Odisha Elections 2024

ଲିଙ୍ଗଗତ ଅସମାନତା ଯୋଗୁ ସଙ୍କୁଚିତ ହେଉଛି ମହିଳାଙ୍କ ମସ୍ତିଷ୍କ

ଲଣ୍ଡନ, ୧୫ା୫: ଅନେକ ଦେଶରେ ମହିଳାଙ୍କ ଅପେକ୍ଷା ପୁରୁଷଙ୍କୁ ବେଶି ପ୍ରାଧାନ୍ୟ ଦିଆଯାଏ। ଘରେ ହେଉ ଅବା ବାହାରେ, ପାଠ ପଢ଼ାଠାରୁ ଆରମ୍ଭ କରି ଚାକିରି କରିବା କ୍ଷେତ୍ରରେ ପୁରୁଷଙ୍କୁ ସବୁଥିରେ ଅଗ୍ରାଧିକାର ଦିଆଯାଏ। ଏହି ଲିଙ୍ଗଗତ ଅସମାନତା କେବଳ ସମାଜକୁ ପ୍ରଭାବିତ କରୁନାହିଁ, ଏହାଦ୍ୱାରା ମହିଳାଙ୍କ ମସ୍ତିଷ୍କ ସଙ୍କୁଚିତ ହେଉଥିବା ଲଣ୍ଡନର ବିଶେଷଜ୍ଞଙ୍କ ଦ୍ୱାରା କରାଯାଇଥିବା ଗବେଷଣାରୁ ଜଣାପଡ଼ିଛି।
ଲିଙ୍ଗଗତ ଭେଦଭାବ ଅଧିକ ଦେଖାଯାଉଥିବା ଦେଶର ମହିଳାଙ୍କ ମସ୍ତିଷ୍କର ଡାହାଣ ହେମିସ୍ପିୟର ମୋଟେଇ ପୁରୁଷଙ୍କ ତୁଳନାରେ ପତଳା ହୋଇଥିବା ଜଣାପଡ଼ିଛି। ଯେଉଁ ଦେଶରେ ଲିଙ୍ଗଗତ ଅସମାନତା ଅଧିକ ସେ ଦେଶରେ ମହିଳାଙ୍କ ମସ୍ତିଷ୍କର ହେମିସ୍ପିୟର ସେତେ ପତଳା ହୋଇଥିବା ଲକ୍ଷ୍ୟ କରାଯାଇଛି। ଚିନ୍ତା ଓ ଆବେଗ ଯୋଗୁ ମହିଳାଙ୍କ ମସ୍ତିଷ୍କରେ ଏ ପ୍ରକାର ପରିବର୍ତ୍ତନ ଦେଖାଯାଉଥିବା ଅଧ୍ୟୟନର ମୁଖ୍ୟ ଅଥର୍‌ ତଥା ଅକ୍ସଫୋର୍ଡ ୟୁନିଭର୍ସିଟିର ସାକାଟ୍ରି ବିଭାଗ ପ୍ରଫେସର ଡା. ନକୋଲାସ କ୍ରସ୍‌ଲି କହିଛନ୍ତି। ଅଧ୍ୟୟନରେ ଭାରତକୁ ମଧ୍ୟ ସାମିଲ କରାଯାଇଛି। ଅନ୍ୟପକ୍ଷେ ଜନସଚେତନତା ଯୋଗୁ ବିଭିନ୍ନ ସ୍ଥାନରେ ଲିଙ୍ଗଗତ ଅସମାନତା ହ୍ରାସ ପାଇଛି। ଜର୍ନାଲ ପ୍ରୋସିହିଙ୍ଗ୍‌ ଅଫ୍‌ ଦ ନ୍ୟାଶନାଲ ଏକାଡେମି ଅଫ୍‌ ସାଇନ୍ସେସ୍‌ରେ ଅଧ୍ୟୟନର ସବିଶେଷ ତଥ୍ୟ ପ୍ରକାଶ ପାଇଛି।
୧୮ରୁ ୪୦ ବର୍ଷ ବୟସ ବର୍ଗର ୪,୦୭୮ ମହିଳା ଏବଂ ୩,୭୯୮ ପୁରୁଷଙ୍କୁ ନେଇ ଏହି ଅଧ୍ୟୟନ କରାଯାଇଛି। ବ୍ରିଟେନ, ଚାଇନା, ଆମେରିକା, ଭାରତ, ଦକ୍ଷିଣ ଆଫ୍ରିକା ଆଦି ଦେଶର ଲୋକଙ୍କୁ ଏଥିରେ ସାମିଲ କରାଯାଇଛି। ଚିନ୍ତା କାରଣରୁ ନ୍ୟୁରୋନ୍‌ ସଂଯୋଗ ସବୁ ଦୁର୍ବଳ ହୋଇଯାଇଥିବା ଏମ୍‌ଆର୍‌ଆଇ ଷ୍ଟଡିରୁ ଜଣାପଡ଼ିଥିବା କ୍ରସ୍‌ଲି କହିଛନ୍ତି। ଅନ୍ୟପକ୍ଷେ ଅବସାଦ ଯୋଗୁ ମହିଳାଙ୍କ ମସ୍ତିଷ୍କର ବିକାଶରେ ବାଧା ସୃଷ୍ଟି ହୋଇଥାଏ। ଏଥିଯୋଗୁ ମହିଳାଙ୍କଠାରେ ମସ୍ତିଷ୍କଜନିତ ରୋଗ ବୃଦ୍ଧି ପାଇବାର ଡର ରହିଛି। ଲିଙ୍ଗଗତ ଅସମାନତା ଦ୍ୱାରା ମହିଳାଙ୍କ ମସ୍ତିଷ୍କ ସଙ୍କୁଚିତ ହେବା ଜଣାପଡ଼ିବା ପରେ ଏହା କେଉଁଭଳି ଏବଂ କେବେ ମସ୍ତିଷ୍କକୁ ଅଧିକ ପ୍ରଭାବିତ କରୁଛି ସେ ବିଷୟରେ ଅଧିକ ଅଧ୍ୟୟନ କରାଯିବାର ଆବଶ୍ୟକତା ରହିଛି।

 

 


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା ପ୍ରଭାବିତ ଅଞ୍ଚଳରେ ବର୍ଷା ବନ୍ଦ କରିବାକୁ କରାଯାଉଛି କ୍ଲାଉଡ ସିଡିଂର ପ୍ରୟୋଗ

ଜାକର୍ତ୍ତା,୧୬।୫: ବର୍ଷା କରିବା ପାଇଁ ଆପଣ କ୍ଲାଉଡ ସିଡିଂ ବ୍ୟବହାର କରିବା ବିଷୟରେ ନିଶ୍ଚୟ ଶୁଣିଥିବେ । କିନ୍ତୁ ବନ୍ୟା ପ୍ରଭାବିତ ଅଞ୍ଚଳରେ ଅଧିକ ବର୍ଷା...

ସ୍ଲୋଭାକିଆର ପ୍ରଧାନମନ୍ତ୍ରୀଙ୍କ ଉପରକୁ ଗୁଳି ଚଳାଇବାର ପ୍ରଥମ ଭିଡିଓ ଆସିଲା ସାମ୍ନାକୁ

ବ୍ରେଟିସ୍ଲାଭା,୧୬ା୫:  ସ୍ଲୋଭାକିଆର ପ୍ରଧାନମନ୍ତ୍ରୀ ରବର୍ଟ ଫିକୋ  ଗୁଳି ବିନିମୟରେ ଗୁରୁତର ହୋଇଛନ୍ତି। ଫିକୋଙ୍କ ଉପରେ ହୋଇଥିବା ଗୁଳି ବିନିମୟକୁ ବିଶ୍ୱର ନେତାମାନେ ନିନ୍ଦା କରିଛନ୍ତି ଏବଂ...

ଗଭୀର ହେଉଛି ଋଷ-ଚାଇନା ସମ୍ପର୍କ, ବିଭିନ୍ନ ଚୁକ୍ତିନାମାରେ କଲେ ସ୍ଵାକ୍ଷର

ବେଜିଂ,୧୬ା୫: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଉଭୟର ଦେଶର ୭୫ ବର୍ଷ ସମ୍ପର୍କ ପୂର୍ତ୍ତି ଅବସରରେ ବ୍ୟାପକ ରଣନୀତିକ...

ବିପକ୍ଷର କୌଣସି ନେତା ମୋଦିଙ୍କ ସମକକ୍ଷ ହୋଇପାରିବେ ନାହିଁ: ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କଲେ ଆମେରିକୀୟ ବ୍ୟବସାୟୀ

ନୂଆଦିଲ୍ଲୀ/ଓ୍ବାଶିଂଟନ୍‌,୧୬।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହେଉଛନ୍ତି ଭାରତର ଏକମାତ୍ର ନେତା ଯିଏ ଭବିଷ୍ୟତ ବିଷୟରେ କହୁଛନ୍ତି। ବିରୋଧୀ ଦଳର କେହି ନାହାଁନ୍ତି ଯିଏ ମୋଦିଙ୍କ ଗତିଶୀଳତା...

ଭାରତ ଚନ୍ଦ୍ରରେ ପହଞ୍ଚିଲାଣି, ଆମ ପିଲା ଖାଲରେ ପଡ଼ି ମରୁଛନ୍ତି: ଭାରତକୁ ହୃଦୟ ଖୋଲି ପ୍ରଶଂସା କଲେ ପାକିସ୍ତାନ ସାଂସଦ

ଇସଲାମାବାଦ୍‌,୧୬।୫: ପାକିସ୍ତାନର ସାଂସଦ ସୟଦ ମୁସ୍ତାଫା କମଲ ଭାରତକୁ ହୃଦୟ ଖୋଲି ପ୍ରଶଂସା କରିଛନ୍ତି। ପାକିସ୍ତାନୀ ସାଂସଦ କହିଛନ୍ତି, ଗୋଟିଏ ପଟେ ଖାଲରେ ପଡି ପିଲାମାନେ...

ତୃତୀୟଥର ପ୍ରଧାନମନ୍ତ୍ରୀ ହେବାପରେ ପ୍ରଥମେ ପାକିସ୍ତାନ ଯିବେ ମୋଦି! ଜୋର ଧରିଲା ଚର୍ଚ୍ଚା

ଇସଲାମାବାଦ୍‌,୧୬।୫: ପାକିସ୍ତାନୀ ଗଣମାଧ୍ୟମରେ ଭାରତର ପ୍ରଧାନମନ୍ତ୍ରୀଙ୍କ ବିଷୟରେ ଚର୍ଚ୍ଚା ଜୋର ଧରିଛି। ଲୋକ ସଭା ନିର୍ବାଚନରେ ଜିତିବା ପରେ ମୋଦି ପ୍ରଥମେ ପାକିସ୍ତାନ ଆସିବେ ବୋଲି...

ଆଜି ଜାତୀୟ ଡେଙ୍ଗୁ ଦିବସ

ଆମେ ସମ୍ମୁଖୀନ ହେଉଥିବା ସ୍ବାସ୍ଥ୍ୟ ସମସ୍ୟାଗୁଡ଼ିକ ମଧ୍ୟରେ ଡେଙ୍ଗୁ ଅନ୍ୟତମ। ଏଡିସ୍‌ ମଶା ହେଉଛି ଏହାର ବାହକ। ପ୍ରାରମ୍ଭରୁ ଡେଙ୍ଗୁର ଚିକିତ୍ସା କରା ନ ଗଲେ...

ଶେଷ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ

ମସ୍କୋ,୧୫ା୫: ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ବୁଧବାର କହିଛନ୍ତି, ତାଙ୍କ ସରକାର ୟୁକ୍ରେନ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ। ଚାଇନା ଗସ୍ତ ପୂର୍ବରୁ ଏକ ସାକ୍ଷାତକାରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri