Diwali 2026: ଦୀପାବଳି ରାତିରେ ଚୁପଚାପ୍ କରନ୍ତୁ ଏହି ଗୋଟିଏ ଉପାୟ, ମା’ ଲକ୍ଷ୍ମୀଙ୍କ କୃପାରୁ ଚମକି ଉଠିବ ଆପଣଙ୍କ ଭାଗ୍ୟ!

ଦୀପାବଳି ହେଉଛି ଧନ ଏବଂ ସମୃଦ୍ଧିର ମହାପର୍ବ। ଏହି ବର୍ଷ ୮ ନଭେମ୍ବର ୨୦୨୬, ରବିବାର ଦିନ ଦୀପାବଳି ପାଳନ କରାଯାଉଛି। କାର୍ତ୍ତିକ ମାସର ଅମାବାସ୍ୟା ତିଥିରେ ପାଳିତ ହେଉଥିବା ଏହି ପବିତ୍ର ପର୍ବରେ ମାଆ ଲକ୍ଷ୍ମୀ ଏବଂ ଭଗବାନ ଗଣେଶଙ୍କ ପୂଜାର୍ଚ୍ଚନା କରାଯାଏ। ବିଶ୍ୱାସ ରହିଛି ଯେ ଦୀପାବଳି ରାତିରେ ମାଆ ଲକ୍ଷ୍ମୀ ପୃଥିବୀ ପୃଷ୍ଠରେ ଭ୍ରମଣ କରି ନିଜ ଭକ୍ତମାନଙ୍କୁ ସୁଖ-ସମୃଦ୍ଧିର ଆଶୀର୍ବାଦ ପ୍ରଦାନ କରନ୍ତି। ଏହି କାରଣରୁ ଲୋକମାନେ ନିଜ ଘରକୁ ଆଲୋକରେ ସଜାଇବା ସହିତ ବିଧିବଦ୍ଧ ଭାବେ ଲକ୍ଷ୍ମୀ ପୂଜା କରିଥାନ୍ତି।

ପୂଜା-ପାଠ ଏବଂ ଦୀପଦାନ ବ୍ୟତୀତ ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବା ଏବଂ ଘରର ନକାରାତ୍ମକତା ଦୂର କରିବା ପାଇଁ ଏହି ରାତିରେ କିଛି ବିଶେଷ ପ୍ରତିକାର କରାଯାଇଥାଏ। ଧାର୍ମିକ ବିଶ୍ୱାସ ଅନୁଯାୟୀ, ଦୀପାବଳି ରାତିରେ ସିକ୍କା (ମୁଦ୍ରା), କଉଡ଼ି, ହଳଦୀ ଏବଂ ଦୀପ ସହିତ ଜଡ଼ିତ କେତେକ ଉପାୟ ଅତ୍ୟନ୍ତ ଶୁଭ ଫଳ ଦେଇଥାଏ।

ଧନପ୍ରାପ୍ତି ଏବଂ ଆର୍ଥିକ ଉନ୍ନତି ପାଇଁ ବିଶେଷ ଉପାୟ:

୧. ମୁଦ୍ରାର ଉପାୟ: ଦୀପାବଳି ରାତିରେ ଠିକ୍ ୧୨:୦୦ ରୁ ୧୨:୩୦ ମଧ୍ୟରେ ଯଦି ଆପଣଙ୍କ ଆଖପାଖରେ ଅଶ୍ୱତ୍ଥ , ବେଲଗଛ ଥାଏ, ତେବେ ସେଠାକୁ ଯାଆନ୍ତୁ। ଏହାପରେ ଘରକୁ ଫେରି ଲକ୍ଷ୍ମୀ ପୂଜା ସ୍ଥାନରେ ପ୍ରଣାମ କରନ୍ତୁ। ପୂଜାରେ ଥିବା ଏକ ଟଙ୍କିଆ କିମ୍ବା ରୂପା ମୁଦ୍ରାକୁ ସେହି ସମୟରେ ଆପଣଙ୍କ ଆଲମାରୀରେ ରଖିଦିଅନ୍ତୁ। ଏହା ଦ୍ୱାରା ଋଣମୁକ୍ତି ଏବଂ ଧନ ବୃଦ୍ଧି ହୋଇଥାଏ ବୋଲି ବିଶ୍ୱାସ ରହିଛି।

୨. ଝାଡ଼ୁ ତଳେ ସିକ୍କା ରଖନ୍ତୁ: ଦୀପାବଳି ରାତିରେ ଶୋଇବା ପୂର୍ବରୁ ଘରର ଝାଡ଼ୁ ତଳେ ଗୋଟିଏ ରୂପା ବା ଏକ ଟଙ୍କିଆ ସିକ୍କା ରଖିଦିଅନ୍ତୁ। ଏହାଦ୍ୱାରା ଘରର ନକାରାତ୍ମକ ଶକ୍ତି ନଷ୍ଟ ହୋଇଥାଏ ଏବଂ ମାଆ ଲକ୍ଷ୍ମୀ ଆକର୍ଷିତ ହୋଇଥାନ୍ତି।

୩. କଉଡ଼ି ଏବଂ ହଳଦୀର ଉପାୟ: ୫ଟି ଅଖଣ୍ଡ ସୁପାରୀ, କଳ। ହଳଦୀ ଏବଂ ୫ଟି କଉଡ଼ିକୁ ଗଙ୍ଗାଜଳରେ ଧୋଇ ନାଲି କପଡ଼ାରେ ବାନ୍ଧି ଦିଅନ୍ତୁ। ଦୀପାବଳି ପୂଜା ସମୟରେ ଏହାକୁ ରୂପା କିମ୍ବା ଥାଳିରେ ରଖି ମାଆ ଲକ୍ଷ୍ମୀଙ୍କ ସହ ପୂଜା କରନ୍ତୁ। ପରଦିନ ଏହାକୁ ଧନ ରଖୁଥିବା ସ୍ଥାନରେ ରଖିଦିଅନ୍ତୁ।

୪. ଗୋମତୀ ଚକ୍ର ଓ ସୁପାରୀ: ପାଞ୍ଚଟି ସୁପାରୀ, ପାଞ୍ଚଟି ହଳଦୀ ଗଣ୍ଠି, ପାଞ୍ଚଟି କଉଡ଼ି ଏବଂ ପାଞ୍ଚଟି ଗୋମତୀ ଚକ୍ରକୁ ନାଲି କପଡ଼ାରେ ବାନ୍ଧି ଲକ୍ଷ୍ମୀ ପୂଜା ସ୍ଥାନରେ ରଖନ୍ତୁ। ପୂଜା ପରେ ଏହାକୁ ବ୍ୟବସାୟ ସ୍ଥଳରେ କିମ୍ବା ଘରର ମୂଳଦୁଆ ବା ଚଉକଠରେ ବାନ୍ଧି ଦିଅନ୍ତୁ।

୫. ଅଶ୍ୱତ୍ଥ ଗଛମୂଳେ ଦୀପ ଜଳାନ୍ତୁ: ଦୀପାବଳି ସନ୍ଧ୍ୟା ବା ରାତିରେ ସିନ୍ଦୂର, ଦହି ଏବଂ ଅଖଣ୍ଡ ବିରି ନେଇ ଅଶ୍ୱତ୍ଥ ଗଛର ମୂଳରେ ରଖନ୍ତୁ ଏବଂ ସେଠାରେ ଏକ ଘିଅ ଦୀପ ଜଳାନ୍ତୁ। ଏହାଦ୍ୱାରା ଆର୍ଥିକ ସମସ୍ୟା ଦୂର ହୋଇଥାଏ।

ନକାରାତ୍ମକତା ଦୂର କରିବା ପାଇଁ ଉପାୟ:

  • ଶଙ୍ଖ ଏବଂ ଘଣ୍ଟ ବଜାନ୍ତୁ: ଲକ୍ଷ୍ମୀ ପୂଜା ପରେ ରାତିରେ ଘରର ସମସ୍ତ କୋଠରୀରେ ଶଙ୍ଖ ଏବଂ ଘଣ୍ଟ ବଜାନ୍ତୁ। ଏହାଦ୍ୱାରା ଘରର ନକାରାତ୍ମକତା ଏବଂ ଦାରିଦ୍ର୍ୟ ଦୂର ହୋଇଥାଏ।

  • ସାତ ମୁଖୀ ଦୀପ ଜଳାନ୍ତୁ: ଦୀପାବଳି ରାତିରେ ମାଆ ଲକ୍ଷ୍ମୀଙ୍କ ସମ୍ମୁଖରେ ଦେଶୀ ଘିଅର ସାତ କିମ୍ବା ନଅ ମୁଖୀ ଦୀପ ଜଳାନ୍ତୁ। ଏହାଦ୍ୱାରା ଆରୋଗ୍ୟ ଏବଂ ଦୀର୍ଘାୟୁର ବରଦାନ ମିଳିଥାଏ ବୋଲି ବିଶ୍ୱାସ କରାଯାଏ।

  • ମହାମନ୍ତ୍ର ଜପ କରନ୍ତୁ: ଦୀପାବଳି ରାତିରେ ଭକ୍ତିଭାବ ସହ ଏହି ସ୍ୱତନ୍ତ୍ର ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ: “ॐ नमः भाग्यलक्ष्मी च विद्महे। अष्ट लक्ष्मी च धीमहि। तन्नो लक्ष्मी प्रचोदयात्॥”

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ବିରଳ ରେକର୍ଡ, ଜାଣନ୍ତୁ…

ଓ୍ବେଲିଂଟନ,୭।୧୧: ଯୁବ ଫାଷ୍ଟ ବୋଲରଙ୍କ ଜବରଦସ୍ତ ପ୍ରଦର୍ଶନ ପରେ ଲୋକେଶ ରାହୁଲଙ୍କ ନିର୍ଭରଯୋଗ୍ୟ ବ୍ୟାଟିଂ ବଳରେ ଶନିବାର ଖେଳାଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ବର୍ଷା ପ୍ରଭାବିତ ଦ୍ୱିତୀୟ ଦିନିକିଆ…

ଅଯୋଧ୍ୟାରେ ଦୀପୋତ୍ସବ: ସରୟୁ ନଦୀ କୂଳରେ ଯୋଗୀ କଲେ ଆରତୀ, ଦୀପରେ ଆଲୋକିତ ହେଲା ରାମନଗରୀ

ଅଯୋଧ୍ୟା,୭।୧୧: ପବିତ୍ର ଦୀପାବଳି ଅବସରରେ ରାମନଗରୀ ଅଯୋଧ୍ୟାରେ ଦଶମ ଦୀପୋତ୍ସବ ଶନିବାର ସନ୍ଧ୍ୟାରେ ଆରମ୍ଭ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୀପୋତ୍ସବର ଉଦ୍‌ଘାଟ କରି ସରୟୁ ନଦୀ…

ଜୁଆଆଡ୍ଡା ରେ ପୋଲିସ ଚଢା଼ଉ: ୯ ଜୁଆଡ଼ି ଗିରଫ

ଦିଗପହଣ୍ଡି,୭|୧୧(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଓଡ଼ାସିଙ୍ଗିି ଗ୍ରାମରେ ଚାଲିଥିବା ଜୁଆଆଡ୍ଡା ରେ ପୋଲିସ ଟିମ୍ ଅତର୍କିତ ଚଢ଼ାଉ କରି ୯ ଜୁଆଡିଙ୍କୁ ଗିରଫ…

ବାତ୍ୟା କ୍ଷୟକ୍ଷତି ଅନୁଧ୍ୟାନ କଲେ ପିସିସି ସଭାପତି, ମୋହନାର ବିକାଶ, ମୌଳିକ ସମସ୍ୟା ନେଇ ଉଠାଇଲେ ପ୍ରଶ୍ନ

ମୋହନା, ୭।୧୧(ମନ୍ମଥ ମିଶ୍ର): ଅର୍ଣ୍ଣବ ବାତ୍ୟା ପରେ ମୋହନା ଅଞ୍ଚଳରେ ହୋଇଥିବା କ୍ଷୟକ୍ଷତିର ଅନୁଧ୍ୟାନ କରିବାକୁ ପହଞ୍ଚିଥିଲେ କଂଗ୍ରେସର ପିସିସି ସଭାପତି ଭକ୍ତ ଚରଣ ଦାସ। ପ୍ରଥମେ…

ଘୁମୁସର ଗସ୍ତ କରନ୍ତୁ ମୁଖ୍ୟମନ୍ତ୍ରୀ: ସିଭିଲ ସୋସାଇଟି

ଭଞ୍ଜନଗର, ୭।୧୧ (ବାବୁଲା ପ୍ରଧାନ): ଘୁମୁସର ଅଞ୍ଚଳରେ ବନ୍ୟା, ବାତ୍ୟା ଓ ଭୂସ୍ଖଳନ ଭଳି ପ୍ରାକୃତିକ ବିପର୍ଯ୍ୟୟର ସ୍ଥାୟୀ ମୁକାବିଲା ସହ କ୍ଷତିଗ୍ରସ୍ତଙ୍କୁ ତ୍ୱରିତ ସହାୟତା ପ୍ରଦାନ…

ମାଛ ମାରିବାକୁ ଯାଇ ଆଉ ଫେରିଲେନି….

ଅତାବିରା,୭।୧୧(ଯୁଧିଷ୍ଠିର ମହାପାତ୍ର)- ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ବୁଗବୁଗା(ଗମ୍ଭାଟିକ୍ରା) ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି । ମାଛ ମାରିବାକୁ ଯାଇଥିବାବେଳେ ପୋଖରୀରେ ବୁଡ଼ି…

ସୀମାନ୍ତ ଗାଁର ସରକାରୀ ଜମି ଜବରଦଖଲ ଅଭିଯୋଗ: ଥାନା ଓ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

କର୍ଲାମୁଣ୍ଡା, ୭।୧୧ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଓ ବଲାଙ୍ଗୀର ଜିଲା ସୀମାନ୍ତରେ ଥିବା ଦେଉଳଗୁଡ଼ି ଛକ ଏକ ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ ଭାବେ ପରିଚିତ। ବଲାଙ୍ଗୀର…

ଭିଜିଲାନ୍ସ ଜାଲରେ ବଲାଙ୍ଗୀର ସରକାରୀ ଆଇଟିଆଇ ପ୍ରିନ୍ସିପାଲ: ୩୦ ହଜାର ଟଙ୍କା ଲାଞ୍ଚ ନେବାବେଳେ …

ବଲାଙ୍ଗୀର, ୭।୧୧ (ସୁନିଲ କୁମାର ମହାନ୍ତି): ସହକାରୀ ଗେଷ୍ଟ ଇନ୍‌ଷ୍ଟ୍ରକ୍ଟରମାନଙ୍କୁ ନିୟମିତ ଦରମା ପ୍ରଦାନ କରିବା ପାଇଁ ସେମାନଙ୍କଠାରୁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ବଲାଙ୍ଗୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?