ଅଯୋଧ୍ୟାରେ ମୋଦି କାହିଁକି ଲଗାଇବେ ଏହି ଗଛ: କ’ଣ ରହିଛି ଏହାର ଏହାର ପୌରାଣିକ ମହତ୍ୱ

ନୂଆଦିଲ୍ଲୀ,୪।୮: ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ଅଗଷ୍ଟ ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମି ପୂଜା କରିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ସେ ଜନ୍ମଭୂମି ପରିସରରେ ଏକ ପାରିଜାତର ବୃକ୍ଷ ଲଗାଇବେ ବୋଲି ଜଣାପଡ଼ିଛି। ତେବେ ଏହା ପଛରେ କ’ଣ ମହତ୍ୱ ଓ ବିଶେଷତ୍ୱ ରହିଛି ଜାଣିଛନ୍ତି କି, ଯାହାକୁ ଭୂମିପୂଜା ସମାରୋହର ଏକ ଅଂଶ ବୋଲି କୁହାଯାଇଛି। ତେବେ ଏଠାରେ କହି ରଖୁଛୁ ଯେ, ପାରିଜାତ ବୃକ୍ଷ ବେଶ୍‌ ସୁନ୍ଦର। ଏହାର ଫୁଲକୁ ଭଗବାନ ବିଷ୍ଣୁଙ୍କ ଶୃଙ୍ଗାର ଓ ପୂଜାରେ ବ୍ୟବାହାର କରାଯାଇଥାଏ। ତେଣୁ ଏହାକୁ ହରଶୃଙ୍ଗାର ବୋଲି ମଧ୍ୟ କୁହାଯାଇଥାଏ। ହିନ୍ଦୁଧର୍ମରେ ଏହି ବୃକ୍ଷର ବେଶ୍‌ ମହତ୍ୱ ରହିଛି। ଏଭଳି ବି ମାନ୍ୟତା ରହିଛି ଯେ, ପାରିଜାତ ଫୁଲକୁ ଛୁଇଁ ଦେବା ମାତ୍ରେ ବ୍ୟକ୍ତିଙ୍କର ସମସ୍ତ ଥକ୍କାପଣ ଦୂର ହୋଇଯାଏ। ପାରିଜାତ ବୃକ୍ଷର ଉଚ୍ଚତା ୧୦ ରୁ ୨୫ ଫୁଟର ହୋଇଥାଏ। ଏହି ଗଛର ଅନ୍ୟ ଏକ ବିଶେଷତ୍ୱ ହେଉଛି ଏଥିରେ ଅଧିକ ମାତ୍ରାରେ ଫୁଲ ହୋଇଥାଏ। ଗୋଟିଏ ଦିନରେ ଏହାର ଯେତେ ଫୁଲ ତୋଳାଗଲେ ମଧ୍ୟ ଆର ଦିନ ଆହୁରି ଅଧିକ ଫୁଲ ଫୁଟିଥାଏ। ଏହି ଫୁଲ ରାତିରେ ଫୁଟୁଥିବା ବେଳେ ସକାଳେ ସବୁ ଝଡ଼ିଯାଇଥାଏ। ତେଣୁ ଏହାକୁ ରାତିର ରାଣୀ ବୋଲି କୁହାଯାଏ। ସମଗ୍ର ବିଶ୍ୱରେ ଏହି ଫୁଲର ମାତ୍ର ୫ ପ୍ରଜାତି ରହିଛି ବୋଲି କୁହାଯାଏ। ଭଗବାନ ଲକ୍ଷ୍ମୀଙ୍କର ମଧ୍ୟ ଏହା ପ୍ରିୟ ଫୁଲ। ତେଣୁ ଏହି ଫୁଲକୁ ମା’ଙ୍କ ପୂଜାରେ ବ୍ୟବହାର କଲେ ସେ ଖୁବ ପ୍ରସନ୍ନ ହୋଇଥାଆନ୍ତି ବୋଲି ବିଶ୍ୱାସ ରହିଛି। ସୂଚନାଯୋଗ୍ୟ, ପାରିଜାତ ବୃକ୍ଷର ଉତ୍ପତ୍ତି ସମୁଦ୍ର ମନ୍ଥନରୁ ହୋଇଛି। ଯାହାକୁ ଇନ୍ଦ୍ରଦେବ ନିଜ ବାଟିକାରେ ଲଗାଇଥିଲେ।
ଏହି ବୃକ୍ଷର ଖୁବ ଔଷଧୀୟ ଗୁଣ ମଧ୍ୟ ରହିଛି। ତେଣୁ ମୋଦି ଅଯୋଧ୍ୟାରେ ଭୂମି ପୂଜନ ସମାରୋହରେ ଏହି ଗଛକୁ ଲଗାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନେହେରୁଙ୍କ ଜନ୍ମଦିନ ପାଳନ ପାଇଁ ସଂସଦକୁ ଆସିଲେ ନାହିଁ ବାଚସ୍ପତି, ଉପରାଷ୍ଟ୍ରପତି: ଆପତ୍ତି ଉଠାଇଲା କଂଗ୍ରେସ

ନୂଆଦିଲ୍ଲୀ,୧୪।୧୧: ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମ ବାର୍ଷିକୀ ରବିବାର ପାଳନ କରାଯାଇଥିଲା। ଏହି ଅବସରରେ ସଂସଦରେ ଆୟୋଜିତ ପାରମ୍ପରିକ କାର୍ଯ୍ୟକ୍ରମରେ ରାଜ୍ୟ...

ନାଗାଲାଣ୍ଡ ହିଂସା: ଯେଉଁଠି ହୋଇଥିଲା ବିବାହ ସେଇଠି ହେଲା ସଂସ୍କାର

କୋହିମା,୭ ।୧୨: ନାଗାଲାଣ୍ଡର ମୋନ ଜିଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୧୪ ସାଧାରଣ ନାଗରିକଙ୍କ ମୃତ୍ୟୁ ସମସ୍ତଙ୍କୁ ଚମକାଇ ଦେଇଥିଲା । ଯେତେବେଳେ ଏମାନଙ୍କ ମୃତ ଦେହ...

ଭାରତକୁ ବିଭାଜନ କରିବା ପାଇଁ ମୋଦି ଲୋକଙ୍କ ମଧ୍ୟରେ ବୁଣୁଛନ୍ତି ଘୃଣାର ବିଷ ମଞ୍ଜି: ରାହୁଲ

ଓ୍ବାୟନାଡ,୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଲୋକଙ୍କ ମଧ୍ୟରେ ସାମ୍ପ୍ରଦାୟିକ ଭେଦଭାବର ଘୃଣା ବିଷ ମଞ୍ଜି ବୁଣୁଛନ୍ତି। ସେ ଦେଶ ବିଭାଜନ କରିବାକୁ ଉଦ୍ୟମ କରୁଥିବା...

ଉଭୟ ଗୃହରେ କୃଷି ଆଇନ ପ୍ରତ୍ୟାହାର ବିଲ୍‌ ପାରିତ…

ନୂଆଦିଲ୍ଲୀ,୨୯।୧୧: ସଂସଦର ଶୀତକାଳୀନ ଅଧିବେଶନରେ କୃଷି ଆଇନ ପ୍ରତ୍ୟାହାର ବିଲ୍‌ ଲୋକ ସଭା ଏବଂ ରାଜ୍ୟ ସଭା ଉଭୟ ଗୃହରେ ପାରିତ ହୋଇଛି। ବିନା ଚର୍ଚ୍ଚାରେ...

ଜମ୍ମୁ-କଶ୍ମୀର ଆଇପିଏସ୍‌ ଅଫିସର ବସନ୍ତ ରଥ ନିଲମ୍ବିତ

ଶ୍ରୀନଗର,୮।୭: ଦୁର୍ବବ୍ୟହାର ଓ ଅସଦାଚରଣ ଅଭିଯୋଗରେ ଜମ୍ମୁ- କଶ୍ମୀରର ବରିଷ୍ଠ ଓଡ଼ିଆ ଆଇପିଏସ ଅଧିକାରୀ ବସନ୍ତ ରଥଙ୍କୁ ବୁଧବାର ନିଲମ୍ବିତ କରାଯାଇଛି। ଏନେଇ କେନ୍ଦ୍ର ସ୍ବରାଷ୍ଟ୍ର...

ରାଜଧାନୀରେ ନାଇଟ୍‌ କର୍ଫ୍ୟୁ

ନୂଆଦିଲ୍ଲୀ,୬।୪: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ନେଇ ଆତଙ୍କ ସୃଷ୍ଟି ହୋଇଛି। ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ...

୫ ମିନିଟ ଅକ୍ସିଜେନ୍‌ ସପ୍ଲାଏ ବନ୍ଦ ହେବାରୁ ଚାଲିଗଲା ୨୨ ଜୀବନ! ହସ୍ପିଟାଲ୍‌ ସିଲ୍‌

ଆଗ୍ରା,୮। ୧୧: ଆଗ୍ରାର ଏକ ପ୍ରାଇଭେଟ ହସ୍ପିଟାଲରେ ଅକ୍ସିଜେନ ମକ ଡ୍ରିଲ ବେଳେ ୨୨ ଜଣ ରୋଗୀଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଏହି ଘଟଣା ସାମ୍ନାକୁ...

ଚିନ୍ମୟ ଚିନ୍ତନ: ନିଜର ମାଲିକ ବାଛିଲେଣି କି

ଆପଣଙ୍କ କ୍ଷେତରେ ବୁଲାଗାଈଟିଏ ପଶିଗଲା। ଫସଲରୁ ଯାହା ଖାଇଲା ଖାଇଲା, ଦଳି ମନ୍ଥି ଗୁଡାଏ ନଷ୍ଟକଲା। ଖବର ପାଇ ଠେଙ୍ଗାଟିଏ ନେଇ ଆପଣ ଦୌଡିଲେ। ହାତ...

Advertisement
Archives

Model This Week