(ପି.ଟି.)-ଚଳିତ ବିଶ୍ୱକପ୍‌ରେ ଉପମହାଦେଶର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ରବିବାର ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ବିଶ୍ୱକପର ସବୁଠାରୁ ରୋମାଞ୍ଚକ ମ୍ୟାଚ୍‌ ରୂପେ ପରିଗଣିତ...

ଦୋହାରେ ଭାରତୀୟ ଫୁଟ୍‌ବଲ ଦଳର ଟ୍ରେନିଂ ଆରମ୍ଭ

ନୂଆଦିଲ୍ଲୀ,୨୩।୫(ପି.ଟି.): କାତାରର ରାଜଧାନୀ ଦୋହାରେ ପହଞ୍ଚିବା ପରେ ଭାରତୀୟ ଫୁଟ୍‌ବଲ ଦଳର ସବୁ ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ କୋଭିଡ୍‌-୧୯ ଟେଷ୍ଟରେ ନେଗେଟିଭ ବୋଲି ଜଣାପଡିଛି।...

ଶ୍ରୀଲଙ୍କାର ସହଜ ବିଜୟ

ହରାରେ, ୨୪ା୧ (ଏଏଫ୍‌ପି)- ଜିମ୍ବାଓ୍ବେ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଶ୍ରୀଲଙ୍କା ୧୦ ଉଇକେଟରେ ବିଜୟ ଲାଭ କରିଛି। ଶ୍ରୀଲଙ୍କାର ସୁରଙ୍ଗ ଲକମଲ ୨୭ ରନ...

ଟିମ୍‌ ଇଣ୍ଡିଆକୁ ପ୍ରଶଂସା କଲେ ପାକିସ୍ତାନ ଅଧିନାୟକ

ନୂଆଦିଲ୍ଲୀ,୫।୮: ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିବା ପରେ ଭାରତୀୟ ପୁରୁଷ ହକି ଦଳକୁ ପ୍ରଶଂସାରେ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଫିଲ୍ମ ଷ୍ଟାର, କ୍ରିକେଟର୍ସଙ୍କ ପର୍ଯ୍ୟନ୍ତ...

ଏଲ୍‌ପିଏଲ୍‌ ପୂର୍ବରୁ ତନ୍‌ଭୀର, ରବିନ୍ଦରପାଲ ପଜିଟିଭ୍‌

କଲମ୍ବୋ, ୨୧ା୧୧ (ପି.ଟି.): ନଭେମ୍ବର ୨୬ରୁ ଲଙ୍କାନ ପ୍ରିମିୟର ଲିଗ୍‌ (ଏଲ୍‌ପିଏଲ୍‌) ଆରମ୍ଭ ହେବା ପୂର୍ବରୁ ପାକିସ୍ତାନ ପେସ୍‌ ବୋଲର ସୋହେଲେ ତନଭୀର ଏବଂ କାନାଡିଆନ...

ଟି୨୦ ବିଶ୍ୱକପ୍‌ରେ ସର୍ବାଧିକ ସ୍କୋର ଛିଡ଼ାକଲା ଭାରତ

ଆବୁଧାବି,୩।୧୧: ଚଳିତ ଟି୨୦ ବିଶ୍ୱକପ୍‌ରେ ଲଗାତାର ଦୁଇ ମ୍ୟାଚ୍‌ରେ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିବା ଭାରତୀୟ ଦଳର ବ୍ୟାଟରମାନେ ବୁଧବାର ଖେଳାଯାଇଥିବା ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ କମାଲ...

ଇଂଲଣ୍ଡ ‘ବି’ ଟିମ୍‌କୁ ହରାଇଥିବାରୁ ଭାରତକୁ ଅଭିନନ୍ଦନ: ପିଟରସନ

ଚେନ୍ନାଇ,୧୭।୨(ପି.ଟି): ବିଜୟୀ ଭାରତୀୟ ଦଳକୁ ଇଂଲଣ୍ଡର ପୂର୍ବତନ ଅଧିନାୟକ କେଭିନ ପିଟରସନ ଅଭିନନ୍ଦନ ଜଣାଇଛନ୍ତି। ତେବେ ଭାରତ ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡର ‘ବି’ ଟିମ୍‌କୁ ହରାଇଛି...

Advertisement
Archives

Model This Week