Posted inଖେଳ

୧୫ ବର୍ଷରେ ବି ଅଣ୍ଡର-୧୯ ଏସିଆ କପରୁ ବାଦ୍‌ ପଡ଼ିଲେ ବୈଭବ! BCCIର ନିୟମ ହେଲା ବାଧକ

ନୂଆଦିଲ୍ଲୀ, ୯।୧୧: ଏସିସି ମେନ୍ସ ଅଣ୍ଡର-୧୯ ଏସିଆ କପରେ ପାକିସ୍ତାନ ବିପକ୍ଷରେ ଭାରତୀୟ ଅଣ୍ଡର-୧୯ କ୍ରିକେଟ ଟିମକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଏହି ପରାଜୟ ପରେ ସୋସିଆଲ ମିଡିଆରେ ଟୁର୍ନାମେଣ୍ଟକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି। ବିସିସିଆଇ ଏହି ଟୁର୍ନାମେଣ୍ଟ ପାଇଁ ଏକ ଯୁବ ଅଣ୍ଡର-୧୯ ଟିମକୁ ପଠାଇଛି, ଯାହାଦ୍ୱାରା ଖେଳାଳିମାନେ ଅଣ୍ଡର-୧୯ ବିଶ୍ୱକପ ପାଇଁ ଭଲ ପ୍ରସ୍ତୁତି କରିପାରିବେ। ତେବେ ୧୫ ବର୍ଷ ବୟସ ହୋଇଥିବା ସତ୍ତ୍ୱେ ବୈଭବ ସୂର୍ଯ୍ୟବଂଶୀଙ୍କୁ ଭାରତୀୟ ଅଣ୍ଡର-୧୯ ଟିମରେ କାହିଁକି ସ୍ଥାନ ମିଳିଲା ନାହିଁ? ଏବେ ଏହି ପ୍ରଶ୍ନ ଭାରତୀୟ କ୍ରିକେଟ ପ୍ରଶଂସକଙ୍କ ମନରେ ଉଠୁଛି।

ଭାରତୀୟ ଅଣ୍ଡର-୧୯ ଟିମରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ସ୍ଥାନ ମିଳିନାହିଁ। ଅନ୍ୟପଟେ ପାକିସ୍ତାନ ଅଣ୍ଡର-୧୯ ଟିମରେ ଅଭିଜ୍ଞ ଖେଳାଳିମାନେ ନଜର ଆସୁଛନ୍ତି। ଏହି କାରଣରୁ ଏସିସି ମେନ୍ସ ଅଣ୍ଡର-୧୯ ଏସିଆ କପରେ ପାକିସ୍ତାନ ଟିମକୁ ସବୁଠାରୁ ଶକ୍ତିଶାଳୀ ମନେ କରାଯାଉଛି। ପାକିସ୍ତାନ ଟିମକୁ ଦେଖି ଭାରତୀୟ ପ୍ରଶଂସକମାନେ ପ୍ରଶ୍ନ କରୁଛନ୍ତି ଯେ, ବୈଭବଙ୍କୁ ଭାରତୀୟ ଟିମରେ କାହିଁକି ସ୍ଥାନ ମିଳିଲା ନାହିଁ? ମହାନ କ୍ରିକେଟର୍‌ ରାହୁଲ ଦ୍ରାବିଡ ଭାରତୀୟ ଅଣ୍ଡର-୧୯ ଟିମର ମୁଖ୍ୟ କୋଚ ଥିବା ସମୟରେ ବିସିସିଆଇ ସହ ମିଶି ଏହି ନିୟମ ପ୍ରସ୍ତୁତ କରିଥିଲେ। ଏହି ନିୟମ ଅନୁଯାୟୀ, ଜଣେ ଖେଳାଳି କେବଳ ଥରେ ଏସିସି ମେନ୍ସ ଅଣ୍ଡର-୧୯ ଏସିଆ କପ ଏବଂ ଆଇସିସି ଅଣ୍ଡର-୧୯ ବିଶ୍ୱକପ ଖେଳିପାରିବେ। ପୂର୍ବରୁ ଭାରତୀୟ ଖେଳାଳିମାନେ ଲଗାତାର ୩ ବର୍ଷ ପର୍ଯ୍ୟନ୍ତ ଅଣ୍ଡର-୧୯ କ୍ରିକେଟ ଖେଳୁଥିଲେ। କିନ୍ତୁ ଅଧିକରୁ ଅଧିକ ଯୁବ ଖେଳାଳିଙ୍କୁ ଅଣ୍ଡର-୧୯ ଟିମରେ ସୁଯୋଗ ଦେବା ପାଇଁ ଏହି ନିୟମ ଲାଗୁ କରାଯାଇଥିଲା।

ଏବେ ଭାରତକୁ ଏହି ନିୟମର ଫାଇଦା ମଧ୍ୟ ମିଳୁଛି। ବୈଭବ ସୂର୍ଯ୍ୟବଂଶୀ ଏବେ ବଡ଼ ସ୍ତରରେ ଖେଳୁଥିବା ନଜର ଆସୁଛନ୍ତି। ସେ ଲଗାତାର ଭାବେ ବଡ଼ ଟୁର୍ନାମେଣ୍ଟରେ ଦମଦାର ପ୍ରଦର୍ଶନ କରୁଛନ୍ତି। ଡିସେମ୍ବରରେ ସେ ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜରେ ଖେଳୁଥିବା ନଜର ଆସିପାରନ୍ତି। ଏହାପରେ ସେ ବିହାର ପକ୍ଷରୁ ରଣଜୀ ଟ୍ରଫି ୨୦୨୬-୨୭ର ବାକି ମ୍ୟାଚଗୁଡ଼ିକରେ ମଧ୍ୟ ଖେଳିପାରନ୍ତି। ଏହା ବ୍ୟତୀତ ୨୦୨୭ରେ ବିଜୟ ହଜାରେ ଟ୍ରଫିରେ ମଧ୍ୟ ତାଙ୍କୁ ଖେଳିବାର ସୁଯୋଗ ମିଳିପାରେ। ଏହାଦ୍ୱାରା ସେ ଘରୋଇ କ୍ରିକେଟରେ ନିଜକୁ ପ୍ରମାଣିତ କରିପାରିବେ। ବୈଭବ ଏବେ ଭାରତୀୟ ସିନିୟର ଟିମରେ ଦିନିକିଆ ଏବଂ ଟେଷ୍ଟ କ୍ରିକେଟରେ ସ୍ଥାନ ପାଇବାକୁ ମଧ୍ୟ ଲକ୍ଷ୍ୟ ରଖିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଦିନିକିଆ ଚୂଡ଼ାନ୍ତ ଏକାଦଶରେ ହେବ ବଡ଼ ପରିବର୍ତ୍ତନ: ଏକାସାଙ୍ଗରେ ବାଦ୍‌ ପଡିବେ ୪ ଷ୍ଟାର୍‌ ଖେଳାଳି! ଶୁଣିଲେ ଖୁସି ହୋଇଯିବ ନ୍ୟୁଜିଲାଣ୍ଡ

ନୂଆଦିଲ୍ଲୀ, ୯।୧୧: ଭାରତୀୟ କ୍ରିକେଟ ଟିମ ଟି-୨୦ ସିରିଜ ପରେ ଏବେ ଦିନିକିଆ ସିରିଜ୍‌ରେ ମଧ୍ୟ ଦମଦାର ପ୍ରଦର୍ଶନ କରିଛି। ଯାହାଫଳରେ ଟିମ ଇଣ୍ଡିଆ ଏବେ ଦିନିକିଆ…

IPLରେ ସବୁଠୁ ବଡ଼ ଟ୍ରେଡ୍‌ ଡିଲ୍‌: ଜାଣନ୍ତୁ କିଏ କେଉଁ ଦଳକୁ ଯିବେ

ନୂଆଦିଲ୍ଲୀ,୯।୧୧: ଆଇପିଏଲ ୨୦୨୭ ପାଇଁ ଟ୍ରେଡ ୱିଣ୍ଡୋ ଖୋଲିବା ପରେ ଖେଳାଳିଙ୍କ ଅଦଳବଦଳ ଜୋରଦାର ହୋଇଛି। ଆଗାମୀ ସିଜିନ୍‌ର ନିଲାମୀ ପୂର୍ବରୁ ଏପର୍ଯ୍ୟନ୍ତ ୮ଟି ଟ୍ରେଡ ଡିଲ…

ଦିନେ ଗୀତ ଗାଇବାକୁ କରୁଥଲା ଲାଜ…ସଙ୍ଗୀତ ଦୁନିଆରେ ପାଦ ଥାପିଲେ ସୋନୁ ନିଗମଙ୍କ ପୁଅ

ପ୍ରଶଂସକଙ୍କ ସହ ଖୁସି ଖବର ବାଣ୍ଟିଛନ୍ତି ବଲିଉଡ୍‌ର ଲୋକପ୍ରିୟ ଗାୟକ ସୋନୁ ନିଗମ। ତାଙ୍କ ୧୯ ବର୍ଷୀୟ ପୁଅ ନିଭାନ ନିଗମ ସଙ୍ଗୀତ ଦୁନିଆରେ ନିଜର ଯାତ୍ରା…

ଜାଣନ୍ତି କି ବିସ୍କୁଟ୍‌ରେ କାହିଁକି ଥାଏ ଛୋଟଛୋଟ ରନ୍ଧ୍ର

ପ୍ରାୟତଃ ଜଳଖିଆରେ ବିସ୍କୁଟ ଖାଉଥିବେ। ଆଜିକାଲି ବିସ୍କୁଟ ଅନେକ ଡିଜାଇନରେ ଆସୁଛି। ଏହି ଡିଜାଇନ ବ୍ୟତୀତ ଏଥିରେ ଛୋଟ ହୋଲ୍‌ ବା ରନ୍ଧ୍ର ମଧ୍ୟ ଅଛି। କେବେ…

ବିରାଟ କୋହଲିଙ୍କୁ ନେଇ ବଡ଼ ଖୁଲାସା କଲେ ପୂର୍ବତନ କୋଚ୍, ତାଙ୍କୁ ଡରନ୍ତି….

ନୂଆଦିଲ୍ଲୀ,୯।୧୧: ଭାରତୀୟ କ୍ରିକେଟ୍‌ ଦଳର ଷ୍ଟାର୍‌ ବ୍ୟାଟର୍‌ ବିରାଟ କୋହଲିଙ୍କୁ ନେଇ ଏକ ରୋଚକ ଘଟଣା ସାମ୍ନାକୁ ଆଣିଛନ୍ତି ଟିମ୍‌ ଇଣ୍ଡିଆର ପୂର୍ବତନ ଆସିଷ୍ଟାଣ୍ଟ କୋଚ୍‌ ରାୟନ…

ଦେବଗଡ଼ରେ ଚାଞ୍ଚଲ୍ୟ; ଘରେ ଏକୁଟିଆ ଥିବା ବେଳେ ୫ ବର୍ଷର ଶିଶୁ କନ୍ୟାଙ୍କୁ ବଳାତ୍କାର

ଦେବଗଡ,୯।୧୧(ଶଶାଙ୍କ ଶେଖର ଝାଙ୍କର୍): ୫ ବର୍ଷର ଶିଶୁ କନ୍ୟାଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ହୋଇଛି । ଗୁରୁତର ଶିଶୁକନ୍ୟାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ଦେବଗଡ ସହର…

ଇତିହାସରେ ଲିପିବଦ୍ଧ ହୋଇଛି ମୁଶଫିକର ରହିମଙ୍କ ନାମ; ଟେଷ୍ଟ କ୍ରିକେଟରେ ଏମିତି କରିବାରେ ହେଲେ ପ୍ରଥମ ବ୍ୟାଟର

ନୂଆଦିଲ୍ଲୀ,୯।୧୧: ମୁଶଫିକର ରହିମ ଟେଷ୍ଟ କ୍ରିକେଟରେ ଇତିହାସ ସୃଷ୍ଟି କରିଛନ୍ତି; ସେ ଟେଷ୍ଟ ଫର୍ମାଟରେ ୭,୦୦୦ ରନ ପୂରଣ କରିବାରେ ପ୍ରଥମ ବାଂଲାଦେଶୀ ବ୍ୟାଟର ହୋଇପାରିଛନ୍ତି। ୱେଷ୍ଟଇଣ୍ଡିଜ…

କେବଳ ଅଧିନାୟକ ନୁହେଁ, କୋଚ ମଧ୍ୟ ବଦଳିବେ କି? ତୃତୀୟ ଦିନିକିଆ ପରେ ଟିମ ଇଣ୍ଡିଆରେ ହେବାକୁ ଯାଉଛି ବଡ଼ ଧରଣର ପରିବର୍ତ୍ତନ

ନୂଆଦିଲ୍ଲୀ,୯।୧୧: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ ନଭେମ୍ବର ୧୦ ମଙ୍ଗଳବାର ଦିନ ଖେଳାଯିବ। ଏହି ମ୍ୟାଚ ପରେ ଭାରତୀୟ ଦଳରେ କିଛି ଗୁରୁତ୍ୱପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?