Posted inଖେଳ

ଡବ୍ଲ୍ୟୁଟିସି ଚାମ୍ପିୟନ ଦଳକୁ ମିଳିବ କ’ଣ

ଦୁବାଇ, ୧୪।୬: ବହୁ ପ୍ରତୀକ୍ଷିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଫାଇନାଲ ଆସନ୍ତା ୧୮ ତାରିଖରେ ସାଉଥାମ୍ପଟନଠାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। ମ୍ୟାଚ୍‌ର ବିଜେତା ତଥା ପ୍ରଥମ ବିଶ୍ୱ ଟେଷ୍ଟ ଚାମ୍ପିୟନଙ୍କୁ ଆଇସିସି ଟେଷ୍ଟ ଚାମ୍ପିୟନଶିପ୍‌ ଗଦା ସହ ପୁରୁସ୍କାର ବାବଦକୁ ୧.୬ ନିୟୁତ ଡଲାର (୧୧.୭୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା) ପ୍ରଦାନ କରାଯିବ। ଏ ନେଇ ଅନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ (ଆଇସିସି) ପକ୍ଷରୁ ସୋମବାର ଘୋଷଣା କରାଯାଇଛି। ୨ ବର୍ଷ ଧରି ୯ଟି ଦଳ ମଧ୍ୟରେ ଖେଳାଯାଇଥିବା ପ୍ରତିଯୋଗିତାରେ ଦ୍ୱିତୀୟ ତଥା ରନର୍ସଅପ୍‌ ଦଳକୁ ୮ ଲକ୍ଷ ଡଲାର ପ୍ରଦାନ କରାଯିବ। ଯଦି ଡବ୍ଲ୍ୟୁଟିସି ଫାଇନାଲ ଡ୍ର’ ହୁଏ, ତେବେ ଚାମ୍ପିୟନ ଓ ରନର୍ସଅପ୍‌ ପାଇଁ ରଖାଯାଇଥିବା ପୁରସ୍କାର ରାଶିକୁ ମିଶାଇ ଅଧା ଅଧା ଭାଗ କରାଯିବ।

ସେହିଭଳି ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ତାଲିକାର ୩ୟ ସ୍ଥାନରେ ଥିବା ଦଳକୁ ୪.୫ ଲକ୍ଷ, ଚତୁର୍ଥ ଦଳକୁ ୩.୫ ଲକ୍ଷ ଓ ୫ମ ଦଳକୁ ୨ ଲକ୍ଷ ଡଲାର ପୁରସ୍କାର ବାବଦକୁ ଦିଆଯିବ। ପ୍ରତିଯୋଗିତାର ଅନ୍ୟ ୪ ଦଳକୁ ୧ ଲକ୍ଷ ଲେଖାଏ ଡଲାର ଦିଆଯିବ ବୋଲି ଆଇସିସି ପକ୍ଷରୁ କୁହାଯାଇଛି। ପୂର୍ବରୁ ଆଇସିସି ଟେଷ୍ଟ ଦଳଗତ ର଼୍ୟାଙ୍କିଙ୍ଗ୍‌ ଶୀର୍ଷରେ ଥିବା ଦଳକୁ ଟେଷ୍ଟ ଗଦା ପ୍ରଦାନ କରାଯାଉଥିଲା। ଏବେ ଡବ୍ଲ୍ୟୁଟିସି ଚାମ୍ପିୟନକୁ ଏହି ଟ୍ରଫି ହସ୍ତାନ୍ତର କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପୁଣି ଘୁଞ୍ଚିବ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌

ନୂଆଦିଲ୍ଲୀ,୨୪।୯ (ପି.ଟି.): ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌ ପୁଣି ଥରେ ଘୁଞ୍ଚିବାର ସମ୍ଭାବନା ଦେଖାଦେଇଛି। ପୂର୍ବରୁ ଥରେ ଘୁଞ୍ଚାଯାଇ ଏହି ମେଗା ଇଭେଣ୍ଟକୁ...

ସରକାରୀ ନିଯୁକ୍ତିରେ କ୍ରୀଡ଼ାବିତ୍‌ଙ୍କୁ ଅଧିକ ସୁଯୋଗ

ନୂଆଦିଲ୍ଲୀ,୧।୯ (ପି.ଟି.): କେନ୍ଦ୍ର ସରକାର ମେଧାବୀ କ୍ରୀଡ଼ାବିତ୍‌ମାନଙ୍କ ପାଇଁ ଚାକିରି କ୍ଷେତ୍ରରେ ସିଧା ନିଯୁକ୍ତି ନିମନ୍ତେ ତାଲିକାରେ ଅଧିକ ସଂଖ୍ୟକ କ୍ରୀଡ଼ାବର୍ଗକୁ ସାମିଲ କରିଛନ୍ତି। ଏହି...

ଅବସର ଘୋଷଣା କଲେ ଷ୍ଟାର ହକି ଖେଳାଳି

ନୂଆଦିଲ୍ଲୀ,୧।୧୦ : ଅଭିଜ୍ଞ ଭାରତୀୟ ପୁରୁଷ ହକି ଷ୍ଟ୍ରାଇକର ଏସ୍‌.ଭି. ସୁନୀଲ ଶୁକ୍ରବାର ଅବସର ଘୋଷଣା କରିଛନ୍ତି। ଏଥିସହ ଦୀର୍ଘ ୧୪ ବର୍ଷ କ୍ୟାରିୟରର ଅନ୍ତ...

ମା’ ହେବେ ଭାରତୀୟ ମହିଳା ରେସଲର ବବିତା ଫୋଗଟ: ସ୍ବାମୀଙ୍କ ସହ ଫଟୋ ଶେୟାର କରି ଦେଲେ ଖୁସି ଖବର

ନୂଆଦିଲ୍ଲୀ,୨୨।୧୧-ଭାରତୀୟ ମହିଳା ରେସଲର ବବିତା ଫୋଗଟ ମା’ ହେବାକୁ ଯାଉଛନ୍ତି। ଏ ନେଇ ବବିତା ନିଜେ ଶନିବାର ଟୁଇଟ କରି ସୂଚନା ଦେଇଛନ୍ତି। ସ୍ବାମୀ ବିବେକ...

ରାଗିଗଲେ କୋହଲି: କହିଲେ, ସବୁ ସୀମା ଟପିଗଲା

ମୁମ୍ବାଇ,୧୦।୧: ସିଡନୀରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ତୃତୀୟ ଟେଷ୍ଟରେ ପଡ଼ିଆରେ ଉପସ୍ଥିତ ଥିବା କିଛି ଦର୍ଶକ ଫିଲ୍ଡିଂ କରୁଥିବା ମହମ୍ମଦ ସିରାଜଙ୍କୁ ଦୁର୍ବ୍ୟବହାର...

ଇତିହାସ ରଚିଲେ ଏହି କ୍ରିକେଟର

ଢାକା,୧୦।୮: ଅଷ୍ଟ୍ରେଲିଆ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ପଞ୍ଚମ ଟି-୧୦ ମ୍ୟାଚ୍‌ରେ ବାଂଲାଦେଶ ଅଷ୍ଟ୍ରେଲିଆକୁ ୬୦ ରନରେ ପରାସ୍ତ କରିଛି। ଏହା ସହ ଦଳ ୫...

ସିଏସ୍‌କେ ସହ ଶେଷ ହୋଇପାରେ ରାଇନାଙ୍କ କ୍ୟାରିୟର

ଦୁବାଇ, ୩୧ା୮: ଚଳିତ ବର୍ଷର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ହେବାକୁ ଯାଉଛି। ବିଭିନ୍ନ ଦଳର ଖେଳାଳିମାନେ ସେଠାରେ ପହଞ୍ଚତ୍ବା...

କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ଲାରା ମେଡିକାଲରେ ଭର୍ତ୍ତି

ମୁମ୍ବାଇ,୨୫।୬(ପିଟି)- ଓ୍ବେଷ୍ଟଇଣ୍ଡିଜ ଦଳର ପୂର୍ବତନ ଅଧିନାୟକ ବ୍ରାଏନ ଲାରା ମଙ୍ଗଳବାର ମେଡିକଲାରେ ଭର୍ତ୍ତି ହୋଇଛନ୍ତି। କିନ୍ତୁ ସେ ଏବେ ସୁସ୍ଥ ଅଛନ୍ତି ଓ ତାଙ୍କୁ ତୁରନ୍ତ...

Advertisement
Archives

Model This Week