ନୂଆଦିଲ୍ଲୀ,୭ା୧୧: ଅତିରିକ୍ତ ୨ ବର୍ଷ କାର୍ଯ୍ୟକାଳ ଶେଷ କରିବା ପରେ ସମସ୍ତ ଅଗ୍ନିବୀର ଚାହିଁଲେ ନିୟମିତ ସୈନ୍ୟ ଭାବେ ପଞ୍ଜୀକୃତ ହେବା ପାଇଁ ଯୋଗ୍ୟ ବିବେଚିତ ହେବେ ଓ ଚୟନ ପ୍ରକ୍ରିୟା ମାନଦଣ୍ଡ ପୂରଣ କରିବେ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶନିବାର କହିଛନ୍ତି।
ଯେଉଁ ଅଗ୍ନିବୀରମାନେ ସେମାନଙ୍କର ୪ ବର୍ଷ କାର୍ଯ୍ୟକାଳ ପୂରଣ କରିସାରିଛନ୍ତି, ସେମାନେ ଆଉ ୨ ବର୍ଷ ପଦବୀରେ ରହିବେ ବୋଲି କେନ୍ଦ୍ର ସରକାର ୩ ଦିନ ପୂର୍ବରୁ ଘୋଷଣା କରିଥିଲେ। ନିର୍ଦ୍ଧାରିତ ଯୋଗ୍ୟତା ମାନଦଣ୍ଡ ପୂରଣ କଲେ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରାଯିବ ବୋଲି କୁହାଯାଇଥିଲା। ପଶ୍ଚିମବଙ୍ଗର ବାଗଡୋଗ୍ରା ବାୟୁସେନା ଷ୍ଟେଶନଠାରେ ବାୟୁ ସୈନିକମାନଙ୍କ ସହ କଥା ହେଲାବେଳେ ରାଜନାଥ ଉପରୋକ୍ତ ସୂଚନା ଦେଇଛନ୍ତି। ଅଗ୍ନିବୀରମାନଙ୍କ ପାଇଁ ଏହି ନିଷ୍ପତ୍ତି ଏକ ଉଲ୍ଲେଖନୀୟ ଦୀପାବଳି ଭେଟି ବୋଲି ସେ କହିଛନ୍ତି। ପ୍ରତିରକ୍ଷା କର୍ମଚାରୀ ଓ ସେମାନଙ୍କ ପରିବାରର କଲ୍ୟାଣ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ରାଜନାଥ ଦୋହରାଇଛନ୍ତି।ଅଗ୍ନିବୀରଙ୍କ
ପାଇଁ ପ୍ରତିରକ୍ଷା ମନ୍ତ୍ରୀଙ୍କ ବଡ଼ ସୂଚନା

