ନଦୀ ଗର୍ଭରେ ଲୀନ ହେବ ଶତାଧିକ ଏକର ଜମି

ଖଣ୍ଡପଡ଼ା,୧୫ା୫(ସ୍ବ.ପ୍ର.): ନୟାଗଡ଼ ଜିଲାରେ ପ୍ରତିବର୍ଷ କୁସୁମୀ ଓ କୁଆଁରିଆ ନଦୀ ବନ୍ୟାରେ ତଟବର୍ତ୍ତୀ ଫସଲ ଜମି କ୍ରମଶଃ ଲୀନ ହେବାରେ ଲାଗିଛି। ଏହାଛଡା ପ୍ରବଳ ବନ୍ୟା ସ୍ରୋତରେ ଅନେକ ଚାଷ ଜମି ମଧ୍ୟ ବାଲିଚର ହେଉଛି। ସଂପୃକ୍ତ ନଦୀ ତଟବର୍ତ୍ତୀ ଜମିର ସୁରକ୍ଷା ପାଇଁ ଉଭୟ ନଦୀର ସଙ୍ଗମ ସ୍ଥଳରେ ଜଳ ସମ୍ପଦ ବିଭାଗ ପକ୍ଷରୁ ଏକ ଏସ୍‌କେପ ନିର୍ମାଣ ସହ ନଦୀ କୂଳରେ ପଥର ପ୍ୟାକିଂ କରାଯିବାକୁ ଚାଷୀମାନଙ୍କ ପକ୍ଷରୁ ଦାବି ହେଉଛି।
ଜିଲାର କଣ୍ଟିଲୋ, ଦୁଆରଗଁା ଓ ଧାନଚେଙ୍ଗଡା ଗ୍ରାମ ନିକଟ କୁସୁମୀ ଓ କୁଆଁରିଆ ନଦୀର ସଙ୍ଗମ ସ୍ଥଳରୁ କମେଇ ନଦୀର ସୃଷ୍ଟି। ଏହି କମେଇ ନଦୀର ଗଭ ର୍‌(ଓସାର) ପ୍ରାୟ ଦେଢ ଶହ ଫୁଟ ହୋଇଥିବା ବେଳେ କୁସୁମୀ ଓ କୁଆଁରିଆ ନଦୀର ସଙ୍ଗମ ସ୍ଥଳଠାରୁ ପ୍ରାୟ ୪ କି.ମି. ଦୂର ତଳ ମୁଣ୍ଡରେ ପ୍ରବାହିତ ମହାନଦୀ ସହ କମେଇ ନଦୀ ମିଶିଛି। ନିକଟବର୍ତ୍ତୀ ଗ୍ରାମ ଓ ଚାଷ ଜମିର ସୁରକ୍ଷା ଦୃଷ୍ଟିରୁ ଜଳ ସମ୍ପଦ ବିଭାଗ ପକ୍ଷରୁ କମେଇ ବ୍ରିଜଠାରୁ ଧାନଚେଙ୍ଗଡା ପର୍ଯ୍ୟନ୍ତ କମେଇ ନଦୀର ଦକ୍ଷିଣପାର୍ଶ୍ୱରେ ପ୍ରାୟ ଅଢେଇ କି.ମି. ଲମ୍ବର ମାଳ ବନ୍ଧ ନିର୍ମାଣ କରାଯାଇଛି। ସେହିପରି କଣ୍ଟିଲୋ ପୂର୍ତ୍ତ ବିଭାଗ ରାସ୍ତାଠାରୁ କମେଇ ନଦୀ ବାମପାର୍ଶ୍ୱ ଧୋବଣୀଘାଇ-ଭାଗବତ ମୁଣ୍ଡିଆ ପର୍ଯ୍ୟନ୍ତ ପ୍ରାୟ ୪ କି.ମି. ଲମ୍ବର ମାଳବନ୍ଧ ନିର୍ମାଣ କରାଯାଇଛି। ମାତ୍ର କମେଇ ନଦୀ ବାମପାର୍ଶ୍ୱ ମାଳବନ୍ଧ ମଧ୍ୟରେ ଥିବା ଛଣପାଟ, ପାଟକୁକୁଟା, ବୋଲୁଅ ପାଟ, କେନ୍ଦୁଆ ଓ ମରେଇକଣର ପ୍ରାୟ ହଜାର ଏକରରୁ ଊର୍ଦ୍ଧ୍ୱ ଜମି ପ୍ରତିବର୍ଷ ବନ୍ୟାରେ ଜଳ ମଗ୍ନ ହୋଇଥାଏ। ଜମିଗୁଡ଼ିକରେ ପଟୁ ମାଡି ଯାଉଥିବାରୁ ସେଥିରେ ଧାନ ଫସଲ କରିବା ସମ୍ଭବ ନୁହେଁ। ମାତ୍ର ଏହିସବୁ ଜମିଗୁଡ଼ିକରେ ଧାନ ଫସଲ ବ୍ୟତିତ ଆଖୁ, ମୁଗ, ବିରି, କୋଳଥ ଓ ବାଦାମ ଚାଷ କରାଯାଇ ପ୍ରଚୁର ପରିମାଣର ମୁଗ, ବିରି ଫସଲ ଉପତ୍ାଦନ ହୋଇଥାଏ। ପରିତାପର ବିଷୟ ପ୍ରବଳ ବନ୍ୟା ଜଳ ଉକ୍ତ ଜମିରେ ପ୍ରବାହିତ ହେବା ସମୟରେ ଅଧିକାଂଶ ଜମି ବାଲିଚର ହେବାରେ ଲାଗିଛି। ଫଳରେ ନଦୀ କୂଳରେ ଥିବା ଜମି ଅତଡ଼ା ଖାଇ ପ୍ରତିବର୍ଷ ଆସ୍ତେ ଆସ୍ତେ ନଦୀ ଗର୍ଭରେ ଲୀନ ହେଉଛି। ଏ ନେଇ କ୍ଷତିଗ୍ରସ୍ତ ଚାଷୀ ଜଳ ସମ୍ପଦ ବିଭାଗୀୟ କର୍ତ୍ତୃପକ୍ଷମାନଙ୍କୁ ଦୀର୍ଘବର୍ଷରୁ ଅଭିଯୋଗ କରି ଆସୁଥିଲେ ମଧ୍ୟ ପ୍ରତିକାର ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ରାଜ୍ୟ ସରକାର ପ୍ରତିବର୍ଷ ମାଳବନ୍ଧଗୁଡ଼ିକର ରକ୍ଷଣାବେକ୍ଷଣ ଓ ନୂତନ ମାଳ ବନ୍ଧ ନିର୍ମାଣ ପାଇଁ ଅର୍ଥ ବ୍ୟୟ କରୁଛନ୍ତି। ମାତ୍ର ପ୍ରକୃତ ପକ୍ଷରେ ଆବଶ୍ୟକ କାର୍ଯ୍ୟ ପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ଅବହେଳା ପ୍ରଦର୍ଶନ କରି ବିଭିନ୍ନ ମାଳବନ୍ଧର ରକ୍ଷଣାବେକ୍ଷଣ ଆଳରେ ଅର୍ଥ ବ୍ୟୟ କରୁଥିବା ଅଭିଯୋଗ ହେଉଛି। ତେବେ କମେଇ ନଦୀ ତଟବର୍ତ୍ତୀ ଜମିର ସୁରକ୍ଷା ତଥା ବାଲିଚରରୁ ରକ୍ଷା କରିବାକୁ କୁସୁମୀ ଓ କୁଆଁରିଆ ନଦୀର ସଙ୍ଗମ ସ୍ଥଳ ତଳ ମୁଣ୍ଡରେ ୨ କୂଳକୁ ଲଗାଇ ପ୍ରାୟ ଦେଢ ଶହ ଫୁଟ ଲମ୍ବ ଓ ୨ ମିଟର ଉଚ୍ଚତା ବିଶିଷ୍ଟ ଏକ ପଥର ବନ୍ଧ (ଏସ୍‌କେପ) ନିର୍ମାଣ କରାଗଲେ ଚାଷୀମାନଙ୍କର ବହୁ ଦିନର ସମସ୍ୟା ଦୂର ହୋଇ ପାରନ୍ତା ବୋଲି ସାଧାରଣରେ ଦାବି ହେଉଛି।
ସୂଚନାଯୋଗ୍ୟ, ବନ୍ୟା ସମୟରେ କମେଇ ନଦୀର ଜଳ ପତନ ୨ କୂଳ ଲଂଘି ଉଚ୍ଚରେ ପ୍ରବାହିତ ହୋଇଥାଏ। ନଦୀ ମଧ୍ୟରେ ୨ ମିଟର ଉଚ୍ଚତା ବିଶିଷ୍ଟ ଏହି ଏସ୍‌କେପ ନିର୍ମାଣ ହେଲେ ବନ୍ୟା ସ୍ରୋତରେ ଭାସି ଆସୁଥିବା ବାଲି ବାଧା ପ୍ରାପ୍ତ ହୋଇ ସେଠାରେ ଅଟକି ଯାଆନ୍ତା। ଏଥିସହ ନଦୀର ପ୍ରଖର ସ୍ରୋତ ଏଠାରେ ବାଧା ପାଇ ତା’ର ପ୍ରଖରତା ହରାଇ ନଦୀ କୂଳବର୍ତ୍ତୀ ଜମିଗୁଡ଼ିକରେ ସେତେଟା ପ୍ରଭାବ ପକାଇବ ନାହିଁ କିମ୍ବା ବିଶେଷ କ୍ଷୟକ୍ଷତି ଘଟାଇବ ନାହିଁ। ଏ ସମସ୍ୟାର ପ୍ରତିକାର ସମ୍ପର୍କରେ ଜଳ ସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ ରାମମୋହନ ବେହେରାଙ୍କୁ ପଚାରିବାରେ ଏସ୍‌କେପର ଆବଶ୍ୟକତା ରହିଛି। ତେବେ ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ ଅବଗତ କରାଯିବ। ସେମାନେ ସମ୍ପୃକ୍ତ ସ୍ଥାନ ପରିଦର୍ଶନ କରିବା ପରେ ଆବଶ୍ୟକ ପଦକ୍ଷେପ ନିଆଯାଇ ପାରେ ବୋଲି ସେ କହିଛନ୍ତି। ଏହାଛଡା ଲୋକ ପ୍ରତିନିଧିମାନେ ଏହି ଯୋଜନା ଉପରେ ଗୁରୁତ୍ୱାରୋପ କରି ପ୍ରଶାସନର ସହଯୋଗ ଲୋଡି ପାରିଲେ ସମ୍ପୃକ୍ତ କାର୍ଯ୍ୟ ସମ୍ପାଦନ ସମ୍ଭବ ହୋଇପାରିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?