ବଡ଼ ବିପଦରୁ ବର୍ତ୍ତିଲା ପଣ୍ୟବାହୀ ଜାହାଜ: ପାରାଦୀପ ବନ୍ଦର ପକ୍ଷରୁ ତତ୍କାଳ ପଦକ୍ଷେପ

ପାରାଦୀପ,୧୭।୧୧(ଶରତ ରାଉତ): ଅଶାନ୍ତ ସମୁଦ୍ରରେ ଭୟଙ୍କର ବିପଦର ସମ୍ମୁଖୀନ ହୋଇଥିବା ଏକ ବୃହତ୍‌ ପଣ୍ୟବାହୀ ଜାହାଜକୁ ସୁରକ୍ଷିତ ଉଦ୍ଧାର କରିଛି ପାରାଦୀପ ବନ୍ଦର। ବନ୍ଦର କର୍ତ୍ତୃପକ୍ଷଙ୍କ ତ୍ୱରିତ ପଦକ୍ଷେପ ଯୋଗୁ ଜାହାଜ ସହ ଏଥିରେ ଥିବା ସମସ୍ତ ୨୭ ଜଣ ଭାରତୀୟ ନାବିକ ନିଶ୍ଚିତ ବିପଦରୁ ରକ୍ଷା ପାଇଛନ୍ତି। ଏହି ଘଟଣା ପୁଣି ଥରେ ସମୁଦ୍ରରେ ଜାହାଜ ସୁରକ୍ଷାକୁ ନେଇ ଚିନ୍ତା ବଢ଼ାଇଛି।

ଉଦ୍ଧାର ହୋଇଥିବା ଜାହାଜଟି ହେଉଛି ଭାରତୀୟ ଶିପିଂ କର୍ପୋରେସନ ଅଫ ଇଣ୍ଡିଆର ୨୩୦ ମିଟର ଲମ୍ବ ବିଶିଷ୍ଟ ପାନାମାକ୍ସ ଶ୍ରେଣୀର ପଣ୍ୟବାହୀ ଜାହାଜ ‘ଏମ୍ଭି ବିଶ୍ୱ ଉଦୟ’। ଏହି ଖାଲି ଜାହାଜଟି ପଶ୍ଚିମବଙ୍ଗର ହଳଦିଆ ବନ୍ଦରରୁ ଦକ୍ଷିଣ ଆଫ୍ରିକାର ମୋଜାମ୍ବିକ ବନ୍ଦର ଅଭିମୁଖେ ଯାଉଥିଲା।

ସୋମବାର ସକାଳେ ଜାହାଜର ପ୍ରୋପେଲର୍‌ ଶାଫ୍ଟ ଭାଙ୍ଗିଯିବାରୁ ଇଞ୍ଜିନ ଅଚଳ ହୋଇପଡ଼ିଥିଲା। ଏହାସହ ଜାହାଜ ଭିତରକୁ ପାଣି ପଶିବା ଆରମ୍ଭ କରିଥିଲା। ନାବିକମାନେ ପାଣି ନିଷ୍କାସନ ପାଇଁ ଉଦ୍ୟମ କରିଥିଲେ ମଧ୍ୟ ଇଞ୍ଜିନ ଅଚଳ ଥିବାରୁ ସଫଳ ହୋଇପାରି ନଥିଲେ। ପରିସ୍ଥିତି ଗମ୍ଭୀର ହେବାରୁ ଜାହାଜର କ୍ୟାପଟେନ ଭାରତୀୟ ଜାହାଜ ଚଳାଚଳ ନିର୍ଦ୍ଦେଶାଳୟକୁ ଏ ସମ୍ପର୍କରେ ସୂଚନା ଦେଇଥିଲେ। ଏହାପରେ ଶିପିଂ କର୍ପୋରେସନ ପକ୍ଷରୁ ପାରାଦୀପ ବନ୍ଦରର ସହାୟତା ଲୋଡ଼ାଯାଇଥିଲା।

ପାରାଦୀପ ବନ୍ଦରର ଉପସଂରକ୍ଷକ (ଡିସି) ଅଲେଖ ଚନ୍ଦ୍ର ସାହୁଙ୍କ ସୂଚନା ଅନୁଯାୟୀ, ସୋମବାର ମଧ୍ୟାହ୍ନ ୧୨ଟା ୩୦ରେ ବନ୍ଦରର ଦୁଇଟି ଟଗ ବୋଟ ‘ଡଲଫିନ-୨୦’ ଓ ‘ଡଲଫିନ-୨୫’କୁ ଉଦ୍ଧାର କାର୍ଯ୍ୟ ପାଇଁ ପଠାଯାଇଥିଲା। ପାରାଦୀପ ବନ୍ଦରଠାରୁ ପ୍ରାୟ ୫୦ ନଟିକାଲ ମାଇଲ ବା ୯୦ କିଲୋମିଟର ଦୂରରେ ଭାସୁଥିବା ଜାହାଜକୁ ରଶି ସହାୟତାରେ ଟାଣି ଆଣିବା ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା।

ବର୍ତ୍ତମାନ ସମୁଦ୍ରରେ ବାତ୍ୟା ଆଶଙ୍କା ଥିବାରୁ ପାଣିପାଗ ପରିସ୍ଥିତି ଅତ୍ୟନ୍ତ ପ୍ରତିକୂଳ ରହିଥିଲା। ତଥାପି ବନ୍ଦରର ଉଦ୍ଧାରକାରୀ ଦଳ ସାହସିକତାର ସହ ଅଭିଯାନ ଜାରି ରଖି ଜାହାଜଟିକୁ ନିରାପଦରେ ପାରାଦୀପ ବନ୍ଦର ଆଙ୍କରେଜ ଅଞ୍ଚଳକୁ ଆଣିଥିଲେ। ମଙ୍ଗଳବାର ସକାଳେ ଜାହାଜଟିକୁ ଏଠାରେ ସୁରକ୍ଷିତ ଭାବେ ରଖାଯାଇଛି। ଏଥିରେ ଥିବା ସମସ୍ତ ୨୭ ନାବିକ ସୁରକ୍ଷିତ ଥିବା ଶ୍ରୀ ସାହୁ ସ୍ପଷ୍ଟ କରିଛନ୍ତି।

ଏହି ଉଦ୍ଧାର ଅଭିଯାନର ନେତୃତ୍ୱ ନେଇଥିଲେ ହାର୍ବର ମାଷ୍ଟର ଇନ୍ଦ୍ରନିଲ ମୁଖାର୍ଜୀ। ଅଭିଯାନ ସମୟରେ ଭାରତୀୟ ତଟରକ୍ଷୀ ବାହିନୀ (କୋଷ୍ଟଗାର୍ଡ) ମଧ୍ୟ ଆବଶ୍ୟକ ସହଯୋଗ ଯୋଗାଇ ଦେଇଥିଲା। ଏହି ସଫଳ ଉଦ୍ଧାର କାର୍ଯ୍ୟରେ ସାମିଲ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ବନ୍ଦର ଅଧ୍ୟକ୍ଷ ସୁଶାନ୍ତ କୁମାର ପୁରୋହିତ ଧନ୍ୟବାଦ ଜଣାଇଛନ୍ତି।

ସୂଚନାଯୋଗ୍ୟ, ଗତ ତିନି ମାସ ମଧ୍ୟରେ ଭାରତୀୟ ଜଳସୀମାରେ ଏଭଳି ତିନୋଟି ଜାହାଜ ଦୁର୍ଘଟଣା ଘଟିଛି। ଗତ ସେପ୍ଟେମ୍ବର ୨୩ ତାରିଖରେ ପାରାଦୀପ ବନ୍ଦରଠାରୁ ୩୫ ନଟିକାଲ ମାଇଲ ଦୂରରେ ତୈଳବାହୀ ଜାହାଜ ‘ଏମ୍‌ଟି ସି-ଗୁଲ’ର ଇଞ୍ଜିନ ଅଚଳ ହୋଇଯାଇଥିଲା। ସେତେବେଳେ କୋଷ୍ଟଗାର୍ଡ ଓ ପାରାଦୀପ ବନ୍ଦର ମିଳିତ ଭାବେ ଜାହାଜଟିକୁ ଉଦ୍ଧାର କରିଥିଲେ।

ସେହିପରି ଅଗଷ୍ଟ ମାସରେ ପାରାଦୀପରୁ ଚୀନ ଅଭିମୁଖେ ଯାଉଥିବା ’ଏମ୍ଭି ଓସେନ’ ନାମକ ଜାହାଜ ଆଣ୍ଡାମାନ ନିକଟ ଭାରତୀୟ ଜଳସୀମାରେ ବୁଡ଼ିଯାଇଥିଲା। ଜାହାଜରେ ଥିବା ୨୬ ଜଣ ନାବିକଙ୍କ ମଧ୍ୟରୁ ଦୁଇଜଣଙ୍କ ମୃତଦେହ ମିଳିଥିବା ବେଳେ ଦୁଇଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଥିଲା। ଅନ୍ୟ ୨୨ ଜଣ ଏବେ ମଧ୍ୟ ନିଖୋଜ ଅଛନ୍ତି।

ଲଗାତାର ଜାହାଜ ଦୁର୍ଘଟଣା ଓ ଯାନ୍ତ୍ରିକ ତ୍ରୁଟି ଭାରତୀୟ ସମୁଦ୍ରପଥରେ ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନ ଉଠାଇଛି। ତେବେ ପାରାଦୀପ ବନ୍ଦରର ତ୍ୱରିତ ଓ ସମନ୍ବିତ ଉଦ୍ଧାର ଅଭିଯାନ ଯୋଗୁ ଏଥର ୨୭ ନାବିକଙ୍କ ଜୀବନ ସୁରକ୍ଷିତ ରହିପାରିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗର ପ୍ରଶାସନ ତତ୍ପର: ପାହାଡ଼-ନଦୀକୂଳରେ ରହିବେନି ଲୋକେ

ଭଞ୍ଜନଗର, ୧୭।୧୧ (ବାବୁଲା ପ୍ରଧାନ):ବାତ୍ୟା ଅର୍ଣ୍ଣବ ଗଞ୍ଜାମ ଜିଲାବାସୀଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି। ଏହି ବାତ୍ୟାଜନିତ ବନ୍ୟାର ୨୦ ଦିନ ନ ପୂରୁଣୁ ଆଉ ଏକ…

ବୈଭବ-ଅଭିଷେକଙ୍କ ବ୍ୟାଟରେ ହେବ ଛକା-ଚୌକା ବର୍ଷା! ତିଳକ ବର୍ମା ଅଧିନାୟକ, ଏସିଆ କପ ପାଇଁ କାତାରରେ ପହଞ୍ଚିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୧୭।୧୧: ରାଇଜିଂ ଷ୍ଟାର୍ସ ଏସିଆ କପ ୨୦୨୬ ପାଇଁ ଟିମ ଇଣ୍ଡିଆ କାତାରରେ ପହଞ୍ଚିଛି। ତିଲକ ବର୍ମାଙ୍କ ଅଧିନାୟକତ୍ୱରେ ଖେଳିବାକୁ ଥିବା ଏହି ଦଳରେ ବୈଭବ ସୂର୍ଯ୍ୟବଂଶୀ…

ସରକାରଙ୍କ ବଡ଼ ଘୋଷଣା, ଏଣିକି ସରକାରୀ ଚାକିରି ପାଇଁ ମାଗଣା ଆବେଦନ!

କୋଲକାତା,୧୭।୧୧: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ସୋମବାର (ନଭେମ୍ବର ୧୬, ୨୦୨୬) ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ସରକାରୀ ନିଯୁକ୍ତି ପରୀକ୍ଷାରେ ଅଂଶଗ୍ରହଣ…

ମାହିଙ୍କ ଶେଷ IPL ହେବ କି ୨୦୨୭! CSKର ରିଟେନ୍ସନ ଲିଷ୍ଟରେ ଆଜି ହେବ ବଡ଼ ଖୁଲାସା

ନୂଆଦିଲ୍ଲୀ,୧୭।୧୧: ଇଣ୍ଡିଆନ ପ୍ରିମିୟର ଲିଗ (IPL) ୨୦୨୭ ପୂର୍ବରୁ ମିନି ଅକ୍ସନ ଆୟୋଜନ ହେବାକୁ ଯାଉଛି। ଡିସେମ୍ବର ମଧ୍ୟଭାଗରେ ଅକ୍ସନ ଜରିଆରେ ସମସ୍ତ ଦଳ ନିଜ ନିଜ…

ଛୋଟ ଦୋକାନୀଙ୍କ ପାଇଁ NPCIର ବଡ଼ ଉପହାର, UPI ଆପଣାଇଲେ ମିଳିବ ୭୫୦ ଟଙ୍କାର ଫାଇଦା! ଜାଣନ୍ତୁ ନୂଆ ଯୋଜନା

ନୂଆଦିଲ୍ଲୀ,୧୭।୧୧: ଦେଶର ଛୋଟ ଦୋକାନୀ ଏବଂ ସ୍ଥାନୀୟ ବ୍ୟବସାୟୀଙ୍କ ମଧ୍ୟରେ ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ ଇଣ୍ଡିଆ (NPCI) ଏକ…

ମହିଳା ଡାକ୍ତରଙ୍କୁ ମାନସିକ ନିର୍ଯାତନା ଅଭିଯୋଗ: ସିଡିଏମ୍ଓଙ୍କୁ ଚିଠିଲେଖିଲେ ୩ ଡାକ୍ତର

ସମ୍ବଲପୁର,୧୭।୧୧(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ମହିଳା ଡାକ୍ତରମାନଙ୍କୁ ମାନସିକ ନିର୍ଯାତନା ଏବଂ ଅପମାନଜନକ ବ୍ୟବହାର କରାଯାଉଥିବା ନେଇ ଏକ ସାଙ୍ଘାତିକ ଅଭିଯୋଗ ସାମ୍ନାକୁ…

ୱାର୍ମ-ଅପ ମ୍ୟାଚରେ ନ ଖେଳିବା ସତ୍ତ୍ୱେ ପନ୍ତଙ୍କ ଉପରେ ଆସ୍ଥା ଅକ୍ଷୁର୍ଣ୍ଣ ରହିଛି; ଟେଷ୍ଟ ସିରିଜ ପୂର୍ବରୁ ଟିମ ମ୍ୟାନେଜମେଣ୍ଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ,୧୭।୧୧: ବିଶ୍ୱର ସବୁଠାରୁ ଅଧିକ ପବନ ବହୁଥିବା ସହରରେ ବଞ୍ଚିରହିବା ଏକ କଠିନ କାମ ଅଟେ। କେତେବେଳେ ପବନ ଏତେ ପ୍ରବଳ ହୋଇଯାଏ ଯେ ଲୋକମାନେ ମଧ୍ୟ…

ବିଳମ୍ବିତ ରାତିରେ କେନ୍ଦ୍ର ସରକାର ନେଲେ ବଡ଼ ନିଷ୍ପତ୍ତି: ହଠାତ୍‌ ବଢିଲା….

ନୂଆଦିଲ୍ଲୀ,୧୭।୧୧: ତେଲ କମ୍ପାନୀଗୁଡ଼ିକୁ ନେଇ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସୋମବାର ବିଳମ୍ବିତ ରାତିରେ ସରକାର ଡିଜେଲ ଓ ବିମାନ ଇନ୍ଧନ (ATF) ରପ୍ତାନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?