ଅପେକ୍ଷାର ହେବାକୁ ଯାଉଛି ଅନ୍ତ: ଫଟୋରେ ଦେଖନ୍ତୁ କେତେ ଭବ୍ୟ ହେବ ଅଯୋଧ୍ୟାର ରାମମନ୍ଦିର; କ’ଣ ରହିବ ଖାସ୍‌

ନୂଆଦିଲ୍ଲୀ: ଅଯୋଧ୍ୟାରେ ନିର୍ମାଣ ହେବାକୁ ଯାଉଛି ରାମମନ୍ଦିର। ଦିନକ ପରେ ଏହାର ଶିଳାନ୍ୟାସ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏସବୁ ମଧ୍ୟରେ ରାମମନ୍ଦିରର ଥ୍ରି-ଡି ଫଟୋକୁ ସମସ୍ତଙ୍କ ସହ ଶେୟାର କରାଯାଇଛି। ୧୯୮୯ ମସିହାରେ ପ୍ରସ୍ତାବିତ ମନ୍ଦିରର ମଡେଲକୁ ବଦଳାଇ ଏହାକୁ ଅଧିକ ଭବ୍ୟ କରାଯାଇଛି। ପ୍ରଥମେ ମନ୍ଦିରର ମୁଖ୍ୟ ଶିଖରର ଉଚ୍ଚତା ୧୨୮ ଫୁଟ ରହିଥିଲା। ଏବେ ଏହା ୧୬୧ ଫୁଟ ହୋଇଛି। ତିନୋଟି ବଦଳରେ ପାଞ୍ଚଟି ଗମ୍ବୁଜର ତଳେ ଚାରିଟି ଭାଗ ରହିବ ଏବଂ ଗୋଟିଏ ମୁଖ୍ୟ ଶିଖର ରହିବ।

ରାମମନ୍ଦିର ନକ୍ସା(ମାନଚିତ୍ର) ପ୍ରସ୍ତୁତ କରିଥିବା ମୁଖ୍ୟ ସ୍ଥପତି ସୋମପୁରାଙ୍କ ପୁଅ ନିଖିଲ ସୋମପୁରା କହିଛନ୍ତି ଯେ, ମୋଟ ୬୭ ଏକର ଜମି ରହିଛି। ହେଲେ ୨ ଏକର ଜମିରେ ମନ୍ଦିର ନିର୍ମାଣ ହେବ। ବାକି ୬୫ ଏକରରରେ ରାମମନ୍ଦିର ପରିସରକୁ ବିସ୍ତାର କରାଯିବ। ଏହାଦେଶର ସବୁଠାରୁ ଚମତ୍କାର ମନ୍ଦିର ହେବ। ରାମମନ୍ଦିର ନିର୍ମାଣରେ ରାଜସ୍ଥାନର ବଂଶୀ ପାହାଡ଼ପୁରର ପଥର ବ୍ୟବହାର କରାଯିବ। ଉକ୍ତ ଅଞ୍ଚଳର ପଥର ଏହାର ଶକ୍ତି ଏବଂ ସୌନ୍ଦର୍ଯ୍ୟ ପାଇଁ ବିଶ୍ୱ ପ୍ରସିଦ୍ଧ। ଏହାର ବିଶେଷତାକୁ ଦୃଷ୍ଟିରେ ରଖି ଦେଶର ବଡ଼ ବଡ଼ ମନ୍ଦିର ଏବଂ ଅଟ୍ଟାଳିକାରେ ଏହାକୁ ବ୍ୟବହାର କରାଯାଇଛି। ଏବେ ଅଯୋଧ୍ୟା ମନ୍ଦିର ପାଇଁ ଏହି ପଥରଗୁଡ଼ିକ ଆସିବାକୁ ନିର୍ଦ୍ଦେଶ ଦିଆଯାଇସାରିଛି। ମନ୍ଦିର ପ୍ରସ୍ତୁତ ହେବାକୁ ୩ରୁ ସାଢ଼େ ୩ ବର୍ଷ ସମୟ ଲାଗିବ। ଏହା ତିନି ମହଲା ବିଶିଷ୍ଟ ହେବ ଏବଂ ବାସ୍ତୁଶାସ୍ତ୍ର ଅନୁଯାୟୀ ନିର୍ମାଣ କରାଯିବ।

ମନ୍ଦିର ଭୂମିପୂଜନ ଉତ୍ସବ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚୁଛି। ସୋମବାରଠାରୁ ୩ ଦିନିଆ ଉତ୍ସବ ଆରମ୍ଭ ହୋଇଛି। ବୁଧବାର ଭୂମିପୂଜନ ପାଇଁ ମଞ୍ଚରେ ପ୍ରଧାନମନ୍ତ୍ରୀଙ୍କ ସହ ୫ଜଣ ରହିବେ। ଏହି ଉତ୍ସବ ଲାଗି ୧୭୫ଜଣଙ୍କୁ ନିମନ୍ତ୍ରଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଜ୍ଞାନେଶ କୁମାରଙ୍କ ତଣ୍ଟି କାଟିଦେବି’: ବିବାଦୀୟ ବୟାନକୁ ନେଇ ରାଜନୀତିରେ ଚହଳ , ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୭।୯: ଭାରତୀୟ ନିର୍ବାଚନ ଆୟୋଗ (ECI)କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଦେଶର ରାଜନୀତି ସରଗରମ ରହିଛି। ଏହାରି ମଧ୍ୟରେ ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ…

ନାଇରା ଛକ ନିକଟରେ ଦବିଲା ହାଇଓ୍ବା, ଯାତାୟାତ ବାଧାପ୍ରାପ୍ତ

ଗୁଡାରି,୨୭।୯(ପ୍ରମୋଦ କୁମାର ପତି ): ନାଇରା-ଗୁଡାରି ରାସ୍ତାର ନାଇରା ଛକ ନିକଟରେ ଏକ ହାଇୱା ଦବି ଯିବା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ରାସ୍ତା ଖରାପ…

ହିମନ୍ତ ବିଶ୍ୱ ଶର୍ମାଙ୍କୁ ଅଲ୍ଟିମେଟମ ଦେଲେ ଅଭିଜିତ, ଏମିତି ନ କଲେ ଆସାମରେ ହେବ…

ନୂଆଦିଲ୍ଲୀ,୨୭।୯: ଗୁଆହାଟୀରେ କକ୍ରୋଚ ଜନତା ପାର୍ଟି (CJP)ର ସହ-ସଂସ୍ଥାପକ ଆଶୁତୋଷ ରାଙ୍କାଙ୍କ ସମେତ ଅନ୍ୟ କିଛି କର୍ମୀଙ୍କୁ ଆସାମ ପୋଲିସ ଅଟକ ରଖିବା ପରେ CJP ସଂସ୍ଥାପକ…

ଭାରତୀୟ ଟେଲିକମ୍ ଗ୍ରାହକଙ୍କ ପାଇଁ ବଡ଼ ଖବର: ଏବେ ବର୍ଷକୁ ୧୩ ନୁହେଁ, ୧୨ ଥର କରିବାକୁ ପଡ଼ିବ ରିଚାର୍ଜ

ନୂଆଦିଲ୍ଲୀ,୨୭।୯: ଭାରତୀୟ ଟେଲିକମ୍ ଗ୍ରାହକଙ୍କ ପାଇଁ ଏକ ଅତ୍ୟନ୍ତ ଖୁସିର ଖବର ସାମ୍ନାକୁ ଆସିଛି। କେନ୍ଦ୍ର ସରକାର ଏବଂ ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (TRAI) ଦେଶର…

‘ତାଙ୍କ ମୃତ୍ୟୁ ପାଇଁ ପ୍ରାର୍ଥନା କରିବି…’, ମୁଖ୍ୟମନ୍ତ୍ରୀଙ୍କୁ ନେଇ ବିବାଦୀୟ ବୟାନ ଦେଲେ ବିଧାୟକ, ଚାରିଆଡ଼େ ଚର୍ଚ୍ଚା

କୋଲକାତା,୨୭।୯: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ନେଇ ଆମଜନତା ଉନ୍ନୟନ ପାର୍ଟି (AJUP) ଅଧ୍ୟକ୍ଷ ତଥା ନଓଦା ବିଧାୟକ ହୁମାୟୁନ କବୀରଙ୍କ ଏକ ବିବାଦୀୟ ବୟାନ ସାମ୍ନାକୁ…

ନଦୀ ସ୍ରୋତରେ ଭାସିଯାଇ ଥିଲେ ବୃଦ୍ଧ, ୧୦ ଘଣ୍ଟା ପରେ ଜୀବିତ ହେଲେ ଉଦ୍ଧାର

ହିଞ୍ଜିଳିକାଟୁ,୨୭।୯(ଦ୍ବିତୀକୃଷ୍ଣ ପଣ୍ଡା): ରଖେ ହରି ତ, ମାରେ କି’ଏ। ଏଭଳି ଏକ ଘଟଣାଟି ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଖଣ୍ଡରା ଗ୍ରାମ ନିକଟ ଘୋଡ଼ାହାଡ଼ ନଦୀରେ ଘଟିଛି।…

ରାଜକୁମାର ବୁଧଙ୍କ ବଡ଼ ନକ୍ଷତ୍ର ପରିବର୍ତ୍ତନ: ପହିଲାଠୁ କନ୍ୟା ସମେତ ୪ ରାଶି ହେବେ ଧନବାନ୍‌, ପଛକୁ ପଛ ଲାଗିବ ଲଟେରୀ!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ନକ୍ଷତ୍ର ପରିବର୍ତ୍ତନକୁ ବେଶ ପ୍ରଭାବଶାଳୀ ବୋଲି ମନାଯାଏ। ଦ୍ରିକ ପଞ୍ଚାଙ୍ଗ ଅନୁସାରେ ବୁଦ୍ଧି, ବାଣୀ, ଯୋଗାଯୋଗ ଓ ବ୍ୟବସାୟର କାରକ ବୁଧ…

ଅଶ୍ଳେଷା ନକ୍ଷତ୍ରରେ ଗୁରୁ ବୃହସ୍ପତିଙ୍କ ପ୍ରବେଶ: ୬ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ଧନବର୍ଷା ଯୋଗ! ଘରକୁ ଆସିବ ଖୁସିଖବର

ଭୁବନେଶ୍ୱର: ଜ୍ୟୋତିଷ ଗଣନା ଅନୁସାରେ ଦେବଗୁରୁ ବୃହସ୍ପତି ଆସନ୍ତା ଅକ୍ଟୋବର ୮ ତାରିଖ ସନ୍ଧ୍ୟା ୭ଟା ୦୩ ମିନିଟରେ ଅଶ୍ଳେଷା ନକ୍ଷତ୍ରର ଚତୁର୍ଥ ପଦରେ ପ୍ରବେଶ କରିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?