Posted inଜାତୀୟ

କଶ୍ମୀରକୁ ଫେରିବ କି ରାଜ୍ୟ ମାନ୍ୟତା

ନୂଆଦିଲ୍ଲୀ/ଶ୍ରୀନଗର,୨୧ା୬: ୨୦୧୯ ଅଗଷ୍ଟ ୫ରେ କେନ୍ଦ୍ର ସରକାର ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ଉଚ୍ଛେଦ କରିବା ସହ ଜମ୍ମୁ-କଶ୍ମୀରର ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପ୍ରତ୍ୟାହାର କରିଥିଲେ। ଉପଯୁକ୍ତ ସମୟରେ ରାଜ୍ୟ ମାନ୍ୟତା ଫେରାଇ ଦିଆଯିବ ବୋଲି ସେତେବେଳେ ସରକାରଙ୍କ ପକ୍ଷରୁ କୁହାଯାଇଥିଲା। ଆସନ୍ତା ଅଗଷ୍ଟରେ ଏହି ପଦକ୍ଷେପକୁ ୨ ବର୍ଷ ପୂରିବାକୁ ଯାଉଥିବାବେଳେ କଶ୍ମୀର ଉପରେ କେନ୍ଦ୍ର କିଛି ବଡ଼ ନିଷ୍ପତ୍ତି ନେଇପାରେ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇବାରେ ଲାଗିଛି। ଏଭଳି ଚର୍ଚ୍ଚାକୁ ବଳ ଦେଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଜୁନ୍‌ ୨୪ ବୈଠକ। ଏହି ସର୍ବଦଳୀୟ ବୈଠକରେ ସାମିଲ ହେବା ପାଇଁ ଜମ୍ମୁ-କଶ୍ମୀରର ୧୪ ନେତାଙ୍କୁ ଆମନ୍ତ୍ରଣ କରାଯାଇଛି। ଗତ ୨ ବର୍ଷ ମଧ୍ୟରେ ଏଭଳି ବୈଠକ କେବେ କରାଯାଇ ନ ଥିବାରୁ ମୋଦି ସରକାର ମନରେ କ’ଣ ଅଛି ତାହା ଜାଣିବା ପାଇଁ ସମସ୍ତଙ୍କ ଉତ୍ସୁକତା ବଢ଼ିବାରେ ଲାଗିଛି। କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳଗୁଡ଼ିକ ଜମ୍ମୁ-କଶ୍ମୀରକୁ ରାଜ୍ୟ ମାନ୍ୟତା ଫେରାଇଦେବା ପାଇଁ ଦାବି କରିଛନ୍ତି। ତେବେ ପ୍ରଧାନମନ୍ତ୍ରୀଙ୍କ ବୈଠକ ମାନ୍ୟତା ଫେରସ୍ତ ପାଇଁ ନୁହେଁ, ବରଂ ଏହି କେନ୍ଦ୍ରଶାସିତ ଅଞ୍ଚଳର ପୁନର୍ଗଠନ ଉଦ୍ଦେଶ୍ୟରେ ଡକାଯାଇଥିବା ସୂତ୍ରରୁ ଜଣାପଡ଼ିଛି।
ରାଜ୍ୟ ମାନ୍ୟତା ଫେରାଇବା ସମୟ ଆସିନାହିଁ। ଜୁନ୍‌ ପ୍ରଥମ ସପ୍ତାହରେ ଆରମ୍ଭ ହୋଇଥିବା ପ୍ରଶାସନିକ କସରତ ଲାଗି ରାଜନୈତିକ ବୈଧତା ହାସଲ ଉଦ୍ଦେଶ୍ୟରେ ଏହା କେନ୍ଦ୍ରର ଏକ ପଦକ୍ଷେପ। ବର୍ତ୍ତମାନ କେନ୍ଦ୍ର ବିଧାନସଭା ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ପ୍ରସ୍ତୁତ, ଯେଉଁଥିପାଇଁ ପ୍ରଥମେ ପୁନର୍ଗଠନ ପ୍ରକ୍ରିୟା ଶେଷ କରିବାକୁ ପଡ଼ିବ। ଏହି ପ୍ରକ୍ରିୟାରେ ଏକ ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା ଓ ଲୋକ ସଭା ନିର୍ବାଚନମଣ୍ଡଳୀଗୁଡ଼ିକର ସୀମା ପୁନଃ ନିର୍ଦ୍ଧାରଣ କରାଯାଇଥାଏ। ଗତବର୍ଷ ଜଷ୍ଟିସ୍‌ ରଞ୍ଜନା ପ୍ରକାଶ ଦେଶାଇ(ଅବସରପ୍ରାପ୍ତ ବିଚାରପତି)ଙ୍କ ଅଧ୍ୟକ୍ଷତାରେ ଗଠିତ ଡିଲିମିଟେଶନ କମିଶନ ଏଥିପାଇଁ ସମସ୍ତ ଜିଲାପାଳଙ୍କୁ ମୌଳିକ ତଥ୍ୟ ମାଗିଛନ୍ତି। ତେବେ ଉକ୍ତ ବୈଠକରେ ରାଜ୍ୟ ମାନ୍ୟତା ଫେରାଇବା ନେଇ ମଧ୍ୟ ଆଲୋଚନା ହୋଇପାରେ। ଏଥିରେ ୮ ରାଜନୈତିକ ଦଳର ୧୪ ନେତା ସାମିଲ ହୋଇପାରନ୍ତି। ସେମାନଙ୍କ ମଧ୍ୟରୁ ପିପୁଲ୍ସ ଡେମୋକ୍ରାଟିକ୍‌ ପାର୍ଟି (ପିଡିପି) ଅଧ୍ୟକ୍ଷା ମେହବୁବା ମୁଫ୍‌ତି ବୈଠକରେ ଯୋଗଦେବା ପାଇଁ ଦିଲ୍ଲୀ ଯିବେ ବୋଲି କହିଛନ୍ତି। ନ୍ୟାଶନାଲ କନ୍‌ଫରେନ୍ସ (ଏନ୍‌ସି) ମୁଖ୍ୟ ଫାରୁକ୍‌ ଅବ୍‌ଦୁଲ୍ଲା ଏନେଇ ପିପୁଲ୍ସ ଆଲାଏନ୍ସ ଫର୍‌ ଗୁପ୍‌କାର ଡିକ୍ଲାରେଶନ (ପିଏଜିଡି)ରେ ସାମିଲ ଥିବା ୬ ରାଜନୈତିକ ଦଳ ସହ ଆଲୋଚନା କରିଛନ୍ତି। ଅନ୍ୟ ଦଳଗୁଡ଼ିକ ହେଲେ ପିଡିପି, ସିପିଏମ୍‌, ଆଓ୍ବାମି ନ୍ୟାଶନାଲ କନ୍‌ଫରେନ୍ସ, ସିପିଆଇ ଏବଂ ଜମ୍ମୁ-କଶ୍ମୀର ପିପୁଲ୍ସ ମୁଭ୍‌ମେଣ୍ଟ। କେନ୍ଦ୍ରର ନିମନ୍ତ୍ରଣ ଉପରେ ଗୁପ୍‌କାର ମେଣ୍ଟ ମଙ୍ଗଳବାର ନିଷ୍ପତ୍ତି ନେବ। ରବିବାର ଉପରାଜ୍ୟପାଳ ମନୋଜ ସିହ୍ନା ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟିଛନ୍ତି। ଶୁକ୍ରବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଦେଶର ସୁରକ୍ଷା ସଂସ୍ଥାଗୁଡ଼ିକର ମୁଖ୍ୟଙ୍କୁ ନେଇ ଏକ ବୈଠକ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚିଦାମ୍ବରମ୍‌ ପୃଥିବୀ ଉପରେ ବୋଝ: ପଲାନିସ୍ବାମୀ

ଚେନ୍ନାଇ,୧୩।୮: ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ. ପଲାନିସ୍ବାମୀ କଂଗ୍ରେସର ବରିଷ୍ଠ ସଦସ୍ୟ ପି. ଚିଦାମ୍ବରମ୍‌ଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଚିଦାମ୍ବରମ୍‌ ପୃଥିବୀ ଉପରେ ଏକ ବୋଝ ବୋଲି...

ଭବିଷ୍ୟତ ଯୁଦ୍ଧରେ ସାଇବର-ଲେଜର-ସ୍ପେସ୍‌ ଓ ରୋବଟ ମୁଖ୍ୟ ଭୂମିକା ଗ୍ରହଣ କରିବେ: ସେନା ମୁଖ୍ୟ ବିପିନ୍‌ ରାଓ୍ବତ

ନୂଆଦିଲ୍ଲୀ,୧୫।୧୦: ଭବିଷ୍ୟତରେ ହେବାକୁଥିବା ଯୁଦ୍ଧରେ ସାଇବର-ଲେଜର-ସ୍ପେସ୍‌ ଓ ରୋବଟ ମୁଖ୍ୟ ଭୂମିକା ଗ୍ରହଣ କରିବେ। ଡିଆର୍‌ଡିଓ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେନା ମୁଖ୍ୟ...

ସୋନିଆଙ୍କ ଜୋତା ଫିତା ବାନ୍ଧିଲେ ରାହୁଲ

ବେଙ୍ଗାଲୁରୁ,୬।୯: ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ‘ଭାରତ ଯୋଡୋ ଯାତ୍ରା’ ଦୁଇ ଦିନର ବିରତି ପରେ ଗୁରୁବାର କର୍ନାଟକର ମାଣ୍ଡ୍ୟା ଜିଲାରେ ପୁଣି ଆରମ୍ଭ ହୋଇଛି।...

ଜମ୍ମୁ-କଶ୍ମୀରରେ ଆତଙ୍କ ସୃଷ୍ଟି ପାଇଁ ୟାସିନ୍‌ ମଲିକ୍‌ଙ୍କୁ ପାଣ୍ଠି ଯୋଗାଉଥିଲେ ହାଫିଜ୍‌ ସଇଦ୍‌: ଏନ୍‌ଆଇଏ ରିପୋର୍ଟ

ଶ୍ରୀନଗର,୩୦।୯: ଜମ୍ମୁ-କଶ୍ମୀରରେ ଆତଙ୍କ ସୃଷ୍ଟି ପାଇଁ ବିଚ୍ଛିନ୍ନତାବାଦୀ ନେତା ୟାସିନ୍‌ ମଲିକ୍‌ଙ୍କୁ ଲଶ୍କର-ଇ-ତୋଏବା ମୁଖ୍ୟ ୟାସିନ୍‌ ମଲିକ୍‌ ପାଣ୍ଠି ଯୋଗାଉଥିଲେ। ଏନେଇ ଏନ୍‌ଆଇଏ ପକ୍ଷରୁ ଏକ...

‘ଏବେ ୟୁପିଏର ଅସ୍ଥିତ୍ୱ ନାହିଁ’

ନୂଆଦିଲ୍ଲୀ,୧।୧୨: ମିଳିତ ପ୍ରଗତିଶୀଳ ସହଯୋଗୀ ମେଣ୍ଟ (ୟୁପିଏ/ଉପା) କ’ଣ? ଏହାର ଏବେ ଅସ୍ଥିତ୍ୱ ନାହିଁ। ମୁମ୍ବାଇରେ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ମୁଖ୍ୟ ଶରଦ ପାଓ୍ବାରଙ୍କୁ...

ଚେନ୍ନାଇ ପୋଲିସର ଆଉ ଏକ ରୂପ

ଚେନ୍ନାଇ,୧୩।୮: କରୋନା ଭାଇରସ ଏବେ ସାଧାରଣ ଜୀବନକୁ ଅସ୍ତବ୍ୟସ୍ତ କରି ଦେଇଛି। ଧନୀଠାରୁ ଗରିବ ସମସ୍ତେ ଏବେ ଏହାସହ ଲଢି ଚାଲିଛନ୍ତି। ଏହି ଅଦୃଶ୍ୟ ଯୁଦ୍ଧରେ...

ମମତାଙ୍କୁ ଅଙ୍ଗୁଳି ଉଠାଇଲା ସିବିଆଇ

ନୂଆଦିଲ୍ଲୀ, ୨୮।୧୨ (ଆଇଏଏନ୍‌ଏସ୍‌): ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ଆଉ ଚାରିମାସ ବାକି ଥିବାବେଳେ ସାରଦା ଚିଟ୍‌ଫଣ୍ଡ ଦୁର୍ନୀତି ମାମଲାରେ ସିବିଆଇର ନୂଆ ଖୁଲାସା ମମତା ବାନାର୍ଜୀ...

କାର୍ଯ୍ୟକ୍ରମ ଚାଲିଥିବାବେଳେ କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀଙ୍କ ବିଗିଡିଲା ସ୍ବାସ୍ଥ୍ୟାବସ୍ଥା

ସିଲଗୁଡି,୧୭।୧୧: କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁବାର ଏକ କାର୍ଯ୍ୟକ୍ରମ ସମୟରେ ହଠାତ୍‌ ଖରାପ ହୋଇଯାଇଛି। ପଶ୍ଚିମବଙ୍ଗର ସିଲିଗୁଡିରେ ନିତିନ ଗଡକରୀ ଏକ କାର୍ଯ୍ୟକ୍ରମକୁ...

Advertisement
Archives

Model This Week