Posted inଖେଳ

ବୈଭବ-ଅଭିଷେକଙ୍କ ବ୍ୟାଟରେ ହେବ ଛକା-ଚୌକା ବର୍ଷା! ତିଳକ ବର୍ମା ଅଧିନାୟକ, ଏସିଆ କପ ପାଇଁ କାତାରରେ ପହଞ୍ଚିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୧୭।୧୧: ରାଇଜିଂ ଷ୍ଟାର୍ସ ଏସିଆ କପ ୨୦୨୬ ପାଇଁ ଟିମ ଇଣ୍ଡିଆ କାତାରରେ ପହଞ୍ଚିଛି। ତିଲକ ବର୍ମାଙ୍କ ଅଧିନାୟକତ୍ୱରେ ଖେଳିବାକୁ ଥିବା ଏହି ଦଳରେ ବୈଭବ ସୂର୍ଯ୍ୟବଂଶୀ ଓ ଅଭିଷେକ ଶର୍ମା ମଧ୍ୟ ସାମିଲ ଅଛନ୍ତି। ନଭେମ୍ବର ୧୯ରୁ ରାଇଜିଂ ଷ୍ଟାର୍ସ ଏସିଆ କପ ଆରମ୍ଭ ହେବ। ଏହି ଟୁର୍ନାମେଣ୍ଟ ଦିନିକିଆ ଫର୍ମାଟରେ ଖେଳାଯିବ। ମଙ୍ଗଳବାର, ନଭେମ୍ବର ୧୭ରେ BCCI ଅପଡେଟ ଦେଇ ସୂଚନା ଦେଇଛି ଯେ ଭାରତୀୟ ଦଳ ଦୋହା (କାତାର)ରେ ପହଞ୍ଚିଛି।

ଭାରତୀୟ ଦଳରେ ରିଙ୍କୁ ସିଂହଙ୍କଠାରୁ ଆରମ୍ଭ କରି ପ୍ରିନ୍ସ ଯାଦବ, ସୂର୍ଯ୍ୟାଂଶ ଶେଡଗେ ଓ ହର୍ଷିତ ରାଣା ମଧ୍ୟ ସାମିଲ ଅଛନ୍ତି। ତିଲକ ବର୍ମା ଏହି ଦଳର ଅଧିନାୟକ ରହିବେ। ରଜତ ପାଟିଦାର ମଧ୍ୟ ଏହି ଟୁର୍ନାମେଣ୍ଟ ଖେଳିବାକୁ ଥିଲେ, କିନ୍ତୁ ଆହତ ସମସ୍ୟା କାରଣରୁ ତାଙ୍କୁ ନିଜ ନାଁ ପ୍ରତ୍ୟାହାର କରିବାକୁ ପଡ଼ିଛି।

ଦୀର୍ଘ ସମୟ ପରେ ହର୍ଷିତ ରାଣା ପୁଣିଥରେ କ୍ରିକେଟ ମଇଦାନକୁ ଓହ୍ଲାଇବେ। ଟିମ ଇଣ୍ଡିଆକୁ ଫେରିବା ଦୃଷ୍ଟିରୁ ଏହି ଟୁର୍ନାମେଣ୍ଟ ହର୍ଷିତ ରାଣାଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ହେବ। ସେହିପରି ପ୍ରଭସିମରନ ସିଂହ ଓ ସୂର୍ଯ୍ୟାଂଶ ଶେଡଗେଙ୍କ ପ୍ରଦର୍ଶନ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିବ।
ରାଇଜିଂ ଷ୍ଟାର୍ସ ଏସିଆ କପ କାତାରର ରାଜଧାନୀ ଦୋହାରେ ଆୟୋଜିତ ହେଉଛି। ଏହି ଟୁର୍ନାମେଣ୍ଟରେ ମୋଟ ୮ଟି ଦଳ ଭାଗ ନେଉଛନ୍ତି। ଇଣ୍ଡିଆ ଏକୁ ଗ୍ରୁପ-ବିରେ ନେପାଳ, UAE ଓ ପାକିସ୍ତାନ ଏ ସହ ରଖାଯାଇଛି।

ଭାରତୀୟ ଦଳ ନଭେମ୍ବର ୨୦ରେ ନେପାଳ ବିପକ୍ଷରେ ନିଜର ପ୍ରଥମ ମ୍ୟାଚ ଖେଳିବ। ନଭେମ୍ବର ୨୨ରେ ଇଣ୍ଡିଆ ଏ ଓ ପାକିସ୍ତାନ ଏ ମଧ୍ୟରେ ମୁକାବିଲା ହେବ। ସେହିପରି ନଭେମ୍ବର ୨୪ରେ ଭାରତ ନିଜର ଶେଷ ଗ୍ରୁପ ମ୍ୟାଚ UAE ବିପକ୍ଷରେ ଖେଳିବ। ନଭେମ୍ବର ୨୬ରେ ପ୍ରଥମ ସେମିଫାଇନାଲ, ୨୭ ନଭେମ୍ବରରେ ଦ୍ୱିତୀୟ ସେମିଫାଇନାଲ ଏବଂ ୨୯ ନଭେମ୍ବରରେ ଫାଇନାଲ ମ୍ୟାଚ ଖେଳାଯିବ।

ରାଇଜିଂ ଷ୍ଟାର୍ସ ଏସିଆ କପ ପାଇଁ ଇଣ୍ଡିଆ ଏର ଦଳ
ତିଲକ ବର୍ମା (ଅଧିନାୟକ)
ବୈଭବ ସୂର୍ଯ୍ୟବଂଶୀ
ରିଙ୍କୁ ସିଂହ
ଅଭିଷେକ ଶର୍ମା
ସୂର୍ଯ୍ୟାଂଶ ଶେଡଗେ
ଆୟୁଷ ବଡୋନି
ଶାହବାଜ ଅହମ୍ମଦ
ବିପ୍ରଜ ନିଗମ
ହର୍ଷ ଦୁବେ
ତନୁଷ କୋଟିଆନ
ଅର୍ଶଦ ଖାନ
ପ୍ରଭସିମରନ ସିଂହ
କୁମାର କୁଶାଗ୍ର
ହର୍ଷିତ ରାଣା
ପ୍ରିନ୍ସ ଯାଦବ

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗର ପ୍ରଶାସନ ତତ୍ପର: ପାହାଡ଼-ନଦୀକୂଳରେ ରହିବେନି ଲୋକେ

ଭଞ୍ଜନଗର, ୧୭।୧୧ (ବାବୁଲା ପ୍ରଧାନ):ବାତ୍ୟା ଅର୍ଣ୍ଣବ ଗଞ୍ଜାମ ଜିଲାବାସୀଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି। ଏହି ବାତ୍ୟାଜନିତ ବନ୍ୟାର ୨୦ ଦିନ ନ ପୂରୁଣୁ ଆଉ ଏକ…

ସରକାରଙ୍କ ବଡ଼ ଘୋଷଣା, ଏଣିକି ସରକାରୀ ଚାକିରି ପାଇଁ ମାଗଣା ଆବେଦନ!

କୋଲକାତା,୧୭।୧୧: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ସୋମବାର (ନଭେମ୍ବର ୧୬, ୨୦୨୬) ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ସରକାରୀ ନିଯୁକ୍ତି ପରୀକ୍ଷାରେ ଅଂଶଗ୍ରହଣ…

ବଡ଼ ବିପଦରୁ ବର୍ତ୍ତିଲା ପଣ୍ୟବାହୀ ଜାହାଜ: ପାରାଦୀପ ବନ୍ଦର ପକ୍ଷରୁ ତତ୍କାଳ ପଦକ୍ଷେପ

ପାରାଦୀପ,୧୭।୧୧(ଶରତ ରାଉତ): ଅଶାନ୍ତ ସମୁଦ୍ରରେ ଭୟଙ୍କର ବିପଦର ସମ୍ମୁଖୀନ ହୋଇଥିବା ଏକ ବୃହତ୍‌ ପଣ୍ୟବାହୀ ଜାହାଜକୁ ସୁରକ୍ଷିତ ଉଦ୍ଧାର କରିଛି ପାରାଦୀପ ବନ୍ଦର। ବନ୍ଦର କର୍ତ୍ତୃପକ୍ଷଙ୍କ ତ୍ୱରିତ…

ମାହିଙ୍କ ଶେଷ IPL ହେବ କି ୨୦୨୭! CSKର ରିଟେନ୍ସନ ଲିଷ୍ଟରେ ଆଜି ହେବ ବଡ଼ ଖୁଲାସା

ନୂଆଦିଲ୍ଲୀ,୧୭।୧୧: ଇଣ୍ଡିଆନ ପ୍ରିମିୟର ଲିଗ (IPL) ୨୦୨୭ ପୂର୍ବରୁ ମିନି ଅକ୍ସନ ଆୟୋଜନ ହେବାକୁ ଯାଉଛି। ଡିସେମ୍ବର ମଧ୍ୟଭାଗରେ ଅକ୍ସନ ଜରିଆରେ ସମସ୍ତ ଦଳ ନିଜ ନିଜ…

ଛୋଟ ଦୋକାନୀଙ୍କ ପାଇଁ NPCIର ବଡ଼ ଉପହାର, UPI ଆପଣାଇଲେ ମିଳିବ ୭୫୦ ଟଙ୍କାର ଫାଇଦା! ଜାଣନ୍ତୁ ନୂଆ ଯୋଜନା

ନୂଆଦିଲ୍ଲୀ,୧୭।୧୧: ଦେଶର ଛୋଟ ଦୋକାନୀ ଏବଂ ସ୍ଥାନୀୟ ବ୍ୟବସାୟୀଙ୍କ ମଧ୍ୟରେ ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ ଇଣ୍ଡିଆ (NPCI) ଏକ…

ମହିଳା ଡାକ୍ତରଙ୍କୁ ମାନସିକ ନିର୍ଯାତନା ଅଭିଯୋଗ: ସିଡିଏମ୍ଓଙ୍କୁ ଚିଠିଲେଖିଲେ ୩ ଡାକ୍ତର

ସମ୍ବଲପୁର,୧୭।୧୧(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ମହିଳା ଡାକ୍ତରମାନଙ୍କୁ ମାନସିକ ନିର୍ଯାତନା ଏବଂ ଅପମାନଜନକ ବ୍ୟବହାର କରାଯାଉଥିବା ନେଇ ଏକ ସାଙ୍ଘାତିକ ଅଭିଯୋଗ ସାମ୍ନାକୁ…

ୱାର୍ମ-ଅପ ମ୍ୟାଚରେ ନ ଖେଳିବା ସତ୍ତ୍ୱେ ପନ୍ତଙ୍କ ଉପରେ ଆସ୍ଥା ଅକ୍ଷୁର୍ଣ୍ଣ ରହିଛି; ଟେଷ୍ଟ ସିରିଜ ପୂର୍ବରୁ ଟିମ ମ୍ୟାନେଜମେଣ୍ଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ,୧୭।୧୧: ବିଶ୍ୱର ସବୁଠାରୁ ଅଧିକ ପବନ ବହୁଥିବା ସହରରେ ବଞ୍ଚିରହିବା ଏକ କଠିନ କାମ ଅଟେ। କେତେବେଳେ ପବନ ଏତେ ପ୍ରବଳ ହୋଇଯାଏ ଯେ ଲୋକମାନେ ମଧ୍ୟ…

ବିଳମ୍ବିତ ରାତିରେ କେନ୍ଦ୍ର ସରକାର ନେଲେ ବଡ଼ ନିଷ୍ପତ୍ତି: ହଠାତ୍‌ ବଢିଲା….

ନୂଆଦିଲ୍ଲୀ,୧୭।୧୧: ତେଲ କମ୍ପାନୀଗୁଡ଼ିକୁ ନେଇ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସୋମବାର ବିଳମ୍ବିତ ରାତିରେ ସରକାର ଡିଜେଲ ଓ ବିମାନ ଇନ୍ଧନ (ATF) ରପ୍ତାନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?