ଅପେକ୍ଷାର ହେବାକୁ ଯାଉଛି ଅନ୍ତ: ଫଟୋରେ ଦେଖନ୍ତୁ କେତେ ଭବ୍ୟ ହେବ ଅଯୋଧ୍ୟାର ରାମମନ୍ଦିର; କ’ଣ ରହିବ ଖାସ୍‌

ନୂଆଦିଲ୍ଲୀ: ଅଯୋଧ୍ୟାରେ ନିର୍ମାଣ ହେବାକୁ ଯାଉଛି ରାମମନ୍ଦିର। ଦିନକ ପରେ ଏହାର ଶିଳାନ୍ୟାସ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏସବୁ ମଧ୍ୟରେ ରାମମନ୍ଦିରର ଥ୍ରି-ଡି ଫଟୋକୁ ସମସ୍ତଙ୍କ ସହ ଶେୟାର କରାଯାଇଛି। ୧୯୮୯ ମସିହାରେ ପ୍ରସ୍ତାବିତ ମନ୍ଦିରର ମଡେଲକୁ ବଦଳାଇ ଏହାକୁ ଅଧିକ ଭବ୍ୟ କରାଯାଇଛି। ପ୍ରଥମେ ମନ୍ଦିରର ମୁଖ୍ୟ ଶିଖରର ଉଚ୍ଚତା ୧୨୮ ଫୁଟ ରହିଥିଲା। ଏବେ ଏହା ୧୬୧ ଫୁଟ ହୋଇଛି। ତିନୋଟି ବଦଳରେ ପାଞ୍ଚଟି ଗମ୍ବୁଜର ତଳେ ଚାରିଟି ଭାଗ ରହିବ ଏବଂ ଗୋଟିଏ ମୁଖ୍ୟ ଶିଖର ରହିବ।

ରାମମନ୍ଦିର ନକ୍ସା(ମାନଚିତ୍ର) ପ୍ରସ୍ତୁତ କରିଥିବା ମୁଖ୍ୟ ସ୍ଥପତି ସୋମପୁରାଙ୍କ ପୁଅ ନିଖିଲ ସୋମପୁରା କହିଛନ୍ତି ଯେ, ମୋଟ ୬୭ ଏକର ଜମି ରହିଛି। ହେଲେ ୨ ଏକର ଜମିରେ ମନ୍ଦିର ନିର୍ମାଣ ହେବ। ବାକି ୬୫ ଏକରରରେ ରାମମନ୍ଦିର ପରିସରକୁ ବିସ୍ତାର କରାଯିବ। ଏହାଦେଶର ସବୁଠାରୁ ଚମତ୍କାର ମନ୍ଦିର ହେବ। ରାମମନ୍ଦିର ନିର୍ମାଣରେ ରାଜସ୍ଥାନର ବଂଶୀ ପାହାଡ଼ପୁରର ପଥର ବ୍ୟବହାର କରାଯିବ। ଉକ୍ତ ଅଞ୍ଚଳର ପଥର ଏହାର ଶକ୍ତି ଏବଂ ସୌନ୍ଦର୍ଯ୍ୟ ପାଇଁ ବିଶ୍ୱ ପ୍ରସିଦ୍ଧ। ଏହାର ବିଶେଷତାକୁ ଦୃଷ୍ଟିରେ ରଖି ଦେଶର ବଡ଼ ବଡ଼ ମନ୍ଦିର ଏବଂ ଅଟ୍ଟାଳିକାରେ ଏହାକୁ ବ୍ୟବହାର କରାଯାଇଛି। ଏବେ ଅଯୋଧ୍ୟା ମନ୍ଦିର ପାଇଁ ଏହି ପଥରଗୁଡ଼ିକ ଆସିବାକୁ ନିର୍ଦ୍ଦେଶ ଦିଆଯାଇସାରିଛି। ମନ୍ଦିର ପ୍ରସ୍ତୁତ ହେବାକୁ ୩ରୁ ସାଢ଼େ ୩ ବର୍ଷ ସମୟ ଲାଗିବ। ଏହା ତିନି ମହଲା ବିଶିଷ୍ଟ ହେବ ଏବଂ ବାସ୍ତୁଶାସ୍ତ୍ର ଅନୁଯାୟୀ ନିର୍ମାଣ କରାଯିବ।

ମନ୍ଦିର ଭୂମିପୂଜନ ଉତ୍ସବ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚୁଛି। ସୋମବାରଠାରୁ ୩ ଦିନିଆ ଉତ୍ସବ ଆରମ୍ଭ ହୋଇଛି। ବୁଧବାର ଭୂମିପୂଜନ ପାଇଁ ମଞ୍ଚରେ ପ୍ରଧାନମନ୍ତ୍ରୀଙ୍କ ସହ ୫ଜଣ ରହିବେ। ଏହି ଉତ୍ସବ ଲାଗି ୧୭୫ଜଣଙ୍କୁ ନିମନ୍ତ୍ରଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଉପନିର୍ବାଚନ ପୂର୍ବରୁ ବାକ୍‌ଯୁଦ୍ଧ: କମଳନାଥଙ୍କୁ କଳଙ୍କନାଥ କହିଲେ ଇମର୍ତି ଦେବୀ

ଭୋପାଳ, ୧୯।୧୦: ମଧ୍ୟପ୍ରଦେଶରେ ୨୮ଟି ବିଧାନସଭା ଆସନରେ ଉପନିର୍ବାଚନ ଦିନ ପାଖେଇ ଆସୁଛି। ଏପରି ସ୍ଥଳେ କଂଗ୍ରେସ ଏବଂ ଭାଜପା ମଧ୍ୟରେ ବାକ୍‌ଯୁଦ୍ଧ ବଢ଼ିବାରେ ଲାଗିଛି।...

‘ଯୋଗୀଙ୍କ ଭଳି ମୋର ବି ପରିବାର ନାହିଁ, ନିଜ ଦମ୍‌ରେ ଲଢିବି ନିର୍ବାଚନ’

ଲକ୍ଷ୍ନୌ, ୯।୧୧: ଉତ୍ତର ପ୍ରଦେଶର ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ବିଭିନ୍ନ ପାର୍ଟି ପକ୍ଷରୁ ଆରୋପ-ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି। ମଙ୍ଗଳବାର ବହୁଜନ ସମାଜ ପାର୍ଟି ସୁପ୍ରିମୋ...

ଚଷମା ଲଗାଇଲେ ଗାଈ ଦେଉଛି ଅଧିକ କ୍ଷୀର

ଯେଉଁ ଗୋପାଳକମାନେ ଗାଈ ପାଳିଛନ୍ତି, ସେମାନେ ଚାହାନ୍ତି ସେମାନଙ୍କ ଗାଈ କେମିତି ଅଧିକରୁ ଅଧିକ କ୍ଷୀର ଦେଉ। ଆଉ ସେମାନେ ଏହାକୁ ବିକ୍ରି କରି ଲାଭବାନ...

ଶୀର୍ଷ ସ୍ଥାନରେ ୮ ବର୍ଷ ବାଳକଙ୍କ ଦ୍ୱାରା ଲିଖିତ ପୁସ୍ତକ, ଏଥିରେ ଲେଖାଅଛି ଏମିତି କିଛି…

ଆମେରିକାର ଆଇଡାହୋ ରାଜ୍ୟର ଜଣେ ୮ ବର୍ଷର ବାଳକ ପୁସ୍ତକ ଲେଖି ଏହାକୁ ବିନା ଅନୁମତିରେ ସ୍ଥାନୀୟ ଲାଇବ୍ରେରୀ ସେଲ୍‌ଫରେ ଲୁଚାଇ ରଖିଥିଲେ। ଖୁବଶୀଘ୍ର ଏହି...

କେଶ ଫ୍ୟୁଜନ

ବେ ଫ୍ୟାଶନ ଦୁନିଆରେ ଆଉଟ୍‌ଫିଟ୍‌ରେ ଫ୍ୟୁଜନ୍‌ ବିଷୟରେ ସମସ୍ତେ ଅଳ୍ପ ବହୁତ ତ ଜାଣିଥିବେ କିନ୍ତୁ କେଶରେ ଫ୍ୟୁଜନ୍‌ କଥାଟା ପୂରା ନିଆରା ା ଆବିଡଜାନ୍‌ର...

ଭାକ୍ସିନ୍‌ର ୨ ଡୋଜ୍‌ ସହିତ ବୁଷ୍ଟର ନେବା ମଧ୍ୟ ଆବଶ୍ୟକ…

ନୂଆଦିଲ୍ଲୀ,୨୫।୭: ଦେଶରେ କରୋନା ମହାମାରୀ ବିରୋଧରେ ଲଢ଼େଇ ଜାରି ରହିଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ଟିକାକରଣ ଅଭିଯାନ ଜାରି ରହିଛି। ଲୋକଙ୍କୁ ଭାକ୍ସିନ୍‌ର ୨ଟି...

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲୀପ ଗାନ୍ଧୀଙ୍କ ପରଲୋକ

ନୂଆଦିଲ୍ଲୀ,୧୭।୩: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଭାଜପା ନେତା ଦିଲୀପ ଗାନ୍ଧୀଙ୍କ ଦେହାନ୍ତ ହୋଇଛି। ଦିଲ୍ଲୀର ଏକ ଘରୋଇ ଡାକ୍ତରଖାନାରେ ଦିଲୀପ ଗାନ୍ଧୀଙ୍କ କରୋନା ଯୋଗୁ...

ମହିଳା ଛିଙ୍କି ଦେବାରୁ ଦୋକାନୀ ଫିଙ୍ଗିଦେଲେ ୨୬ ଲକ୍ଷ ଟଙ୍କାର ଖାଦ୍ୟ ସାମଗ୍ରୀ

ଓ୍ବାଶିଂଟନ୍‌: କରୋନା ଭୂତାଣୁ ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। ଏନେଇ ଅଧିକାଂଶ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଫଳରେ ଲୋକେ ଘରେ ରହୁଛନ୍ତି। ଗୁରୁତ୍ୱପୂର୍ଣ୍ଣ...

Advertisement
Archives

Model This Week