ବିଦ୍ୟୁତ୍‌ ଫାଶରେ ଲାଗି ଚାଲିଗଲା ମହିଳା ଚାଷୀଙ୍କ ଜୀବନ, ପରିବାର ଉପରେ ଭାଙ୍ଗିପଡ଼ିଲା ଦୁଃଖର ପାହାଡ଼

ବୁଗୁଡ଼ା,୧୨ା୭(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ଅନ୍ତର୍ଗତ ତାକରଡ଼ାରେ ବିଲକୁ ଯାଇ ଫେରୁଥିବା ବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଣେ ମହିଳା ଚାଷୀଙ୍କ ମୃତ୍ୟୁ ଘଟିଥିବା ଦୁଃଖଦ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ସେ ହେଲେ ଗଞ୍ଜାମ ଜିଲା ବୁଗୁଡ଼ା ଥାନା ଅନ୍ତର୍ଗତ ତାକରଡ଼ା ଗ୍ରାମର କାନ୍ତା ପ୍ରଧାନ (୫୦)। ସେ ନିଜ ଜମିକୁ ଯାଇଥିବା ସମୟରେ ଅସାବଧାନତାବଶତଃ ବାଘୁଆ ବଞ୍ଜର ନିକଟରେ ବନ୍ୟ ଜନ୍ତୁ ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍‌ ଫାଶରେ ଲାଗି ମୃତ୍ୟୁବରଣ କରିଛନ୍ତି। ମୃତ ଚାଷୀଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି। ଘଟଣା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ସ୍ଥାନୀୟ ଲୋକେ ମୃତକଙ୍କ ପରିବାରକୁ ସରକାରୀ ସହାୟତା ଏବଂ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରିଛନ୍ତି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ସେଠାରୁ ଫାଶ ପାଇଁ ବ୍ୟବହୃତ ଜିଆଇ ତାର ଜବତ କରିଥିବା ବେଳେ ବେଳେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ବନ ବିଭାଗର ନିଷ୍କ୍ରିୟତା ଯୋଗୁ ବୁଗୁଡ଼ା ବନାଞ୍ଚଳର ବିଭିନ୍ନ ଜଙ୍ଗଲରେ ବିଦ୍ୟୁତ୍‌ ତାର ଫାଶ ପକାଇ ବନ୍ୟ ଜନ୍ତୁ ଶିକାର କରିବା ଏକ ନିତିଦିନିଆ ଘଟଣା ହୋଇଥିଲେ ମଧ୍ୟ ଏହାର କୌଣସି ପ୍ରତିକାର ହେଉ ନ ଥିବା ଆଶ୍ଚର୍ଯ୍ୟର ବିଷୟ ହୋଇପଡ଼ିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜମିଛି ଆବର୍ଜନା-ନର୍ଦ୍ଦମାପାଣି: ବଢୁଛି ସଂକ୍ରାମକ ରୋଗ ଭୟ

ବରଗଡ଼,୨୭ା୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ପରିମଳ ଓ ଜଳ ନିଷ୍କାସନ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ସହରର ଯୁଆଡ଼େ ଦେଖିଲେ କୁଢ଼କୁଢ଼ ମଇଳା, ଆବର୍ଜନା ପଡ଼ିରହିଛି। ସେହିପରି ନିଷ୍କାସନ ବ୍ୟବସ୍ଥା…

ଜନ୍ମଜନ୍ମାନ୍ତରର ସାଥୀ ହୋଇରୁହନ୍ତି ଏହି ରାଶି ଯୋଡ଼ି! ଜ୍ୟୋତିଷ ଅନୁସାରେ ଏହି ରାଶି ଯୋଡ଼ି ‘ପରଫେକ୍ଟ ମ୍ୟାଚ’

ଜ୍ୟୋତିଷ ଶାସ୍ତ୍ରରେ ରାଶି ମିଳନ କେବଳ ଗ୍ରହଙ୍କ ଚଳନ ବୁଝିବା ପାଇଁ ନୁହେଁ, ବରଂ ଦୁଇଜଣଙ୍କ ସ୍ବଭାବ ଓ ଊର୍ଜାର ତାଳମେଳ ଜାଣିବା ପାଇଁ ମଧ୍ୟ କରାଯାଏ।…

୫ମାସ ବିତିଲା, ଅପହୃତାଙ୍କ ପତ୍ତା ମିଳୁନି: ଉଦ୍ଧାର ପାଇଁ ନିବେଦନ କଲେ ଅଜା

ମହାକାଳପଡ଼ା, ୨୭ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତଥା ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ବତୀଘର ଅଞ୍ଚଳର ଜଣେ ନାବାଳିକା ଛାତ୍ରୀଙ୍କୁ ଗତ ମାର୍ଚ୍ଚ ୧୧ତାରିଖ…

ଡାକ୍ତରୀ ପଢ଼ିବେ ଗରିବ ମେଧାବୀ ଛାତ୍ର ସୌମ୍ୟରଞ୍ଜନ: ସହଯୋଗର ହାତ ବଢାଇଲେ ସମବାୟବିତ୍‌

ମହାକାଳପଡ଼ା,୨୭ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବିଜୟ ନଗର ପଞ୍ଚାୟତ ସାହାବାଜପୁର ଗ୍ରାମର କୈଳାସ ଚନ୍ଦ୍ର ସାହୁଙ୍କ ଆର୍ଥିକ ସ୍ଥିତି ଗମ୍ଭୀର। ମୁଣ୍ଡ ଗୁଞ୍ଜିବାକୁ…

ବିହାରରେ ପହଞ୍ଚିଲା ନେପାଳର ବନ୍ୟା ଜଳ…ଏକ ବଡ଼ ବିପଦ ଟଳି ଯାଇଛି କି? ଜାଣନ୍ତୁ ବର୍ତ୍ତମାନର ସ୍ଥିତି

ପାଟନା/କାଠମାଣ୍ଡୁ,୨୭।୮: ନେପାଳରେ ପ୍ରବଳ ବର୍ଷାର ପ୍ରଭାବ ଏବେ ବିହାରର ସୀମାବର୍ତ୍ତୀ ଅଞ୍ଚଳରେ ଦୃଶ୍ୟମାନ ହେଉଛି। ବୁଧବାର ରାତିରେ, ନେପାଳରୁ ପ୍ରବାହିତ ହେଉଥିବା ଜଳର ପ୍ରବଳ ଲହରୀ ଯୋଗୁ…

ଅପହଞ୍ଚ ଗାଁ ପାଣିଖିଆ: ମୌଳିକ ସୁବିଧାରୁ ବଞ୍ଚିତ ଲୋକେ

ମହାକାଳପଡ଼ା, ୨୬ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ ):୮୦ ବର୍ଷ ହେଲା ସ୍ବାଧୀନତା ମିଳିଲାଣି। ହେଲେ ଏବେବି ଅନେକ ନିପଟ ମଫସଲ ଗାଁରେ ସ୍ବାଧୀନତା ଅପହଞ୍ଚ ପାଲଟିଛି। ଲୁଣା ହେନ୍ତାଳ…

ରାକ୍ଷୀ ପାଇଁ ସହର ଭିଡ଼: ମିଠା ଦେକାନରେ ଚାଲିଛି ପ୍ରସ୍ତୁତି

କେସିଙ୍ଗା,୨୭।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରଠାରୁ ଗ୍ରାମାଞ୍ଚଳରେ ଆସନ୍ତା କାଲି ଶୁକ୍ରବାର ରାକ୍ଷୀ ପାଳନ କରାଯିବ। ସେଥିପାଇଁ ସହରର ବିଭିନ୍ନ ଛକ, ଜାତୀୟ ରାଜପଥ ୨୬…

ପୁଣି ଆସିବ ପ୍ରଳୟ! ଶେଷ ହୋଇନି ନେପାଳବାସୀଙ୍କ ଦୁର୍ଦ୍ଦଶା, ବଡ଼ ଆକଳନ କଲେଣି ବିଶେଷଜ୍ଞ

କାଠମାଣ୍ଡୁ,୨୭।୮: ନେପାଳରେ ବନ୍ୟା ହଜାର ହଜାର ଲୋକଙ୍କୁ ପ୍ରଭାବିତ କରିଛି; ଏପର୍ଯ୍ୟନ୍ତ ୧୬୦ ଜଣଙ୍କ ଜୀବନ ଯାଇଛି ଏବଂ ଶହ ଶହ ଲୋକ ନିଖୋଜ ଅଛନ୍ତି। ଗୁରୁତ୍ୱପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri