ଶୌଚ ପାଇଁ ଯାଇଥିଲେ: ଭାଲୁ ହାବୁଡ଼ରେ ପଡ଼ି ଅବସ୍ଥା ସଙ୍କଟାପନ୍ନ

କୋକସରା,୪।୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ଉଛୁଳା ପଞ୍ଚାୟତ ନୂଆଗୁଡା ଗ୍ରାମରେ ଗୁରୁବାର ଭାଲୁ ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି। ସେ ହେଲେ ଗ୍ରାମର ଯଦୁମଣି ଧଙ୍ଗଡା ମାଝୀ (୫୫)।

ମିଳିଥିବା ସୂଚନା ମୁତାବକ, ଗୁରୁବାର ଯଦୁମଣି ଗାଁ ନିକଟ ନାଲାକୁ ଶୌଚ ପାଇଁ ଯାଇଥିଲେ। ସେତିକିବେଳେ ଉଛୁଳା ଡଙ୍ଗରରୁ ଖାଦ୍ୟ ଅନ୍ବେଷଣ ପାଇଁ ଗାଁ ମୁହାଁ ହୋଇଥିବା ଭାଲୁ ହାବୁଡ଼ରେ ପଡି ଯାଇଥିଲେ। ହଠାତ୍‌ ଦୁଇ ଭାଲୁ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଫଳରେ ସେ ଚିତ୍କାର କରିଥିଲେ। ଚିତ୍କାର ଶୁଣି କିଛି ଲୋକ ଘଟଣାସ୍ଥଳରେ ପହଞ୍ଚିବା ପରେ ୨ ଭାଲୁ ଡଙ୍ଗର ଆଡ଼କୁ ଚାଲି ଯାଇଥିଲେ ।

ହେଲେ ଯଦୁମଣିଙ୍କ ମୁଣ୍ଡ ଏବଂ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସ ଯୋଗେ କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟ ଭବାନୀପାଟଣାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରୁ ତାଙ୍କୁ ବୁର୍ଲା ନିଆଯାଇଥିବା ଜଣାପଡିଛି। ଖବର ପାଇ ଘଟଣା ସ୍ଥଳରେ ଜୟପାଟଣା ବନ ବିଭାଗ କର୍ମଚାରୀ ପହଞ୍ଚି ଚିକିତ୍ସା ପାଇଁ ବ୍ୟବସ୍ଥା କରିଥିବା ବେଳେ ସରକାରୀ ନିୟମ ଅନୁଯାୟୀ କ୍ଷତିପୂରଣ ଯୋଗାଇ ଦିଆଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ ତାରରେ ଛନ୍ଦିହୋଇ ଭାଲୁ ମୃତ

କବିସୂର୍ଯ୍ୟନଗର, ୧୪ା୭ (କୃପାସିନ୍ଧୁ ସ୍ବାଇଁ): ଶିକାରୀ ବିଛାଇ ଥିବା ବିଦ୍ୟୁତ ତାରରେ ଛନ୍ଦି ହୋଇ ଏକ ଭାଲୁର ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ବ୍ଲକ...

ଧାର ଟଙ୍କା ମାଗିବାରୁ ଛୁରାରେ ଆକ୍ରମଣ

ଭବାନୀପାଟଣା,୧୪।୭ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଥାନା ରାଜ ମୋଟେର ଛକ ନିକଟରେ ରବିବାର ଧାର ଟଙ୍କା ମାଗିବାକୁ ନେଇ ୩ ଯୁବକଙ୍କୁ...

ଅଜଣା ଗାଡ଼ି ଧକ୍କାରେ ବାଇକ ଆରୋହୀଙ୍କ ଚାଲିଗଲା ଜୀବନ

ଛତ୍ରପୁର, ୧୪ା୭ (ଦିଲୀପ ସାମଲ/ସନ୍ତୋଷ ପାଢ଼ୀ): ଚମାଖଣ୍ଡି ଥାନା ଅନ୍ତର୍ଗତ କାଳିଆବାଲି ଛକ ନିକଟ ଜାତୀୟ ରାଜପଥରେ ଏକ ଅଜଣା ଗାଡି ଧକ୍କାରେ ଜଣେ ବାଇକ...

୧୫ ଘରୁ କଳାକନା ବୁଲାଇଲେ ଦୁର୍ବୃତ୍ତ: ୪୦ ଲକ୍ଷ ଟଙ୍କାର ସୁନା ଗହଣା କଲେ ଲୁଟ୍‌

ଟେନ୍‌ସା,୧୪ା୭(ସମୀର କୁମାର ପାଢ଼ୀ):ସୁନ୍ଦରଗଡ଼ ଜିଲା କୋଇଡ଼ା ଥାନା ସାନଇନ୍ଦୁପୁର ରୁଙ୍ଗଟା କଲୋନୀରେ ଶୁକ୍ରବାର ବିଳମ୍ବିତ ରାତିରେ ୧୫ଟି ଘରୁ ଚୋରି ହୋଇଛି। ୪୦ ଲକ୍ଷ ଟଙ୍କାର...

ବିଜୁ ଏକ୍ସପ୍ରେସୱେରେ ବାଇକ୍‌କୁ ପିଟିଲା କାର୍‌

କୋକସରା,୧୪।୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ବିଜୁ ଏକ୍ସପ୍ରେସୱେର କଳାହାଣ୍ଡି ଜିଲା କୋକସରା ବ୍ଳକ ଭାଲିଆଯୋର ଛକନିକଟରେ କାର୍‌-ବାଇକ ମଧ୍ୟରେ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ବାଇକ୍‌ରେ ଥିବା...

ମିଳିଲା ବଡ଼ ସଫଳତା: କୋମ୍ବିଂ ଅପରେଶନ ବେଳେ ୫ ମାଓବାଦୀଙ୍କୁ ଧରିଲେ ଯବାନ

ମାଲକାନଗିରି,୧୪ା୭ (ଦୁର୍ଯ୍ୟୋଧନ ପାତ୍ର)-ମାଲକାନଗିରି ଜିଲା  ସୀମାନ୍ତ ଛତିଶଗଡ଼ର ବିଜାପୁର ପୋଲିସ ରବିବାର ୫ଜଣ ମାଓବାଦୀଙ୍କୁ ଗିରଫ କରିଛି।  ସେମାନେ ହେଲେ  ମସାୟୀ  ମଙ୍ଗୁ  ଓରଫ ମଙ୍ଗୁ...

ଏହି ନାଁ ଧରି ରତ୍ନଭଣ୍ଡାର ଭିତରକୁ ପ୍ରବେଶ କରିଥିଲେ ୧୧ଜଣ ସଦସ୍ୟ

ପୁରୀ,୧୪।୭: ୫ ଦଶନ୍ଧି ପରେ ଶେଷରେ ପୁରୀ ଶ୍ରୀମନ୍ଦିରର ରହସ୍ୟମୟ ରତ୍ନଭଣ୍ଡାର ଖୋଲିଲା। ପୂର୍ବ ନିର୍ଦ୍ଧାରିତ ସମୟ ଦିନ ୧ଟା ୨୮ରେ ରତ୍ନଭଣ୍ଡାର ଖୋଲିଥିଲା। ରତ୍ନଭଣ୍ତାର...

ଏକା ଥରକେ ଫୁଟିଲା ୧୫ ବ୍ରହ୍ମ କମଳ

ଖଡ଼ିଆଳ,୧୪।୭(ସୁଜିତ କୁମାର ପ୍ରଧାନ): ଗୋଟିଏ ନୁହେଁ କି ଦୁଇଟି ନୁହେଁ, ଏକା ଥରକେ ଫୁଟିଲା ୧୫ଟି ବ୍ରହ୍ମ କମଳ। ରଥଯାତ୍ରା ଓ ବାହୁଡା଼ ଯାତ୍ରା ମଝିରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri