Posted inଖେଳ

ଟି-୨୦ ବିଶ୍ୱକପ ଟ୍ରଫିକୁ କାହିଁକି ହାତ ଲଗାଇଲେ ନାହିଁ ମୋଦି? ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୪।୭: ଭାରତୀୟ କ୍ରିକେଟ ଟିମ୍‌ ଦ୍ୱିତୀୟ ଥର ପାଇଁ ଟି -୨୦ବିଶ୍ୱକପ ଚାମ୍ପିୟନ ହୋଇଛି। ଏହି ବିଶ୍ୱକପ ଟ୍ରଫି ନେଇ ରୋହିତ ଶର୍ମାଙ୍କ ବ୍ରିଗେଡ ସ୍ବଦେଶ ଆସିଛି। ଭାରତ ଆସିବା ପରେ ଟିମ ଇଣ୍ଡିଆ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟଛି। ପ୍ରଧାନମନ୍ତ୍ରୀ ତାଙ୍କ ବାସଭବନରେ ଟିମ ଇଣ୍ଡିଆ ସହ ଏକ ବୈଠକ ଆୟୋଜନ କରିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ଟିମ ଇଣ୍ଡିଆ ଏବଂ ବିଶ୍ୱକପ ଟ୍ରଫି ସହିତ ଫଟୋଗ୍ରାଫ କରିଥିଲେ।
ତେବେ ଏହି ଟ୍ରଫଇ ସହ ଫଟୋ ଉଠାଇଥିଲେ ବି ନରେନ୍ଦ୍ର ମୋଦି ଟ୍ରଫିକୁ ସ୍ପର୍ଶ କରିନାହାଁନ୍ତି।
ସେ କେବଳ ରୋହିତ ଶର୍ମା ଏବଂ କୋଚ ରାହୁଲ ଦ୍ରାବିଡଙ୍କ ହାତ ଧରିଥିବା କୁହାଯାଉଛି। ଏହି ଟ୍ରଫି ରୋହିତ ଏବଂ ରାହୁଲ ଧରିଥିଲେ। ତେବେ ଏହା ପଛରେ ଏକ କାହାଣୀ ଅଛି।
ଟ୍ରଫି ଏବଂ ପଦକ ବିଷୟରେ ଗୋଟିଏ କଥା କୁହାଯାଏ। ତାହା ହେଉଛି, ଟ୍ରଫି ଏବଂ ପଦକ କେବଳ ସେହିମାନଙ୍କ ଦ୍ୱାରା ସ୍ପର୍ଶ କରାଯାଇଥାଏ। ଏହାର ଅର୍ଥ, କେବଳ ଦଳ ଯିଏ ଟ୍ରଫି ଜିତିଛି ଏବଂ ପଦକ ଜିତିଥିବା ଖେଳାଳି ସେଗୁଡିଙ୍କୁ ସ୍ପର୍ଶ କରିବା ଉଚିତ୍‌। ବୋଧହୁଏ ଏହି କାରଣରୁ ପ୍ରଧାନମନ୍ତ୍ରୀ ଟ୍ରଫିକୁ ସ୍ପର୍ଶ କରିନଥିଲେ ଏବଂ କେବଳ ରୋହିତ-ରାହୁଲଙ୍କ ହାତ ଧରିଥିଲେ। ଟିମ ଇଣ୍ଡିଆ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନାମୋ ନାମକ ଏକ ଜର୍ସି ଉପହାର ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶ୍ରୀଲଙ୍କାରେ ପହଞ୍ଚିଲା ଟିମ୍‌ଇଣ୍ଡିଆ: ସେଲ୍‌ଫି ନେଲେ ଖେଳାଳି

କଲମ୍ବୋ,୨୩।୭: ଭାରତୀୟ କ୍ରିକେଟ ଦଳ ଶ୍ରୀଲଙ୍କାରେ ପହଞ୍ଚିଛି। ମୁଖ୍ୟ କୋଚ ଗୌତମ ଗମ୍ଭୀର ମଧ୍ୟ ଭାରତୀୟ ଦଳ ସହ ପହଞ୍ଚିଛନ୍ତି। ମୁଖ୍ୟ କୋଚ ଭାବରେ ଏହା...

ବିନ୍ଦ୍ରାଙ୍କୁ ଅଲିମ୍ପିକ ଅର୍ଡର ସମ୍ମାନ

ନୂଆଦିଲ୍ଲୀ, ୨୩ା: ଅଲିମ୍ପିକ ଆନ୍ଦୋଳନରେ ଉଲ୍ଲେଖନୀୟ ଅବଦାନ ପାଇଁ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ଭାରତୀୟ ଶୁଟିଂ କିମ୍ବଦନ୍ତୀ ଅଭିନବ ବିନ୍ଦ୍ରାଙ୍କୁ ଅଲିମ୍ପିକ ଅର୍ଡର ପୁରସ୍କାରରେ...

ଆମେରିକାରୁ ପୁଣି ଖେଳିବେ ଗ୍ରିନର

ଫୋନିକ୍ସ (ୟୁଏସ),୨୩ା୭: ଦିନ ଥିଲା ବ୍ରିଟନୀ ଗ୍ରିନର ୟୁଏସ୍‌ଏ ବାସ୍କେଟବଲ୍‌ ଜର୍ସି ପୁଣି ପିନ୍ଧିବେ ଏକଥା ତାଙ୍କ କଳ୍ପନା ବାହାରେ ଥିଲା। ଦୁଇଥର ଅଲିମ୍ପିକ ସ୍ବର୍ଣ୍ଣ...

ଶ୍ରୀଲଙ୍କା ସିରିଜ ପୂର୍ବରୁ ଭାରତୀୟ ଅଲରାଉଣ୍ଡରଙ୍କର ହେଲା ଏନଗେଜମେଣ୍ଟ

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ ଦଳ ସୋମବାର ଶ୍ରୀଲଙ୍କା ଅଭିମୁଖେ ଯାତ୍ରା କରିଛି। ଏହି ସମୟରେ କ୍ରିକେଟର ଲଲିତ ଯାଦବଙ୍କର ଏନଗେଜମେଣ୍ଟ ହୋଇଛି। ସୋସିଆଲ ମିଡିଆରେ ଫଟୋ...

୨୦୨୭ ଓ୍ବାନ ଡେ’ ବିଶ୍ୱକପ ଖେଳିବେ ରୋହିତ ଶର୍ମା-ବିରାଟ କୋହଲି! ଗମ୍ଭୀର ଦେଲେ ସଙ୍କେତ

ନୂଆଦିଲ୍ଲୀ,୨୨।୭: ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ହେବା ପରେ ଗୌତମ ଗମ୍ଭୀର ସୋମବାର ପ୍ରଥମ ଥର ପାଇଁ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ସେ ଏହି...

ଅଲିମ୍ପିକ୍ସ ଇତିହାସରେ ପ୍ରଥମଥର ଦେଖିବାକୁ ମିଳିବ ଅଦ୍ଭୁତ ଦୃଶ୍ୟ, ଷ୍ଟାଡିୟମ ବାହାରେ ହେବ…

ନୂଆଦିଲ୍ଲୀ,୨୨।୭: ଅଲିମ୍ପିକ୍ସ ୨୦୨୪ ଆୟୋଜନ କରିବାକୁ ଫ୍ରାନ୍ସର ରାଜଧାନୀ ପ୍ୟାରିସ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଏଥର କ୍ରିଡାର ଏହି ମହାକୁମ୍ଭରେ ବିଶ୍ୱର ୧୦ହଜାରରୁ ଅଧିକ ଆଥଲେଟ ଅଂଶଗ୍ରହଣ...

ଅଲିମ୍ପିକ୍ସ ପରେ ଅବସର ନେବେ ହକି ଗୋଲକିପର ଶ୍ରୀଜେସ

ନୂଆଦିଲ୍ଲୀ,୨୨ା୭: ଭାରତର ପୁରୁଖା ହକି ଗୋଲକିପର ପ୍ୟାରିସ ଅଲିମ୍ପିକ୍ସରେ ପରେ ଖେଳରୁ ଅବସର ନେବେ। ସେ ସୋମବାର ଏ ବିଷୟ ଘୋଷଣା କରିଛନ୍ତି। ଶ୍ରୀଜେସଙ୍କ ତାଙ୍କ...

ବାହାର ରାଜ୍ୟରୁ ଖେଳିବେ ତାରକା କ୍ରିକେଟର୍‌ ଶୁଭ୍ରାଂଶୁ

ଭୁବନେଶ୍ୱର, ୨୨।୭ (ତପନ ସ୍ବାଇଁ): ରାଜ୍ୟର ଅନ୍ୟତମ ପ୍ରତିଷ୍ଠିତ କ୍ରିକେଟ ତାରକା ଶୁଭ୍ରାଂଶୁ ସେନାପତି ଓଡ଼ିଶା ଛାଡ଼ି ବାହାର ରାଜ୍ୟରୁ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri