Posted inଫୁରସତ

ଇରାନରେ ବଳି ପଡୁଛନ୍ତି ମହିଳା

ନୂଆଦିଲ୍ଲୀ: ପୁରୁଷ ପ୍ରାଧାନ୍ୟ ଇରାନରେ ‘ଓମେନ କିଲିଂ’ ବା ମହିଳାଙ୍କୁ ହତ୍ୟା ଏକ ସାଧାରଣ କଥା। ଗତ ମାସରେ ୩ ଯୁବତୀଙ୍କୁ ନିର୍ମମ ଭାବେ ହତ୍ୟା କରାଯିବା ଘଟଣା ପରେ ଦେଶର ଚେଇଁ ଶୋଇଥିବା ସଭ୍ୟ ସମାଜର ନିଦ ଭାଙ୍ଗିଛି। ଅଭିଯୁକ୍ତ ରାଜା ଅସରଫୀ ଜଣେ ଆଇନଜୀବୀଙ୍କ ପରାମର୍ଶ କରିବା ପରେ ଜାଣିବାକୁ ପାଇଲେ ଯେ, ଦେଶରେ ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ପ୍ରତି ସେଭଳି କଠୋର କାର୍ଯ୍ୟାନୁଷ୍ଠାନ ବ୍ୟବସ୍ଥା ନାହିଁ। ଏହାପରେ ସେ ନିଜର ୧୪ ବର୍ଷୀୟା ଝିଅକୁ ଅମାନୁଷିକ ଭାବେ ହତ୍ୟା କରିଦେଲେ। ଯୁବତୀଙ୍କ ଭୁଲ କେବଳ ଏହା ଥିଲା ଯେ, ସେ ରାତିରେ ବିଳମ୍ବରେ ଘରକୁ ଫେରିଥିଲେ। ଏହା ଭାତହାଣ୍ଡିରୁ ଗୋଟିଏ ଭଳି ଏକ ଦୃଷ୍ଟାନ୍ତ। ଇରାନରେ ଦୈନିକ ଏପରି ଅନେକ ଘଟଣା ଘଟୁଛି। ହେଲେ କୋହଳ ଆଇନର ଗଳାବାଟ ଦେଇ ଅଭିଯୁକ୍ତମାନେ ଅତି ସହଜରେ ଖସିଯାଉଛନ୍ତି। ଏବେ ଏପରି ଘଟଣାକୁ ନେଇ ବୁଦ୍ଧିଜୀବୀମାନେ ପ୍ରଶ୍ନ ଉଠାଇଲେଣି। କେତେଜଣ ଏମିତି ବି କଟାକ୍ଷ ଆରମ୍ଭ କଲେଣି ‘ଇରାନରେ ପୁରୁଷଙ୍କୁ ହତ୍ୟା କରିବାକୁ ଲାଇସେନ୍ସ ମିଳିଯାଇଛି’।
ଇରାନ ସମାଜରେ ମହିଳାଙ୍କ ସ୍ବାଧୀନତାକୁ ଅତିମାତ୍ରାରେ ସଙ୍କୁଚିତ କରିଦିଆଯାଇଛି। ଏଠାରେ ପ୍ରେମ ବିବାହ, ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ, କୌଣସି କାରଣରୁ ଘରକୁ ବିଳମ୍ବରେ ଫେରିବା, ବାଲ୍ୟ ବିବାହ ଏବଂ ଆରେଞ୍ଜ ମ୍ୟାରେଜ ଉପରେ ପ୍ରଶ୍ନ ଉଠାଇବା ଭଳି ଘଟଣାକୁ ସମ୍ମାନହାନି ବୋଲି ବିଚାର କରାଯାଉଛି। କେବଳ ଏତିକି ନୁହେଁ, ଯଦି କୌଣସି ଯୁବତୀ ବା ମହିଳା ବଳାତ୍କାରର ଶିକାର ହୁଅନ୍ତି ତେବେ ତାଙ୍କୁ ସମବେଦନା ତ ମିଳେନାହିଁ, ଓଲଟା ହତ୍ୟାର ଶିକାର ହେବାକୁ ପଡ଼େ। ପୁରୁଷଙ୍କ କଠୋରପନ୍ଥୀ ନୀତି, ମହିଳାଙ୍କୁ ନେଇ ରହିଥିବା ଭାବନା, ଧାର୍ମିକ କଟକଣା, ଶିକ୍ଷାର ଅଭାବ, କୋହଳ ଆଇନ ହିଁ ‘ଓମେନ କିଲିଂ’କୁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ପ୍ରୋତ୍ସାହିତ କରୁଥିବା ଜଣାପଡ଼ିଛି।
ଇରାନ ବାର୍‌ କାଉନସିଲ ପକ୍ଷରୁ ମିଳିଥିବା ଏକ ତଥ୍ୟ ଅନୁଯାୟୀ, ଦେଶର ମୋଟ ହତ୍ୟା ମାମଲା ଭିତରୁ କେବଳ ୨୦% ହେଉଛି ଅନରକିଲିଂ। ହତ୍ୟା ମାମଲାକୁ ବିଚାର କଲେ ଏହା ଏକ ବଡ଼ ଭାଗ। କୁର୍ଦ୍ଦିଶ, ଆରବ, ଲୋରୀ, ବଲୁଚୀ, ତୁର୍କୀ ଭାଷାଭାଷୀ ସଂଖ୍ୟାଲଘୁ ଆଦିବାସୀ ସମ୍ପ୍ରଦାୟରେ ଏହା ବେଶି। ସେହିପରି କୁର୍ଦ୍ଦିସ୍ତାନ, ଇଲମ ଭଳି ଅଞ୍ଚଳରେ ସମ୍ମାନ ପାଇଁ ମହିଳାଙ୍କୁ ମାରିଦେବା ମାମୁଲି କଥା। ଏହି ନିୟମରେ ସୁଧାର ଦାବି କରୁଥିବା ସ୍ବେଚ୍ଛାସେବୀଙ୍କ କହିବା କଥା, ଘରୋଇ ହିଂସା ସମ୍ପର୍କିତ ଆଇନରେ ପରିବର୍ତ୍ତନ ଲାଗି ଦୀର୍ଘ ୮ବର୍ଷ ହେଲା ଉଦ୍ୟମ ଚାଲିଛି। ହେଲେ ଆନ୍ତରିକତା ଅଭାବରୁ ଏହା ସେମିତି ଅଟକି ରହିଛି। ଅନରକିଲିଂ ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ଅପରାଧୀଙ୍କୁ ସର୍ବନିମ୍ନ ୩ ଏବଂ ସର୍ବାଧିକ ୧୦ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ, ଯାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିବ। ଏପରି ସ୍ପର୍ଶକାତର ଘଟଣାକୁ ନେଇ ଇରାନ ସରକାର କାହିଁକି ଚୁପ୍‌ ବୋଲି ବିଶ୍ୱବ୍ୟାପୀ ପ୍ରତିକ୍ରିୟା ଦେଖାଦେଲାଣି। ଏ ସମ୍ପର୍କରେ ଦେଶର ସର୍ବୋଚ୍ଚ ନେତା ଅଲ୍ଲି ଖମନେଇ ଟୁଇଟରରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଏଭଳି ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି।

ସିଭିଲ କୋଡ୍‌ରେ ବିରୋଧାଭାସ
ଇରାନ ସିଭିଲ କୋଡ୍‌ର ଆର୍ଟିକଲ ୧୦୪୩ ଅନୁଯାୟୀ, କୁମାରୀତ୍ୱ ହରାଇ ନ ଥିବା କୌଣସି ଯୁବତୀଙ୍କୁ ବିବାହ କରିବା ପୂର୍ବରୁ ଘରର ବରିଷ୍ଠଙ୍କ ସହମତି ନେବା ଅନିବାର୍ଯ୍ୟ। ଏହା ନ କଲେ ବାପାଙ୍କୁ ଦଣ୍ଡ ଦେବା ଅଧିକାର ମିଳିଛି। ଆର୍ଟିକଲ ୧୦୪୧ରେ କୁହାଯାଇଛି, ସାବାଳିକା ହେବା ପୂର୍ବରୁ ଅଭିବାବକ ଚାହିଁଲେ ନିଜ ଝିଅର ବିବାହ କରାଇପାରିବେ। ହେଲେ ଏହି ନିଷ୍ପତ୍ତି ସମୁଦାୟଙ୍କ ହିତରେ ଥିବା ଦରକାର। ଧାରା ୧୨୧୦(୧) ଅନୁଯାୟୀ, ଇରାନରେ ଜଣେ ପୁରୁଷଙ୍କ ପାଇଁ ସାବାଳକ ହେବା ବୟସ ସୀମା ୧୫ ରଖାଯାଇଛି। ୨୦୦୨ ଯାଏ ଯୁବତୀଙ୍କ କ୍ଷେତ୍ରରେ ଏହା ୯ ବର୍ଷ ଧାର୍ଯ୍ୟଥିଲା। ୨୦୦୨ରେ ଆଇନରେ ସଂଶୋଧନ ପରେ ଏହା ୧୩ ହୋଇଛି। କେବଳ ଏତିକି ନୁହେଁ, ସାମ୍ବିଧାନିକ ବିଧି ବ୍ୟବସ୍ଥାରେ ସାମାଜିକ, ସାଂସ୍କୃତିକ, ରାଜନୈତିକ ସମାନତା କଥା କୁହାଯାଇଥିବାବେଳେ ବାସ୍ତବରେ ଏହା ଆକାଶ ପାତାଳ ତଫାତ୍‌।


Enter your email to get our daily news in your inbox.

All Right Reserved By Dharitri.Com

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

‘ଆଉ ଥରେ ଜନ୍ମ ହେଲେ କବିଟିଏ ହୋଇ ଜନ୍ମ ହେବି’

ଏକାଧାରରେ ସେ ଜଣେ କବି, ଗାଳ୍ପିକ ଓ ନାଟ୍ୟକାର। ଦୀର୍ଘ ୪ଦଶନ୍ଧି ଧରି ତାଙ୍କ ଲେଖନୀ ମୁନରେ ଫୁଟେଇଛନ୍ତି ଏକାଧିକ ଗଳ୍ପ, କବିତା ଓ ନାଟକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri