ଲଡୁବାବାଙ୍କ ମନ୍ଦିରର ଭୋଗ ଅନନ୍ୟ

ଶରଣକୁଳ,୧୫ା୫(ଡି.ଏନ.ଏ.): ଓଡ଼ିଶାର ପ୍ରସିଦ୍ଧ ଶୈବକ୍ଷେତ୍ର ଶରଣକୁଳ ଲଡୁବାବାଙ୍କ ମନ୍ଦିର ପରିଚାଳନା ଶୈଳୀ ଅତ୍ୟନ୍ତ ଉଚ୍ଚକୋଟୀର ହୋଇଥିବାରୁ ଭକ୍ତମାନେ ଠାକୁରଙ୍କୁ ଦର୍ଶନ କରି ବେଶ୍‌ ଆନନ୍ଦ ଉପଭୋଗ କରୁଛନ୍ତି। ପ୍ରଭୁ ଲଡ଼ୁବାବାଙ୍କ ସକାଳ ବଲ୍ଲଭଠାରୁ ରାତ୍ର ବଡ଼ଶୃଙ୍ଗାର ପର୍ଯ୍ୟନ୍ତ ବିଭିନ୍ନ ନୀତି ଶୃଙ୍ଖଳିତ ଭାବେ ଅନୁଷ୍ଠିତ ହୋଇଥାଏ। ବିଭିନ୍ନ ନୀତି ସମୟରେ ମହାପ୍ରଭୁଙ୍କୁ ଅର୍ପଣ କରାଯାଉଥିବା ଭୋଗ, ପ୍ରସାଦ ପାଇ ଭକ୍ତମାନେ ନିଜକୁ ଧନ୍ୟ ମନେକରୁଛନ୍ତି। ଠାକୁରଙ୍କ ପାଖରେ କୌଣସିପ୍ରକାର ବାସିଭୋଗ ବିକ୍ରି ହୁଏନାହିଁ। ପ୍ରତିଦିନ ପ୍ରସାଦ ପାଇବାକୁ ଏତେ ଲୋକ ସମାଗମ ହେଉଛନ୍ତି ଯେ, ଲଟେରି ମାଧ୍ୟମରେ ପ୍ରସାଦ ବିକ୍ରି ହେଉଥିବା ଭକ୍ତମାନଙ୍କଠାରୁ ପ୍ରକାଶ। ଦେବୋତ୍ତର ବିଭାଗର ନିୟମ ଅନୁଯାୟୀ, ମହାପ୍ରଭୁଙ୍କ ପାଇଁ ଭୋଗ ପ୍ରସ୍ତୁତ କରାଯାଇଥାଏ। ସକାଳ ବଲ୍ଲଭ ନୀତିରେ ମହାପ୍ରଭୁଙ୍କ ଭୋଗ ପାଇଁ ପ୍ରସ୍ତୁତ ହେଉଥିବା କୋରା, ମଧ୍ୟାହ୍ନ ଧୂପରେ ପ୍ରସ୍ତୁତ ଝିଲ୍ଲି ଏବଂ ପୁଡ଼ା ଭୋଗରେ ପ୍ରସ୍ତୁତ ଏଣ୍ଡୁରି, କାନ୍ତି ବରା ତଥା କାକରା ଅତ୍ୟନ୍ତ ସୁସ୍ବାଦୁ ହୋଇଥାଏ। ଚାହିଦା ମୁତାବକ ଭୋଗ ମିଳୁ ନ ଥିବା ଭୋଗ ପ୍ରତ୍ୟାଶୀଙ୍କଠାରୁ ପ୍ରକାଶ। ସାରେ ଟେରା ଭୋଗରେ ମହାପ୍ରଭୁଙ୍କୁ ଅର୍ପଣ କରାଯାଉଥିବା ମାଣ୍ଡୁଅ ପଣା, ସରପଣା, ତାଟଖଜା ଏବଂ ଗୋପାଳ ଅତ୍ୟନ୍ତ ଉଚ୍ଚକୋଟୀର। ବଡ଼ଶୃଙ୍ଗାରରେ ସର ଶୁଆଳି ଏବଂ ଗଜା କଦମ୍ବା ରାଜ୍ୟର ବିଭିନ୍ନ ମନ୍ଦିରରେ ମିଳୁଥିବା ଭୋଗଠାରୁ ଅତ୍ୟନ୍ତ ଉତ୍କୃଷ୍ଟ ବୋଲି ଶ୍ରଦ୍ଧାଳୁମାନେ କହିଛନ୍ତି। ଏ ଭୋଗ ଥରେ ଯିଏ ଖାଇଛି ସେ ବାରମ୍ବାର ପାଇବାର ଇଚ୍ଛା ପୋଷଣ କରିଥାନ୍ତି। ଏହି ଭୋଗ ଶୁଦ୍ଧ ଗୁଆଘିଅ ତଥା ଦେଶୀଗାଈ ଛେନାରେ ପ୍ରସ୍ତୁତ ହୁଏ ବୋଲି ସେବାସୀମାନେ କହିଛନ୍ତି। ପ୍ରତିଦିନ ଏହି ଭୋଗ ଲଟେରି ମାଧ୍ୟମରେ ଶ୍ରଦ୍ଧାଳୁମାନଙ୍କୁ ବିକ୍ରି କରାଯାଏ। ଏଣୁ ବାସିଭୋଗ ବିକ୍ରି କରାଯିବାର ପ୍ରଶ୍ନ ଉଠୁନାହିଁ ବୋଲି ଶ୍ରଦ୍ଧାଳୁଙ୍କଠାରୁ ଶୁଣିବାକୁ ମିଳୁଛି। ଠାକୁରଙ୍କ ଶଙ୍ଖୁଡ଼ି ଭୋଗରେ କାନିକା, ଖେଚୁଡ଼ି, ଡାଲମା, ଭଜା ଏବଂ ଖିରି ଭୋଗ ହୋଇଥାଏ। ଅନ୍ୟ ମନ୍ଦିର ଅପେକ୍ଷା ଲଡ଼ୁବାବାଙ୍କ ଶଙ୍ଖୁଡ଼ି ଭୋଗ ମଧ୍ୟ ଅତ୍ୟନ୍ତ ସୁସ୍ବାଦୁ। ଏ ସମ୍ପର୍କରେ ଲଡ଼ୁବାବା ମନ୍ଦିର ସୁପରଭାଇଜର ସୁବାସ ଚନ୍ଦ୍ର ବରାଡ଼ଙ୍କୁ ପଚାରିବାରେ ମନ୍ଦିରରେ ଯେତିକି ଭୋଗ ପ୍ରସ୍ତୁତ ହୁଏ ତାହା ନେବାକୁ ଏତେ ଲୋକ ଆସନ୍ତି ଯେ, ଆମକୁ ଲଟେରି ମାଧ୍ୟମରେ କେଉଁ ଭୋଗ କାହାକୁ ଦିଆଯିବ ତାହା ନିର୍ଣ୍ଣୟ କରିବାକୁ ପଡ଼େ। କିଛି ଲୋକ ଭୋଗ ନ ପାଇ ମନଦୁଃଖରେ ଫେରିବାକୁ ବାଧ୍ୟ ହେଉଛନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଡ଼ୋଶୀ ଦେଶରେ ପେଟ୍ରୋଲ-ଡିଜେଲ ଶସ୍ତା! LPG ସିଲିଣ୍ଡର ଦାମ ୧୦୦ ଟଙ୍କା କମିଲା…

ନୂଆଦିଲ୍ଲୀ, ୨ା୭: ଜୁଲାଇ ପହିଲାରେ ଭାରତରେ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ ପାଇଥିବା ବେଳେ, ପଡ଼ୋଶୀ ଦେଶ ନେପାଳର ଲୋକମାନଙ୍କୁ ମଧ୍ୟ ଏକ ବଡ଼ ଆଶ୍ୱସ୍ତି…

ପାଠ୍ୟ ପୁସ୍ତକରେ ତ୍ରୁଟି, ତେଜୁଛି ଆନ୍ଦୋଳନ

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ନୂତନଭାବେ ପ୍ରକାଶ ପାଇଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଭିନ୍ନ ପାଠ୍ୟ ପୁସ୍ତକରେ ରହିଥିବା ଅନେକ ତ୍ରୁଟିକୁ ନେଇ ରାଜ୍ୟରେ ଅସନ୍ତୋଷ ଥମିବାର ନାଁ ନେଉ…

ହ୍ୱାଟ୍ସଆପ୍‌ର ନୂଆ ‘ୟୁଜରନେମ୍‌’ ଫିଚର ଉପରେ କେନ୍ଦ୍ରର ରୋକ

ନୂଆଦିଲ୍ଲୀ, ୨ା୭ (ପି.ଟି.): ହ୍ୱାଟ୍ସଆପ୍‌ ଚିଫ୍‌ କମ୍ପ୍ଲାଏନ୍ସ ଅଫିସରଙ୍କୁ ପଠାଯାଇଥିବା ସରକାରୀ ନୋଟିସରେ ସ୍ପଷ୍ଟ କୁହାଯାଇଛି ଯେ, ଏକ ପ୍ରମୁଖ ସାମାଜିକ ଗଣମାଧ୍ୟମ ସଂସ୍ଥା ଭାବେ ମେଟା…

୨ଦିନରେ ଧାନ ଉଠିବା ନେଇ ଆଶଙ୍କାରେ ଚାଷୀ: ମଣ୍ଡିରେ ଗଜା ହେଲାଣି ଧାନ

ନୂଆପଡ଼ା,୨ା୭ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ରବି ମଣ୍ଡି ଧାନ ଉଠାଣ ଅବଧି ଜୁନ ୩୦ ରହିଥିଲା। ଜିଲାର ବିଭିନ୍ନ ମଣ୍ଡିରେ ପଡି ରହିଥିବା ଧାନକୁ ଦେଖି ରାଜ୍ୟ…

ପ୍ରମାଣପତ୍ର ପାଇଁ ଆସି ଦିବ୍ୟାଙ୍ଗ ହଟହଟା: ନିରାଶରେ ଘରକୁ ଫେରୁଛନ୍ତି

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ପ୍ରମାଣପତ୍ର ପାଇଁ ଦିବ୍ୟାଙ୍ଗମାନେ ହଟହଟା ହେବା ସାଧାରଣରେ ପରିଣତ ହୋଇଛି। କେତେବେଳେ ପ୍ରମାଣପତ୍ର ଇସ୍ୟୁ କରିବାକୁ ଡାକ୍ତର ନାହାନ୍ତି ତ ଆଉକେବେ ନିର୍ଦ୍ଧାରିତ…

ଅଗଷ୍ଟ ୩୦ରେ ଏନ୍‌ଇଇଟି-ପିଜି ପରୀକ୍ଷା

ନୂଆଦିଲ୍ଲୀ,୨ା୭: ନ୍ୟାଶନାଲ ବୋର୍ଡ ଅଫ୍‌ ଏକ୍ଜାମିନେଶନ୍ସ ଇନ୍‌ ମେଡିକାଲ ସାଇନ୍ସ (ଏନ୍‌ବିଇଏମ୍‌ଏସ୍‌) ନୂଆଦିଲ୍ଲୀ ଚଳିତବର୍ଷର ଏନ୍‌ଇଇଟି-ପିଜି ପରୀକ୍ଷା ପାଇଁ ବୁଧବାର ଆବେଦନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି…

ବିନା ବିଦ୍ୟୁତ୍‌ରେ ସମୁଦ୍ର ପାଣି ହେବ ପିଇବାଯୋଗ୍ୟ

ବେଜିଂ, ୨ା୭: ଚାଇନାର ଗବେଷକମାନେ ଏକ ଅଭିନବ ସୌରଶକ୍ତିଚାଳିତ ଜଳ ବିଶୋଧନ ପ୍ରଯୁକ୍ତି ପ୍ରସ୍ତୁତ କରିଛନ୍ତି, ଯାହା ସମୁଦ୍ରର ଲୁଣି ପାଣିକୁ ଅତି ସହଜରେ ପିଇବା ଯୋଗ୍ୟ…

୩ ପରେ ୪ର୍ଥ

ଭୁବନେଶ୍ୱର,୨।୭(ସୁନିତ୍‌ ମିଶ୍ର): ଭାଜପାର ରାଜ୍ୟ ସଭା ସଦସ୍ୟ ସୁଜିତ୍‌ କୁମାର ଗତ ୨୫ ତାରିଖରେ ଚୌଦ୍ୱାର ଥାନାରେ ଜେଲ ଡିଜିଙ୍କ ବିରୋଧରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri