ବୈଜ୍ଞାନିକଙ୍କ ଚମତ୍କାରିତା, ଭୂକମ୍ପ ଆସିଲେ ପବନରେ ଉଡ଼ିବ ଘର! ଜାଣନ୍ତୁ କେମିତି

ଟୋକିଓ,୧ା୧୦: ଭୂକମ୍ପ ଆସିଲେ ଘର ଦୋହଲିବ ନାହିଁ, ବରଂ ଜମିରୁ ପ୍ରାୟ ୩ ସେଣ୍ଟିମିଟର ଉପରକୁ ଉଠିଯିବ! ଜାପାନର ଏକ କମ୍ପାନୀ ବିକଶିତ କରିଥିବା ଏଭଳି ଭୂକମ୍ପ ପ୍ରତିରୋଧୀ ଘରର ମଡେଲ୍‌ ଏବେ ଚର୍ଚ୍ଚାରେ ରହିଛି । ଶିଳ୍ପପତି ହର୍ଷ ଗୋଏଙ୍କା ମଧ୍ୟ ଏହି ଟେକ୍ନୋଲୋଜିର ଫଟୋ ନିଜ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ଜାପାନୀ କମ୍ପାନୀ ‘ଏୟାର ଦାନଶିନ୍ ସିଷ୍ଟମ୍ସ ଇଙ୍କ୍’ ଏହି ଟେକ୍ନୋଲୋଜି ବିକଶିତ କରିଥିବା ରିପୋର୍ଟରେ ଦାବି କରାଯାଇଛି। ଭୂକମ୍ପ ସମୟରେ ଘରକୁ ଜମିର କମ୍ପନରୁ ଅଲଗା ରଖିବା ଏହାର ମୁଖ୍ୟ ଉଦ୍ଦେଶ୍ୟ।

ଏହି ଘରର ତଳଭାଗରେ ଏକ ସ୍ୱତନ୍ତ୍ର ଏୟାର ଚେମ୍ବର ବା ବାୟୁ ଆଧାର ରହିଥାଏ । ସାଧାରଣ ସମୟରେ ଏହା ସକ୍ରିୟ ରହେନାହିଁ। ଭୂମି ତଳେ ହଠାତ୍ କମ୍ପନ ଆରମ୍ଭ ହେଲେ ଘରରେ ଲାଗିଥିବା ସେନ୍ସର ଏହାକୁ ଚିହ୍ନଟ କରିଥାଏ। ରିପୋର୍ଟ ଅନୁସାରେ, ମାତ୍ର ୦.୫ରୁ ୧ ସେକେଣ୍ଡ ମଧ୍ୟରେ ଏୟାର କମ୍ପ୍ରେସର ଚାଲୁ ହୋଇଯାଏ। ଏହାପରେ ଘର ତଳେ ଏକ ଶକ୍ତିଶାଳୀ ବାୟୁ କୁଶନ୍ ସୃଷ୍ଟି ହୋଇ ଘରକୁ ଜମିରୁ ପ୍ରାୟ ୩ ସେଣ୍ଟିମିଟର ଉପରକୁ ଉଠାଇଦିଏ। ଭୂକମ୍ପର ଝଟକା ଚାଲିଥିବା ସମୟରେ ଘରଟି ଏହି ସ୍ଥିତିରେ ରହେ ଏବଂ ଝଟକା ଶେଷ ହେବା ପରେ ପୁଣି ଧୀରେ ଧୀରେ ନିଜ ସ୍ଥାନକୁ ଫେରିଆସେ ବୋଲି କୁହାଯାଇଛି।

ଏହି ଟେକ୍ନୋଲୋଜିର ଏକ ଲାଇଭ୍ ଟେଷ୍ଟ ମଧ୍ୟ କରାଯାଇଥିବା ରିପୋର୍ଟରେ କୁହାଯାଇଛି । ଘର ଭିତରେ ଟେବୁଲ୍, ଚେୟାର ଏବଂ କାଚର ନାଜୁକ ୱାଇନ୍ ଗ୍ଲାସ୍ ରଖାଯାଇ କୃତ୍ରିମ ଭୂକମ୍ପ ଝଟକା ସୃଷ୍ଟି କରାଯାଇଥିଲା। ଝଟକା ଆରମ୍ଭ ହେବା ପରେ ଘର ଉପରକୁ ଉଠିଥିଲା ଏବଂ ଭିତରେ ଥିବା ଜିନିଷଗୁଡ଼ିକ ସ୍ଥାନରୁ ହଟିନଥିବା ଦାବି କରାଯାଇଛି। ରିପୋର୍ଟ ଅନୁସାରେ, ଜାପାନର ପ୍ରାୟ ୯୦ଟି ଘରେ ଏହି ସିଷ୍ଟମ୍ ବ୍ୟବହାର ହେଉଛି।

ଏହି ଟେକ୍ନୋଲୋଜିର ଉଦ୍ଭାବକ ଭାବେ ଶୋଇଚି ସାକାମୋଟୋଙ୍କ ନାମ ଉଲ୍ଲେଖ କରାଯାଇଛି। ରିପୋର୍ଟ ଅନୁସାରେ, ପାରମ୍ପରିକ ଭୂକମ୍ପ ପ୍ରତିରୋଧୀ ବ୍ୟବସ୍ଥା ତୁଳନାରେ ଏହାର ଖର୍ଚ୍ଚ ପ୍ରାୟ ଏକ-ତୃତୀୟାଂଶ ହୋଇପାରେ । ବିଦ୍ୟୁତ୍ ବିଚ୍ଛିନ୍ନ ହେଲେ ମଧ୍ୟ ସିଷ୍ଟମ୍‌କୁ ଚାଲୁ ରଖିବା ପାଇଁ ବ୍ୟାଟେରୀ ବ୍ୟାକ୍‌ଅପ୍ ରହିଥିବା କୁହାଯାଇଛି।ତେବେ ଏହି ଟେକ୍ନୋଲୋଜିକୁ ନେଇ କିଛି ବିଶେଷଜ୍ଞ ସତର୍କତା ମଧ୍ୟ ପ୍ରକାଶ କରିଛନ୍ତି। ହାଲୁକା ଓ ମଧ୍ୟମ ଧରଣର ଭୂକମ୍ପରେ ଏହା କେତେ ପ୍ରଭାବୀ, ତାହା ନେଇ ଦାବି ଥିବାବେଳେ ଅତ୍ୟନ୍ତ ଶକ୍ତିଶାଳୀ ଓ ବହୁଦିଗରୁ ଝଟକା ଦେଉଥିବା ଭୂକମ୍ପରେ ଏହି ସିଷ୍ଟମ୍ କେତେ ଫଳପ୍ରଦ ହେବ, ସେନେଇ ପ୍ରଶ୍ନ ରହିଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରୁଷିଆ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ MEA ପକ୍ଷରୁ ଆଡଭାଇଜରୀ ଜାରି; କୁହାଯାଇଛି ଯେ, ‘ରିପୋର୍ଟରୁ ଜଣାପଡ଼ୁଛି ଯେ…’

ନୂଆଦିଲ୍ଲୀ,୧।୧୦: ଭାରତ ସରକାର ରୁଷିଆ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି। ଗୁରୁବାର ‘ଏକ୍ସ’ (X) ରେ ଏକ ପୋଷ୍ଟ ମାଧ୍ୟମରେ ବୈଦେଶିକ…

ଫ୍ଲାଏଦୁବାଇ ବିମାନର ନାୟକ ସ୍ମିତଙ୍କୁ ଇସ୍ରାଏଲ ପ୍ରଦାନ କରିବ ବୀରତ୍ୱ ପୁରସ୍କାର, ଆଉ ୪ ଇସ୍ରାଏଲ ନାଗରିକ ପାଇବେ…

ଜେରୁଜେଲମ,୧।୧୦: ଫ୍ଲାଏଦୁବାଇ ଫ୍ଲାଇଟ FZ1073 ରେ ପ୍ରାୟ 180 ଜଣ ଯାତ୍ରୀଙ୍କୁ ବଡ଼ ବିପଦରୁ ଉଦ୍ଧାର କରିଥିବା ଭାରତୀୟ ପାଇଲଟ କ୍ୟାପ୍ଟେନ ସ୍ମତ ମଚ୍ଛାରଙ୍କ ସାହସିକତା ଇସ୍ରାଏଲରେ…

ସ୍ମିତଙ୍କୁ କରାଗଲା ଏୟାର ଲିପ୍ଟ, ପରିବାରକୁ ଭେଟିଲେ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ,୧।୧୦: ଫ୍ଲାଏଦୁବାଇ ବିମାନରେ ଆକ୍ରମଣକାରୀଙ୍କ ମୁକାବିଲା ପାଇଁ ନିଜ ଜୀବନକୁ ବାଜି ଲଗାଇଥିବା ଭାରତୀୟ ପାଇଲଟ ସ୍ମିତ ମଚ୍ଛାରଙ୍କ ଅବସ୍ଥା ସ୍ଥିର ଅଛି। ଏହି ସମୟରେ, ୟୁଏଇ…

ଭାରତୀୟ ପାଇଲଟ ସ୍ମିତ ମଚ୍ଛରଙ୍କୁ ସଲାମ କଲା ସାରା ବିଶ୍ୱ: ମୋଦି କହିଲେ, ହିରୋ…

ନୂଆଦିଲ୍ଲୀ,୧।୧୦: ଦୁବାଇରୁ ଇସ୍ରାଏଲ ଯାଉଥିବା ଫ୍ଲାଇଦୁବାଇ ବିମାନରେ କଥିତ ଅପହରଣ ଉଦ୍ୟମକୁ ପ୍ରତିହତ କରିବାରେ ଭୂମିକା ନେଇଥିବା ଭାରତୀୟ କ୍ୟାପ୍ଟେନ ସ୍ମିତ ମଚ୍ଛରଙ୍କ ସାହସକୁ ପ୍ରଶଂସା କରିଛନ୍ତି…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

ଟ୍ରମ୍ପଙ୍କ ସହ ଫୋନରେ କଥା ହେଲେ ମୋଦି, ଏହି ସବୁ ବିଷୟକୁ ନେଇ ଆଲୋଚନା…

ନୂଆଦିଲ୍ଲୀ,୩୦।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଫୋନ୍‌ରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । ଦୁଇ ନେତା ବାଣିଜ୍ୟ, ପ୍ରତିରକ୍ଷା, ଶକ୍ତି,…

ମଝି ଆକାଶରେ ଝଗଡ଼ା ଲାଗିଲେ ୨ ପାଇଲଟ୍‌, ବିମାନ ଜରୁରୀ ଅବତରଣ କରିବା ପରେ…

ଦୁବାଇ,୩୦ା୯: ବୁଧବାର ଦୁବାଇରୁ ତେଲ ଅଭିଭ୍‌ ଯାଉଥିବା ଫ୍ଲାଇଦୁବାଇ ବିମାନ ଏଫ୍‌ ଜେଡ୍‌ ୧୦୭୩କୁ ସାଉଦି ଆରବର ତାବୁକ ବିମାନବନ୍ଦରରେ ଜରୁରୀ ଅବତରଣ କରାଯାଇଛି। ବିମାନଟି ଜରୁରୀକାଳିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?