ହାଇଓ୍ବା ଧକ୍କାରେ ମହିଳାଙ୍କ ଜୀବନ ଗଲା, ସ୍ବାମୀ ଗୁରୁତର

ଭଦ୍ରକ ଅଫିସ,୭।୨: ଭଦ୍ରକ-ଚାନ୍ଦବାଲି ରାଜପଥ ସରକାରନଗର ନିକଟରେ ରବିବାର ଏକ ହାଇଓ୍ବା ଧକ୍କା ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ବାମୀ ଗୁରୁତର ଆହତ ହୋଇଛନ୍ତି। ଏ ନେଇ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତକ ହେଲେ ବାସୁଦେବପୁରର ଅଭିଲିପ୍ସା ବାରିକ। ଗୁରୁତର ସ୍ବାମୀଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ, ଅଭିଲିପ୍ସା ଓ ତାଙ୍କର ସ୍ବାମୀ ମନୋଜ ଦାସ ଏକ ସ୍କୁଟି ଯୋଗେ ଘରକୁ ଫେରୁଥିଲେ। ହେଲେ ଦ୍ରୁତଗତିରେ ଆସୁଥିବା ଏକ ହାଇୱା ସରକାରନଗର ନିକଟରେ ସ୍କୁଟିକୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ଅଭିଲିପ୍ସାଙ୍କ ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକେ ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥକୁ ଅବରୋଧ କରିଥିଲେ। ଫଳରେ ଉଭୟପଟୁ ଗାଡ଼ି ଚଳାଚଳ ଏକ ଘଣ୍ଟା ପାଇଁ ବାଧାପ୍ରାପ୍ତ ହୋଇଥିଲା। ପୁରୁଣାବଜାର ଥାନା ପୋଲିସ ଓ ଭଦ୍ରକ ଏସ୍‌ଡିପିଓ ସାର୍ଥକ ରାୟ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବା ପରେ ରାସ୍ତାରୋକୋ ହଟିଥିଲା। ପୋଲିସ ହାଇୱାକୁ ଜବତ କରି ଡ୍ରାଇଭରଙ୍କୁ ଗିରଫ କରିଛି। ପୁରୁଣାବଜାର ଥାନାରେ ଏକ ମାମଲା (ନଂ.୨୭/୨୧) ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାଳିଆଙ୍କ ଅବସ୍ଥା ଗୁରୁତର: ଭେଣ୍ଟିଲେଟରରେ ରଖାଯାଇ ଚାଲିଛି ଚିକିତ୍ସା

କଟକ ଅଫିସ, ୨୬।୯: କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି ଯମଜ ଶିଶୁ ଜଗା କାଳିଆ। ଗୁରୁବାର କାଳିଆଙ୍କ ଅବସ୍ଥା ଗୁରୁତର ହୋଇପଡ଼ିବାରୁ ତାଙ୍କୁ ଭେଣ୍ଟିଲେଟରରେ...

ଟଙ୍କା ଫେରସ୍ତ ମାଗିବାରୁ ନର୍ସିଂ ଶିକ୍ଷୟିତ୍ରୀଙ୍କୁ ବଳାତ୍କାର ଉଦ୍ୟମ

ଦେବଗଡ଼,୨୮ା୪: ଦେବଗଡ଼ ପୌରାଞ୍ଚଳ ଅନ୍ତର୍ଗତ ମିରିଗିଡିଆ ସାହି ଅଞ୍ଚଳରେ ଥିବା ଘରୋଇ ନର୍ସିଂ ଟ୍ରେନିଂ ସ୍କୁଲର ଶିକ୍ଷୟିତ୍ରୀଙ୍କୁ ଉକ୍ତ ସ୍କୁଲର ଡାଇରେକ୍ଟର ବଳାତ୍କାର ଉଦ୍ୟମ ସହ...

ଆଜି ରଥକାଠ ଅନୁକୂଳ

ପୁରୀ ଅଫିସ,୨୩ ।୪: ଆଜି ପବିତ୍ର ଅକ୍ଷୟ ତୃତୀୟା । ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ ହେବ । ରଥଖଳାକୁ ଆଜ୍ଞାମାଳ ବିଜେ...

୭ ନଦୀ,୨୭ ନାଳବନ୍ଧ ଅସୁରକ୍ଷିତ

କେନ୍ଦ୍ରାପଡ଼ା ଅଫିସ,୨୧ା୪: ଗତ ସପ୍ତାହରେ ଜଳସମ୍ପଦ ବିଭାଗ ପକ୍ଷରୁ କେନ୍ଦ୍ରାପଡ଼ା ଜିଲାର ବିଭିନ୍ନ ନଦୀବନ୍ଧର ସର୍ବେକ୍ଷଣ ହୋଇଛି । ବିଭାଗୀୟ ଉଚ୍ଚ ପଦାଧିକାରୀଙ୍କ ସହିତ ଜିଲା...

କରୋନା ପଜିଟିଭ୍‌ ଡାକ୍ତରଙ୍କ ସଂସ୍ପର୍ଶରେ ୬ ପରିବାର: ସଙ୍ଗରୋଧରେ ରହିଲେ ୪୦

ରସୁଲପୁର,୨୯ା୬ (ଡି.ଏନ୍‌.ଏ.): ରସୁଲପୁର ବ୍ଲକ ଅଧୀନ ପ୍ରଥମାଖଣ୍ଡି ପଞ୍ଚାୟତ ଗୋପାଳପୁର ଗାଁର ଜଣେ ଦାନ୍ତ ଡାକ୍ତର ଗତ ୨୩ ତାରିଖରେ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ...

ସମସ୍ୟା ଘେରରେ ନିମାପଡ଼ା ଏନ୍‌ଏସି

ନିମାପଡ଼ା,୨୪ା୨(ଡି.ଏନ୍‌.ଏ.): ପୁରୀ ଜିଲା ନିମାପଡ଼ା ଏନ୍‌ଏସି ୧୯୭୩ ମସିହାରେ ୧୧ଟି ଓ୍ବାର୍ଡକୁ ନେଇ ଗଠିତ ହୋଇଛି। ଏହି ଏନ୍‌ଏସି ପ୍ରାୟ ୨୦ ହଜାର ଜନସଂଖ୍ୟା ବିଶିଷ୍ଟ,...

୬୫କୁ ବଢ଼ିଲା ଡାକ୍ତରଙ୍କ ଅବସର ବୟସ ସୀମା

ଭୁବନେଶ୍ୱର,୨୧।୭(ବ୍ୟୁରୋ): ଡାକ୍ତରଙ୍କ ଅବସର ସୀମା ବୃଦ୍ଧି କରାଯିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଓଏଚ୍‌ଏମ୍‌ଏସ୍‌ କ୍ୟାଡର ଡାକ୍ତରଙ୍କ ବୟସ ସୀମା ୬୫କୁ ବୃଦ୍ଧି କରାଯିବ। ମଙ୍ଗଳବାର...

ଗୁଣିଗାରେଡ଼ି ସନ୍ଦେହ: ମହିଳାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ପଡ଼ୋଶୀ

ରାୟଗଡ଼ା ଅଫିସ,୫ା୯: ଗୁଣିଗାରେଡ଼ି ସନ୍ଦେହରେ ମହିଳାଙ୍କୁ ହତ୍ୟା କରିଛନ୍ତି ପଡ଼ୋଶୀ ଯୁବକ। ରାୟଗଡ଼ା ସହରର କୋଇଲାପଡ଼ାଠାରେ ଏପରି ଅଭାବନୀୟ ଘଟଣା ଘଟିଛି। ଚନ୍ଦ୍ରମା ବିଭାର (୫୦)ଙ୍କୁ...

Advertisement
Archives

Model This Week